Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

କ୍ରିସମାସ୍‌ ପର ଦିନ ଖେଳାଯାଉଥିବା ମ୍ୟାଚ୍‌କୁ କାହିଁକି ବକ୍ସିଂ ଡେ’ ଟେଷ୍ଟ କୁହାଯାଏ ?

By admin • December 25, 2018 • ସ୍ପୋର୍ଟସ୍
Boxing Day Test

୨୬ ଡିସେମ୍ବର । ଏହି ଦିନ ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳାଯାଏ । ଯାହାକୁ କୁହାଯାଏ ବକ୍ସିଂ ଡେ ଟେଷ୍ଟ । କ୍ରିକେଟ ଦୁନିଆରେ ୨୬ ଡିସେମ୍ବରର ଟେଷ୍ଟ ଭାରି ପ୍ରସିଦ୍ଧି ରହିଛି । ତେବେ କାହିଁକି ଏହି ମ୍ୟାଚ୍‌କୁ ବକ୍ସିଂ ଡେ ଟେଷ୍ଟ ବୋଲି କୁହାଯାଏ? ଜାଣିଛନ୍ତି କି ଏହାପଛର କାରଣ ? କାହିଁକି ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯାଏ ?

Melbourne-Cricket-Ground
ମେଲବୋର୍ଣ୍ଣ କ୍ରିକେଟ ଷ୍ଟାଡିୟମ୍

ବକ୍ସିଂ ଡେ କ’ଣ ?

ବକ୍ସିଂ ସହ ବକ୍ସିଂ ଡେ ଟେଷ୍ଟର କୌଣସି ସମ୍ପର୍କ ନାହିଁ । ଅସଲ କଥାହେଲା କ୍ରିସ୍‌ମାସ ସହ ଏହାର ପୁରାତନ ସଂଯୋଗ ରହିଛି । କ୍ରିସମାସରେ ମିଳୁଥିବା ଉପହାର ସହ ଏହାର ଲିଙ୍କ୍‌ । ସେହି ଗିଫ୍ଟ ସହ ସମ୍ପର୍କ ରହିଛି, ଯାହାକୁ ବଡ଼ଦିନ ସକାଳେ ଏକ ବାକ୍ସରେ ଦିଆଯାଏ । ୨୫ତାରିଖରେ ପରିବାର ଓ ଆତ୍ମୀୟଙ୍କୁ ଦିଆଯାଏ କ୍ରିସମାସ ଉପହାର । କିନ୍ତୁ ଦୂର ଦୂରାନ୍ତରେ ରହୁଥିବା ଲୋକଙ୍କୁ ୨୬ ତାରିଖରେ ଭେଟି ଦିଆଯାଏ ଗିଫ୍ଟ ।  ସପ୍ତାହନ୍ତରେ ଛୁଟି ପଡ଼ିଥିଲେ ପ୍ରଥମ କାର୍ଯ୍ୟ ଦିବସର ଉପହାର ପ୍ୟାକେଟ୍‌  ମିଳିଥାଏ । ପ୍ରଚଳିତ ଇଂରାଜୀ ପରମ୍ପରା ଅନୁସାରେ, କ୍ରିସମାସ୍‌ ପରେ ପଡୁଥିବା ସପ୍ତାହର ପ୍ରଥମ ଦିନକୁ (ସୋମବାରରୁ ଶୁକ୍ରବାର ଭିତରେ ଯେକୌଣସି ଦିନ) ବକ୍ସିଂ ଡେ କୁହାଯାଏ । ସେହିଦିନ ଡାକ କର୍ମଚାରୀ, ଘରେ କାମ କରୁଥିବାଲୋକ, ଜିନିଷପତ୍ର ନେବା ଆଣିବା କରୁଥିବା ଲୋକଙ୍କୁ ଉପହାର ଭାବରେ କ୍ରିସମାସ ବାକ୍ସ ଦିଆଯାଉଥିଲା । ସେବେଠାରୁ ସେହି ଦିନକୁ ବକ୍ସିଂ ଡେ ବୋଲି କୁହାଯାଉଥିଲା । ସମୟକ୍ରମେ ଏଥିରେ ପରିବର୍ତ୍ତନ ଆସିଛି । ପୂର୍ବ ପରମ୍ପରା ଅନୁସାରେ ଓ୍ଵାର୍କିଂ ଡେ ଓ ଓ୍ଵିକେଣ୍ଡକୁ ହିସାବକୁ ନିଆ ନଯାଇ  ୨୬ ଡିସେମ୍ବରକୁ ବକ୍ସିଂ ଡେ ବୋଲି ଧରାଯାଉଛି ।


