Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

କମୁଛି ପେଟ୍ରୋଲ-ଡିଜେଲ ଦର,ଘାଟାରେ ଓଡ଼ିଶା

By admin • December 30, 2018 • ନ୍ୟୁଜ୍, ପଲିଟିକ୍ସ
NAVEEN-PATNAIK

ଭୁବନେଶ୍ୱର:ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଘଟିଲେ ଓଡ଼ିଶା ରାଜ୍ୟ ରାଜନୀତି ସରଗରମ ହୋଇଯାଏ।ତୈଳ ଦର ନେଇ ବିଜେଡି-କଂଗ୍ରେସ ଚକା ଜାମ୍ କରନ୍ତି। ଗତ ସେପ୍ଟମ୍ବର ୭ରେ ସାରା ରାଜ୍ୟରେ ୩ଦିନ ପାଇଁ ଆନ୍ଦଳୋନ କରିଥିଲା ବିଜୁ ଜନତା ଦଳ। ବିଜେଡିର ଦୈନିକ ୨ଘଣ୍ଟିଆ ଆନ୍ଦଳୋନର ଟାର୍ଗେଟରେ ଥିଲେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଲୋକଙ୍କ ସ୍ୱାର୍ଥ ପାଇଁ ବିଜେଡିର ଆନ୍ଦୋଳନର ମଧ୍ୟ ଯଥାର୍ତତା ରହିଥିଲା। କାରଣ ସେପ୍ଟେମ୍ବର ୭ରେ ପେଟ୍ରୋଲ ଲିଟର ଦର ୭୮ଟଙ୍କା ୯୪ପଇସା ହୋଇଥିଲା।ସେହିଭଳି ଡିଜେଲ ଲିଟର ଦର ୭୭ଟଙ୍କା ୪୨ପଇସାରେ ପହଞ୍ଚିଥିଲା। ବିଜେଡିର ଆନ୍ଦଳୋନ ପରେ ପେଟ୍ରୋଲ-ଡିଜେଲ ଦର କମିବା ପରିବର୍ତ୍ତେ ୮୨ଟଙ୍କାଙ୍କୁ ଛୁଇଁଥିଲା। ସାରା ଦେଶରୁ ଚାପ ପଡ଼ିଲା, ବାଧ୍ୟହୋଇ ଗତ ଅକ୍ଟୋବର ୪ରେ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଲିଟର ପିଛା ଦେଢ଼ ଟଙ୍କା କମାଇଥିଲେ। ଆଉ ତୈଳ କମ୍ପାନୀଗୁଡିକଙ୍କୁ ୧ଟଙ୍କା କମାଇବାକୁ ନିର୍ଦ୍ଦେଶ ଦେଇଥିଲେ।ଏହାସହ ଅଢ଼େଇ ଟଙ୍କା ହ୍ରାସ କରିବାକୁ  ସମସ୍ତ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।
ନିର୍ବାଚନୀ ତୋଫା ଲାଗି ଟଙ୍କା ଆସିବ କେଉଁଠୁ?
ତେବେ ବିଜେଡିର ସେପ୍ଟମ୍ବର ଆନ୍ଦଳୋନ ଠାରୁ ଏହା ଭିତରେ ପେଟ୍ରୋଲ ଦର ଲିଟର ପିଛା ୧୧ଟଙ୍କା ୪୦ପଇସା କମିଗଲାଣି। ଅର୍ଥାତ ଆଜି(ମଙ୍ଗଳବାର) ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୬୭ଟଙ୍କା ୫୪ପଇସା ରହିଛି। ବିଶ୍ୱ ବଜାରରେ ଅଶୌଧିତ ତୈଳ ଦର ହ୍ରାସ ଯୋଗୁ ଡିଜେଲ ଦର ୧୦ଟଙ୍କା ୪୦ପଇସା ମଧ୍ୟ କମିଛି, ଏବେ ୬୭ଟଙ୍କା ୨ପଇସାରେ ପହଞ୍ଚିଲାଣି। ଯେଉଁଥିପାଇଁ ଲୋକମାନେ ଏବେ ଟିକେ ଆଶ୍ୱସ୍ଥି ଅନୁଭବ କରିଛନ୍ତି। କିନ୍ତୁ ବିଜେଡି ସରକାରଙ୍କ ଚିନ୍ତା ବଢ଼ି ଯାଇଛି। କାରଣ ସେପ୍ଟମ୍ବରର ଆନ୍ଦଳୋନ ଦିନ ଅପେକ୍ଷା ଏବେ ଓଡ଼ିଶା ସରକାର କମ୍ ରାଜସ୍ୱ ପାଉଛନ୍ତି। ଦର ହ୍ରାସ ଯୋଗୁ ୨୬% ଭାଟ୍(ମୂଲ୍ୟ ଯୁକ୍ତ କର) ହିସାବରେ ସେପ୍ଟମ୍ବର ମାସ ତୁଳନାରେ ପ୍ରତି ପେଟ୍ରୋଲ ଲିଟରରେ ୨ଟଙ୍କା ୩୫ପଇସା କମ୍ ଟ୍ୟାକ୍ସ ପାଉଛି ଓଡ଼ିଶା। ସେହିପରି ଡିଜେଲ ଲିଟର ପିଛା ୨ଟଙ୍କା ୧୫ପଇସା କମ୍ ଆଦାୟ ହେଉଛି। ଏଭଳି ତୈଳ ଦର କମିବା ଫଳରେ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିବାକୁ ସୁଯୋଗ ହରାଇଲାନି ବିଜେଡି, ନିର୍ବାଚନୀ ବର୍ଷରେ ବିଭିନ୍ନ ଲୋଭନୀୟ ଯୋଜନା ଘୋଷଣା କରିବାକୁ ମଧ୍ୟ ସାହସ କରିପାରୁ ନାହିଁ।କାରଣ ଚଳିତ ଆର୍ଥିକ ବର୍ଷରେ ପେଟ୍ରୋଲ-ଡିଜେଲରୁ ୫ହଜାର ୬୦୦କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଥିଲେ ଓଡ଼ିଶା ସରକାର। କିନ୍ତୁ ଏହିଭଳି ଦର ହ୍ରାସ ପାଇଲେ ଓଡ଼ିଶା ରାଜକୋଶକୁ ଟଙ୍କା ଆସିବାରେ ବ୍ରେକ୍ ଲାଗିଯିବ।

