SPEAKER PRADIP AMAT

ଭୁବନେଶ୍ୱର: ଗଣତନ୍ତ୍ରର ମନ୍ଦିର ବିଧାନସଭା, ସେହି ଧର୍ମାନୁଷ୍ଠାନର ରକ୍ଷକ ହେଉଛନ୍ତି ବାଚସ୍ପତି। ଗୃହର ପରିଚାଳନାର ଦାୟିତ୍ୱ ବାଚସ୍ପତିଙ୍କ କାନ୍ଧରେ। ଶାସକ ଦଳକୁ ଗୁରୁତ୍ୱ ଦେବା ସହ ବିରୋଧୀ ଦଳର ଅଧିକାରକୁ ଗୃହରେ ସୁରକ୍ଷା ପ୍ରଦାନ କରିଥାନ୍ତି ବାଚସ୍ପତି। ଯଦିଓ ଦଳୀୟ ଟିକେଟରେ ନିର୍ବାଚିତ ହୋଇ ବିଧାନସଭାକୁ ପ୍ରବେଶ କରିଥାନ୍ତି; କିନ୍ତୁ ବାଚସ୍ପତି ହେବା ପରେ ସିଏ ହୁଅନ୍ତି ମାନ୍ୟବର। ସ୍ୱର୍ଗତ ମୁକୁନ୍ଦ ଦାସଙ୍କ ଠାରୁ ଆଜିଯାଏଁ ଓଡ଼ିଶା ପାଇଛି ୧୮ଜଣ ବ୍ୟକ୍ତିଙ୍କୁ ଯେଉଁମାନେ ବାଚସ୍ପତି ଆସନକୁ ଅଳଙ୍କୃତ କରିଛନ୍ତି। ନନ୍ଦକିଶୋର ମିଶ୍ର, ପଣ୍ଡିତ ନିଳକଣ୍ଠ ଦାଶଙ୍କ ପରି ରାଷ୍ଟ୍ରନିର୍ମାତା ଓଡ଼ିଶାର ବାଚସ୍ପତି ହୋଇଛନ୍ତି।
       ବାଚସ୍ପତି                  କାର୍ଯକାଳ
ମୁକୁନ୍ଦ ପ୍ରସାଦ ଦାଶ ୧୯୩୭-୪୬ ଲାଲମୋହନ ପଟ୍ଟନାୟକ ୧୯୪୬-୫୨
ନନ୍ଦକିଶୋର ଦାଶ ୧୯୫୨-୫୭  ନୀଳକଣ୍ଠ ଦାଶ ୧୯୫୭-୬୧
ଏଲ୍ ପାଣିଗ୍ରାହୀ    ୧୯୬୧-୬୭   ନନ୍ଦକିଶୋର ମିଶ୍ର ୧୯୬୭-୭୧
ନନ୍ଦକିଶୋର ମିଶ୍ର୧୯୭୧-୭୪   
ବ୍ରଜମୋହନ ମହାନ୍ତି୧୯୭୪-୭୭
ସତ୍ୟପ୍ରିୟ ମହାନ୍ତି   ୧୯୭୭-୮୦  ସୋମନାଥ ରଥ  ୧୯୮୦-୮୪
ପ୍ରସନ୍ନ ଦାଶ ୧୯୮୪-୮୫          ପ୍ରସନ୍ନ ଦାଶ       ୧୯୮୫-୯୦
ଯୁଧିଷ୍ଟିର ଦାଶ୧୯୯୦-୯୫        କିଶୋର ପଟେଲ ୧୯୯୫-୯୬
ସିଏମ୍ ଦ୍ୟାନସାମନ୍ତରାୟ୧୯୯୬-୦୦ ଶରତ କର   ୨୦୦୦-୦୪
ମହେଶ୍ୱର ମହାନ୍ତି ୨୦୦୪-୦୮     କିଶୋର ମହାନ୍ତି  ୨୦୦୮-୦୯
ପ୍ରଦୀପ ଅମାତ  ୨୦୦୯-୧୪        ନିରଞ୍ଜନ ପୂଜାରୀ୨୦୧୪-୧୭
   ପ୍ରଦୀପ ଅମାତ ୨୦୧୭ରୁ…… Pradip Amat Photoଅମାତ ଭାଙ୍ଗିଲେ ଅନ୍ଧବିଶ୍ୱାସ
