Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

By admin • December 18, 2019 • ନ୍ୟୁଜ୍

ଜଣେ ମହିଳା ବିଜିନେସ୍ କରିବାକୁ ଚିନ୍ତା କଲେ, ଆଗ ପରିବାର ପରେ ସମାଜରୁ ବିରୋଧ ହୁଏ।ଯଦି ମହିଳାଙ୍କର ପରିବାର ବର୍ଗ ରାଜି ହୁଅନ୍ତି ତେବେ ବିଜିନେସ୍ ପାଇଁ ଟଙ୍କା ଆସିବ କେଉଁଠୁ? ଷ୍ଟୋରିକୁ ସମ୍ପୂର୍ଣ୍ଣ ପଢିଲେ ଜାଣିବେ ଜଣେ ମହିଳା ବିଜିନେସ୍ କରିବାକୁ ଇଛା କଲେ ସରକାର ତାଙ୍କ ପାଇିଁ କି ଯୋଜନା ସବୁ କରିଛନ୍ତି।
ଏବେ ଭାରତରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଛୋଟ ହେଉକି ବଡ଼ କାମ,ମହିଳାଙ୍କର ଭାଗୀଦାରିତା ରହୁଛି। ଭାରତରେ ମିଳୁଥିବା ଏହି 8ଟି ସ୍କିମ ଯାହା ପ୍ରତେକ ମହିଳା ପାଇଁ ଜାଣିବା ନିହାତି ଜରୁରୀ

ଅନ୍ନପୂର୍ଣ୍ଣା ଯୋଜନା
ଜଣେ ମହିଳା ଯଦି ଖାଇବା କ୍ୟାଣ୍ଟିନ ବିଜେନସ କରିବାକୁ ଇଛା କରୁଛି ତାହେଲେ ଭାରତ ସରକାର ତାଙ୍କୁ 50 ହଜାର ପର୍ଯ୍ୟନ୍ତ ଲୋନ୍ ଦେଉଛନ୍ତି।ଏହି ସ୍କିମର ଲୋନ୍ ଟଙ୍କାରେ ଜଣେ ମହିଳା,ଆବଶ୍ୟକ ମୁତାବକ ବାସନ କୁସନ, ଗ୍ୟାସ, ଫ୍ରିଜ, ଗ୍ରାଇଣ୍ଡର, ବାସନ ଷ୍ଟାଣ୍ଡ ଏବଂ ଫିଲ୍ଟର କିଣି ପାରିବେ।ଏହି ଲୋନ୍ ନେବାକୁ ହେଲେ ଜଣେ ଗ୍ୟାରେଣ୍ଟର ଆବଶ୍ୟକତା ରହିଛି। ଲୋନ୍ ନେବା ବେଳେ ବ୍ୟାଙ୍କରେ ଆବଶ୍ୟକ ଦସ୍ତାବିଜ ଜମା ରଖିବାକୁ ପଡିବ। ଲୋନ ଟଙ୍କାକୁ 3 ବର୍ଷ ଭିତରେ ବ୍ୟାଙ୍କକୁ ପରିଶୋଧ କରିବାକୁ ପଡିବ। ତେବେ ପ୍ରଥମ ମାସର କିଛି କିସ୍ଥି ଦବାକୁ ପଡିବନି ।

