Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ମନମୋହନ ସିଂହଙ୍କ ଜୀବନୀ ଉପରେ ଫିଲ୍ମ, କଂଗ୍ରସେ ଲାଗି ଅଡୁଆ ସୃଷ୍ଟି କରିପାରେ

By admin • December 30, 2018 • ନ୍ୟୁଜ୍, ପଲିଟିକ୍ସ, ଫିଲ୍ମ
Anupamp-Kher

ନିର୍ବାଚନୀ ବର୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ. ମନମୋହନ ସିଂହଙ୍କ ବାଇଗ୍ରାଫିକାଲ୍ ଫିଲ୍ମ‘ଦି ଏକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’ ର ଟ୍ରେଲର ଆସିଯାଇଛି। ଏହି ଫିଲ୍ମଟି ପଲଟିକାଲ୍ କମେଣ୍ଟଟେର ସଞ୍ଜୟ ବାରୁଙ୍କ ପୁସ୍ତକ‘ଦି ଏକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’ରୁ ଆସିଅଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କିପରି ପ୍ରାଇମ ମିନିଷ୍ଟରଙ୍କ ଅଫିସର ଗୁରୁତ୍ୱ କମାଇ ଦେଉଥିଲେ ତାହା ଏହି ସିନେମାରେ ପ୍ରଦର୍ଶିତ ହୋଇଛି। ସେହିଭଳି ରାହୁଲ ଗାନ୍ଧି ମଧ୍ୟ ମନମୋହନ ସିଂହଙ୍କ କାର୍ଯ୍ୟକୁ ସମ୍ମାନ ଦେଉନଥିଲେ, ତାହା ମଧ୍ୟ ଫିଲ୍ମରେ ସ୍ଥାନ ପାଇଥିବାର ଶୁଣା ଯାଉଛି । ତେବ ‘ଦି ଏକ୍ସିଡେଣ୍ଟାଲ  ପ୍ରାଇମ ମିନିଷ୍ଟର’ ବହିକୁ ନେଇ ଯେଉଁ କଣ୍ଟରଭର୍ସି ଥିଲା, ଏବେ ଫିଲ୍ମଟିକୁ ନେଇ ମଧ୍ୟ ସେହି ବିବାଦ।

ସଞ୍ଜୟ ବାରୁଙ୍କ ପୁସ୍ତକ

କଣ ସେହି କଣ୍ଟରଭର୍ସି ?
୧-ସଞ୍ଜୟ ବାରୁ ପିଏମଓରେ ୪ବର୍ଷ(୨୦୦୪-୨୦୦୮)ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିଲାବେଳେ ନିଜ ଅନୁଭୂତିରୁ ଲେଖିଛନ୍ତି। ମନମୋହନ ସିଂହଙ୍କ କାର୍ଯ୍ୟରେ କିପରି ସୋନିଆ ଗାନ୍ଧି ହସ୍ତକ୍ଷେପ କରୁଥିଲେ ସେ ବିଷୟରେ ଲେଖାଯାଇଛି। ଏହାକୁ ନେଇ ବିବାଦ ହେଲା ଯେ ବାଧ୍ୟ ହୋଇ ପିଏମଓ ହସ୍ତକ୍ଷେପ କରି ଏହାକୁ କାଳ୍ପନିକ ବୋଲି କହିଥିଲା। ଅନ୍ୟପଟେ ବାରୁ କହିଛନ୍ତି  ଯେ ମୁଁ ସତ୍ୟର ମାତ୍ର ୫୦ ପ୍ରତିଶତ ନିଜ ପୁସ୍ତକରେ ଲେଖିଛି ।
୨-ବହି ଏବଂ ଫିଲ୍ମ ମଧ୍ୟରେ କେତେ ସମାନତା ଅଛି, ତାହା ଫିଲ୍ମ ରିଲିଜ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ନ୍ୟୁକ୍ଲିୟର ଡିଲ(ଆମେରିକା ସହ ବେସାମରିକ ପରୁମାଣ ଚୁକ୍ତି) ଠାରୁ ଆରମ୍ଭ କରି କାଶ୍ମରୀ ଘଟଣା ଏଥିରେ ରହିଛି। ମନୋମହୋନ ସିଂହ ଓ କଂଗ୍ରେସ ଭିତରେ ଥିବା କନ୍ଦଳକୁ ଏଥିରେ ଚିତ୍ରିତ କରାଯାଇଛି।

