ରିପିଟ୍ ହେବ RCBର ଇତିହାସ! ପ୍ରଥମ ସିଜିନର ଚାମ୍ପିୟନ୍,ଏବେ IPL ଫାଇନାଲରେ

ପ୍ରଥମ ଥର IPL ଟ୍ରଫି ହାତେଇ ଇତିହାସ ରଚିଥିବା RCB ଟିମର ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଲଗାତର ୧୩ ଥର ଫାଇନାଲ୍ ମ୍ୟାଚରୁ ଦୂରେଇ ରହିଥିବା(Royal Challengers Bangalore) ଚଳିତ ଥର ଫାଇନାଲ୍ ମ୍ୟାଚ୍ ଖେଳିବ। ଶେନ୍ ୱାର୍ଣ୍ଣଙ୍କ ନେତୃତ୍ତ୍ୱରେ ୨୦୦୮ ରେ IPLରେ ପାଦ ଥାପି ପ୍ରଥମ ସଫଳତା ପାଇଥିବା ଏହି ଟିମ୍ ତାର ଇତିହାସ ଦୋହରାଇବା ପାଇଁ ଯାଉଛି। ଟିମ୍ ମେମ୍ବର୍ ଓ ସମର୍ଥକଙ୍କ ମଧ୍ୟରେ ଏ ନେଇ ଖୁବ୍ ଉତ୍ସାହ ରହିଛି। ମେ ୨୮ ରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ସହ ଲଢ଼େଇ ହେବ। ଏ ଟ୍ରଫି ହାତେଇଲେ ଦିବଂଗତ ଖେଳାଳୀ ତଥା ପ୍ରଥମ ବିଜୟର ମୁଖ୍ୟ ପୁରୋଧା ଶେନ୍ ୱାର୍ଣ୍ଣଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଚର୍ଚ୍ଚା ହେଉଛି।

କିଭଳି ଥିଲା RCBର ପ୍ରଥମ IPL ଲଢ଼େଇ
୨୦୦୮ ଏପ୍ରିଲ ୧୮ ତାରିଖରେ ଆଇପିଏଲର ପ୍ରଥମ ମ୍ୟାଚ୍ ବାଙ୍ଗାଲୋରର ଏମ୍. ଚିନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ମଧ୍ୟରେ ଦମଦାର ଟକ୍କର ହୋଇଥିଲା। ଲିଗର ପ୍ରଥମ ଏବଂ ଐତିହାସିକ ମ୍ୟାଚରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ କୋଲକାତା ଟିମ୍ ୧୪୦ ରନର ବିଶାଳ ବ୍ୟବଧାନରେ ବାଜିମାତ୍ କରିଥିଲା। ସେତେବେଳେ ବାଙ୍ଗାଲୋର ଟିମର ଅଧିନାୟକ ରହିଥିଲେ ରାହୁଲ ଦ୍ରାବିଡ୍। ତେବେ ଆଇପିଏଲର ପ୍ରଥମ ସିଜିନରେ ଫାଇନାଲ୍ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗସକୁ ୩ ୱିକେଟରେ ରାଜସ୍ଥାନ ରୟାଲ୍ସ ମାତ୍ ଦେଇଥିଲା। ସେତେବେଳେ ଚେନ୍ନାଇର ଅଧିନାୟକ ରହିଥିଲେ ମହେନ୍ଦ୍ର ସିଂହ ଧୋନୀ।ଏହି ସିଜନରେ ଦିବଙ୍ଗତ ଖେଳାଳୀ ସେନ୍ ୱର୍ନଙ୍କ ନେତୃତ୍ୱରେ ରାଜସ୍ଥାନ ରୟାଲ୍ସ ବିଜେତା ବନିଥିଲା। ସେବେଠାରୁ RCB ଟିମ୍ ଫାଇନାଲ୍ ମ୍ୟାଚ୍ ଖେଳି ପାରିନଥିଲା ବେଳେ ଚଳିତ ଥର ଫାଇନାଲ୍ ରାଉଣ୍ଡରେ ଅବତୀର୍ଣ୍ଣ ହୋଇ ରେକର୍ଡ ସୃଷ୍ଟି କରିବା ଲକ୍ଷ ଧାର୍ଯ୍ୟ କରିଛି।
Connect With Us