Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଅଧିକ ଭୋଟରେ ହିଞ୍ଜିଳିରୁ ଜିତିଲେ,ବିଜେପୁର ଆସନରୁ ନବୀନ ଦେଇପାରନ୍ତି ଇସ୍ତଫା!

By admin • March 18, 2019 • ନ୍ୟୁଜ୍, ପଲିଟିକ୍ସ
BIJEPUR-BY-Election

ବିଜୁ ପଟ୍ଟନାୟକ ନିଜର ଶେଷ ନିର୍ବାଚନ ଦୁଇଟି ଆସନରୁ ଲଢ଼ିଥିଲେ।୧୯୯୬ନିର୍ବାଚନରେ କଟକ ଏବଂ ଆସିକା ଲୋକସଭା ଆସନରୁ ବିଜୁ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।ଆଉ ଉଭୟ ଆସନରୁ ବିଜୁ ପଟ୍ଟନାୟକ ବିଜୟୀ ହୋଇଥିଲେ। ତେବେ ଅଧିକ ଭୋଟ ପାଇଥିବାରୁ ନିଜ ଜିଲ୍ଲା ଗଞ୍ଜାମର ଆସିକା ଆସନକୁ ରଖି କଟକ ଆସନରୁ ଇସ୍ତଫା ଦେଇଥିଲେ ବିଜୁବାବୁ। ନବୀନ ପଟ୍ଟନାୟକ ମଧ୍ୟ ବାପାଙ୍କ ପରି ଏଥର ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଛନ୍ତି।ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ସହ ବରଗଡ଼ ଜିଲ୍ଲାର ବିଜେପୁର ଆସନରୁ ନବୀନ ଲଢ଼ିବେ।ମୁଖ୍ୟମନ୍ତ୍ରୀ ଲଢ଼ିବାକୁ ଯାଉଥିବା ଉଭୟ ଆସନରେ ବିଜେଡିର ଜିତାପଟ ପ୍ରାୟତଃ ନିଶ୍ଚିତ।ଯେପରି ନବୀନଙ୍କ କ୍ରେଜରେ ହିଞ୍ଜିଳି ସହ ଗଞ୍ଜାମର ଅନ୍ୟ ୧୨ଟି ଆସନରେ ବିଜେଡି ଜିତୁଛି,ଠିକ୍ ସେହିପରି ବରଗଡ଼ରେ ବିଜେଡି ଲାଗି ନବୀନଙ୍କ ବିଜେପୁରରୁ ଲଢ଼ିବା ସହାୟକ ହେବ।

Naveen@WesternOdisha

ହିଞ୍ଜିଳିରେ ଜିତିବା ବ୍ୟବଧାନ ବଢୁଛି
ଅନ୍ୟପକ୍ଷରେ ୨ଟି ଆସନରୁ ବିଜେଡି ଜିତିଲେ,ହିଞ୍ଜିଳି ବା ବିଜେପୁର ଗୋଟିଏ ଆସନରୁ ନବୀନଙ୍କୁ ଇସ୍ତଫା ଦେବାକୁ ପଡିବ। ଯାହା ଅନୁମାନ କରାଯାଉଛି ଲଗାତର ୪ଥର ଜିତୁଥିବା ହିଞ୍ଜିଳି ଆସନରୁ ନବୀନଙ୍କ ଜିତିବାର ବ୍ୟବଧାନ ଅଧିକ ହେବ। ୨୦୧୪ନିର୍ବାଚନରେ ହିଞ୍ଜିଳିରେ ୭୬ହଜାର ୫୮୬ ଭୋଟ ବ୍ୟବଧାନରେ ନବୀନ ବିଜୟ ହୋଇଥିଲେ। ଯାହାକି ୨୦୦୯ ନିର୍ବାଚନର ବିଜୟ ବ୍ୟବଧାନ ଅପେକ୍ଷା ୧୫ ହଜାର ୩୧୩ ଖଣ୍ଡ ଭୋଟ ଅଧିକ ରହିଥିଲା। ସେପଟେ ଯଦିଓ ୨୦୧୮ ବିଜେପୁର ଉପନିର୍ବାଚନରେ ବିଜେଡି ୪୧ହଜାର ୯୩୩ ଭୋଟ ବ୍ୟବଧାନରେ ବିଜେଡି ବିଜୟୀ ହୋଇଥିଲା। କିନ୍ତୁ ୨୦୧୪ନିର୍ବାଚନରେ ବିଜେଡିର ହେଭିଓ୍ୱେଟ୍ ପ୍ରସନ୍ନ ଆଚାର୍ଯ୍ୟ ୪୫୮ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଏସବୁକୁ ଦେଖିଲେ ଲାଗୁନି ବିଜେପିର ଗଡ଼ ବିଜେପୁରରେ ନବୀନ ପଟ୍ଟନାୟକଙ୍କ ବିଜୟ ବ୍ୟବଧାନ ଅଧିକ ହେବ।ତେଣୁ ନିର୍ବାଚନ ଫଳାଫଳ ଆସିବା ପରେ ଭୋଟ ଜିତିବାର ହାର ଅଧିକ ଆଧାରରେ ନବୀନ ହିଞ୍ଜିଳି ଆସନକୁ ରଖି ବିଜେପୁର ଆସନରୁ ଇସ୍ତଫା ଦେବେ!

ଯଦି ନବୀନ ପଟ୍ଟନାୟକ ହିଞ୍ଜିଳି ଆସନକୁ ୫ମ ଥର ଲାଗି ପତିନିଧିତ୍ୱ କରିବେ ତେବେ ବିଜେପୁର ଦେଖିବ ଉପନିର୍ବାଚନ।କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଫେବ୍ରୁଆରୀ ୨୦୧୮ରେ ବିଜେପୁରବାସୀ ଦେଖିଥିଲେ ଦ୍ୱିତୀୟ ଉପନିର୍ବାଚନ।ସେହି ଉପନିର୍ବାଚନରେ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ। ଏହା ପୂର୍ବରୁ ୧୯୯୧ରେ ବିଧାୟକ ନିକୁଞ୍ଜ ବିହାରୀ ସିଂଙ୍କ ଦେହାନ୍ତ ହେବାରୁ ବିଜେପୁରରେ ହୋଇଥିଲା ପ୍ରଥମ ଉପନିର୍ବାଚନ।ସେହି ଉପନିର୍ବାଚନରେ ନିକୁଞ୍ଜ ବିହାରୀ ସିଂଙ୍କ ସ୍ତ୍ରୀ କିଶୋରମଣି ଜନତା ଦଳ ଟିକେଟରେ ବିଜୟୀ ହୋଇଥିଲା। ତାହେଲେ ୨୦୧୯ରେ ବିଜେପୁର ଭୋଟର କଣ ପୁଣି ଦେଖିବେ ଉପନିର୍ବାଚନ? 

Bijepur ByElectionBJDHinjiliNaveen PatnaikRita Sahoo
Tweet
0
BJDର ପ୍ରଥମ ପ୍ରାର୍ଥୀ ତାଲିକା:8ଟି ଲୋକସଭା ଆସନରେ ନୂଆ ମୁହଁ,15ବିଧାୟକଙ୍କ ଟିକେଟ୍ କଟିଲା
ଉପକୂଳରେ ଜୟ-ବିଜୟ,ଓଡ଼ିଶା ବୁଲିବେ ଧର୍ମେନ୍ଦ୍ର!

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.