Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଅମାନିଆ ସେବାୟତ,କଥା କଥାକେ ଉପାସରେ ରଖୁଛନ୍ତି ଷାଠିଏ ପଉଟି ଖିଆ କାଳିଆକୁ

By admin • December 28, 2018 • ନ୍ୟୁଜ୍
Upasa-Kalia

ପୁରୀ: କଥାରେ ଅଛି କାଳିଆ ସାଠିଏ ପଉଟି ଖିଆ।କାଳିଆ ପାଖରେ ଲାଗି ହେଲା ପରେ ଆନନ୍ଦ ବଜାରରେ ମହାପ୍ରସାଦ କାଣିଚାଏ ପାଇ ଦିବ୍ୟ ଆନନ୍ଦ ଲାଭ କରିବା ଉଦ୍ଦେଶ୍ୟରେ ଶହ ଶହ କିଲୋମିଟର ଦୂରରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସେ ଭକ୍ତଟିଏ। କିନ୍ତୁ ମହାପ୍ରସାଦ ପାଇବା ତ ଦୂରର କଥା ନିଜ ହୃଦୟର ସ୍ପନ୍ଦନ ସେହି ଚକା ଆଖିକୁ ଯଦି ଦର୍ଶନ କରିପାରିବନି ଭକ୍ତଙ୍କ ମନ କଣ କହିବ। ଭକ୍ତ କ୍ଷୁବ୍ଧ ହୋଇ ଯୋରଜବରଦସ୍ତି ଶ୍ରୀମନ୍ଦିରକୁ ପ୍ରବେଶ କରିବା ସ୍ୱଭାବିକ। ଆଜି ଶ୍ରୀମନ୍ଦିରର ଏଭଳି କିଛି ଦୃଶ୍ୟ ପ୍ରତ୍ୟେକଟି ଓଡ଼ିଆକୁ ଖୁବ୍ ବାଧିଛି।
ପରମ୍ପରାରେ କଳଙ୍କ ନଲାଗୁ
ସେବାୟତ ଏବଂ ପୋଲିସଙ୍କ ମଧ୍ୟରେ ବିବାଦ ଯୋଗୁ ଉପୁଜିଛି ଏହି ପରିସ୍ଥିତି। ଶ୍ରୀମନ୍ଦିରରେ ନୀତିକାନ୍ତି ବିଳମ୍ବ ହୋଇଛି। ସେବାୟତଙ୍କ ସହ ପ୍ରଶାସନର ଆଲୋଚନା ବିଫଳ ହେବାରୁ ସମାଧାନର ବାଟ ବାହାରି ପାରିନି। ଫଳରେ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ କହିଛନ୍ତି ସେବାୟତଙ୍କ ବିବେକ ଉପରେ ଛାଡ଼ି ଦିଆଯାଇଛି। ଏପଟେ ଦୀର୍ଘ ସମୟ ଧରି ସିଂହଦ୍ୱାର ଆଗରେ ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ବ୍ୟାରିକେଡ୍ ଭାଙ୍ଗି ମନ୍ଦିରକୁ ଯାଇଛନ୍ତି। ତେବେ ଜଗନ୍ନାଥଙ୍କୁ ବାରମ୍ବାର ଉପାସ ରଖିବା ସେବାୟତଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି । ଚଳିତ ବର୍ଷ ଏପ୍ରିଲ ମାସରେ 2ଦିନ ଜଗନ୍ନାଥ ଉପାସ ରହିଥିଲେ।ଯାହାକୁ ନେଇ ବିଧାନସଭା ମଧ୍ୟ ଅଚଳ ହୋଇଥିଲା। ଏବେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଶ୍ରୀମନ୍ଦିର ମହାନ ପରମ୍ପରାରେ କଳଙ୍କ ନଲାଗୁ।ଠାକୁରଙ୍କୁ ଅପୂଜା ରଖିବା କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ଅଗଣିତ ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ କରାନଯାଉ। ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହେଉ ବୋଲି ଗଜପତି କହିଛନ୍ତି।
ଶ୍ରୀମନ୍ଦିରର ବିକଳ୍ପ କଣ ସମୁଦ୍ରକୂଳ?