Arun Jately-Naveen Patnaik
କେନ୍ଦ୍ର ଅର୍ଥମନ୍ତ୍ରୀ ଜେଟଲୀ-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୫୧ ପଇସା କମିଥିଲା ବେଳେ ବ୍ୟସ୍ତ ହେଉଥିଲେ
ଏମିତି ବି ୨୦୧୪ମସିହାରେ ପେଟ୍ରୋଲ-ଡିଜେଲରୁ ୨ହଜାର ୮୬୫କୋଟି ଟଙ୍କା ରାଜସ୍ୱ ପାଉଥିବା ଓଡ଼ିଶା ୨୦୧୭-୧୮ ଆର୍ଥିକ ବର୍ଷରେ ୪ହଜାର ୮୦୦କୋଟି ଟଙ୍କା ସଂଗ୍ରହ କରିଥିଲା। ତୈଳ ବିକ୍ରିରୁ ଭଲ ରାଜସ୍ୱ ପାଇବା ଆଶାରେ ଓଡ଼ିଶା ସରକାର ପେଟ୍ରୋଲ-ଡିଜେଲ ଉପରେ ୨୧% ଭାଟକୁ ୨୬%କୁ ବୃଦ୍ଧି କରିଥିଲେ। ସେଥିପାଇଁ ତୈଳ ଦର ଲିଟର ପିଛା ଅଢ଼େଇ ଟଙ୍କା ହ୍ରାସ କରିବାକୁ ଜେଟଲୀଙ୍କ ପରାମର୍ଶ ଗ୍ରହଣ କରିନଥିଲେ। ଜେଟଲୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ୧୨ଟି ରାଜ୍ୟ ମୂଲ୍ୟ ହ୍ରାସ କରିଥିଲେ। କିନ୍ତୁ ଜେଟଲୀଙ୍କ ବନ୍ଧୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତୈଳ ଦର କମାଇବାକୁ ବିରୋଧ କରିଥିଲେ। କେନ୍ଦ୍ର ଓ ତୈଳ କମ୍ମାନୀ ଅଢ଼େଇ ଟଙ୍କା ହ୍ରାସ କରିବା ଯୋଗୁ ଓଡ଼ିଶାର ୫୧ପଇସା ରାଜସ୍ୱ ହାନି ହେଲା ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ। ଏବେ ରାଜସ୍ୱ ଆଦାୟ ଲିଟର ପିଛା ୩ଟଙ୍କା କମିବାକୁ ଗଲାଣି,ତେଣୁ ଭଣ୍ଡାର ଦାୟିତ୍ୱରେ ଥିବା ଶଶିଭୂଷଣଙ୍କ ଚିନ୍ତା ବଢ଼ିବା ସ୍ୱାଭାବିକ!
ପଢ଼ନ୍ତୁ
କ୍ରିସମାସ୍‌ ପର ଦିନ ଖେଳାଯାଉଥିବା ମ୍ୟାଚ୍‌କୁ କାହିଁକି ବକ୍ସିଂ ଡେ’ ଟେଷ୍ଟ କୁହାଯାଏ ?
ଅଣକଂଗ୍ରେସ ସରକାର ସମୟରେ ଶ୍ରୀମନ୍ଦିରରେ ବିଭ୍ରାଟର ମାତ୍ରା ଅଧିକ କାହିଁକି ?

Dharmendra PradhanNaveen PatnaikPetrol PoliticsSashi Bhusan BeheraVAT
Tweet
0
ଅମାନିଆ ସେବାୟତ,କଥା କଥାକେ ଉପାସରେ ରଖୁଛନ୍ତି ଷାଠିଏ ପଉଟି ଖିଆ କାଳିଆକୁ
ମନମୋହନ ସିଂହଙ୍କ ଜୀବନୀ ଉପରେ ଫିଲ୍ମ, କଂଗ୍ରସେ ଲାଗି ଅଡୁଆ ସୃଷ୍ଟି କରିପାରେ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.