Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଗ୍ରେଟ୍ କ୍ରିକେଟର,କେବେ ଫିଙ୍ଗି ନାହାନ୍ତି ଓ୍ୱାଇଡ୍ କି ନୋ-ବଲ୍

By admin • January 1, 2019 • ସ୍ପୋର୍ଟସ୍

ଅନିଶ୍ଚିତତାର ଖେଳ କ୍ରିକେଟ୍। ଗୋଟିଏ ଓ୍ୱାଇଡ୍,ନୋ-ବଲ୍, ଭୁଲ୍ ସର୍ଟ ଖେଳିବା କିମ୍ବା ମିସ୍ ଫିଲ୍ଡିଂ ମ୍ୟାଚର ମୋଡ଼ ବଦଳାଇ ଦିଏ। କୁହାଯାଏ ନୋ-ବଲ୍ ଏବଂ ଓ୍ୱାଇଡ୍ ଫିଙ୍ଗିବା କ୍ରିକେଟରେ ଅପରାଧ। କାରଣ ଏଥିପାଇଁ ଅତିରିକ୍ତ ରନ୍ ମିଳେ,ତା’ସହ ବୋଲର ଆଉ ଗୋଟିଏ ବଲ୍ ଫିଙ୍ଗିଥାଏ। ବର୍ତ୍ତମାନ କ୍ରିକେଟରେ ବୋଲରମାନେ ନିଜ କୋଟା ଭିତରେ ଅନେକ ନୋ ବଲ୍ କିମ୍ବା ଓ୍ୱାଇଡ୍ ପକାଉଛନ୍ତି;କିନ୍ତୁ କ୍ରିକେଟ ଇତିହାସରେ ଏମିତି କିଛି ବୋଲର ବି ଥିଲେ,ଯେଉଁମାନେ ଅତିରିକ୍ତ ରନ୍ ଖର୍ଚ୍ଚ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖି ପାରିଥିଲେ। କ୍ୟାରିୟର ଭିତରେ କେବେ ବି ଓ୍ୱାଇଡ୍ ବଲ୍ ପକାଇ ନଥିଲେ।

ଫ୍ରେଡ୍ ଟ୍ରୁମ୍ୟାନ୍

Fred-Trueman

ଇଂଲଣ୍ଡର ଅନ୍ୟତମ ଦ୍ରୁତ ବୋଲର,୧୯୪୮ରୁ ପ୍ରାୟ ୨ଦଶନ୍ଧି ଧରି କ୍ରିକେଟ୍ ଦୁନିଆକୁ ନିଜ ମୁଠିରେ ରଖିଥିଲେ ଫ୍ରେଡ୍ ଟ୍ରୁମ୍ୟାନ୍। କେବେ ବି ଓ୍ୱାଇଡ୍ ବଲ୍ ଫିଙ୍ଗି ନଥିଲେ। ୧୯୫୦ମସିହା ବେଳକୁ ବିଶ୍ୱ କ୍ରିକେଟର ଆଗ ଧାଡ଼ିର ସଫଳ ବୋଲର ଭାବରେ ଟ୍ରୁମ୍ୟାନଙ୍କ ଦବଦବା ଥିଲା। ୬୦୩ଟି ପ୍ରଥମ ଶ୍ରେଣୀ କ୍ରିକେଟରୁ ଅକ୍ତିଆର କରିଥିଲେ ୨୩୦୪ ଓ୍ୱିକେଟ୍। ୬୭ଟେଷ୍ଟ ମ୍ୟାଚରେ ତାଙ୍କୁ ୩୦୭ଟି ଓ୍ୱିକେଟ୍ ମିଳିଥିଲା। ୩୧ରନ୍ ଦେଇ ସର୍ବାଧିକ ୮ଟି ଓ୍ୱିକେଟ ଖସାଇଥିଲେ ଟ୍ରୁମ୍ୟାନ୍।ଗୋଟିଏ ସିଜିନରେ ଓ୍ୱିକେଟ୍ ନେବାରେ ସେଞ୍ଚୁରୀ ମାରିଥିଲେ;କିନ୍ତୁ ଗୋଟିଏ ବି ଓ୍ୱାଇଡ୍ ବଲ୍ ଫିଙ୍ଗି ନଥିଲେ ଟ୍ରୁମ୍ୟାନ୍।

