ଅଣକଂଗ୍ରେସ ସରକାର ସମୟରେ ଶ୍ରୀମନ୍ଦିରରେ ବିଭ୍ରାଟର ମାତ୍ରା ଅଧିକ କାହିଁକି ?

ଭୁବନେଶ୍ୱର : ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦାରୁ ଚୟନରେ ଟଙ୍କା କାରବାର ହୋଇଛି ବୋଲି ଦେବୀ ସୁଭଦ୍ରାଙ୍କ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ କହିବା ପରେ ଜଗନ୍ନାଥ ପ୍ରେମୀ ଖୁବ୍ ବ୍ୟତୀଥ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଚାର୍ଗେଟ କରିଛନ୍ତି ବିଜେପି-କଂଗ୍ରେସ। ଦାରୁ ଚୟନରେ ଅର୍ଥ କାରବାର କରିଥିବା ବ୍ୟକ୍ତିଙ୍କୁ ଧରିବାକୁ ବିଜେପି ଉପଯୁକ୍ତ ତଦନ୍ତ ଦାବି କରିଛି। ସେପଟେ ଦାରୁ ଚୟନ ସମୟରେ ଆଇନମନ୍ତ୍ରୀ ଥିବା ଅରୁଣ ସାହୁଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଦାରୁ ଚୟନ ସମୟରେ ଦଇତାପତିଙ୍କ ଗହଣରେ ଶୋଇଥିବାର ଫଟୋ ଯଦିଓ ଅରୁଣ ସାହୁଙ୍କୁ ବିବାଦକୁ ଟାଣୁଛି, ଏହାସହ ଜଗତସିଂହପୁର ଜିଲ୍ଲାରୁ ଆସି ଏବେ ଏବେ ସାଂସଦ ହୋଇଥିବା ବିଜେଡି ନେତାଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ବ୍ରହ୍ମ ବିଭ୍ରାଟ ଓ ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ରାଜ୍ୟ ସରକାର ଯେଭଳି ଢଙ୍ଗରେ ପରିଚାଳନା କରୁଛନ୍ତି, ତାହା ଅସଂଖ୍ୟ ଜଗନ୍ନାଥଙ୍କ ଶ୍ରଦ୍ଧାଳୁଙ୍କୁ ଗଭୀର ଆଘାତ ଦେଇଛି। ଆମର ଆସ୍ଥା ଓ ବିଶ୍ୱାସକୁ ଅସମ୍ମାନିତ କରି BJD ବାରମ୍ବାର ଜଗନ୍ନାଥଙ୍କ ସହ ଧୋକା କରିପାରିବ ନାହିଁ ବୋଲି ନିରଞ୍ଜନ ପଟ୍ଟନାୟକ ନିଜ ଟୁଇଟ୍ ପେଜରେ ଲେଖିଛନ୍ତି।
The way the government has handled both the Brahma Parivartan Fiasco and the Ratna Bhandar key issue has left many Lord Jagannath devotees like me deeply hurt. The BJD can’t get away with insulting our faith and belief like this.
