Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଟାର୍ଗେଟରେ କଂଗ୍ରେସ; କିନ୍ତୁ ପିପିଲି ଦୁଷ୍କର୍ମର ତଦନ୍ତ ପୁଣି ଥରେ କରାଇବାକୁ PMଙ୍କ ପରାମର୍ଶ

By admin • January 5, 2019 • Uncategorized
MODI-SPEECH

ବାରିପଦା: ବିଜେପିର ଗଡ଼ ମୟୂରଭଞ୍ଜରେ କଂଗ୍ରେସ ଉପରେ ନିର୍ଧୁମ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।“ପୂର୍ବ ସରକାର ସମୟରେ ପ୍ରତିରକ୍ଷା ଦଲାଲ ମାନଙ୍କ ଦୈରାତ୍ମ ବଢ଼ି ଯାଇଥିଲା। ପ୍ରତିରକ୍ଷା ସମ୍ପର୍କିତ ଫାଇଲ୍ କେଉଁ ସରକାରୀ ଟେବୁଲରେ ଅଛି, ସେ ସବୁର ତଥ୍ୟ ଦଲାଲଙ୍କ ପାଖରେ ରହୁଥିଲା। ଏପରିକି ପ୍ରଧାନମନ୍ତ୍ରୀଙ୍କ ଅପେକ୍ଷା କଂଗ୍ରେସର ଟପ୍ ନେତାଙ୍କ ସହ ସମ୍ପର୍କ ଥିବା କ୍ରିଷ୍ଚେନ୍ ମିସେଲଙ୍କ ପରି ଦଲାଲଙ୍କ ନିକଟରେ ପ୍ରତିରକ୍ଷା ଫାଇଲର ମୁଭମେଣ୍ଟ ବାବଦରେ ଅଧିକ ଖବର ରହୁଥିଲା। ଏଥିପାଇଁ ଦଲାଲଙ୍କ ମେଳି ଚୌକିଦାରକୁ ହଟାଇବାକୁ ଚାହୁଁଛନ୍ତି। କିନ୍ତୁ ଯେ ପର୍ଯ୍ୟନ୍ତ ଚୌକିଦାର ଅଛି, ସେମାନଙ୍କ ଦୁର୍ନୀତିର ପର୍ଦ୍ଦାଫାସ ହେଉଥିବ। ଯାହା ପ୍ରତିରକ୍ଷା ଦଲାଲ କ୍ରିଷ୍ଚେନ୍ ମିସେଲଙ୍କ ଜେରାରୁ ଜଣାପଡୁଛି କଂଗ୍ରେସ ସରକାର ଚଳାଉ ଥିଲା ନା ମିସେଲ୍ ମାମାଙ୍କ ଦରବାର ଚାଲିଥିଲା? କଂଗ୍ରେସର ଏଭଳି କାର୍ଯ୍ୟକଳାପର ଜବାବ ଲୋକମାନେ ଦେବେ”ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଅନ୍ୟପଟେ ମୋଦିଙ୍କ ଅଭିଭାଷଣରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ନିର୍ବାଚନ ଯେତିକି ପାଖେଇ ଆସୁଛି ତାଙ୍କର ବିଜେଡି ପ୍ରତି ଆଭିମୁଖ୍ୟରେ ପରିବର୍ତ୍ତନ ଆସୁଛି। ଗତ ସେପ୍ଟେମ୍ବର 24ରେ, ଝାରସୁଗୁଡାରେ ରାଜ୍ୟ ସରକାରଙ୍କୁ ଭ୍ରଷ୍ଟ ତଥା ପିସି ସରକାର ବୋଲି କହିଥିଲେ। ଡିସେମ୍ବର 24 ଖୋର୍ଦ୍ଧାରେ ବିଜେପିର ସ୍ୱାଭିମାନ ସମାବେଶରେ ପିସି ଦାନବକୁ ଦାନା କିଏ ଦେଉଛି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ଆଜିର ସମାବେଶରେ ରାଜ୍ୟ ସରକାରଙ୍କ ଅପେକ୍ଷା କଂଗ୍ରେସ ଉପରେ ଅଧିକ ବର୍ଷିଥିଲେ। ତେଣୁ ରାଜ୍ୟର ନେତା ଆକଳନ କରୁଥିଲେ ବିଜେପିର ଗଡ଼ ବାରିପଦାରେ ମୋଦି ବିଜେଡି ସରକାର ଉପରେ ବର୍ଷିବେ।
ଫୋକସରେ ନାରୀ ସୁରକ୍ଷା
ବାରିପଦାରେ ମହିଳାଙ୍କ ଦ୍ୱାରା ଦେବୀ ସୁଭଦ୍ରାଙ୍କ ରଥଟଣାକୁ  ନାରୀ ସଶକ୍ତି କରଣର ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅପର ପକ୍ଷରେ ନାରୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରୋଜଗାର କ୍ଷେତ୍ରରେ କେନ୍ଦ୍ର ସରକାର ଯୋଜନାରୁ ଓଡ଼ିଶା ସରକାର ଫାଇଦା ନେଇ ପାରୁନାହାଁନ୍ତି। ନାରୀଙ୍କୁ ନ୍ୟାୟ ଦେବାରେ ମଧ୍ୟ ରାଜ୍ୟ ସରକାର ବିଫଳ ବୋଲି କହିଛନ୍ତି। ପୁରୀ ଜିଲ୍ଲା ପିପିଲିର ବେବିନା ମୃତ୍ୟୁ ଘଟଣାର ଉଦାହରଣ ଦେଇ ଓଡ଼ିଶାରେ ନାରୀ ଅସୁରକ୍ଷିତ ବୋଲି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ମୋଦି। ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖସିଯିବାକୁ ଗମ୍ଭୀରତାର ସହ ନେଇ ପିପିଲି ଘଟଣାର ପୁଣିଥରେ ଯାଞ୍ଚ କରାଯାଉ। ଏଭଳି ହେଲେ ଆସୁରିକ ପ୍ରବୃତ୍ତି ରଖୁଥିବା ବ୍ୟକ୍ତିଙ୍କୁ କଡ଼ା ବାର୍ତ୍ତା ଯିବ ବୋଲି ମୋଦି କହିଥିଲେ। ଏହାସହ ଗରିବ ଲୋକଙ୍କ ଚିକିତ୍ସା ଲାଗି ଆୟୁଷ୍ମାନ ଯୋଜନାରେ ରାଜ୍ୟ ସାମିଲ ହେଉ ବୋଲି ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
ପଢ଼ନ୍ତୁ
ମହିଳାଙ୍କ ଲାଗି ନବୀନଙ୍କ ତୋଫା:୧୮୦ କୋଟି ଟଙ୍କାର ମୋବାଇଲ୍ ବାଣ୍ଟିବେ