ବାଚସ୍ପତି ଆସନରେ ଦୁଇ ଦୁଇ ଥର ବସିବାର ସୁଯୋଗ ଆସିଛି ୩ ଜଣଙ୍କ ଭାଗ୍ୟରେ। ନନ୍ଦକିଶୋର ମିଶ୍ର, ପ୍ରଶନ୍ନ କମାର ଦାଶ ଏବଂ ବର୍ତ୍ତମାନର ବାଚସ୍ପତି ପ୍ରଦୀପ ଅମାତ ଦୁଇ ଦୁଇ ଥର ବାଚସ୍ପତି ହେଲେଣି। କିନ୍ତୁ ୧୯୯୫ ପର ଠାରୁ ଏକ ଅନ୍ଧବିଶ୍ୱାସ ସୃଷ୍ଟି ହୋଇଥିଲା ଯେ ନିର୍ବାଚନ ସମୟରେ ବାଚସ୍ପତି ଆସନରେ ବସି ଲଢ଼ୁଥିବା ବ୍ୟକ୍ତିଙ୍କ ପରାଜିତ ସୁନିଶ୍ଚିତ।ଚିନ୍ତାମଣି ଦ୍ୟାନସାମନ୍ତରାୟ, ଶରତ କର ଏବଂ କିଶୋର ମହାନ୍ତିଙ୍କ ପରାଜୟ ସେହି ଅନ୍ଧବିଶ୍ୱାସକୁ ଆହୁରି ଦୃଢ଼ୀଭୂତ କରିଦେଲା। ସେଥିପାଇଁ ବିଧାୟକମାନେ କଥା ଛଳରେ ଅନେକ ଥର କୁହନ୍ତି “ସରି ନାହିଁ ରାଜନୀତି, ହେବି ନାହିଁ ବାଚସ୍ପତି”। ହେଲେ ସେହି ଭ୍ରାନ୍ତ ଧାରଣାରେ ଫୁଲଷ୍ଟପ୍ ପକାଇଲେ ବାଚସ୍ପତି ପ୍ରଦୀପ ଅମାତ। କେବଳ ସେତିକି ନୁହେଁ ୧୯୯୫ ପର ଠାରୁ ଅର୍ଥାତ ସୂର୍ଗତ ଯୁଧିଷ୍ଟର ଦାଶଙ୍କ ପରେ ବାଚସ୍ପତିଙ୍କ ୫ବର୍ଷିଆ କାର୍ଯ୍ୟକାଳ କେହି ପୂରଣ କରିପାରୁ ନଥିଲେ। କିନ୍ତୁ ଚାରି ଚାରି ଥର ବିଧାୟକ ହୋଇଥିବା ପ୍ରଦୀପ ଅମାତ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ୫ବର୍ଷ ବାଚସ୍ପତି କାର୍ଯ୍ୟକାଳ ପୂର୍ଣ୍ଣ କରିଛନ୍ତି।ଏହାସହ ସ୍ୱାଧୀନ ବିଧାୟକ ଭାବେ ବିଧାନସଭାରେ ଏଣ୍ଟ୍ରି ମାରିଥିବା ପ୍ରଦୀପ ଅମାତ, ବାଚସ୍ପତି ଆସନରେ ବସି ୨୦୦୯ରେ ବିଜେଡି ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ।
ଓକିଲଙ୍କ ଦବଦବା
ବୌଦ୍ଧ ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଥିବା ପ୍ରଦୀପ ଅମାତଙ୍କ ବାଚସ୍ପତି କାର୍ଯ୍ୟକାଳ ନିର୍ବିବାଦୀୟ। ୨୦୦୦ ପରଠାରୁ ଓଡ଼ିଶାବାସୀ ୫ଜଣ ବାଚସ୍ପତିଙ୍କୁ ଦେଖିଲେଣି। ହେଲେ ପ୍ରଦୀପ ଅମାତ ସେମାନଙ୍କ ମଧ୍ୟରୁ ସ୍ୱତନ୍ତ୍ର। ବିଧାନସଭା କର୍ମଚାରୀ ନିଯୁକ୍ତି ବିବାଦରେ ପୂର୍ବତନ ବାଚସ୍ପତି ଶରତ କର ଛନ୍ଦି ହୋଇଥିବା ବେଳେ, ଲେଡି