ଫିଲ୍ମ

ଅନେକ ବ୍ୟକ୍ତିଙ୍କ ଲାଇଫ୍ ଟାଇମ୍ ଇନକମ୍ ଠାରୁ ବଲିଉଡର ଏହି ଷ୍ଟାର୍ସଙ୍କ ମାସିକ ବିଦ୍ୟୁତ ବିଲ୍ ଅଧିକ

Saif Ali Khan

ଅତ୍ୟନ୍ତ ଖୁସିରେ ଓ ବିଳାସପୂର୍ଣ୍ଣ ଭାବେ କଟିଥାଏ ଅଭିନେତା ଓ ଅଭିନେତ୍ରୀଙ୍କ ଜୀବନ। ଆଲିଶାନ୍ ବଙ୍ଗଳାଠୁ ଆରମ୍ଭ କରି ବଡ଼ କାର୍ ସବୁଥିରେ ଚାକଚକ୍ୟ ନଜର ଆସେ। ବଡ଼ ବଙ୍ଗଳାରେ ରହୁଥିବା ସେଲିବ୍ରିଟିଙ୍କ ବିଜୁଳି ବିଲ୍ ମଧ୍ୟ ହାଇ। ଆପଣଙ୍କୁ ଜଣାଇବୁ ଏମିତି କିଛି ସୁପରଷ୍ଟାର୍ସଙ୍କ ବିଜୁଳି ବିଲ୍ ସମ୍ପର୍କରେ
ସୈଫ୍ ଅଲ୍ଲୀ ଖାନ୍
ବଲିଉଡର ନବାବ ଭାବରେ ଜଣାଶୁଣା ସୈଫ୍ ଅଲ୍ଲୀ ଖାନ୍ ପ୍ରକୃତ ଜୀବନରେ ମଧ୍ୟ ନବାବ ଭାବେ ଚଳନ୍ତି। ତାଙ୍କ ବିଳାସପୂର୍ଣ୍ଣ ଘର ପାଇଁ ତାଙ୍କୁ ମାସକୁ ୩୦ଲକ୍ଷ ଟଙ୍କାର ବିଲ୍ ଦେବାକୁ ପଡିଥାଏ। 

ଅମିତାଭ ବଚ୍ଚନ
ବଲିଉଡର ମହାନାୟକ ଅମିତାଭ୍ ବଚ୍ଚନ, ମୁମ୍ବାଇ ଜୁହୁରେ ନିଜ ବଡ଼ ବଙ୍ଗଳାରେ ପରିବାର ସହିତ ରୁହନ୍ତି। ଅମିତାଭଙ୍କ ଘର ବହୁତ ବଡ଼ ଏବଂ ଏତେ ବିଳାସପୂର୍ଣ୍ଣ ଜିନିଷ ଏଥିରେ ରହିଛି ଯେ ତାଙ୍କ ବିଜୁଳି ବିଲ୍ ମାସକୁ ୨୨ଲକ୍ଷ ଟଙ୍କା ଆସିଥାଏ। 

ଶାହାରୁଖଙ୍କ ବାସଭବନ

ଶାହାରୁଖ ଖାନ୍
ବଲିଉଡର କିଙ୍ଗଖାନ କେବଳ ଦେଶ ନୁହେଁ ବରଂ ସାରା ବିଶ୍ୱରେ ପରିଚିତ। ତାଙ୍କ ବାଦଶାହ ମନୋଭାବକୁ ସମସ୍ତେ ଜାଣନ୍ତି। ବଲିଉଡର ଏହି କିଙ୍ଗଙ୍କ ବଙ୍ଗଳା ମନ୍ନତ ନାମରେ ନାମିତ। ବିରାଟ ବଡ଼ ଏହି ବଙ୍ଗଳା ସମୁଦ୍ରକୁ ମୁହଁ କରି ମୁମ୍ବାଇର ବାନ୍ଦ୍ରାରେ ଠିଆ ହୋଇଛି। ଏହି ବଙ୍ଗଳାର ବିଜୁଳି ବିଲ୍ ଏତେ ଆସେ ଯେ ଜଣେ ସାଧାରଣ ବ୍ୟକ୍ତି ନିଜ ଜୀବନ କାଳରେ ସେତିକି ଟଙ୍କା ଆୟ କରି ପାରିବନି। ଆଜ୍ଞା ହଁ, ଶାହାରୁଖଙ୍କ ମନ୍ନତର ବିଜୁଳି ବିଲ୍ ମାସକୁ ପ୍ରାୟ ୪୩ ଲକ୍ଷ ଟଙ୍କା ଆସିଥାଏ।
ଦୀପିକା ପାଦୁକୋନ୍
ବଲିଉଡର ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ୍ ଏବେ ବଲିଉଡର ସବୁଠାରୁ ଧନୀ ଅଭିନେତ୍ରୀ। ନିକଟରେ ଆସିଥିବା ଫୋବର୍ସ ତାଲିକା ଅନୁସାରେ ସମସ୍ତଙ୍କୁ ପଛରେ ପକାଇ ଦୀପିକା ବଲିଉଡର ଧନୀ ଅଭିନେତ୍ରୀ ହୋଇଛନ୍ତି। ଦୀପିକା ଯେଉଁ ଘରେ ରୁହନ୍ତି ସେହି ଘରର ବିଲ୍ ପ୍ରାୟ ୧୩ଲକ୍ଷ ଟଙ୍କା ଆସିଥାଏ। 

ସଲମାନ ଖାନ୍
ବଲିଉଡ ଦବଙ୍ଗ ସଲମାନ ଖାନଙ୍କୁ କିଏ ବା ନଜାଣେ। ସବୁ କାମକୁ ନିଜ ଅନ୍ଦାଜରେ କରିବାକୁ ସେ ପସନ୍ଦ କରନ୍ତି। ସଲମାନ ବାନ୍ଦ୍ରାରେ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ରୁହନ୍ତି। ତାଙ୍କ ଘରର ମାସିକ ବିଜୁଳି ବିଲ୍ ପ୍ରାୟ ୨୩ ଲକ୍ଷ ଟଙ୍କା।
ଆମିର ଖାନ୍
ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନଙ୍କ ଫିଲ୍ମ ବର୍ଷକୁ କିମ୍ବା ଦୁଇ ବର୍ଷକୁ ଥରେ ଆସେ। ତାଙ୍କର ସବୁ ଫିଲ୍ମ ବ୍ଲକବଷ୍ଟର ସାବିତ ହୁଏ। ଆମିରଙ୍କ ଘରର ବିଜୁଳି ବିଲ୍ ମାସକୁ ପ୍ରାୟ ୯ ଲକ୍ଷ ଟଙ୍କା ଆସିଥାଏ। 
ପଢ଼ନ୍ତୁ
ବଲକୁ ହାତ ମୁଠାରେ ରଖିଥିବା କ୍ରିକେଟର, କେବେ ଫିଙ୍ଗି ନାହାନ୍ତି ଓ୍ୱାଇଡ୍ କି ନୋ-ବଲ୍

You Might Also Like

No Comments

Leave a Reply