Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବିଧାୟକଙ୍କ ହାତରେ ରହିବ ଛାତ୍ର ସଂଗଠନ: ପଶ୍ଚିମ ଓଡ଼ିଶାକୁ ୟୁଥ୍ ଓ୍ୱିଙ୍ଗର ଦାୟିତ୍ୱ!

By admin • June 15, 2019 • ନ୍ୟୁଜ୍, ପଲିଟିକ୍ସ

୨୦୧୯ନିର୍ବାଚନରେ ବିଜେଡି ବଡ଼ ବିଜୟ ପଛରେ ଛାତ୍ର ଓ ଯୁବ ସଂଗଠନର ଅବଦାନ ଥିଲା ପରି ଲାଗୁ ନାହିଁ।ଯଦିଓ ଛାତ୍ର ଓ ଯୁବ ବିଜେଡି ସଭାପତିଙ୍କୁ ଟିକେଟ ମିଳି ନଥିଲା।କିନ୍ତୁ ଉଭୟ ସଂଗଠନର କିଛି ପଦାଧିକାରୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ।ଛାତ୍ର ବିଜେଡିର କାର୍ଯ୍ୟକାରୀ ସଭାପତି ଦେବୀରଞ୍ଜନ ତ୍ରିପାଠୀ ଓ ଯୁବ ବିଜେଡିର ଉପସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ବିଧାନସଭା ନିର୍ବାଚନରେ ଲଢ଼ିଥିଲେ।ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ,ବାପାଙ୍କ ଆସନ ବାଙ୍କିରୁ ୨୪ହଜାର ୧୧୮ଭୋଟ ବ୍ୟବଧାନରେ ବିଜୟୀ ହେଲେ।କିନ୍ତୁ ରୋମାଞ୍ଚ ରଞ୍ଜନ ଦେବଗଡ଼ରେ ୭ହଜାର ୧୦୬ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି।ସେଥିପାଇଁ ଶାସକ ଦଳ,ଛାମୁଆ ସଂଗଠନକୁ ମଜଭୁତ କରିବା ଲାଗି ଉତ୍ତମ ସଂଗଠକମାନଙ୍କୁ ଦାୟିତ୍ୱ ଦେବ ବୋଲି ଚର୍ଚ୍ଚା ହେଉଛି।

ସୌଭିକ-ଦେବୀରଞ୍ଜନ

ରେସରେ ଦେବୀ-ସୌଭିକ
ବର୍ତ୍ତମାନର ଛାତ୍ର ସଭାପତି ରାଣାପ୍ରତାପ ପାତ୍ରଙ୍କୁ ବିଦା କରିବାକୁ ବିଜେଡିର ଏକ ଗୋଷ୍ଟୀ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି।କଲେଜ ଇଲକସେନ୍ ପୂର୍ବରୁ ରାଣାଙ୍କ ସ୍ଥାନରେ ଅନ୍ୟ ଜଣେ ସଭାପତି ଦାୟିତ୍ୱ ନେଇ ପାରନ୍ତି।ତେବେ ଛାତ୍ର ସଂଗଠନ ଅଧିକାଂଶ ସମୟ ୟଙ୍ଗ୍ ବିଧାୟକଙ୍କ ହାତରେ ରହିଛି।ସେ ନୟାଗଡ଼ ବିଧାୟକ ଅରୁଣ ସାହୁ ହୁଅନ୍ତୁ କିମ୍ବା ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ।ସେଥିପାଇଁ ପଲଟିକାଲ୍ ସର୍କଲରେ ଆଲୋଚନା,ପ୍ରଥମ ଥର ବିଧାୟକ ହୋଇଥିବା ଦେବୀରଞ୍ଜନ ତ୍ରିପାଠୀ ବା ସୌଭିକ ବିଶ୍ୱାଳ ଛାତ୍ର ସଂଗଠନର ଦାୟିତ୍ୱ ନେଇ ପାରନ୍ତି।ପ୍ରଭାତ ତ୍ରିପାଠୀଙ୍କ ପୁଅ ଛାତ୍ର ସଂଗଠନ କାର୍ଯ୍ୟକାରୀ ସଭାପତିରୁ ପ୍ରମୋଶନ ଆଶା ରଖିଥିବା ବେଳେ,ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ କଟକର ବିଭିନ୍ନ କଲେଜ ଛାତ୍ର ସଂସଦ ନିର୍ବାଚନରେ ପ୍ରାର୍ଥୀ ଦେଉଛନ୍ତି।ତେଣୁ ଦେବୀରଞ୍ଜନ ବା ସୌଭିକ ସଭାପତି ହେଲେ ଛାତ୍ର ସଂଗଠନ ଅଧିକ କ୍ରିୟାଶୀଳ ହେବ ବୋଲି ଉଭୟଙ୍କ କ୍ୟାମ୍ପ୍ ଯୁକ୍ତି କରୁଛନ୍ତି।ପ୍ରଭାତ ବନାମ ପ୍ରଭାତ
ଉଭୟ ଦେବୀ ରଞ୍ଜନ ଓ ସୌଭିକ ନବୀନଙ୍କ ଗୁଡ୍ ବୁକରେ ରହିଛନ୍ତି।କିନ୍ତୁ ବିଜେଡିର ମୁଣ୍ଡ ବିନ୍ଧାର କାରଣ ହେଉଛି ଜଣକୁ ଦାୟିତ୍ୱ ଦେଲେ ଅନ୍ୟ ଜଣେ ସହଯୋଗ କରିବେ ନାହିଁ।କଟକରେ ବିଜେଡିରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି।ଏଭଳି ସ୍ଥିତିର ଫାଇଦା ଉଠାଇ ପାରନ୍ତି ଅରୁଣ ସାହୁ। କୁହାଯାଏ ଛାତ୍ର ସଭାପତି ଯିଏ ବି ହୁଅନ୍ତୁ ନା କାହିଁକି,ଚାବିକାଠି ଥାଏ ଅରୁଣଙ୍କ ହାତରେ।ବ୍ୟମୋକେଶ ରାଏ ଛାତ୍ର ସଭାପତି ଥିବାବେଳେ ଅରୁଣ ଥିଲେ ସର୍ବେସର୍ବା।