BaripadaCongressDefense DealNarendra ModiPipili Rape Victim
Tweet
0
ମହିଳାଙ୍କ ଲାଗି ନବୀନଙ୍କ ତୋଫା:୧୮୦ କୋଟି ଟଙ୍କାର ମୋବାଇଲ୍ ବାଣ୍ଟିବେ
PMଙ୍କ ଚାପରେ, ମହାରଥୀଙ୍କ ଠାରୁ CM ଛଡ଼ାଇ ନେଲେ ମନ୍ତ୍ରୀ ପଦ!

About the Author

admin

You Might Also Like

  • କାଳିଆ ଠାକୁରଙ୍କୁ ରଥରେ ବୁଲାଉଥିବା ନନ୍ଦିଘୋଷ ଉପରେ ରାଗିଛନ୍ତି ମହାଲକ୍ଷ୍ମୀ

  • ଶ୍ରୀକ୍ଷେତ୍ରରେ କାହିଁକି କୂଳ ଲଙ୍ଘେ ନାହିଁ ସମୁଦ୍ର

  • ପ୍ଲାନ୍ ସକସେସ୍:୨୦୧୫ବିଶ୍ୱକପ ରେକର୍ଡ ଦୋହରାଇଲେ ରୋହିତ

  • ସ୍ମିଥଙ୍କୁ ଦର୍ଶକ କହିଲେ ଚିଟର୍… କୋହଲି କହିଲେ ଗାଳି ନୁହେଁ, ତାଳି ଦିଅ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.