ବ୍ରିଟେନ୍ ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ମୃତ୍ୟୁ ପରେ କୋହିନୂର ହୀରାକୁ ନେଇ ଅନେକ ପ୍ରଶ୍ନ ଉତ୍ଥାପିତ ହୋଇଛି। ବ୍ରିଟେନରେ ରାଜ୍ୟାଭିଷେକ ସମୟରେ ଏହାକୁ ପରିଧାନ କରାଯିବାର ପ୍ରଥା ରହିଥିଲେ ସୁଦ୍ଧା ଏବେ ମାଲିକାନାକୁ ନେଇ ପ୍ରଶ୍ନ ଆସୁଛି। ପଞ୍ଜାବର ତତ୍କାଳୀନ ମହାରାଜା ରଣଜିତ୍ ସିଂହ ତାଙ୍କର ଇଚ୍ଛାପତ୍ରରେ ପୁରୀର କୌଳିକ ପଣ୍ଡାଙ୍କ ମାଧ୍ୟମରେ ମହାପ୍ରଭୁଙ୍କୁ କୋହିନୂର ହୀରା ଦାନ କରିବା ପାଇଁ ସଂକଳ୍ପ କରିଥିଲେ। କୌଳିକ ପଣ୍ଡାଙ୍କ ପରିବାର ପାଖରେ ଏବେ ସେହି ସଂକଳ୍ପ ପତ୍ର ସହିତ ହାତଲେଖା ଦଲିଲର ନକଲ ମଧ୍ୟ ରହିଛି। ଇଚ୍ଛାପତ୍ରର କରିବାର କିଛି ବର୍ଷ ପରେ ରଣଜିତ୍ ସିଂ ମୃତ୍ୟୁ ବରଣ କରିଥିଲେ। ମାତ୍ର ଇଂଲଣ୍ଡ ଯିବା ପରେ ଆଉ ଭାରତକୁ ଫେରିନାହିଁ । କୋହିନୂର ହୀରା ଶ୍ରୀଜଗନ୍ନାଥଙ୍କ ଦାନ ଦିଆଯାଇଥିବାରୁ ଏହାକୁ ଶ୍ରୀମନ୍ଦିରକୁ ଫେରାଇ ଆରିବାକୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ହଲାଣ୍ଡିସ୍ଥିତ ଅନ୍ତର୍ଜାତୀୟ କୋର୍ଟର ଆଶ୍ରୟ ନିଆଯିବ ବୋଲି ସୂଚନା ମିଳିଛି।
କିଭଳି ଥିଲା କୋହିନୂରର ଯାତ୍ରା:ବ୍ରିଟେନରେ କାହିଁକି ରହିଛି ମାଲିକାନା?
କୋହେନୂର ହୀରାର ଇତିହାସ ବହୁତ ପୁରୁଣା। ପ୍ରାୟ ୫ ହଜାର ବର୍ଷ ତଳେ ଆନ୍ଧ୍ରପ୍ରଦେଶ ଗୁଂଟୁରର କୋଲ୍ଲୁର କୋଇଲା ଖଣିରୁ କୋହିନୂର ହୀରା ମିଳିଥିଲା ୧୩୦୪ରୁ ୧୩୦୬ ଯାଏଁ ମଲୱା ରାଜାଙ୍କ ପାଖରେ ଥିଲାଏହାପରେ କୋହିନୂର କାକାଟ୍ୟ ରାଜବଂଶକୁ ଚାଲିଯାଇଥିଲା୧୩୨୩ରେ ମହମ୍ମଦ ବିନ୍ ତୋଗଲକ ହୀରାକୁ ନିଜ ପାଖରେ ରଖିଥିଲେ।ମୋଗଲ ଆକ୍ରମଣକାରୀ ବାବର ଏହି ହୀରାକୁ ନିଜ ଅକ୍ତିଆରକୁ ନେଇଥିଲେ। ଔରଙ୍ଗଜେବଙ୍କ ଶାସନକାଳ ପର୍ଯ୍ୟନ୍ତ ମୋଗଲ ସାମ୍ରାଜ୍ୟ କବଳରେ ଏ ହୀରା ଥିଲା ମାତ୍ର ତାଙ୍କର ମୃତ୍ୟୁ ପରେ ନାଦୀର୍ ଶାହା ଦୀଲ୍ଲି ଆକ୍ରମଣ କରି କୋହେନୁର୍ ଅକ୍ତିଆର୍ କରିଥିଲେ।ନାଦୀର୍ ଶାହା ମୃତ୍ୟୁପରେ ହୀରାକୁ ଅକ୍ତିଆର କରି ରଖିଥିବା ଅହମଦ୍ ଶାହା ଦୁରାନୀଙ୍କୁ ପରାସ୍ତ କରି ରଣଜିତ୍ ସିଂ କୋହେନୁର୍ ହୀରା ଅଧିକାର କରିଥିଲେ।ରଣଜିତ୍ ସିଂ ହେଉଛନ୍ତି କୋହେନୂର ହୀରାର ପ୍ରକୃତ ମାଲିକ। ମାତ୍ର ତାଙ୍କର ମୃତ୍ୟୁ ପରେ ତାଙ୍କ ପୁଅ ଦୁଲ୍ଲିପ୍ ସିଂଙ୍କ ଠାରୁ ଚକ୍ରାନ୍ତ କରି ଏହା ଛଡାଇ ନିଆଯାଇଥିଲା।ମାତ୍ର ଡେଲହାଉସୀ ରାଣୀଙ୍କୁ ଖୁସି କରି ଭାଇସରାୟ ପଦବୀ ହାତେଇବାକୁ ଏଭଳି କରିଥିଲେ। ଆଙ୍ଗ୍ଲୋ-ଶିଖ୍ ଯୁଦ୍ଧ ପରେ କୋହିନୂର ଇଷ୍ଟ ଇଣ୍ଡିଆ କଂପାନୀ ହାତକୁ ଗଲା ପରେ ବ୍ରିଟେନ୍ ରାଜପରିବାରକୁ ଏହା ହସ୍ତାନ୍ତର କରାଗଲା। ଇଷ୍ଟ ଇଣ୍ଡିଆ କଂପାନୀର ୨୫୦ ବର୍ଷ ପୂର୍ତ୍ତି ଅବସରରେ ଦିଆଗଲା। ସେବେଠାରୁ ବ୍ରିଟେନ ରାଜପରିବାର ମହିଳାମାନେ ଏହି ହୀରା ଧାରଣ କରୁଛନ୍ତି
