Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

By admin • November 14, 2018 • ପଲିଟିକ୍ସ
BIJU-ARUN

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କୁ ଓଡ଼଼ିଶାବାସୀ ଯେତିକି ସୁଯୋଗ ଦେଇନଥିଲେ, ତା’ଠାରୁ ଢ଼େର ଅଧିକ ସୁଯୋଗ ତାଙ୍କ ସାନ ପୁଅ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି। ୧୮ବର୍ଷ ହେଲା ନିରଙ୍କୁଶ ଭାବେ ରାଜ୍ୟର ଶାସନ ଭାର ତୁଲାଉଛନ୍ତି ନବୀନ। ବିଭିନ୍ନ ସମୟରେ ଚର୍ଚ୍ଚା ହୁଏ, ବ୍ୟାଚଲର୍ ନବୀନଙ୍କ ଉତ୍ତରାଧିକାରୀ କିଏ ହେବ? କାରଣ ବିଜୁ ଲିଗାସୀ ଜାରି ରଖିବାକୁ ହେଲେ, ସେହି ପରିବାରରୁ ଜଣଙ୍କୁ ମଇଦାନରେ ଓହ୍ଲାଇବାକୁ ହେବ। ଏଭଳି ସ୍ଥିତିରେ ନାଁ ଆସେ ନବୀନଙ୍କ ପୁତୁରା ତଥା ତାଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣଙ୍କର। ମ୍ୟାନେଜମେଣ୍ଟ ଡିଗ୍ରୀଧାରୀ ଅରୁଣଙ୍କୁ ୨୦୧୫ଜାନୁଆରୀ ୧୩ରେ ରାଜ୍ୟବାସୀଙ୍କ ଆଗରେ ଇଣ୍ଟ୍ରଡ୍ୟୁସ୍ କରିଛନ୍ତି ନବୀନ। ସେହିଦିନ ନବୀନଙ୍କ ଜନ୍ମସ୍ଥାନ କଟକର ଆନନ୍ଦ ଭବନକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିଥିଲା ବିଜୁ ପରିବାର। ରାଜନୀତିରେ ପ୍ରବେଶ କରିବା ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସେତେବେଳେ ଅରୁଣ କହିଥିଲେ କି ସେ ବର୍ତ୍ତମାନ ନୂଆ,କିନ୍ତୁ ରାଜନୈତିକ କ୍ୟାରିଅରକୁ ଖଣ୍ଡନ ବି କରିନଥିଲେ। ହେଲେ ତା ପରଠାରୁ ଅରୁଣଙ୍କୁ ୪୬ମାସ ହେଲାଣି ଓଡ଼ିଶାବାସୀ  ଆଉ ଦେଖିନାହାନ୍ତି।   (ପରିବାର ସହ ଅରୁଣ)Biju-Familyସୋସିଆଲ ମିଡିଆରେ ପ୍ରଚାର ଆରମ୍ଭ
ଏବେ ଅରୁଣଙ୍କୁ ନେଇ ପୁଣି ଚର୍ଚ୍ଚା।  କାରଣ ବିଜେଡିର ହେଭିୱେଟ୍ ଯୁବନେତା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଫ୍ୟାନ କ୍ଲବର ହ୍ୱାଟସଅପ୍ ଗ୍ରୁପ ଅରୁଣଙ୍କ ପାଇଁ କ୍ୟାମ୍ପେନିଂ ଆରମ୍ଭ କରିଛି। ଅରୁଣ ପଟ୍ଟନାୟକ ଫ୍ୟାନ କ୍ଲବ ନାଁରେ ଏହି ହ୍ୱାଟସଅପ୍ ଗ୍ରୁପ୍ ମେମ୍ବରସିପ୍ ଡ୍ରାଇଭ୍ ପ୍ରଣବ ପ୍ରକାଶ ଦାସ ଫ୍ୟାନ କ୍ଲବରୁ ଷ୍ଟାଟ୍ କରିଛି। ଯେଉଁଥିରେ ବିଜେଡିର ବିଧାୟକ, ସାଂସଦ, ମନ୍ତ୍ରୀ ଓ ଅନେକ ସଂଗଠକ ଅଛନ୍ତି। ତେବେ କିଛି ବିଜେଡି ନେତାଙ୍କ ମନ ବି ଖରାପ,କାରଣ ହ୍ୱାଟସଅପ୍ ଗ୍ରୁପରେ ସଦସ୍ୟ ସଂଖ୍ୟା ୨୫୬ରେ ସୀମିତ। ତେଣୁ ସେମାନେ ଏହି ଗ୍ରୁପରେ ରହିପାରି ନାହାନ୍ତି। ବିଳମ୍ବରେ ଏହି ଗ୍ରୁପ ସଂପର୍କରେ ଜାଣିବାକୁ ପାଇ ବାଦ୍ ପଡିବାରୁ ସେମାନେ ଦୁଖିତ।Arun-Patnaik-FanClub-upଦାୟିତ୍ୱରେ ୟଙ୍ଗ ବ୍ରିଗେଡ୍-ଆଇଏଏସ୍
ଅନ୍ୟପଟେ ନବୀନବାବୁ ଯେ ଅସୁସ୍ଥ, ତାହା ସ୍ପଷ୍ଟ ହୋଇଛି ଗତବର୍ଷ ସ୍ୱାଧୀନତା ଦିବସ ପରେଡ୍ ସମାରୋହରେ। ଖୁବଶୀଘ୍ର ଯେପରି ସରକାରୀ କଳ ଓ ମେସିନାରିକୁ ଅରୁଣ ବୁଝିପାରିବେ, ସେଥିପାଇଁ ବିଜେଡିର କିଛି ଯୁବ ଚେହେରା ଲାଗି ପଡିଛନ୍ତି ଅରୁଣଙ୍କ ରାଜନୈତିକ ଦକ୍ଷତା ବିକାଶରେ। ଶୁଣିବାକୁ ମିଳିଛି ଯେ ସାଂସଦ ଅର୍କକେଶରୀ, କଳିକେଶ ସିଂହଦେଓ ଓ ତାଙ୍କ ଭାଇ ଅର୍କେଶଙ୍କ ସମେତ ମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀରେ ଅରୁଣଙ୍କୁ ଭେଟି ଓଡ଼ିଶାର ରାଜନୈତିକ ପାଣିପାଗ ସହ ପରିଚୟ କରିବାରେ ଲାଗିଛନ୍ତି। ପାୱାର କରିଡର ଅନ୍ୟତମ ଚେହେରା କୁହାଯାଉଥିବା ପ୍ରଣବ ପ୍ରକାଶ ବ୍ୟକ୍ତିଗତ ଭାବେ ଏହି କାମ ହାତକୁ ନେଇଛନ୍ତି। ବାପା ସୂର୍ଗତ ଅଶୋକ ଦାସ ଯେପରି ମନ୍ତ୍ରୀ ନହୋଇ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବରେ ବିଜୁ ପଟ୍ଟନାୟକଙ୍କୁ ସମର୍ଥନ କରୁଥିଲେ, ସେହି ଢ଼ଙ୍ଗରେ ପ୍ରଣବ-ଅରୁଣଙ୍କ ଲାଗି କାମ କରୁଥିବା ଖବର ମିଳୁଛି। ଏହାସହ ଦିଲ୍ଲୀରେ ଥିବା ଜଣେ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ମଧ୍ୟ ଅରୁଣଙ୍କୁ ରାଜ୍ୟ ପଲଟିକ୍ସ ବାବଦରେ ଅପଡେଟ୍ କରୁଥିବାର ଖବର ରହିଛି।

