Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ନବୀନ ମାଗିଲେ ଆର୍ଥିକ ସ୍ୱାୟତ୍ତତା,ଧର୍ମେନ୍ଦ୍ର କହିଲେ ‘ଆନ୍ଦଳୋନର ସମୟ ଆସିଛି’

By admin • December 26, 2018 • ନ୍ୟୁଜ୍, ପଲିଟିକ୍ସ
NAVEEN-BSNL

 ଭୁବନେଶ୍ୱର-ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ନବୀନ ପଟ୍ଟନାୟକ। ଜବାବ ମାଗୁଛି ଓଡ଼ିଶା କହି କେନ୍ଦ୍ର ସରକାରଙ୍କ ୯ଟି ବିଫଳତା ଘରେ ଘରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ। ଏହାସହ ଓଡ଼ିଶାର ବିକାଶ ଲାଗି ଆର୍ଥିକ ସ୍ୱାୟତ୍ତତା ମିଳୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବରୁ ୯୦ ଦଶକରେ ବିଜୁ ପଟ୍ଟନାୟକ ମଧ୍ୟ ଓଡ଼ିଶାର ବିକାଶ ଲାଗି ଆର୍ଥିକ ସ୍ୱାୟତ୍ତତା କଥା ଉଠାଇ ଥିଲେ। ଯାହାକୁ ନେଇ ଖୁବ ବିବାଦ ଦେଖା ଦେଇଥିଲା। ଫାଇନାସିଆଲ୍ ଅଟନୋମି ବା ଆର୍ଥିକ ସ୍ୱାୟତ୍ତତା ଥିଓରୀ କଥା କହି ଭାରତ ଭିତରେ ଆଉ ଏକ ଦେଶ ସୃଷ୍ଟି କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଚାହୁଁଛନ୍ତି ବୋଲି ସେତେବେଳେ ଚର୍ଚ୍ଚା ଚାଲିଲା। ବାପା ବିଜୁବାବୁ ଯେପରି ଆର୍ଥିକ ସ୍ୱୟତ୍ତତା ମିଳିଲେ ଓଡ଼ିଶାକୁ ଦକ୍ଷିଣ ଏସିଆର ଉନ୍ନତ ପ୍ରଦେଶ କରିଦେବେ ବୋଲି କହୁଥିଲେ,ଏବେ ପୁଅ ନବୀନ ମଧ୍ୟ କହିଲେଣି ଆର୍ଥିକ ସ୍ୱାୟତ୍ତତା ମିଳିଲେ ରାଜ୍ୟର ବିକାଶ ହେବ। ତେବେ ବିଏସଏନଏଲ୍ ମୋବାଇଲ ଫୋନ୍ ସେବାକୁ ଖୁବ୍ ମଜାକ୍ ଉଡ଼ାଇଛନ୍ତି ନବୀନ। ବିଏସଏନଏଲ୍ ସେବା ପାଇବା ଲାଗି ଗଛ ଚଢ଼ିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗଛ ଓ କୋଠା ଉପରକୁ ଗଲେ ବିଏସଏଲଏଲ୍ ନେଟଓ୍ୱାର୍କ ଆସୁଛି ବୋଲି ନବୀନ ତାତ୍ସଲ୍ୟ କରିଛନ୍ତି।                     

 କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ତାତ୍ସଲ୍ୟ
୧-ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ ହାଇଓ୍ୱେ ଭଲ,କିନ୍ତୁ କୋଷ୍ଟାଲ ହାଇଓ୍ୱେ କୁଆଡେ ଗଲା?
୨-ବିଏସଏନଏଲ୍ ସେବା ବିପର୍ଯ୍ୟସ୍ତ, ଗଛ ଉପରକୁ ଗଲେ ନେଟଓ୍ୱାର୍କ ଆସୁଛି
୩-ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଲାଗି ରାଜ୍ୟ ମାଗଣାରେ ଜମି ଦେଇଛି ତା’ସହ ପ୍ରକଳ୍ପର ଅଧା ଟଙ୍କା ବହନ କରୁଛି, କିନ୍ତୁ ସରୁନି ପ୍ରକଳ୍ପ। ଇତିହାସ ହୋଇଯିବ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ
୪- ବିମୁଦ୍ରୀକରଣ ଯୋଗୁ ଲୋକେ ହଇରାଣ ହେଲେ, କିନ୍ତୁ ବ୍ୟାଙ୍କ ସେବା ମିଳୁନି
୫-କୋଇଲା ଖଣି ନିଲାମ ହେଲେ ଓଡ଼ିଶାକୁ ୭୦ହଜାର କୋଟି ଟଙ୍କା ମିଳିବ ବୋଲି କୁହାଗଲା, କିନ୍ତୁ ଗତ ୩ ବର୍ଷରେ ଓଡ଼ିଶା ପାଇଲା ୩୭୦ କୋଟି
୬-ଫସଲବୀମା ରାଶି ଚାଷୀକୁ ମିଳୁନି,କିନ୍ତୁ ଘରୋଇ ଇନ୍ୟୁସାରନ୍ସ କମ୍ପାନୀ ଲାଭାନ୍ୱିତ। MSP ବଢ଼ିଲା ନାହିଁ
୭-ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କୁ ଗତ ୨ବର୍ଷ ହେବ ଷ୍ଟାଇପେଣ୍ଡ୍ ମିଳୁ ନାହିଁ
୮-ଉଜ୍ଜ୍ୱଲା ଯୋଜନା ବହୁତ ପ୍ରଚାର କରାଗଲା,୩୦ଲକ୍ଷ ମହିଳାଙ୍କୁ ଗ୍ୟାସ ଦିଆଗଲା ବୋଲି କୁହାଗଲା। କିନ୍ତୁ ସେମାନଙ୍କ ମଧ୍ୟରୁ କେତେ ଜଣ ଗ୍ୟାସ ରିଫିଲିଂ କରୁଛନ୍ତି?
୯- ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମିଳିବା ପ୍ରତିଶ୍ରୁତି କୁଆଡ଼େ ଗଲା?
ଓଡ଼ିଶାରୁ ରେଲଓ୍ୱେ ବାର୍ଷିକ ୨୦ହଜାର କୋଟି ନେଉଛି କିନ୍ତୁ ଦେଉଛି ୨ହଜାର କୋଟି ଟଙ୍କା। ସେହିଭଳି ଏମସିଏଲରୁ ୨୦ହଜାର କୋଟି ଟଙ୍କାର ରାଜସ୍ୱ ପାଉଛି କେନ୍ଦ୍ର, ଅଥଚ ଓଡ଼ିଶା ପାଉଛି ପ୍ରଦୂଷଣ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି।

