Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବରୁଣ ଗାନ୍ଧିଙ୍କୁ PMOରୁ ତାଗିଦ, ‘କାହିଁକି ସମସ୍ୟା ବଢ଼ାଉଛ’?

By admin • October 26, 2018 • ନ୍ୟୁଜ୍, ପଲିଟିକ୍ସ
VARUN on MP SALARY

ସାଂସଦଙ୍କ ଦରମା ବୃଦ୍ଧିକୁ ପ୍ରଶ୍ନ କରିବାରୁ ଅଡୁଆରେ ଏବେ ବିଜେପି ଏମପି ବରୁଣ ଗାନ୍ଧି। ସାଂସଦଙ୍କ ଦରମା ବୃଦ୍ଧି ଅନାବଶ୍ୟକ ବୋଲି ବାରମ୍ବାର କହୁଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧି। ହେଲେ ସାଂସଦଙ୍କ ଦରମା ବୃଦ୍ଧିକୁ ପ୍ରଶ୍ନ ନକରିବାକୁ ତାଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(PMO)ରୁ ଚାପ ପଡୁଛି ବୋଲି ସୁଲତାନପୁର ସାଂସଦ ବରୁଣ ଗାନ୍ଧି କହିଛନ୍ତି। “ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନଙ୍କ ଦରମା କଠିନ ପରିଶ୍ରମ ଏବଂ ସ୍ୱଚ୍ଛତା ପାଇଁ ବୃଦ୍ଧି ପାଉଛି।  କିନ୍ତୁ ସାଂସଦମାନେ ଗୃହରେ କେବଳ ହାତ ଉଠାଇ ଗତ ୧୦ବର୍ଷ ମଧ୍ୟରେ ୭ଥର ନିଜର ଦରମା ବଢ଼ାଇ ଦେଇଛନ୍ତି। ଅପରପକ୍ଷରେ ନିଜ ସମ୍ପତ୍ତିର ବିବରଣୀ ଦେଉନାହାଁନ୍ତି ସାଂସଦଗଣ ” ବୋଲି ବରୁଣ ଗାନ୍ଧି କହିଛନ୍ତି ।“ବାରମ୍ବାର ଏହି ପ୍ରସଙ୍ଗ ଉଠାଇବାରୁ PMOରୁ ଫୋନରେ ଡକରା ଆସି ମୋତେ ପ୍ରଶ୍ନ କରାଯାଉଛି। କାହିଁକି ସମସ୍ୟା ବଢ଼ାଉଛ” ବୋଲି ୟୁପିର ବିଭାନୀର ଏକ ମହିଳା କଲେଜ କାର୍ଯ୍ୟକ୍ରମରେ ଯୋଗ ଦେଇ ସାଂସଦ ବରୁଣ ଗାନ୍ଧି କହିଛନ୍ତି।VARUN-GANDHI@LOKASABHAବାପା ସଞ୍ଜୟଙ୍କ କଣ୍ଟ୍ରୋଲରେ ଥିଲା PMO
ଏକଦା ପାଉରଫୁଲ୍ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ PMOକୁ ଚଳାଉଥିଲେ ବରୁଣଙ୍କ ବାପା ସଞ୍ଜୟ ଗାନ୍ଧି।ଏବେ ସେହି PMOରୁ ଜୁନିଅର ଗାନ୍ଧି, ବରୁଣଙ୍କୁ ତାଗିଦ ହେଉଛି ସାଂସଦଙ୍କ ଦରମା ବୃଦ୍ଧିକୁ ପ୍ରଶ୍ନ ନକରିବା ପାଇଁ। ଏପରିକି ବରୁଣଙ୍କ ମା’ ମନେକା ଗାନ୍ଧି ଏବେବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସଦସ୍ୟ ଅଛନ୍ତି।INDIRA & SANJAY GANDHIଅପରପକ୍ଷରେ ଚଳିତ ଆର୍ଥିକ ବର୍ଷରୁ ସାଂସଦଙ୍କ ଦରମା ୨ଗୁଣା ହୋଇଛି। ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ସାଂସଦଙ୍କୁ ମିଳୁଥିବା ମୂଳ ଦରମା ୫୦ହଜାରରୁ ୧ଲକ୍ଷକୁ ବୃଦ୍ଧି କରାଯାଇଛି। ସେହିପରି ସଂସଦୀୟ କ୍ଷେତ୍ର ଲାଗି ମିଳୁଥିବା ମାସିକିଆ ଭତ୍ତାକୁ ୪୫ହଜାରରୁ ୭୦ହଜାର କରାଯାଇଛି। ଆଉ ନିଜ ଅଫିସ ଚଳାଇବା ଲାଗି ସାଂସଦଙ୍କ ମାସକିଆ ଭତ୍ତା ୪୫ହଜାର ପରିବର୍ତ୍ତେ ୬୦ହଜାର ହୋଇଛି। ଏହାବଦ ଦିଲ୍ଲୀରେ ଘର, ବର୍ଷକୁ ୩୪ଥର ମାଗଣାରେ ବିମାନ ଯାତ୍ରା ଏବଂ ରେଳଯାତ୍ରା ସମ୍ପୂର୍ଣ୍ଣ ମାଗଣା। ସେହିପରି ସଂସଦ ଚାଲୁଥିବା ବେଳେ ଜଣେ ସାଂସଦଙ୍କୁ ଦୈନିକ ୨ହଜାର ଟଙ୍କାର ଭତ୍ତା ମଧ୍ୟ ମିଳିଥାଏ।
କଂଗ୍ରେସରେ ଯୋଗ ଦେବେ!
ବରୁଣଙ୍କ ଅଭିଯୋଗ, ସାଂସଦଙ୍କ ଦରମାରେ ଯେତିକି ଖର୍ଚ୍ଚ ହେଉଛି, ଦେଶର ଶିକ୍ଷା ବ୍ୟବସ୍ଥା ଲାଗି ସେତିକି ଖର୍ଚ୍ଚ ହେଉନାହିଁ। ବର୍ଷକୁ ବଜେଟରେ ଶିକ୍ଷା ପାଇଁ ୩ଲକ୍ଷ କୋଟି ଆବଣ୍ଟିତ ହେଉଥିଲେ ମଧ୍ୟ ସେଥିରୁ ୮୯% ଅର୍ଥ କେବଳ ଗୃହ ନିର୍ମାଣରେ ଖର୍ଚ୍ଚ ହେଉଛି । ସେପେଟେ ସ୍କୁଲ ପରିସରରେ ବିଭିନ୍ନ ଧର୍ମୀୟ ଓ ରାଜନୈତିକ ସଭା ଅନୁଷ୍ଠିତ ହେଉଛି। ଏହାକୁ କିପରି ଆମେ ଶିକ୍ଷାର ସୁଧାର ବୋଲି କହିପାରିବା ବୋଲି ବରୁଣ କହିଛନ୍ତି।ତେବେ ନିଜ ଦଳ ଉପରେ କ୍ଷୁବଧ୍ ଥିବା ବରୁଣ ଗାନ୍ଧି, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ଲିଗି ଆଶୟୀ ଥିଲେ। ଚର୍ଚ୍ଚା ହେଉଛି ୨୦୧୯ନିର୍ବାଚନ ଆଗରୁ ବରୁଣ ଗାନ୍ଧି, ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇପାରନ୍ତି। ବରୁଣଙ୍କ ବଡ଼ ଭାଇ ରାହୁଲ ଗାନ୍ଧି ଏବେ କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି।

ଏଥିସହ ପଢ଼ନ୍ତୁ-ବିଧାନସଭା ବିରୋଧି ଦଳ ନେତା ପଦ କଣ ଅଶୁଭ?

MP SalaryPMOVarun Gandhi
Tweet
0
କୋହଲିଙ୍କ ଫାଷ୍ଟେଷ୍ଟ୍ ୧୦ହଜାର ରନ୍ : ୧୦ହଜାର ରନ୍ କ୍ଲବରେ ସାମିଲ ହେବାକୁ ଟିମ୍ ଇଣ୍ଡିଆର କ୍ୟାପଟେନ୍ ହେବା ଜରୁରୀ!
ଜନ୍ମକୁ ବଳିଯିବ ମୃତ୍ୟୁହାର: ଢେଙ୍କାନାଳରେ ବିଦ୍ୟୁତ ଆଘାତରେ ୭ହାତୀ ମୃତ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.