ଏପରି କଥା ବି ବିଜେଡି ଭିତିରିଆ ମହଲରୁ ଶୁଣିବାକୁ ମିଳୁଛି, ନବୀନ ନିବାସ ବି କଟକର ଆନନ୍ଦ ଭବନ ପରି ରାଜ୍ୟବସୀଙ୍କ ଉତ୍ସର୍ଗ କରିବେ ନବୀନ ବାବୁ। ସେଠାକୁ ଲୋକେ ଯିବେ ଓ ବିଜୁ ପରିବାରକୁ ପାଖରୁ ଜାଣିବାକୁ ପାଇବେ। ସେଥିରେ ଅରୁଣ କିଏ ବୋଲି ବି ଜାଣିବେ ଓଡ଼ିଶା ଭୋଟର। ହୁଏତ ୨୦୧୯ନିର୍ବାଚନରେ ଅରୁଣ ଦିଲ୍ଲୀରୁ ଗୋଟିଚାଳନା କରିପାରିନ୍ତି। କିନ୍ତୁ ତା ପରେ ଭୋଟରଙ୍କ ସହ ଯୋଡି ହେବା ପାଇଁ ଅଙ୍କଲ ନବୀନଙ୍କ  ନିର୍ବାଚନ କ୍ଷେତ୍ର ହିଞ୍ଜିଳି କିମ୍ବା ନବୀନ ନିବାସ ସହ ସମ୍ପର୍କ ଥିବା ଏକାମ୍ର ଭୁବନେଶ୍ୱରରୁ ପଲଟିକାଲ୍ କ୍ୟାରିଅର ଆରମ୍ଭ କରିବେ!