ସ୍ତ୍ରୀ ଶକ୍ତି ଯୋଜନା
ସ୍ତ୍ରୀ ଶକ୍ତି ଯୋଜନା, ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଏକ ସ୍ୱତନ୍ତ୍ର ସ୍କିମ।ଏହି ଯୋଜନାରେ ଲଘୁ ଉଦ୍ୟୋଗି ମହିଳାଙ୍କୁ ଲୋନ ମିଳୁଛି।କିନ୍ତୁ ପ୍ରଥମରେ ସେହି ଲଘୁ ଉଦ୍ୟୋଗରେ ମହିଳାଙ୍କର ପ୍ରତିନିଧିତ୍ୱ 50%ରୁ ଅଧିକ ରହିବା ଜରୁରୀ।ଦ୍ୱତୀୟଟି ହେଲା ଉଦ୍ୟୋଗି ନିଜ ରାଜ୍ୟର ଏଜେନ୍ସି ଦ୍ୱାରା ଉଦ୍ଧମିତା ବିକାଶ କାର୍ଯକ୍ରମ (ଇ.ଡ଼ି.ପି)ରେ ଥିବା ଦରକାର।ଏହି ସ୍କିମ ଜରିଆରେ ମହିଳାଙ୍କୁ 2ଲକ୍ଷ ଟଙ୍କାରୁ ଅଧିକ ଲୋନରେ 0.05% ସୁଧରେ ମିଳିବ। ଏମିତିକି କ୍ଷୁଦ୍ର ସେକ୍ଟରରେ ବେପାର ପାଇଁ 5 ଲକ୍ଷ ଟଙ୍କାର ଲୋନ୍ ପାଇଁ କିଛି ସିକ୍ୟୁରୁଟିର ଆବଶ୍ୟକ ନାହିଁ । 

ସେଣ୍ଟ କଲ୍ୟାଣୀ ଯୋଜନା
ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ସ୍କିମ୍।ହ୍ୟାଣ୍ଡିକ୍ରାଫଟ୍ସ, ଫୁଡ ପ୍ରୋସେସିଂ, କପଡା ତିଆରି, ମୋବାଇଲ, ରେଷ୍ଟୋରାଣ୍ଟ, ଟେଲରଙ୍ଗି ପରି କର୍ମସଂସ୍ଥାନ ଲାଗି ମହିଳାମାନେ ଲୋନ୍ ଆବେଦନ କରିପାରିବେ।ଏହି ସ୍କିମ ମାଧ୍ୟମରେ 20%ର ମାର୍ଜିନରୁ 1କୋଟି ଟଙ୍କା ପର୍ଯ୍ୟନ୍ତ ଲୋନ ଦିଆଯାଉଛି। ଲୋନ୍ ପାଇଁ କୌଣସି ଜମାନତର ଆବଶ୍ୟକ ନାହିଁ କି ବ୍ୟାଙ୍କ ଗ୍ୟାରେଣ୍ଟର ଦରକାର ନାହିଁ। କିନ୍ତୁ ବଜାରର ଦରରେ ଲୋନ ମିଳିବ। 7ବର୍ଷ  ମଧ୍ୟରେ ଋଣ ପରିଶୋଧ କରିବାକୁ ପଡିବ।
ଏହି ଲିଙ୍କକୁ ଖୋଲନ୍ତୁ ଯାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ ଦେଖନ୍ତୁ !

ମୁଦ୍ରା ଯୋଜନା
ଏହି ଯୋଜନାର ଲାଭ ମହିଳା ଉଦ୍ୟୋଗି ଲାଭ ଉଠାଇ ପାରିବେ। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ପରି ଜାତୀୟ ବ୍ୟାଙ୍କ ଦ୍ୱାରା ଦିଆଯାଉଥିବା ଏହି ସ୍କିମ୍ ବିୟୁଟି ପାର୍ଲର ,ଟ୍ୱିସନ ସେଣ୍ଟର, ଟେଲରିଂ ୟୁନିଟ ପାଇଁ ଦିଆଯାଏ। ଏହି ସ୍କିମରେ 50 ହଜାରରୁ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳୁଛି। 10ଲକ୍ଷରୁ କମ୍ ଟଙ୍କା ଲୋନ୍ ନେଲେ, ଜମାନତ କି ଗ୍ୟାରେଣ୍ଟର ଆବଶ୍ୟକ ନାହିଁ । 
ଏହି ଲିଙ୍କକୁ ଖୋଲନ୍ତୁ ଯାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ ଦେଖନ୍ତୁ!
ମହିଳା ଉଦ୍ୟମ ନିଧି ଯୋଜନା
ପଞ୍ଜାବ ନ୍ୟାସନଲ ବ୍ୟାଙ୍କ ଓ ସ୍ମଲ୍ ଇଣ୍ଡଷ୍ଟ୍ରିଜ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆ (SIDBI) ଦ୍ୱରା ଦିଆ ଯାଉଛି। ବିଜିନେସ୍ କରିବା ପାଇଁ ତାଙ୍କ 10ଲକ୍ଷ ଟଙ୍କା ଲୋନ ମିଳିବ, ଋଣ ସମେତ ସୁଧକୁ 10 ବର୍ଷ ଭିତରେ ଶୁଯିବାକୁ ପଡିବ। ଏହି ସ୍କିମର ସୁଧ ହାର ବଜାରର ରେଟ୍ ଉପରେ ନିର୍ଭର କରେ। ବିୟୁଟି ପାର୍ଲର, ଡେ କେୟାର ସେଣ୍ଟର, ଅଟୋ,ମଟର ସାଇକେଲ ଓ କାର ମଧ୍ୟ ଏହି ସ୍କିମରେ କିଣି ଯାଇ ପାରିବ।