ଅନ୍ୟପଟେ ଆଜି(ଶୁକ୍ରବାର) ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ସ୍ୱୀକାର କରିଛନ୍ତି ଯେ ଜଗନ୍ନାଥ ଉପାସରେ ଅଛନ୍ତି। କିନ୍ତୁ ଶ୍ରୀମନ୍ଦିରେ ଏଭଳି ବିଶୃଙ୍ଖଳାକୁ ନେଇ ପୁରୀ ଏସପି ବେପରୁଆ ମନ୍ତବ୍ୟ ଦେଇଛନ୍ତି। ଏମିତି ବିଶୃଙ୍ଖଳା ନୂଆ ନୁହେଁ, ମଝିରେ ମଝିରେ ଏମିତି ହୁଏ। ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ହେବାର କିଛି କାରଣ ନାହିଁ। ମନ୍ଦିର ଖୋଲିଲେ ଦର୍ଶନ କରିବେ,ନହେଲେ ନାହିଁ। ସମୁଦ୍ରକୂଳରେ ବୁଲନ୍ତୁ, ଅନ୍ୟ ଦର୍ଶନୀୟ ସ୍ଥାନ ଦେଖନ୍ତୁ। ମନ୍ଦିର ଖୋଲିଲେ ଦର୍ଶନ କରିବେ ବୋଲି ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ମିଡିଆ ଆଗରେ ପୁରୀ ଏସପି କହିଛନ୍ତି।
ଗୁରୁବାର ଘଟଣାର ଇମ୍ପାକ୍ଟ ଶୁକ୍ରବାରରେ
ତେବେ ବିବାଦର ସୁତ୍ରପାତ ଗତକାଲି(ଗୁରୁବାର) ଠାରୁ ଆରମ୍ଭ ହୋଇଛି। ସୂଚନା ଅନୁସାରେ ୩ଜଣ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିଲେ। ଶ୍ରଦ୍ଧାଳୁମାନଙ୍କୁ ବିଦେଶୀ ସନ୍ଦେହ କରି ପୋଲିସ ସେମାନଙ୍କୁ ସିଂହଦ୍ୱାର ନିକଟରେ ଅଟକାଇ ପରିଚୟ ପତ୍ର ମାଗିଥିଲା।ଅନ୍ୟପଟେ ସେବାୟତମାନେ କହିଥିଲେ ଏମାନେ ବିଦେଶୀ ନୁହଁନ୍ତି,ବଙ୍ଗାଳି ଭାଷାରେ କଥା ହେଉଛନ୍ତି। ତେଣୁ ଏମାନଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉ। ଏହାକୁନେଇ ପୋଲିସ ଓ ସେବାୟତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେହି ଘଟଣାରେ ସେବାୟତ ଭିତରଛୁ ମହାପାତ୍ର ଭବାନୀ ଶଙ୍କର  ହସ୍ତକ୍ଷେପ କରିଥିଲେ। ପରେ ସେବାୟତଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗରେ ଥାନାରେ ଏତଲା ମଧ୍ୟ ହୋଇଥିଲା। ପୋଲିସ ପକ୍ଷରୁ ମଧ୍ୟ ସେବାୟତଙ୍କ ବିରୋଧରେ ପାଲଟା ଏତଲା ଦିଆ ଯାଇଥିଲା। ଏହି ବିବାଦର ସମାଧାନ ପାଇଁ ଆଜି (ଶୁକ୍ରବାର) ଏସପି-ଜିଲ୍ଲାପାଳ ସେବାୟତଙ୍କସହ ଆଲୋଚନା କରିଥିଲେ, କିନ୍ତୁ କିଛି ସୁଫଳ ବାହିରି ନଥିଲା।ତେବେ ଆଜି(ଶୁକ୍ରବାର) ଭିତରଛୁ ମହାପାତ୍ର ଭବାନୀ ଶଙ୍କର ସିଂହଦ୍ୱାରା ଖୋଲି ଜୟବିଜୟ ଦ୍ୱାରା ଖୋଲି ନୀତିକାନ୍ତି କରିବାକୁ ଯାଉଥିଲେ। ହେଲେ ତାଙ୍କୁ ଅନ୍ୟ ସେବାୟତମାନେ ଏହା ନକରି ଗତକାଲି(ଗୁରୁବାର) ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସେବା ବନ୍ଦ ରଖିବାକୁ ପ୍ରବର୍ତ୍ତାଇ ଥିଲେ। ପରେ ସେବାୟତମାନେ ଶ୍ରୀଜିଉଙ୍କ ନୀତିକାନ୍ତି କରିନଥିଲେ।