ଏଥିସହ ପଢ଼ନ୍ତୁ-ଇଂଲଣ୍ଡ-ଅଷ୍ଟ୍ରେଲିଆକୁ ହରାଉଥିବା ଜିମ୍ବୋଓ୍ୱେ ପରି ୫ଟି ଦଳର ପ୍ରଦର୍ଶନ, ୨୦୧୯ ବିଶ୍ୱକପରେ ଦେଖିବାକୁ ମିଳିବନି

Arun PattnaikBiju LegacyBJDNaveen PatnaikPranab Prakash Dash
Tweet
3
ଇଂଲଣ୍ଡ-ଅଷ୍ଟ୍ରେଲିଆକୁ ହରାଉଥିବା ଜିମ୍ବୋଓ୍ୱେ ପରି ୫ଟି ଦଳର ପ୍ରଦର୍ଶନ, ୨୦୧୯ ବିଶ୍ୱକପରେ ଦେଖିବାକୁ ମିଳିବନି
କୁସ୍ତି ଲଢ଼ି ପେଟକୁ ଦାନା ଯୋଗାଡ଼ କରୁଥିବା ରେସଲର୍ ବଜରଙ୍ଗ ପୁନିଆଁ, ଆଜି ବିଶ୍ୱ ଚାମ୍ପିଅନ୍

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

  • କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

3 Comments

  • Reply Situation Soren November 16, 2018 at 4:55 pm

    ଭଲ ଖବର ଵିଜୁ ଵାଵୁ ଯେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଵିଜୁ ବାଵୁଙ୍କର ଵିକଳ୍ପ ନାହିଁ ବୋଲି ଲୋକେ କହୁଥିଲେ କିନ୍ତୁ ଵିଜୁ ଵାଵୁ ଙ୍କ ପରେ ଓଡ଼ିଶାର ମାନଚିତ୍ରରେ ବହୁତ ଫରକ ଦେଖିବାକୁ ମିଳିଲା ।
    ଏହାପରେ ଯଦି ଅରୁଣ ପଟ୍ଟନାୟକ ଦାଇତ୍ଵ ନିଅନ୍ତି ତେଵେ ଦଳ ଆହୁରି ସୁଦ୍ରୃଢ଼ ହେବ ।

  • Reply Ashok Kumar swain November 17, 2018 at 8:53 am

    So nice

  • Reply M D Toufique. BJD November 17, 2018 at 10:45 am

    Yes

Leave a Reply Cancel Reply

Video

https://www.youtube.com/watch?v=hER96lgu8yk

Latest News

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

    March 11, 2020
  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

    March 10, 2020
  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

    December 18, 2019
  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

    December 17, 2019
  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

    December 12, 2019

Subscribe & Follow

Find us on Facebook

Popular Posts

BIJU-ARUN

ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

On November 14, 2018
01
Prakash-Mishra

ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

On November 19, 2018
02
MAHANGA MOOD

ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

On November 4, 2018
03
Facebook Twitter

CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

Copyright © 2018. All rights reserved.