ରେଳ ବିକାଶ ଲାଗି ରାଜ୍ୟ ସରକାର ଅନାଗ୍ରହୀ!
ଅପରପକ୍ଷରେ ବିଜେପି ଯୁବମୋର୍ଚ୍ଚାର ଜବାବ ମାଗେ ଓଡ଼ିଶା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେଇଛନ୍ତି।ମୋଦି ସରକାର ଧାନର ସହାୟକ ମୂଲ୍ୟକୁ ବୃଦ୍ଧି କରି ୧୭୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। କିନ୍ତୁ ବରଗଡ଼ର ସୋହେଲାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୦୦ଟଙ୍କାର ବୋନସ୍ କୁଆଡ଼େ ଗଲା ଏବଂ ଅଭାବି ଧାନ ବିକ୍ରି ସମସ୍ୟା ରାଜ୍ୟରେ ଅଛି। ଏବେ ସଂଗ୍ରାମ ଓ ଆନ୍ଦଳୋନର କରିବାର ସମୟ  ଆସିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ଓଡ଼ିଶା ସରକାର ବୌଦ୍ଧ-କନ୍ଧମାଳ-ସୁବର୍ଣ୍ଣପୁର ଜିଲ୍ଲାରେ କେତେ ଜମି ଅଧିଗ୍ରହଣ କରିଛନ୍ତି ତାର ହିସାବ ଦିଅନ୍ତୁ।ସେହିପରି ପାରାଦୀପ-ହରିଦାସପୁର ରେଳପ୍ରକଳ୍ପ ଲାଗି ଓଡ଼ିଶା ସରକାର ଜମି ଦେଇନାହାଁନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି। ଆଉ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ବ୍ୟବସ୍ଥାର ଦାବି କରୁଥିବା ମୁଖ୍ୟମନ୍ତ୍ରୀ,ତାଙ୍କ ମନ୍ତ୍ରିମଣ୍ଡଳରେ କେତେ ଜଣ ମହିଳାଙ୍କୁ ସ୍ଥାନ ଦେଇଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି।
ପଢ଼ନ୍ତୁ
ବାଜପେୟୀଙ୍କୁ ହରାଇବା ଲାଗି ସିନେଷ୍ଟାର ବଲରାଜ ସାହାଣୀଙ୍କ ଦ୍ୱାରା ପ୍ରଚାର କରାଇଥିଲେ ନେହରୁ

କ୍ୟାରିଅର ପାଇଁ ନିଜ ମ୍ୟାରେଡ୍ ଲାଇଫ ଲୁଚାନ୍ତି, ବଲିଉଡ ସେଲିବ୍ରିଟି

BJD Foundation DayBSNLDharmendra PradhanFinancial AutonomyNaveen Patnaik
Tweet
0
କ୍ରିସମାସ୍‌ ପର ଦିନ ଖେଳାଯାଉଥିବା ମ୍ୟାଚ୍‌କୁ କାହିଁକି ବକ୍ସିଂ ଡେ' ଟେଷ୍ଟ କୁହାଯାଏ ?
ଅମାନିଆ ସେବାୟତ,କଥା କଥାକେ ଉପାସରେ ରଖୁଛନ୍ତି ଷାଠିଏ ପଉଟି ଖିଆ କାଳିଆକୁ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.