ଆରପାରିରେ ମହାରାଣୀ ଏଲିଜାବେଥ୍:ଜାଣନ୍ତୁ ମହାରାଣୀଙ୍କୁ କଣ ଉପହାର ଦେଇଥିଲେ ମହାତ୍ମାଗାନ୍ଧି

ବ୍ରିଟେନ୍ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ ଙ୍କର ଦେହାନ୍ତ ହୋଇଛି।ବ୍ରିଟେନରେ ବ୍ୟାପକ ସାମାଜିକ ପରିବର୍ତ୍ତନ ଓ ଆର୍ଥିକ ସଂସ୍କାର ଆଣି ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି। ତାଙ୍କ ଦେହାନ୍ତ ପରେ ବଡପୁଅ ଚାର୍ଲସ୍ ତୃତୀୟ ସିଂହାସନ ଆରୋହଣ କରିବେ।ଭାରତ ସହ ଏଲିଜାବେଥଙ୍କର ଗଭୀର ସମ୍ପର୍କ ଥିଲା। ସେ ଭାରତକୁ ୩ ଥର ଆସିଛନ୍ତି। ଭାରତର ପ୍ରମୁଖ ନେତାଙ୍କ ସହ ତାଙ୍କର ଗଭୀର ସମ୍ପର୍କ ମଧ୍ୟ ରହିଥିଲଲା। ସ୍ୱାଧିନତା ପରେ ମଧ୍ୟ ଅନେକଥର ସେ ଭାରତ ଗସକତରେ ଆସି ନିଜ ସୁସମ୍ପର୍କର ପରିଚୟ ଦେଇଛନ୍ତି।

ମହାରାଣୀଙ୍କ ଭାରତ ଗସ୍ତ
ମହାରାଣୀ ଏଲିଜାବେଥଙ୍କ ସହ ଭାରତର ଖୁବ୍ ଭଲ ସମ୍ପର୍କ ରହିଛଥିଲା। ସେ ପ୍ରଥମଥର ପାଇଁ ତାଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କ ସହ ୧୯୬୧ରେ ଭାରତ ଆସିଥିଲେ। ଭାରତ ଗସ୍ତ ସବୁଠୁ ଅଧିକ ସ୍ମରଣୀୟ ଥିଲା। ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ସେତେବେଳର ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ, ସେତେବେଳେ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ଉପରାଷ୍ଟ୍ରପତି ସର୍ବପଲୀ ରାଧାକ୍ରିଷ୍ଣନ୍ ସ୍ୱାଗତ କରିଥିଲେ । ସାଧାରଣତନ୍ତ୍ର ଦିବସରେ ତାଙ୍କୁ ମୁଖ୍ୟ ଅତିଥି କରାଯାଇଥିଲା।ଜାନୁଆରୀ ୨୭ରେ ସେ ଏମ୍ସ ବିଲଡିଂର ମଧ୍ୟ ଉଦଘାଟନ କରିଥିଲେ। ପରେ ୧୯୮୩ ଓ ୧୯୯୭ରେ ସେ ଭାରତ ଗସ୍ତରେ ଆସିଥିଲେ। ୧୯୮୩ ଗସ୍ତ ବେଳେ ସେ ସେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଭେଟିଥିଲେ। ୧୯୯୭ରେ ଭାରତ ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ଅବସରରେ ମଧ୍ୟ ଏଲିଜାବେଥ୍ ଭାରତ ଆସିଥିଲେ । ତାଙ୍କର ଏହି ଗସ୍ତ ଉଭୟ ଦେଶ ପାଇଁ ସ୍ମରଣୀୟ।

ମହାରାଣୀଙ୍କୁ କଣ ଉପହାର ଦେଇଥିଲେ ମହାତ୍ମାଗାନ୍ଧି
ବ୍ରିଟେନର ମହାରାଣୀଙ୍କ ସହ ମହାତ୍ମାଗାନ୍ଧୀଙ୍କ ସହ ମଧ୍ୟ ସୁସମ୍ପର୍କ ରହିଥିଲା। 1947 ନଭେମ୍ବର ରେ ସେ ଫିଲିପାଇନସଙ୍କୁ ବିବାହ କରିଥିଲେ। ଏହି ଉତ୍ସବରେ ଅନେକ ମାନ୍ୟଗଣ ବ୍ୟକ୍ତିଙ୍କ ସହ ମହାତ୍ମା ଗାନ୍ଧିଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଥିଲା। ମହାତ୍ମାଗାନ୍ଧି ଉଭୟ ନବଦମ୍ପତ୍ତିକୁ ଏକ ରୁମାଲ ଉପହାର ଆକାରରେ ଦେଇଥିଲେ। ଯାହାକୁ ସାଇତି ରଖିଥିଲେ ମହାରାଣୀ ଏଲିଜାବେଥ୍।ମହାରାଣୀଙ୍କୁ ମହାତ୍ମାଙ୍କ ଉପହାର ଖୁବ୍ ପସନ୍ଦ ଆସିଥିଲା। ଅନେକ ବର୍ଷ ପରେ ମଧ୍ୟ ସେ ଏହାକୁ ସାଇତି ରଖିବା ସହିତ ଏବେକାର ପ୍ରଧାନମନତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ତାଙ୍କର ଅନୁଭୁତି ବଖାଣିଥିଲେ।
Connect With Us