KV-SINGHDEO

ଓଡ଼ିଶା ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି। ଆଡ଼ଋଷା ଦେଇଥିବା ନେତାଙ୍କ ମାନଭଞ୍ଜନ ଚାଲିଛି। ଏହାର ଭିତରେ ଏବେ ସମସ୍ତଙ୍କ ଉତ୍କଣ୍ଠା ଓଡ଼ିଶା ରାଜନୀତିର ଦୁଇ ନାୟକ ଦିଲ୍ଲୀପ-ବିଜୟଙ୍କ ଗତି କୁଆଡେ?ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ଘୋର ରାଜନୈତିକ ଶତ୍ରୁ ଦିଲ୍ଲୀପ ରାୟ ନବୀନ ନିବାସରେ ପହଞ୍ଚିଛନ୍ତି।ସେପେଟେ ବିଜୟ ମହାପାତ୍ରଙ୍କୁ ଦଳକୁ ଫେରାଇ ଆଣିବାକୁ ଉଦ୍ୟମ ଚଳାଇଛନ୍ତି ବିଜେପି ପ୍ରଭାରୀ ଅରୁଣ ସିଂ।କେନ୍ଦ୍ର ବିଜେପିର ହସ୍ତକ୍ଷେପ ପରେ ବିଜୟ ଓ ଦିଲ୍ଲୀପଙ୍କୁ ଫେରାଇ ଆଣିବା ପାଇଁ ଦାୟିତ୍ୱ ନେଇଛନ୍ତି କନକ ବର୍ଦ୍ଧନ ସିଂହଦେଓ।ସେଥିପାଇଁ ବିଜୟଙ୍କ ଭୁବନେଶ୍ୱର IRCଭିଲେଜ ଘରକୁ କନକ ବର୍ଦ୍ଧନ ଯାଇଥିବାର ଚର୍ଚ୍ଚା ହେଉଛି।ରାଜନାଥ ସିଂ,ନିତୀନ ଗଡ଼କାରୀ ଏବଂ ବିଜେପି ସାଧାରଣ ସମ୍ପାଦକ ରାମମାଧବଙ୍କ ଠାରୁ ଗ୍ରୀନ ସିଗନାଲ୍ ପାଇ ବୈଜୟନ୍ତ ଓରଫ ଜୟ ପଣ୍ଡା ମଧ୍ୟ ଲାଗି ପଡ଼ିଛନ୍ତି ବିଜୟଙ୍କୁ ବିଜେପିକୁ ଫେରାଇ ଆଣିବାକୁ।ବିଜୟଙ୍କ ସହ ଦିଲ୍ଲୀପ ରାୟଙ୍କୁ ମଧ୍ୟ ବିଜେପିକୁ ଫେରାଇ ଆଣିବାକୁ କେ.ଭି.ସିଂହଦେଓ ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ। ନିଜେ ବଲାଙ୍ଗିର,ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡ଼ା ଏବଂ ବରଗଡ଼ ଜିଲ୍ଲାର ଦାୟିତ୍ୱ ନେଇ ଉପକୂଳ ଓଡ଼ିଶାର ଦାୟିତ୍ୱ ବିଜୟ ମହାପାତ୍ର ଏବଂ ବୈଜୟନ୍ତ ପଣ୍ଡାଙ୍କ ହାତରେ ଛାଡିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି କନକ ବର୍ଦ୍ଧନ ସିଂହଦେଓ।

DILIP-BIJOY-&-MODI

ତେବେ ଗତ ନଭେମ୍ବର ୩୦ରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେଇଥିଲେ। ଗୋଟିଏ ପତ୍ରରେ ଉଭୟ ବିଜୟ ଓ ଦିଲ୍ଲୀପ ଦସ୍ତଖତ କରି ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ସେମାନଙ୍କ ଇସ୍ତଫା ପତ୍ର ପଠାଇ ଥିଲେ। ତେବେ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ପରେ ଉପକୂଳ ଓଡ଼ିଶାରେ ସ୍ଥିତି ମଜଭୁତ କରିବା ଲାଗି ବିଜୟଙ୍କ ଆବଶ୍ୟକତା ଅନୁଭବ କରିଥିଲା ଦଳ। ସେଥିପାଇଁ ବୈଜୟନ୍ତ ପଣ୍ଡା-ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ପାଓ୍ୱାର ବାଲନ୍ସ କରିବାକୁ ଦିଲ୍ଲୀ ବିଜେପି,କନକ ବର୍ଦ୍ଧନ ସିଂହଦେଓଙ୍କୁ ବିଶ୍ୱାସକୁ ନେଇଛି। ଆଉ ବିଜୟ ମହାପାତ୍ରଙ୍କ ସହ ଭଲ ସମ୍ପର୍କ ଥିବା କେ.ଭି ମଧ୍ୟସ୍ଥିର ଦାୟିତ୍ୱ ନେଇଛନ୍ତି। 

Dharmendra-Pradhan

ରାଜନୀତିର ମୈଦାନରେ ସବୁବେଳେ ଫରଓ୍ୱାଡ ଖେଳୁଥିବା ଦିଲ୍ଲୀପଙ୍କୁ ବିଜେପି ଫେରାଇ ଆଣିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି ଦଳର ବରିଷ୍ଠ ନେତୃବୃନ୍ଦ। ଦିଲ୍ଲୀପ ରାୟ ବିଜେପିକୁ ଫେରି ଆସିଲେ ସୁନ୍ଦରଗଡ଼ରେ ଜୁଏଲ ଓରାମଙ୍କ ପାଇଁ ଫାଇଦା ହେବ। ଅନ୍ୟପଟେ ବିଜୟ ମହାପାତ୍ର ଦଳକୁ ଫେରିଲେ ଉପକୂଳ ଓଡ଼ଶାରେ ବିଜେଡିକୁ ନାକେଦମ କରିପାରେ ବିଜେପି। ବିଜୟ ଓ ବୈଜୟନ୍ତ ଙ୍କୁ ଉପକୂଳର ଦାୟିତ୍ୱ ଦେଇ ସାରା ଓଡ଼ିଶାରେ ମାରାଥାନ ପ୍ରଚାରରେ ମାତିବେ ଧର୍ମେନ୍ଦ୍ର।