୩-ଫିଲ୍ମର କାଷ୍ଟଙ୍ଗି ପୁରା ଜବରଦସ୍ତ। ଫିଲ୍ମରେ ମନମୋହନ ସିଂହଙ୍କ ଅଭିନୟରେ ଅନୁପମ ଖେର ଅଛନ୍ତି।  ସେ ମନମୋହନଙ୍କ କ୍ୟାରେକ୍ଟରକୁ ନିକ୍ଷୁଣ ଭାବରେ ଅଭିନୟ କରିଛନ୍ତି। ତାଙ୍କ ସ୍ୱରଠୁ ଆରମ୍ଭ କରି ଚାଲିଚଳନି ପର୍ଯ୍ୟନ୍ତ ପୁରା ମନମୋହନ ସିଂହଙ୍କ ପରି ଲାଗୁଛି । ସୋନିଆ ଗାନ୍ଧିଙ୍କ ଭୂମିକାରେ ଆସୁଛନ୍ତି ସୁଜେନ ବର୍ଣ୍ଣେଟ। ସୁଜେନ, ଜର୍ମାନୀର ହନିମୁନ ଟ୍ରାଭେଲସ୍ ପ୍ରାଇଭେଟ ଲିମିଟେଡ ପରି ଫିଲ୍ମରେ ନଜର ଆସିଛନ୍ତି। କୌସଟି ଜିନ୍ଦଗେକି ଏବଂ ଚକ୍ରବର୍ତ୍ତି ଅଶୋକ ସମ୍ରାଟ ଭଳି ଟିଭି ସିରିୟଲରେ ମଧ୍ୟ ସେ ନଜର ଆସିଛନ୍ତି । ରାହୁଲ ଗାନ୍ଧିଙ୍କ କ୍ୟାରେକ୍ଟରରେ ନଜର ଆସିବେ ଅର୍ଜୁନ ମାଥୁର।ଏହା ପୂର୍ବରୁ ସେ ମାଇ ନେମ ଇଜ ଖାନ ଓ ବେଗମ ଜାନ ଫିଲ୍ମରେ ଅଭିନୟ କରିଛନ୍ତି।ପ୍ରିୟଙ୍କା ଗାନ୍ଧିଙ୍କ ରୋଲରେ ଆସୁଛନ୍ତି ଉହାନା କୁମରା। ଏହା ପୂର୍ବରୁ ସେ ଲିପିଷ୍ଟିକ ଅଣ୍ଡର ମାଇ ବୁର୍ଖା ଫିଲ୍ମରେ ଅଭିନୟ କରିଛନ୍ତି। ଫିଲ୍ମର ନେରେଟର ଓ ଲେଖକ ସଞ୍ଜୟ ବାରୁଙ୍କ ରୋଲରେ ଆସୁଛନ୍ତି ଅକ୍ଷୟ ଖାନ୍ନା ।
୪-ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ରତ୍ନାକର ଗୁଟ୍ଟେ। ବିଜୟ ମହାରଷ୍ଟ୍ରର ବଡ ଚିନି ବ୍ୟବସାୟୀ ରତ୍ନାକର ଗଟ୍ଟେଙ୍କ ପୁଅ। ୩୪ କୋଟି ଜିଏସଟି ହେରଫେର ମାମଲାରେ ବିଜୟଙ୍କୁ ମୁମ୍ବ।ଇ ପୋଲିସ ରିରଫ କରିଥିଲା। ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର ସୁଟିଙ୍ଗ ଲଣ୍ଡନ ଏବଂ ଦିଲ୍ଲୀରେ ହୋଇଛି। ଫିଲ୍ମଟି ଆଗାମୀ ୧୧ ଜାନୁଆରିରେ ପରଦାକୁ ଆସିବ ବୋଲି କୁହାଯାଉଛି।
୫- ଫିଲ୍ମ ରିଲିଜ୍ ହେବା ପୁର୍ବରୁ ସେନେସର ବୋର୍ଡର ଅନୁମତି ମିଳିବା ଦରକାର। ସେନସର ବୋର୍ଡର ପୂର୍ବତନ ଚିଫ୍ ପହଲାଜ ନିହଲାନୀଙ୍କ ମୁତାବିକ ଫିଲ୍ମ ରିଲିଜ ହେବା ପୂର୍ବରୁ ମନମୋହନ ସିଂହ ଏବଂ ରାହୁଲ ଗାନ୍ଧିଙ୍କ ଠାରୁ ନୋ ଅବଜେକସନ ସାର୍ଟିଫିକେଟ ଆଣିବାକୁ ପଡିବ। ଏହି ସବୁ ଜାଣିବା ପାଇଁ ହେଲେ ସିନେପ୍ରେମୀଙ୍କୁ ୧୧ ଜାନୁଆରୀ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

Accidental Prime MinisterAnupam KherManmohan SinghRahul GandhiSonia Gandhi
Tweet
0
କମୁଛି ପେଟ୍ରୋଲ-ଡିଜେଲ ଦର,ଘାଟାରେ ଓଡ଼ିଶା
ଗ୍ରେଟ୍ କ୍ରିକେଟର,କେବେ ଫିଙ୍ଗି ନାହାନ୍ତି ଓ୍ୱାଇଡ୍ କି ନୋ-ବଲ୍

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.