Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

କୋହଲିଙ୍କ ଫାଷ୍ଟେଷ୍ଟ୍ ୧୦ହଜାର ରନ୍ : ୧୦ହଜାର ରନ୍ କ୍ଲବରେ ସାମିଲ ହେବାକୁ ଟିମ୍ ଇଣ୍ଡିଆର କ୍ୟାପଟେନ୍ ହେବା ଜରୁରୀ!

By admin • October 24, 2018 • ନ୍ୟୁଜ୍, ସ୍ପୋର୍ଟସ୍
VIRAT-KOHALI

୧୮ଅଗଷ୍ଟ ୨୦୦୮ରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିଥିବା୧୯ବର୍ଷର ଯୁବକ, ୨୦୧୮ ବେଳକୁ ଓ୍ୱାନଡେ୍ କ୍ରିକେଟରେ ବିଶ୍ୱର ଦ୍ରୁତତମ ୧୦ହଜାର ରନ୍ କରିଛନ୍ତି। ଏହାସହ ଟେଷ୍ଟ, ଓ୍ୱାନଡେ୍ ଏବଂ ଟି-୨୦ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି ସେହି ୨୯ବର୍ଷୀୟ ଖେଳାଳି ବିରାଟ କୋହଲି। ଯେବେ ବି ତାଙ୍କ ବ୍ୟାଟ୍ ଉଠୁଛି ବିଶ୍ୱ ରେକର୍ଡ ପ୍ରତିଷ୍ଠା ହେଉଛି। ୨୪ଅକ୍ଟୋବର ୨୦୧୮ରେ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳି ବିଶାପାଟଣାରେ ୧୫୭ରନ୍ କରି ଓ୍ୱାନଡେରେ ୩୭ତମ ଶତକ ମାରି ୧୦ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ କୋହଲି। ତେନ୍ଦୁଲକରଙ୍କ ରେର୍କଡ ଭାଙ୍ଗିବା ସହ ବିଶ୍ୱର ତ୍ରୟୋଦଶ ବ୍ୟାଟସମ୍ୟାନ୍ ଭାବେ ୧୦ହଜାର ରନ୍ କରିଛନ୍ତି କୋହଲି। ଏହାପୂର୍ବରୁ ଭାରତ ସଚିନ ତେନ୍ଦୁଲକର, ଗାଙ୍ଗୁଲି, ଦ୍ରାବିଡ ଏବଂ ଧୋନି ୧୦ହଜାର କ୍ଲବରେ ସାମିଲ ହୋଇଥିଲେ। କିନ୍ତୁ ୧୦ହଜାର ରନ୍ କରିବାରେ କୋହଲି ହେଉଛନ୍ତି ବିଶ୍ୱର ନମ୍ବର୧ ବ୍ୟାଟସମ୍ୟାନ୍। କାରଣ ୧୦ ହଜାର ରନ୍ କରିବା ଲାଗି ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ୨୫୯ଟି ଇନିଂସ ଖେଳିବାକୁ ପଡିଥିଲା। ଆଉ ବିଶ୍ୱର ଅନ୍ୟ ବ୍ୟାଟସମ୍ୟାନଙ୍କୁ ପଛରେ ପକାଇ ୧୦ହଜାର ରନ୍ କ୍ଲବରେ ସାମିଲ ହେଲାବେଳକୁ ସର୍ବାଧିକ ସେଞ୍ଚୁରୀ ଅର୍ଥାତ ୩୭ଟି ଶତକ ମାରିଛନ୍ତି କୋହଲି।

There is no stopping this fella @imVkohli, whaddaplayaaa 🔥🔥 pic.twitter.com/4Hkt55TsHF

— BCCI (@BCCI) October 24, 2018


ଫାଷ୍ଟେଷ୍ଟ୍ ୧୦ହଜାର ରନ୍
ଖେଳାଳି                  ଇନିଂସ
ବିରାଟ କୋହଲି         ୨୦୫
ସଚିନ ତେନ୍ଦୁଲକର     ୨୫୯
ସୌରଭ ଗାଙ୍ଗୁଲି       ୨୬୩
ରିକ୍ ପଣ୍ଟିଂ               ୨୬୬
ଜ୍ୟାକ୍ କାଲିସ୍           ୨୭୨
ଏମ୍.ଏସ୍.ଧୋନି        ୨୭୩Kohali-10-000-runରନ୍ ମେସିନ୍ କୋହଲି ଗତ ୧୪ ଇନିଂସରୁ ୭ଟି ଶତକ ହାସଲ କରିଛନ୍ତି। ସେହିପରି ଗତ ୧୧ଟି ମ୍ୟାଚରୁ ୧ହଜାର ରନ୍ କରିଛନ୍ତି, ଯାହା ମଧ୍ୟରେ ୫ଟି ଶତକ ହାସଲ କରିଛନ୍ତି। ତେବେ ୧୦ହଜାର ରନ୍ କ୍ଲବରେ ପୂର୍ବରୁ ସାମିଲ ହୋଇଥିବା ୪ଜଣ ବ୍ୟାଟସମ୍ୟାନ୍ ସମସ୍ତେ ଭାରତୀୟ ଦଳର ଏକଦା ଅଧିନାୟକ ଥିଲେ। ଆଉ କୋହଲି ମଧ୍ୟ ୧୦ହଜାର ରନ୍ କ୍ଲବରେ ସାମିଲ ହେଲା ବେଳକୁ ଟିମ୍ ଇଣ୍ଡିଆର କ୍ୟାପଟେନ୍ ଅଛନ୍ତି।
କୋହଲିଙ୍କ ଫାଷ୍ଟେଷ୍ଟ୍ ୧୦ହଜାର ରନ ପାଇଁ
ଇନିଂସ-୨୦୫
ମ୍ୟାଚ-୨୧୩
ବଲ୍-୧୦,୮୧୩
ସେଞ୍ଚୁରୀ-୩୭
ସମୟ-୧୦ବର୍ଷ ୬୭ଦିନ

ଏଥିସହ ପଢନ୍ତୁ-୧୯୮୩ ଓ୍ୱାର୍ଲଡ କପ୍ ଟିମ୍ ଅଲରାଉଣ୍ଡର କୀର୍ତ୍ତିଙ୍କୁ କାଉଣ୍ଟର୍ କରିବେ ଧୋନି-ଗମ୍ଭୀର !

10000 ODI RUNSIndia Vs West IndiesSachin TendulkarVirat Kohli
Tweet
0
୧୫ବର୍ଷ ପରେ ସିବିଆଇରେ ଓଡ଼ିଶାର ଦବଦବା, ନାଗେଶ୍ୱରଙ୍କୁ ନିର୍ଦ୍ଦେଶକ ଦାୟିତ୍ୱ
ବରୁଣ ଗାନ୍ଧିଙ୍କୁ PMOରୁ ତାଗିଦ, ‘କାହିଁକି ସମସ୍ୟା ବଢ଼ାଉଛ’?

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.