B – ବାରମ୍ବାର
J – ଜଗନ୍ନାଥଙ୍କ ସହିତ
D – ଧୋକା pic.twitter.com/Es6k02wcWk— Niranjan Patnaik (@NPatnaikOdisha) November 15, 2018
ସେପଟେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ପ୍ରତିବାଦ କରି ଗତ ଅକ୍ଟୋବର ୩ରେ ପୁରୀ ବନ୍ଦ ହୋଇଥିଲା। ସିଂହଦ୍ୱାରା ସମ୍ମୁଖରେ ଥିବା ବ୍ୟାରିକେଡ୍ ଓ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମଧ୍ୟ ଭଙ୍ଗାରୁଜା ହୋଇଥିଲା। ସେହି ଗଣ୍ଡଗୋଳ ପଛରେ ପୁରୀର ବିଧାୟକ ତଥା ରାଜସ୍ୱ ମନ୍ତ୍ରୀଙ୍କ ହାତ ରହିଛି ବୋଲି ବିଜେପି ବିଧାୟକ କେ.ବି ସିଂହଦେଓ ଅଭିଯୋଗ କରିଥିଲେ। ସାଧାରଣତଃ ଅଣକଂଗ୍ରେସ ସରକାର ସମୟରେ ଶ୍ରୀମନ୍ଦିରରେ ବିଶୃଙ୍କଳା ଦେଖା ଦେଇଛି। ସେହି ବିଶୃଙ୍ଖଳାର କାରଣ ଖୋଜିବା ଲାଗି ନେଇ ୫ଟି କମିଶନ ଗଠନ ହୋଇଛି। ଆସନ୍ତୁ ନଜର ପକାଇବା ସେହି ସବୁ କମିଶନର କାର୍ଯ୍ୟକଳାପ ଉପରେ।(ଦଇତାପତିଙ୍କ ଗହଣରେ ଶୋଇଛନ୍ତି-ବିଧାୟକ ଅରୁଣ ସାହୁ)
ରଘୁବୀର ଦାଶ କମିଶନ
ରତ୍ନଭଣ୍ଡାର ଚାବି ହଜିବା ନେଇ ଗତ ଜୁନ୬ରୁ ତଦନ୍ତ କରୁଛନ୍ତି ଜଷ୍ଟିସ ରଘୁବୀର ଦାଶ। ଯଦିଓ ୩ମାସ ମଧ୍ୟରେ ରିପୋର୍ଟ ଆସିବାର ଥିଲା,ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ରିପୋର୍ଟ ଆସିପାରିଲା ନାହିଁ। କମିଶନ ଗଠନର ଘୋଷଣା ପରେ,ଗତ ଜୁନ୧୩ତାରିଖ ସନ୍ଧ୍ୟାରେ କିନ୍ତୁ ରତ୍ନଭଣ୍ଡାର ନକଲି ଚାବି ପାଇଥିଲେ ପୁରୀ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ। ଜିଲ୍ଲା ଟ୍ରେଜରୀ ରହିବା କଥା, କିନ୍ତୁ ରେକର୍ଡ ରୁମ୍ ଲକରରେ ଏକ ଲଫାପା ଭିତରେ ନକଲି ଚାବି ରହିଥିଲା ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲା। ତେବେ ଚାବି ହଜିଥିବା କଥା ୪ ଏପ୍ରିଲ ୨୦୧୮ରେ ରତ୍ନଭଣ୍ଡାର ଯାଞ୍ଚ ବେଳେ ଜଣା ପଡ଼ିଲା।
ବି.ପି ଦାସ କମିଶନ
ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱର ଚତୁର୍ଥ ପାଳିର ୨୦୧୫ ଶ୍ରୀଜିଉଙ୍କ ନିଳାଦ୍ରି ବିଜେ ବିଶୃଙ୍ଖଳା ହୋଇଥିଲା। ଫଳରେ ଶ୍ରୀମନ୍ଦିର ସଂସ୍କାର ପାଇଁ ୨୩ ଜୁଲାଇ ୨୦୧୬ରେ ଗଠିତ ହୋଇଥିଲା ଜଷ୍ଟିସ ବି.