ଦେନା ଶକ୍ତି ଯୋଜନା
କୃଷି, ମାଇକ୍ରୋ କେଡିଟ, ଖୁଚୁରା ଷ୍ଟୋର ଏବଂ ଛୋଟ ସ୍ତରର ଉଦ୍ୟମ ବିଜେନସ ପାଇଁ ମହିଳାଙ୍କୁ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳୁଛି। ବଜାରର ଦର ଠାରୁ 0.25 ପ୍ରତିଶତ ରିହାତି ମିଳିବ। ମାଇକ୍ରୋ କ୍ରେଡିଟ କାଟାଗୋରି ପାଇଁ 50 ହଜାର ଟଙ୍କ ପାଇଁ ଆବେଦନ କରିପାରିବେ।
ଏହି ଲିଙ୍କକୁ ଖୋଲନ୍ତୁ ଯାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ ଦେଖନ୍ତୁ!
ଓରିୟଣ୍ଟ ମହିଳା ବିକାଶ ଯୋଜନା
ଯେଉଁ କମ୍ପାନୀରେ 51% ସେୟାର ମହିଳାଙ୍କ ନାଁରେ ଥିବ, ସେହି ସଂସ୍ଥାକୁ ଓରିୟଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଋଣ ଯୋଗାଇ ଦେଉଛି। 10 ଲକ୍ଷରୁ 25 ଲକ୍ଷ ଟଙ୍କା ଲୋନ୍ ପାଇଁ କୌଣସି ସିକ୍ୟୁରିଟି ଦେବାକୁ ପଡେନି। ଲୋନ୍ ଶୁଝିବାକୁ 7 ବର୍ଷ ସମୟ ଦିଆଯାଏ।

ଭାରତୀୟ ମହିଳା ବ୍ୟାଙ୍କ ବିଜନେସ ଲୋନ
ଭାରତୀୟ ମହିଳା ବ୍ୟାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଯୋଜନା, 2017ରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମିଶି ଯାଇଛି। 2013ରୁ ସ୍ଥାପିତ ପବ୍ଲିକ କମ୍ପାନୀ, ମହିଳା ଉଦ୍ୟୋଗି ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ 20 କୋଟି ଟଙ୍କ ପର୍ଯ୍ୟନ୍ତ ବିଜନେସ ଲୋନ ମିଳୁଛି।
ଏହି ଲିଙ୍କକୁ ଖୋଲନ୍ତୁ ଯାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ  ଦେଖନ୍ତୁ!
ଷ୍ଟୋରିକୁ ଲେଖିଛନ୍ତି – ଦେବେନ୍ଦ୍ର ନାୟକ

Arnapurna YojanaBartaman OdishaMudra YojanaSIDBIstate bank of indiaStree Sakti Yojanawoman loan
Tweet
0
ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍
ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.