୧୯୭୫ରେ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍

ଏଥିସହ ପଢ଼ନ୍ତୁ: IPLର ସୁପରହିଟ୍ କ୍ରିକେଟର୍, ଦିନିକିଆରେ ଫ୍ଲପ୍

୧୯୭୫ ମସିହା ଡିସେମ୍ବର ୨୬ ତାରିଖରେ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା । କ୍ଲାଇବ୍‌ ଲଏଡ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗସ୍ତରେ ଆସିଥି ଓ୍ୱେଷ୍ଟଇଣ୍ଡିଜ୍‌ । ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଡେନିସ୍‌ ଲିଲିଙ୍କ ସହ ନୂଆ ବଲ୍‌ ସେୟାର କରିଥିବା ଜୈଫ୍‌ ଥମ୍ପସନ୍‌ ଫର୍ମକୁ ପାଇଥିଲେ । ୧୧ ଓଭର ବୋଲିଂ କରି ୫ଟି ଓ୍ଵିକେଟ ନେଇଥିଲେ ଥମ୍ପସନ୍‌ । ଏହାସହ ଡେନିସ୍‌ ଲିଲି ପ୍ରଥମ ଦିନ ଖେଳ ଶେଷ ବଲରେ କିମ୍ବଦନ୍ତୀ କ୍ରିକେଟର ଭିଭ୍‌ ରିଚାର୍ଡସ୍‌ଙ୍କୁ କ୍ଲିନ୍‌ ବୋଲ୍ଡ କରିଥିଲେ । ଏହି ମ୍ୟାଚ୍‌ ଦେଖିବା ପାଇଁ ପ୍ରଥମ ଦିନ ଷ୍ଟାଡିୟମ୍‌ ଆସିଥିଲେ ୮୫ ହଜାର ୫୯୬ ଦର୍ଶକ । ଟେଷ୍ଟ ମ୍ୟାଚରେ କେବେ ଏତେ ସଂଖ୍ୟକ ଦର୍ଶକଙ୍କୁ ଦେଖିବାକୁ ମିଳି ନଥିଲା । ସେଠାରେ ହିଁ ପ୍ରଥମ ଥର ଦେଖିବାକୁ ମିଳିଥିଲା ବକ୍ସିଂ ଡେ ଏବଂ କ୍ରିକେଟର ମିଳିତ ସଫଳତା ।

୨୦୧୩ରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ବକ୍ସିଂ ଡେଟେଷ୍ଟ । ଷ୍ଟାଡିୟମ୍‌ରେ ୯୧ ହଜାରରୁ ଅଧିକ କ୍ରିକେଟ ଫ୍ୟାନଙ୍କ ଭିଡ଼ ହୋଇଥିଲା । ଯାହାକି ଏପର୍ଯ୍ୟନ୍ତ ଏକ ରେକର୍ଡ ହୋଇ ରହିଛି । ୨୬ ଡିସେମ୍ବର ୨୦୧୮ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବକ୍ସିଂ ଡେ ଟେଷ୍ଟ । ଏହି ମ୍ୟାଚ୍‌ରେ ବି ଦର୍ଶକଙ୍କ ଖଚାଖଚ ଭିଡ଼ ସମ୍ଭାବନା ରହିଛି । ଏମିତିବି ତିନି ଟିକିଆ ଟେଷ୍ଟ ମ୍ୟାଚ୍‌ ୧-୧ରେ ବରାବର ସ୍ଥିତିରେ ରହିଛି । ଶେଷ ଟେଷ୍ଟ ହୋଇଥିବାରୁ ଦର୍ଶକ ଉତ୍କଣ୍ଠିତ ରହିଥିବା ବେଳେରୋମାଞ୍ଚ ଭରା ମ୍ୟାମଚ୍‌ ହେବା ଅନୁମାନ କରାଯାଉଛି ।

ଏଥିସହ ପଢ଼ନ୍ତୁ: ବାଜପେୟୀଙ୍କୁ ହରାଇବା ଲାଗି ସିନେଷ୍ଟାର ବଲରାଜ ସାହାଣୀଙ୍କ ଦ୍ୱାରା ପ୍ରଚାର କରାଇଥିଲେ ନେହରୁ

ଏଥିସହ ପଢନ୍ତୁ :ବିଶ୍ୱକପ୍ ପରେ ଅଲବିଦା: ଧୋନି, ଯୁବରାଜ ଓ ଗେଲଙ୍କୁ ମିସ୍ କରିବ ବାଉଣ୍ଡରି ଲାଇନ୍

Boxing Day TestMelbourne Cricket GroundIndia Cricket Team
Tweet
0
ବାଜପେୟୀଙ୍କୁ ହରାଇବା ଲାଗି ସିନେଷ୍ଟାର ବଲରାଜ ସାହାଣୀଙ୍କ ଦ୍ୱାରା ପ୍ରଚାର କରାଇଥିଲେ ନେହରୁ
ନବୀନ ମାଗିଲେ ଆର୍ଥିକ ସ୍ୱାୟତ୍ତତା,ଧର୍ମେନ୍ଦ୍ର କହିଲେ ‘ଆନ୍ଦଳୋନର ସମୟ ଆସିଛି’

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.