ହରିଶଙ୍କର-ଅରୁଣ ସାହୁ

ରାଣାପ୍ରତାପ ଅରୁଣଙ୍କ କ୍ୟାମ୍ପର ନହେବାରୁ ଛାତ୍ର ସଂଗଠନ ଦୁର୍ବଳ ହୋଇଗଲା।ସେଥିପାଇଁ ଏଥର ଛାତ୍ର ଟିମକୁ ଅରୁଣ ସାହୁଙ୍କ ଫେଭରାଇଟଙ୍କୁ ମିଳିବ ବିଜେଡିର ଅଘୋଷିତ ସୁପ୍ରିମୋ ପ୍ରଣବ ପ୍ରକାଶ ଦାସଙ୍କ କ୍ୟାମ୍ପ ଚାହୁଁଛି।ଅରୁଣଙ୍କ ପ୍ରଥମ ପସନ୍ଦ ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ହରିଶଙ୍କର ରାଉତ।ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ହରିଶଙ୍କର,ବିଜେପୁର ଉପନିର୍ବାଚନରେ ସଂଗଠନ କରିବାର ପରାକାଷ୍ଠା ଦେଖାଇଛନ୍ତି।
ବ୍ୟମୋଙ୍କ ଲାଗି ଅରୁଣ ଅଡୁଆ,ଡାର୍କ ହର୍ସ ସଞ୍ଜିତ
ସେହିଭଳି ଅମରେଶ ପତ୍ରୀଙ୍କ ସ୍ଥାନରେ ବିଧାୟକ ବ୍ୟମୋକେଶ ରାୟଙ୍କୁ ଯୁବ ସଂଗଠନ ସଭାପତି କରାଯାଇ ପାରେ। ହେଲେ ବ୍ୟମୋକେଶଙ୍କୁ ଯୁବ ସଭାପତି କଲେ ଉଭୟ ଛାତ୍ର ଓ ଯୁବ ସଂଗଠନକୁ ଅରୁଣଙ୍କ ନିୟନ୍ତ୍ରଣକୁ ଚାଲିଯିବ। ଅରୁଣଙ୍କୁ ସୁପର ପାଓ୍ୱାର କରିବାକୁ ଚାହୁଁ ନଥିବା ପ୍ରଣବ ପ୍ରକାଶ ଦାସ ନିଜର ସମର୍ଥକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଯୁବ ସଂଗଠନର ଦାୟିତ୍ୱ ଦେଇପାରନ୍ତି।

