Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଏକା ରୋହିତ ଶର୍ମା, ଓ୍ୱେଷ୍ଟଇଣ୍ଡିଜକୁ ୯ ରନରେ ହରାଇ ଦେଲେ

By admin • October 29, 2018 • ନ୍ୟୁଜ୍, ସ୍ପୋର୍ଟସ୍
ROHIT SHARMA

ପୁଣେ ପରାଜୟର ହିସାବ ମୁମ୍ବାଇରେ ନେଇଛି ଟିମ୍ ଇଣ୍ଡିଆ। ରୋହିତ ଶର୍ମା ଓ ଅମ୍ବାତି ରାୟଡୁଙ୍କ ଜମାଣିଆ ଶତକ ପରେ ଆଟାକିଂ ବୋଲିଂ ଓ୍ୱେଷ୍ଟଇଣ୍ଡିଜର ଆଶାକୁ ପାଣିଚିଆ କରିଦେଲା।୨୨୪ରନର ବିପୁଳ ବ୍ୟବଧାନରେ ଭ୍ରମଣକାରୀ ଦଳକୁ ହରାଇ ସିରିଜକୁ କମବ୍ୟାକ୍ କରିଛି ବିରାଟ ବାହିନୀ। ମୁମ୍ବାଇ ବ୍ରାବର୍ଣ୍ଣ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ୱିକେଟ୍ ହରାଇ ୩୭୭ ରନ୍ କରିଥିଲା। ଆଜି ପୁଣି ଥରେ ଗର୍ଜିଥିଲା ହାର୍ଡ ହିଟ୍ ରୋହିତ ଶର୍ମାଙ୍କ ବ୍ୟାଟ୍। ରୋହିତଙ୍କ ବ୍ୟାଟରୁ ବାହାରିଥିଲା ୧୬୨ରନ୍। ସେହିପରି ଓ୍ୱେଷ୍ଟଇଣ୍ଡିଜ ବୋଲରଙ୍କୁ ନିର୍ଧୁମ ଛେଚିଥିଲେ ଅମ୍ବାତି ରାୟଡୁ। ଚତୁର୍ଥ ସ୍ଥାନରେ ଖେଳିବାକୁ ଆସି ଶତକ ମାରିଦେଲେ। ଏହାଥିଲା ଅମ୍ବାତି ରାୟଡୁଙ୍କର ତୃତୀୟ ଦିନିକିଆ ଶତକ। ସେହିପରି ରୋହିତ ୨୧ତମ ଶତକର ଅଧିକାରୀ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଶେଷ ଆଡକୁ ଧୋନି ଓ କେଦାର ଯାଦବ ବି କମ୍ ବଲରେ ବେଶ କିଛି ରନ୍ ବାହାର କରିଥିଲେ।
🔝MAN!

What an innings this has been from the HITMAN!!@Paytm #INDvWI pic.twitter.com/NoRImtbR7B