ବବ୍ ଓ୍ୱିଲସ୍

Bob-Willis

୧୯୭୧ରୁ ୧୯୮୪ ମସିହା ପର୍ଯ୍ୟନ୍ତ ଇଂଲଣ୍ଡ କ୍ରିକେଟ ଟିମର ସଦସ୍ୟ ଥିଲେ। ୧୯୮୧ ଆସେସ୍ ଟେଷ୍ଟରେ ୪୩ରନରେ ୮ଓ୍ୱକେଟ୍  ନେଇ ନିଜ ଟିମକୁ ବିଜୟୀ କରାଇଥିଲେ ବବ୍ ଓ୍ୱିଲସ୍। ୯୦ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ଏହି ଇଂଲିଶ ତାରକା ନେଇଥିଲେ ୩୨୫ ଓ୍ୱିକେଟ। ୧୬ଥର ପାଞ୍ଚଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଛନ୍ତି।ଇଂଲଣ୍ଡର ସର୍ବାଧିକ ଓ୍ୱିକେଟ ଦଖଲକାରୀ କ୍ରିକେଟର ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି ବବ୍ ଓ୍ୱିଲସ। ୬୪ ଦିନିକିଆରେ ତାଙ୍କୁ ମିଳିଛି ୮୦ଓ୍ୱିକେଟ୍। ଇଂଲିଶ ବାହିନୀର ଏହି ସଫଳ ବୋଲର କିନ୍ତୁ କେବେ ବି ଓ୍ୱାଇଡ୍ ବଲ୍ ପକାଇ ନାହାନ୍ତି।

ଡେନିସ୍ ଲିଲି

Dennis-Lilee

ବିଶ୍ୱ କ୍ରିକେଟରେ ଜଣେ ଦୁର୍ଦ୍ଦଶ ଫାଷ୍ଟ ବୋଲର ଭାବରେ ବେଶ ଜଣାଶୁଣା। ୭୦-୮୦ଦଶକରେ ଅଷ୍ଟ୍ରେଲିଆ ଟିମର ଥିଲେ ବୋଲିଂ ମେରୁଦଣ୍ଡ।୧୩ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଭିତରେ ଗୋଟିଏ ବି ନୋ ବଲ୍ କି ଓ୍ୱାଇଡ୍ ବୋଲିଂ କରିନଥିଲେ। ୧୯୮୪ରେ କ୍ରିକେଟକୁ ଡେନିସ୍ ଲିଲି କହିଥିଲେ ବାଏ ବାଏ। ସେତେବେଳେ ସେ ଥିଲେ ଟେଷ୍ଟ କ୍ରିକେଟର ଏକ ନମ୍ବର ବୋଲର। ୭୦ଟି ଟେଷ୍ଟରୁ ୩୫୫ ଓ୍ୱିକେଟ୍ ଓ ୬୩ ଦିନିକିଆ ଖେଳି ଦଖଲ କରିଥିଲେ ୧୦୩ଟି ଓ୍ୱିକେଟ୍।୨୩ଥର ପାଞ୍ଚଟି ଲେଖାଏଁ ଓ ୭ଥର ୧୦ଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିବା କ୍ରିକେଟଙ୍କ ତାଲିକାରେ ନାଁ ଲେଖାଇଥିଲେ ଡେନିସ୍ ଲିଲି।

ଇଆନ୍ ବୋଥାମ୍

Iam-Botham

ଇଂଲଣ୍ଡର ଇଆନ୍ ବୋଥାମ୍ ହେଉଛନ୍ତି ବିଶ୍ୱ କ୍ରିକେଟର ଅନ୍ୟତମ ସଫଳ ଅଲ୍-ରାଉଣ୍ଡର। ୮୦ଦଶକରେ ତାଙ୍କୁ କୁହାଯାଉଥିଲା ଇଂଲିଶ ବାହିନୀର ମ୍ୟାଚ୍ ଓ୍ୱିନର। ଗୋଟିଏ ଟେଷ୍ଟରେ ଶତକ ହାସଲ କରିବା ସହ ୧୦ଟି ଓ୍ୱିକେଟ ନେବାରେ ଇଆନ୍ ବୋଥାମ୍ ଥିଲେ ବିଶ୍ୱରେ ପ୍ରଥମ କ୍ରିକେଟର। ୧୬ବର୍ଷର କ୍ରିକେଟ କ୍ୟାରିୟରରେ ପ୍ରତିପକ୍ଷ ଟିମକୁ ଅତିରିକ୍ତ ରନ୍ ବ୍ୟୟ କରିନାହାନ୍ତି। ଓ୍ୱାଇଡ୍ କି ନୋ ବଲ୍ ଫିଙ୍ଗି ନଥିବା ବିଶ୍ୱର ଅନ୍ୟତମ କ୍ରିକେଟର ଇଆନ୍ ବୋଥାମ୍। ୧୦୨ ଟେଷ୍ଟ ଖେଳି ୩୮୩ ଓ୍ୱିକେଟ୍ ଓ ୧୧୬ ଓ୍ୱାନ୍ ଡେରୁ ହାସଲ କରିଥିଲେ ୧୪୫ ଓ୍ୱିକେଟ୍। ସେହିପରି ଟେଷ୍ଟରେ ୫୨୦୦ ଓ ଦିନିକିଆରେ ୨୧୧୩ରନ୍ କରିଥିଲେ।