ଦେବଗଡ଼ ଆସନରୁ ପରାଜିତ ରୋମାଞ୍ଚ ରଞ୍ଜନଙ୍କ ଜରିଆରେ ପ୍ରଣବ ପ୍ରକାଶ ପଶ୍ଚିମ ଓଡ଼ିଶା କାର୍ଡ ମଧ୍ୟ ଖେଳି ପାରନ୍ତି।ତେବେ ଯୁବ ସଂଗଠନକୁ ନିୟନ୍ତ୍ରଣରେ ରଖୁଥିବା ସଞ୍ଜୟ ଦାସବର୍ମା ମଧ୍ୟ ଲାଗିଛନ୍ତି ନିଜ ସମର୍ଥକଙ୍କୁ ଥଇଥାନ କରିବା ଯୋଜନାରେ। ଯୁବ ସଂଗଠନର କାର୍ଯ୍ୟକାରୀ ସଭାପତି ସଞ୍ଜିତ ମହାନ୍ତିଙ୍କୁ ସଭାପତି କରିବା ମୁଡରେ ଅଛନ୍ତି ସଞ୍ଜୟ। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମ୍ପର୍କୀୟ ଭାଇ ସଞ୍ଜିତଙ୍କୁ,ପ୍ରଣବ ପ୍ରକାଶ ବିରୋଧ କରିନପାରନ୍ତି।ଏମିତି ବି ସମ୍ବଲପୁରକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ନଥିବାରୁ,ସଞ୍ଜିତଙ୍କ ଜରିଆରେ ସେହି ଅଭିଯୋଗକୁ ବିଜେଡି ପ୍ରଶମିତ କରିପାରେ।
                                                           ଲେଖା-ଦେବେନ୍ଦ୍ର ନାୟକ   

DEBIRANJAN TRIPATHYHARI SANKAR ROUTROMANCH RANJAN BISWALSANJIT MOHANTYSOVIC BISWALSTUDENTS BJDYOUTH BJD
Tweet
1
କେବଳ ଧୋନି ନୁହଁନ୍ତି କପିଲ ବି ଥିଲେ ଗୁଡ୍‌ ଫିନିସର୍‌:ଛକା ମାରି ଜିତାଉଥିଲେ ଟେଷ୍ଟ ମ୍ୟାଚ
ପାକିସ୍ତାନ ବିପକ୍ଷରେ ହିଟ୍ ମ୍ୟାନ୍ ସୋ, ଶତକ ମାରିଲେ ରୋହିତ ଶର୍ମା

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

1 Comment

  • Reply Nirakar samal June 15, 2019 at 7:45 pm

    ଦଳ ର ସୁପ୍ରିମ ଯାହାକୁ ଯେଉଁ ଦାୟିତ୍ଵ ଦେବେ ସେମାନେ ସେଇ ଦାୟିତ୍ଵ କୁ ସୁଚାରୁ ରୂପେ ସମ୍ପନ୍ନ କରିବେ ବୋଲି ଆମର ଆଶା ଆମ୍ଭ ମତରେ ଛାତ୍ର ସଭାପତି ଦାୟିତ୍ଵ ରେ ଥିବା ରାଣା ପ୍ରତାପ ପାତ୍ର ଙ୍କ କାର୍ଯ୍ୟ କରୁଥିବା ଶୈଳୀ ଆମ୍ଭ ମାନଙ୍କୁ ବହୁତ୍ ଆନନ୍ଦିତ କରିଛି ଦଳ ପାଇଁ କାମ କରିବା କୁ ଏଣୁ ମୁଁ ମାନ୍ୟବର ସୁପ୍ରିମୋ ଯେଉଁ ଦାୟିତ୍ଵ ଯାହାକୁ ଦେବେ ଆମ୍ଭେ ମାନେ ତାଙ୍କ ପ୍ରେରଣା ରେ କାର୍ଯ୍ୟ କରିବୁ

Leave a Reply Cancel Reply

Video

https://www.youtube.com/watch?v=hER96lgu8yk

Latest News

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

    March 11, 2020
  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

    March 10, 2020
  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

    December 18, 2019
  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

    December 17, 2019
  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

    December 12, 2019

Subscribe & Follow

Find us on Facebook

Popular Posts

BIJU-ARUN

ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

On November 14, 2018
01
Prakash-Mishra

ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

On November 19, 2018
02
MAHANGA MOOD

ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

On November 4, 2018
03
Facebook Twitter

CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

Copyright © 2018. All rights reserved.