— BCCI (@BCCI) October 29, 2018


ବ୍ୟାଟସମ୍ୟାନ୍ ତାଙ୍କ କାମ ସାରିବା ପରେ କରାମତି ଦେଖାଇଥିଲେ ଭାରତୀୟ ବୋଲର। ୩୭୮ରନ୍ ଟାର୍ଗେଟର ପିଛା କରି ଓ୍ୱେଷ୍ଟଇଣ୍ଡିଜ ପ୍ରଥମରୁ ଚାପରେ ରହିଥିଲା। ପଞ୍ଚମ ଓ ଷଷ୍ଠ ଓଭରରେ ଦୁଇ ଦୁଇଟି ରନ୍ ଆଉଟ୍ କାରାବେୟାନ୍ ବାହିନୀ ପାଇଁ ମହଙ୍ଗା ହେଲା। ରନଆଉଟ୍ ହୋଇ ପାଭିଲନ୍ ଫେରିଥିଲେ ଓ୍ୱେଷ୍ଟଇଣ୍ଡିଜର ବିଶାଖାପାଟଣା ଓ ପୁଣେ ଓ୍ୱାନଡେ ହିରୋ ସାଇ ହୋପସ୍। ଖଲିଲ୍ ଅହମ୍ମଦ ବି ଭ୍ରମଣକାରୀ ଦଳର ଡଙ୍କ ମୋଡି ଦେଲେ। ଖଲିଲଙ୍କ ଆଟାକିଂ ଫେସ୍ ଆଗରେ ସଅଳ ପଡିଥିଲା ଓ୍ୱିକେଟ୍ । ଶେଷରେ ଟିମ୍ ଇଣ୍ଡିଆ ସ୍କୋରର ଅଧା ବି ରନ୍ କରିବା ସେମାନଙ୍କ ପାଇଁ ମୁସ୍କିଲ ହୋଇଗଲା। ୧୫୩ ରନରେ‌ ଅଲ୍ ଆଉଟ୍ ହୋଇଗଲା ଓ୍ୱେଷ୍ଟଇଣ୍ଡିଜ। ଏପରିକି ରୋହିତ ଏକାକୀ ମାରିଥିବା ୧୬୨ରନ୍ ବି କରି ପାରିଲେ ନାହିଁ। ଓ୍ୱେଷ୍ଟଇଣ୍ଡିଜକୁ ହରାଇ ୫ ଟିକିଆ ସିରିଜରେ ୨-୧ ରେ ଆଗକୁ ହୋଇଛି ଟିମ୍ ଇଣ୍ଡିଆ।
ରାୟଡୁ କହିଲେ, ସବୁବେଳେ କଣ ରୋହିତ-କହିଲେ ସେଞ୍ଚୁରୀ ମାରୁଥିବେ
ସବୁବେଳେ ପିଟୁଥିଲେ ରୋହିତ ଶର୍ମା ଓ ବିରାଟ କୋହଲି। ଏଥର କିନ୍ତୁ କଥା କହିଥିଲା ଅମ୍ବାତି ରାୟଡୁଙ୍କ ବ୍ୟାଟ୍। ଶିଖର ଧଓ୍ନନ ଝୁଣ୍ଟିଥିଲେ। ବିରାଟ କୋହଲି ଫେଲ୍ ମାରିଥିଲେ। ତେବେ ରୋହିତ ଧୂଆଁଧାର ଇନିଂସ ଖେଳିଲେ। ବଢ଼ିଆ ସହଯୋଗ ଦେଲେ ଅମ୍ବାତି ରାୟଡୁ। ଦୁହେଁ ଶତକ ମାରିଛନ୍ତି।
.@RayuduAmbati departs after scoring his 3rd 💯 off 80 deliveries #INDvWI.

What an innings from Rayudu this has been! pic.twitter.com/0flMaT1Cbc

— BCCI (@BCCI) October 29, 2018


ଯଦି ଦେଖିବା ରୋହିତଙ୍କ ଠାରୁ ବି ଦ୍ରୁତ ଶତକ ମାରିଛନ୍ତି ଅମ୍ବାତି ରାୟଡୁ। ରୋହିତ ୯୮ବଲରୁ ଶହେ ରନ୍ ମାରିଥିବା ବେଳେ ରାୟଡୁ ୮୦ ବଲରେ ଶତକ ପୂରା କରିଥିଲେ। ଏହା ଭିତରେ ରହିଛି ୮ଟି ଚୌକା ଓ ୪ଟି ଛକା। ଅମ୍ବାତି ରାୟଡୁଙ୍କ ଏହି ଶତକୀୟ ଇନିଂସ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ତାଙ୍କ ସ୍ଥାନ ପକ୍କା କରିବାରେ ସହାୟକ ହେବ ନିଶ୍ଚିତ। ଏମିତି ବି ମଧ୍ୟକ୍ରମରେ ଜଣେ ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ୍ ସନ୍ଧାନରେ ଅଛି ଟିମ୍ ଇଣ୍ଡିଆ। ଯଦି ଅମ୍ବାତି ରାୟଡୁ ଫର୍ମ ବଜାୟ ରଖିଲେ ତାଙ୍କୁ ବିଶ୍ୱକପ୍ ଟିକେଟ୍ ମିଳିବା ସୁନିଶ୍ଚିତ।
ଏଥିସହ ପଢ଼ନ୍ତୁ–ନିଜ ଲମ୍ବା କ୍ୟାରିଅରରେ ନୋ ବଲ୍ ଫିଙ୍ଗି ନଥିବା ମହାନ କ୍ରିକେଟର

Ambati RayuduROHIT SHARMATeam IndiaWest Indies
Tweet
0
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଓଡ଼ିଶାରେ ରୋଗୀ ସଂଖ୍ୟା ବଢ଼ାଉଛି !
ଭାଇଙ୍କ ମୃତ୍ୟୁ ହୋଇନଥିଲେ ଷ୍ଟାର ହୋଇପାରି ନଥାନ୍ତେ, ନକ୍ସଲ ମିଥୁନ୍ ଦାଦା

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.