ଇମ୍ରାନ୍ ଖାନ୍

Imran-Khan

୧୯୯୨ କ୍ରିକେଟ ବିଶ୍ୱକପରେ ପାକିସ୍ତାନକୁ ଚାମ୍ପିଅନ୍ କରାଇଥିବା ଅଧିନାୟକ ଇମ୍ରାନ୍ ଖାନ।ଫାଇନାଲରେ ୭୨ରନର ଉପଯୋଗୀ ଇନିଂସ ଖେଳି ଓ୍ୱିକେଟ ବି ନେଇଥିଲେ। ପାକିସ୍ତାନ କ୍ରିକେଟରୁ ନୂଆ ଦିଶା ଦେଖାଇଥିଲେ ଇମ୍ରାନ୍ ଖାନ୍। ବୋଲିଂରେ କେବେ ବି ଅତିରିକ୍ତ ରନ୍ ଖର୍ଚ୍ଚ କରିନାହାନ୍ତି। ଓ୍ୱାଇଡ୍ କି ନୋ ବଲ୍ ଫିଙ୍ଗି ନାହାନ୍ତି ଇମ୍ରାନ୍ ଖାନ୍। ୧୯୮୨ରେ ପାକିସ୍ତାନ କ୍ରିକେଟ ଟିମର କମାଣ ସମ୍ଭାଳିବା ପରେ ୧୯୮୭ରେ ଭାରତକୁ ନିଜ ମାଟିରେ ହରାଇଥିଲେ। ୮୮ଟେଷ୍ଟରୁ ୩୬୨ ଓ ୧୭୫ ଦିନିକିଆ ଖେଳି ୧୮୨ ଓ୍ୱିକେଟର ଅଧିକାରୀ ଇମ୍ରାନ୍ ଖାନ। ଟେଷ୍ଟରେ ୩୮୦୭ରନ୍ ଏବଂ ଓ୍ୱାନ୍ ଡେରେ ୩୭୦୯ରନ୍ ସଂଗ୍ରହ କରିଥିଲେ। କ୍ରିକେଟରୁ ସନ୍ୟାସ ନେବା ପରେ ରାଜନୀତିରେ ପାଦ ଥାପିବା ପରେ ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି।

Garry-Sobers

ଏମାନଙ୍କ ବ୍ୟତୀତ ଓ୍ୱେଷ୍ଟଇଣ୍ଡିଜ୍ ଅଲରାଣ୍ଡର ଗାରି ସୋବର୍ସ ଦୀର୍ଘ ୨ଦଶନ୍ଧିର କ୍ରିକେଟରେ କେବେ ବି ଏକ୍ସଟ୍ରା ରନ୍ ବ୍ୟୟ କରି ନାହାନ୍ତି। ସେହିପରି ଇଂଲଣ୍ଡ ଖେଳାଳି ଡେରେକ୍ ଅଣ୍ଡରଉଡ୍,ନ୍ୟୁଜିଲାଣ୍ଡରେ ଜନ୍ମିତ ଅଷ୍ଟ୍ରେଲିଆ ସ୍ପିନ୍ ବୋଲର୍ କ୍ଲାରି ଗ୍ଲିମେଟ୍, ଓ୍ୱେଷ୍ଟଇଣ୍ଡିଜ୍ ସ୍ପିନର ଲାନ୍ସ ଗିବ୍ସ, ନ୍ୟୁଜିଲାଣ୍ଡର ଅନ୍ୟତମ ସଫଳ ଅଲରାଉଣ୍ଡର ରିଚାର୍ଡ ହାର୍ଡଲି ବି କ୍ରିକେଟ କ୍ୟାରିୟର ଭିତରେ କେବେ ବି ଓ୍ୱାଇଡ୍ କିମ୍ବା ନୋ ବଲ୍ ଫିଙ୍ଗି ନାହାନ୍ତି।

Bowlers never bowled a wideDennis LillieIam BothamImra Khan
Tweet
0
ମନମୋହନ ସିଂହଙ୍କ ଜୀବନୀ ଉପରେ ଫିଲ୍ମ, କଂଗ୍ରସେ ଲାଗି ଅଡୁଆ ସୃଷ୍ଟି କରିପାରେ
ଅଫେରା ରାଇଜରେ ବଲିଉଡ୍ କମେଡି ବାଦଶାହ କାଦର ଖାନ୍

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.