କୋହେନୂର ହୀରାରେ କେବଳ ଜଗନ୍ନାଥଙ୍କର ଅଧିକାର
କୋହେନୂରକୁ ନେଇ ଅନେକ ଦେଶ ଦାବୀ କରୁଥିଲେ ସୁଦ୍ଧା ଓଡ଼ିଶା ହିଁ ପ୍ରକୃତ ଦାବୀଦାର ବୋଲି ସ୍ୱୀକାର କରାଯାଏ। ୧୮୩୦ରେ ରାଜା ରାଜା ରଣଜିତ୍ ସିଂହ ଶ୍ରୀମନ୍ଦିରକୁ ଆସିଥିଲେ ଓ ଶ୍ରୀମନ୍ଦିର ବଟବୃକ୍ଷ ମୂଳେ ଶ୍ରୀଜଗନ୍ନାଥଙ୍କୁ ଦାନ କରିବା ପାଇଁ ସଂକଳ୍ପ କରିଥିଲେକୋହିନୂର ଦାନ କରିବା ନେଇ ‘ଉଇଲ୍’ କରିଥିଲେ ରାଜା ରଣଜିତ ସିଂହ। ଯେଉଁଥିରେ ଉଲ୍ଲେଖ ରହିଛି ଯେ “ The Well Known Kohenoor diamond to be send to the temple of Lord Jagannath,and it observed that no one carried away .ମାତ୍ର ଉଇଲ୍ କରିବାର ୯ ବର୍ଷ ପରେ ତାଙ୍କର ମୃତ୍ୟୁ ହୋଇଥିଲା ତାଙ୍କର ମୃତ୍ୟୁ ପୁର୍ବରୁ ଇଚ୍ଛାପତ୍ରରେ କୋହେନୁର୍ କୁ ଜଗନ୍ନାଥଙ୍କ ଉଦ୍ଧେଶ୍ୟରେ ଦାନ କରିଥିବାରୁ ଭାରତ ତଥା ଓଡିଶାର ଜଗନ୍ନାଥ ମନ୍ଦିରରେ ହିଁ ଏ ହୀରା ରହିବା କଥା।ମାତ୍ର ତାଙ୍କ ପୁଅ ଦୁଲ୍ଲିପ୍ ସିଂକୁ ଯୁଦ୍ଧରେ ପରାସ୍ତ କରି ଇଂରେଜ ସରକାର କୋହେନୁର୍ ହୀରାକୁ ଅକ୍ତିଆର କରି ଇଚ୍ଛାପତ୍ରରେ ଲିଖିତ ଅକ୍ଷରକୁ ଅନାଦର କରିଛି। ମାତ୍ର ଏବେ ରଣଜିତ୍ ସିଂଙ୍କ ଇଚ୍ଛାପତ୍ର ଅନୁଯାୟୀ କୋହେନୂର ହୀରାକୁ ଭାରତ ଫେରାଇବାକୁ ଜଗନ୍ନାଥ ସେନା ପ୍ରୟାସ ଆରମ୍ଭ କରିଛି। ଏହା ପୂର୍ବରୁ ଅନେକ ଦେଶରେ ଅପହୃତ ସମ୍ପତ୍ତିକୁ ଫେରାଇ ଆଣିବାରେ ଭାରତର ପ୍ରଧାନମନ୍ତ୍ରୀ ସଫଳ ହୋଇଛନ୍ତି।୨୦୧୫ ଅକ୍ଟୋବରରେ ଜର୍ମାନୀ ଚାନସେଲର ଦୁର୍ଗା ମୂର୍ତ୍ତି,ସେହିବର୍ଷ ଏପ୍ରିଲରେ କାନାଡ଼ା ପ୍ରଧାନମନ୍ତ୍ରୀ ଷ୍ଟିଫେନ୍ ହାପର ଭାରତରୁ ଅପହୃତ ଏକ ପ୍ରତିମୂର୍ତ୍ତି ଓ ୨୦୧୪ରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମଧ୍ୟ ବହୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଫେରାଇଛନ୍ତି। ତେବେ କୋହେନୁର ହୀରାକୁ ନେଇ ସରକାରଙ୍କ କଣ ଆଭିମୁଖ୍ୟ ରହୁଛି ଓ ଏହା ଓଡ଼ିଶା ଫେରି ପାରୁଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା