Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

କଣ ବିଜୁ-ଜେବିଙ୍କ ରେକର୍ଡ ଭାଙ୍ଗିବେ ନବୀନ?

By admin • January 4, 2019 • ପଲିଟିକ୍ସ
Naveen Campaign

ଭୁବନେଶ୍ୱର: ବିଜେପିକୁ ଟକ୍କର ଦେଇ ବିଜେଡିର ସଭାସମିତି କରୁଛି। ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ଦିନ ମୁଖ୍ୟମନ୍ତ୍ରୀଙ୍କ ପୁରୀରେ ମହିଳା ସମାବେଶ ବିଜେଡି ଷ୍ଟ୍ରାଟେଜୀର ଏକ ପାର୍ଟ। ସରକାରୀ କାର୍ଯ୍ୟକ୍ରମ ସହ ବିଜେପି କର୍ମୀଙ୍କୁ ଉତ୍ସାହିତ କରିବାକୁ ବାରିପଦା ସାଧାରଣ ସଭାରେ ଭାଷଣ ଦେବେ ନରେନ୍ଦ୍ର ମୋଦି।ଏମିତି ବି ନିର୍ବାଚନକୁ ଆଉ ମାତ୍ର ୪ମାସ ରହିଲା, ସେଥିପାଇଁ ନରେନ୍ଦ୍ର ମୋଦି ୩ ସପ୍ତାହରେ ୩ ଥର ଓଡ଼ିଶା ଆସୁଛନ୍ତି। ଖୋର୍ଦ୍ଧାର ସ୍ୱାଭିମାନ ସମାବେଶରେ ଗତ ଡିସେମ୍ବର ୨୪ରେ,ବିଜେପି ପାଇଁ ପ୍ରଚାର ଆରମ୍ଭ କରିଥିବା ମୋଦି, ଉପକୂଳ ପରେ ଉତ୍ତର ଓଡ଼ିଶା ବାରିପଦାକୁ ଜାନୁଆରୀ ୫ରେ ଆସୁଛନ୍ତି। ଆଉ ଜାନୁଆରୀ ୧୬ରେ ପଶ୍ଚିମ ଓଡ଼ିଶାର ବଲାଙ୍ଗିରିରେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାକୁ ଆସୁଛନ୍ତି ବିଜେପିର ଟ୍ରମ୍ପ କାର୍ଡ ମୋଦି।
ବିଜୁଙ୍କ ପରି ଶ୍ରୀକ୍ଷେତ୍ରରୁ ଆରମ୍ଭ
ବାପା ବିଜୁ ପଟ୍ଟନାୟକଙ୍କ ପରି, ନବୀନ ମଧ୍ୟ ଶ୍ରୀକ୍ଷେତ୍ରରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରୁଛନ୍ତି। ସେଥିପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମାବେଶ ହେବ। ଜାନୁଆରୀ ୫ରେ ପୁରୀ ମିନି ଷ୍ଟାଡିୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଯେଉଁଥିରେ ୪୨ହଜାର  ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ମହିଳା ମହାସଂଘ ଗୁଡିକୁ ଯଥାକ୍ରମେ ୧୫ହଜାର ଓ ୨୫ଲକ୍ଷ ଟଙ୍କାର  ସହାୟତା ଦେବେ। ଏହାସହ ମୋବାଇଲ୍‍ ଫୋନ୍‍ ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ତେବେ ରେକର୍ଡ ସୃଷ୍ଟିକାରୀ ନବୀନଙ୍କ ନଜରରେ ରହିଛନ୍ତି ମହିଳା ଭୋଟର। ୨୦୦୯ରେ ବିଜେପି ଠାରୁ ଅଲଗା ହୋଇ ୧୦୩ଟି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରାଇଥିଲେ। ୨୦୧୪ରେ ମୋଦି ମ୍ୟାଜିକକୁ ଫୁସ୍ କରି ୨୦ଟି ଲୋକସଭା ଓ ୧୧୭ଟି ବିଧାନସଭା ଆସନରେ ବିଜେଡି ଜିତିଲା। ଲଗାତର ୪ର୍ଥ ଥର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ। ଯାହାକି ଓଡ଼ିଶା ଇତିହାସରେ ରେକର୍ଡ। ଏବେ ସିନିଅର ପଟ୍ଟନାୟକଙ୍କ ରେକର୍ଡ ଭାଙ୍ଗିବାର ଚ୍ୟାଲେଞ୍ଜ ଅଛି ନବୀନଙ୍କ ଆଗରେ।

BIJU-PATTNAIK
ବିଜୁ ପଟ୍ଟନାୟକ

ବିଜୁ ଏବଂ ଜାନକୀ ବଲ୍ଳବ ପଟ୍ଟନାୟକ ଉଭୟ ମିଶି ୫ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୧୯୬୧ ଓ ୧୯୯୦ର ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀତ୍ୱ କାର୍ଯ୍ୟକାଳ ପ୍ରାୟ ୭ବର୍ଷ ୪ମାସ ଅଟେ। ସେହିପରି ଜେବି ପଟ୍ଟନାୟକ ୧୯୮୦ରୁ ୧୯୮୯ ଏବଂ ୧୯୯୫ରୁ ୧୯୯୯ ମଧ୍ୟରେ ୩ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଜେବିଙ୍କ ସିଏମ୍ କାର୍ଯ୍ୟକାଳ ୧୩ବର୍ଷ ୫ ମାସ।
ବିଜୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟ
କଂଗ୍ରେସ    ୨/୬/୧୯୬୧ ରୁ ୨/୧୦/୧୯୬୩
ଜନତା ଦଳ ୫/୩/୧୯୯୦ ରୁ ୧୫/୩/୧୯୯୫
ଜେବିଙ୍କ ମୁଖ୍ୟମନ୍ତ୍ରୀତ୍ୱ
କଂଗ୍ରେସ  ୯/୬/୧୯୮୦ ରୁ  ୭/୧୨/୧୯୮୯
କଂଗ୍ରେସ  ୧୫/୩/୧୯୯୫ ରୁ ୧୭/୨/୧୯୯୯

Janaki-Ballabh-Patnaik
ଜେ.ବି.ପଟ୍ଟନାୟକ

ଉଭୟ ବିଜୁ ଓ ଜାନକୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାର୍ଯ୍ୟକାଳ ୨୦ବର୍ଷ ୯ମାସ। ଯାହାକି ନବୀନଙ୍କ ଠାରୁ ଅଢ଼େଇ ବର୍ଷ ଅଧିକ। ଏବେ ନବୀନ ବାହାରିଲେଣି ସିନିଅର ପଟ୍ଟନାୟକଙ୍କ ରେକର୍ଡ ଭାଙ୍ଗିବାକୁ।
ଲୋକାର୍ପଣ-ଶିଳାନ୍ୟାସ
୨୦୧୪ କ୍ୟାମ୍ପେନ୍ ଷ୍ଟାଇଲକୁ ରିପିଟ୍ କରିବେ ନବୀନ।ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ଆଗରୁ ପ୍ରତି ନିର୍ବାଚନ ମଣ୍ଡଳୀକୁ ଗସ୍ତ କରିବେ ବିଜେଡି ସଭାପତି ନବୀନ। ଦିନକୁ ଗୋଟିଏରୁ ଅଧିକ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଯାଇ ବିଭିନ୍ନ ବିଧାନସଭା କ୍ଷେତ୍ରରେ ଚାଲିଥିବା ଭିନ୍ନ ଭିନ୍ନ ପ୍ରକଳ୍ପକୁ ଲୋକାର୍ପିତ କରିବେ। ଏଥିପାଇଁ ଚାଲିଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ଶେଷ କରିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଲୋକମାନେ ଦାବି କରୁଥିବା ନୂଆ ପ୍ରକଳ୍ପର ଲିଷ୍ଟ ପ୍ରସ୍ତୁତ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।ଦାବି ଅନୁସାରେ ନୂଆ ପ୍ରକଳ୍ପର ଶିଳାନ୍ୟାସ ଦେଇ ଲୋକଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରିବା ମୁଡରେ ଅଛନ୍ତି ନବୀନ। ତେବେ ବିଜୁ-ଜେବିଙ୍କ ରେକର୍ଡ ଭାଙ୍ଗିବାକୁ ନବୀନ ପଟ୍ଟନାୟକଙ୍କ ଉପରେ କଣ ଆସ୍ଥା ରଖିବେ ଓଡ଼ିଶା ଭୋଟର? ଏଥିପାଇଁ ମେ ମାସ ପର୍ଯ୍ୟନ୍ତ ଲାଗି ଅପେକ୍ଷା କରିବାକୁ ପଡ଼ିବ। ଅବଶ୍ୟ ସିକିମ୍ ଡେମକ୍ରାଟିକ୍ ଫ୍ରଣ୍ଟର ନେତା ପବନ କୁମାର ଚାମଲିଙ୍ଗ ୧୨ଡିସେମ୍ବର ୧୯୯୪ରୁ ୨୩ବର୍ଷ ହେଲାଣି ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଯାହାକି ଭାରତ ବର୍ଷରେ ରେକର୍ଡ।
ପଢ଼ନ୍ତୁ
ବଲକୁ ହାତ ମୁଠାରେ ରଖିଥିବା କ୍ରିକେଟର, କେବେ ଫିଙ୍ଗି ନାହାନ୍ତି ଓ୍ୱାଇଡ୍ କି ନୋ-ବଲ୍
ଅନେକ ବ୍ୟକ୍ତିଙ୍କ ଲାଇଫ୍ ଟାଇମ୍ ଇନକମ୍ ଠାରୁ ବଲିଉଡର ଏହି ଷ୍ଟାର୍ସଙ୍କ ମାସିକ ବିଦ୍ୟୁତ ବିଲ୍ ଅଧିକ

Biju PattnaikElection CampaignJanaki Ballabh PattnaikNaveen PatnaikPuri
Tweet
0
ସିଡନୀ ମହାସମର: କୋହଲି ବାହିନୀ ଭାଙ୍ଗିପାରେ ୭୧ବର୍ଷର ରେକର୍ଡ
ଚାଷୀଙ୍କ ଲାଗି ଆସୁଛି ନମୋ ତୋଫା! ବିନା ସୁଧରେ କୃଷିଋଣ ଏବଂ ଏକର ପିଛା ମିଳିବ ୮ହଜାର ଟଙ୍କା!

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

  • କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.