ସିକ୍ୟୁରିଟ୍ ଅଫିସର ଗାୟତ୍ରୀ ପଣ୍ଡା ମାମଲାରେ ବିବାଦରେ ଫସିଥିଲେ ବାଚସ୍ପତି ମହେଶ୍ୱର ମହାନ୍ତି। ନବୀନ ସରକାରର ସଂଖ୍ୟା ଗରିଷ୍ଠତାର ପ୍ରମାଣକୁ ନେଇ ବାଚସ୍ପତି କିଶୋର ମହାନ୍ତିଙ୍କ ବିରୁଦ୍ଧରେ ଆସିଥିଲା ପକ୍ଷପାତିତାର ଅଭିଯୋଗ। ସେହପରି ଗୃହ ପରିଚାଳନାରେ ନିରପକ୍ଷ ହେଉନାହାଁନ୍ତି ବୋଲି ନିରଞ୍ଜନ ପୂଜାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ବିରୋଧୀ। JUSTICE SYSTEMହେଲେ ଆଇନଜ୍ଞ ପ୍ରଦୀପ ଅମାତ ଉଭୟ ସରକାରୀ ଓ ବିରୋଧିଦଳଙ୍କୁ ସାଙ୍ଗରେ ନେଇ ଗୃହ ଚଳାଇବାରେ ସଫଳ ହୋଇଛନ୍ତି। ଜଣେ ଆଇନଜୀବୀ ଭାବରେ ବୌଦ୍ଧ କୋର୍ଟରେ ତାଙ୍କର ଯେତିକି ଖ୍ୟାତି ରହିଛି, ବାଚସ୍ପତି ଭାବରେ ମଧ୍ୟ ବିଧାନସଭା ଇତିହାସରେ ବହୁ ସୁନାମ ଅର୍ଜନ କଲେଣି ଅମାତ। ଅମାତଙ୍କ ପରି ପୂର୍ବତନ ବାଚସ୍ପତି ନିରଞ୍ଜନ ପୂଜାରୀ, କିଶୋର ମହାନ୍ତି ଏବଂ ମହେଶ୍ୱର ମହାନ୍ତି ମଧ୍ୟ ଦିନେ ଓକିଲାତି କରୁଥିଲେ। ଦିନେ କୋର୍ଟରେ ବିଚାରପତିଙ୍କୁ ମାଇ ଲର୍ଡ କହୁଥିବା ଏହି ବ୍ୟକ୍ତିଙ୍କୁ ବିଧାନସଭାରେ ବିଧାୟକମାନେ ମାନ୍ୟବର ବୋଲି ସମ୍ବୋଧନ କରୁଛନ୍ତି। ତେବେ ଦିନେ ମାଇ ଲର୍ଡ ବୋଲି ସମ୍ବୋଧିତ ହେଉଥିବା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଲିଙ୍ଗରାଜ ପାଣିଗ୍ରାହୀ ୧୯୬୧ରୁ ୬୭ ପର୍ଯ୍ୟନ୍ତ ବାଚସ୍ପତି ଥିଲେ।
ଅପରପକ୍ଷରେ ଓଡ଼ିଶାବାସୀ ଏଯାଏଁ ଜଣେ ମହିଳାଙ୍କୁ ବାଚସ୍ପତି ଭାବେ ପାଇନାହାଁନ୍ତି। ଯଦିଓ ଲୋକସଭାରେ ମୀରା କୁମାର ଏବଂ ସୁମିତ୍ରା ମହାଜନ ବାଚସ୍ପତି ଆସନରେ ବସିଲେଣି। କିନ୍ତୁ ଭି.ସୁଜ୍ଞାନୀ ଦେଓ କେବଳ ପ୍ରୋଟେମ୍ ସ୍ପିକର ଭୂମିକା ନିର୍ବାହ କରିଛନ୍ତି।
ଏଥିସହ ପଢ଼ନ୍ତୁ-ବିଜୁଙ୍କୁ ଗାଦିଚ୍ୟୁତ କରିଥିବା ବାମଦଳ, ନିରଞ୍ଜନଙ୍କ ପାଇଁ ଆସେଟ୍ ହୋଇ ନପାରନ୍ତି