JAGANNATH TEMPLE

ଧାଡ଼ି ଦର୍ଶନକୁ ବିରୋଧ କରିଥିଲେ
ଅନ୍ୟପଟେ ଜଗନ୍ନାଥ ଉପାସ ରହିବା ଘଟଣାକୁ ନେଇ ଶ୍ରଦ୍ଧାଳୁଙ୍କୁ ବ୍ୟତିଥ କରିଛି। ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ମଧ୍ୟ ଜଗନ୍ନାଥ 2ଦିନ ଉପାସ ରହିଥିଲେ। ସେ ସମୟରେ ଠାକୁର ଉପାସ ରହିବା ଖବରକୁ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ ସ୍ୱୀକାର କରିଥିଲେ। କିନ୍ତୁ ଆଇନ ମନ୍ତ୍ରୀ ପ୍ରତାପ ଜେନା ଜଗନ୍ନାଥଙ୍କ ଉପାସ ଖବରକୁ ମିଥ୍ୟା ବୋଲି କହି ଗଣମାଧ୍ୟମ ଉପରେ ଦୋଷ ଲଦି ଦେଇଥିଲେ। ସେହିପରି ଗତ ଅକ୍ଟୋବର 3ରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ସେବାୟତମାନେ ବିରୋଧ କରିଥିଲେ। ଏହାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ,ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ ବାସଭବନ ଏବଂ ଏସପିଙ୍କ କ୍ୱାଟର୍ସରେ ଭଙ୍ଗାରୁଜା ହୋଇଥିଲା। ଏବେ ଜଗନ୍ନାଥ ଉପାସ ରହିଲେଣି। ଏହାକୁ ନେଇ ପ୍ରତି ଜଗନ୍ନାଥପ୍ରେମୀଙ୍କ ମନରେ ଘୋର ଆଲୋଡ଼ନ ସୃଷ୍ଟି ହୋଇଛି। କିନ୍ତୁ ଆଇନ ମନ୍ତ୍ରୀ ପ୍ରତାପ ଜେନା କହୁଛନ୍ତି ସରକାର ଏ ଘଟଣା ଉପରେ ନଜର ରଖିଛନ୍ତି। ଏବେ ସବୁଠି ଚର୍ଚ୍ଚା ଶ୍ରୀମନ୍ଦିର ନୀତିକାନ୍ତି କେବେ ଶୃଙ୍ଖଳିତ ହେବ? କାହିଁକି ସରକାର ଜଗନ୍ନାଥଙ୍କ ଉପାସକୁ ନେଇ ସମ୍ବେଦନଶୀଳ ହେଉନାହାଁନ୍ତି?
ପଢ଼ନ୍ତୁ
ଅଣକଂଗ୍ରେସ ସରକାର ସମୟରେ ଶ୍ରୀମନ୍ଦିରରେ ବିଭ୍ରାଟର ମାତ୍ରା ଅଧିକ କାହିଁକି ?
କ୍ରିସମାସ୍‌ ପର ଦିନ ଖେଳାଯାଉଥିବା ମ୍ୟାଚ୍‌କୁ କାହିଁକି ବକ୍ସିଂ ଡେ’ ଟେଷ୍ଟ କୁହାଯାଏ ? 

Gajpati MaharajaLord JagannathPuri Temple ServitorsSP Sarthak Sarangi
Tweet
0
ନବୀନ ମାଗିଲେ ଆର୍ଥିକ ସ୍ୱାୟତ୍ତତା,ଧର୍ମେନ୍ଦ୍ର କହିଲେ ‘ଆନ୍ଦଳୋନର ସମୟ ଆସିଛି’
କମୁଛି ପେଟ୍ରୋଲ-ଡିଜେଲ ଦର,ଘାଟାରେ ଓଡ଼ିଶା

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.