ପି ଦାସ କମିଶନ। ଶ୍ରୀଜୀଉଙ୍କ ନୀତିକାନ୍ତି ସେବାପୂଜା,ଶୃଙ୍ଖଳିତ ଦର୍ଶନ, ପରମ୍ପରା ସୁରକ୍ଷା, ସେବାୟତଙ୍କ ଆଚରଣ ଓ ଜଗନ୍ନାଥ ସଂସ୍କୃତିର ପ୍ରସାର ଓ ପ୍ରଶାସନିକ ସଂସ୍କାରକୁ କମିଶନରେ ଧ୍ୟାନ ଦିଆଯାଥିଲା। ଦୁଇଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିବା ଜଷ୍ଟିସ ଦାସଙ୍କ କାର୍ଯ୍ୟକାଳ ବଢାଇବା ଲାଗି ଦୁଇ ଦୁଇ ଥର ଚିଠି ଲେଖିଲେ କମିଶନଙ୍କ ଅଫିସ। ହେଲେ ଓଡ଼ିଶା ସରକାର ଜଷ୍ଟିସ ବି.ପି. ଦାସ କମିଶନଙ୍କ କାର୍ଯ୍ୟକାଳ ବଢାଇଲେ ନାହିଁ ଏବଂ ଅଧାରେ ଅଟକିଲା ଶ୍ରୀମନ୍ଦିରର ସଂସ୍କାର
ପି.କେ ମହାନ୍ତି କମିଶନ
ବିଜେଡି-ବିଜେପି ମେଣ୍ଟ ସମରକାର ସମୟରେ ୨୦୦୬ ନଭେମ୍ବରରେ ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ଦଳା ଚକଟାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ଜଷ୍ଟିସ ପି.କେ ମହାନ୍ତି କମିଶନ ଗଠିତ ହୋଇଥିଲା। ୨୦୦୯ ସେପ୍ଟେମ୍ବରରେ ମହାନ୍ତି କମିଶନଙ୍କ ରିପୋର୍ଟ ଆସିଲା। ଅଥଚ ଓଡ଼ିଶା ସରକାର କମିଶନଙ୍କ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପିତ କରିବାକୁ ପ୍ରାୟ ୭ବର୍ଷ ନେଲେ। କମିଶନଙ୍କ ସୁପାରିଶ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଗଲା ବୋଲି ୧୬ ଜୁନ ୨୦୧୬ରେ ବିଧାନସଭାରେ କହି ଦୋଷ ଛଡାଇ ଦେଲେ ନବୀନ ପଟ୍ଟନାୟକ ସରକାର।
ମହାପାତ୍ର କମିଶନ
ବିଜୁ ପଟ୍ଟନାୟକଙ୍କ ନେତୃତାଧିନ ଜନତା ଦଳ ସରକାର କାଳରେ, ୧୯୯୩ରେ ନାଗାର୍ଜୁନ ବେଶ ବେଳେ ଦଳାଚକଟାରେ ଶ୍ରୀମନ୍ଦିର ଭିତରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ୫ଡିସେମ୍ବର ୧୯୯୩ରେ ଜଷ୍ଟିସ ଜୀବନ ମୋହନ.ମହାପାତ୍ରଙ୍କ କମିଶନ ଗଠନ ହେଇଥିଲା। ତେବେ ଜଷ୍ଟିସ ମହାପାତ୍ର କମିଶନଙ୍କ ରିପୋର୍ଟ କୁଆଡେ ହଜିଗଲା।
ପାତ୍ର କମିଶନ
ନୀଳମଣି ରାଉତରାୟ ନେତୃତାଧିନ ଜନତା ପାର୍ଟି ସରକାର ସମୟରେ,୧୯୭୭ରେ ନବକଳେବରରେ ହୋଇଥିବା ବିଭ୍ରାଟ ନେଇ ଗଠନ ହୋଇଥିଲା ଜଷ୍ଟିସ ବି.କେ.ପାତ୍ର କମିଶନ। ଶ୍ରୀମନ୍ଦିର ରୀତିନୀତିରେ ସେବାୟତଙ୍କ ବଂଶାନୁକ୍ରମିକ ଅଧିକାରକୁ ଉଚ୍ଛେଦ କରିବାକୁ ପ୍ରସ୍ତାବ ଦେଇଥିଲା। ହେଲେ ପାତ୍ର କମିଶନଙ୍କ ରିପୋର୍ଟକୁ ଓଡ଼ିଶା ସରକାର ସେବାୟତଙ୍କ ଭୟରେ ନାଲିଫିତା ତଳେ ଚାପି ଦେଲେ।
ଏଥିସହ ପଢ଼ନ୍ମୁ-ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ କରାଇଲେ; କିନ୍ତୁ କହିପାରିଲେନି ଯେ ‘ସେମାନେ ଆମ ମାଟିର ପୁଅ’
Connect With Us