Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଜନ୍ମକୁ ବଳିଯିବ ମୃତ୍ୟୁହାର: ଢେଙ୍କାନାଳରେ ବିଦ୍ୟୁତ ଆଘାତରେ ୭ହାତୀ ମୃତ

By admin • October 27, 2018 • ନ୍ୟୁଜ୍
ELEPHANT-DEATH-PHOTO

ଢେଙ୍କାନାଳ: ବିଦ୍ୟୁତ ଆଘାତରେ ଢେଙ୍କାନାଳ କମଳାଙ୍ଗ ଗାଁରେ ୭ହାତୀଙ୍କ ମୃତ୍ୟୁ ହୋଇଛି। ଗାଁର ଏକ ବିଲ ମଝିରେ ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ହତୀମାନଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ସଦର ରେଞ୍ଜ କମଳାଙ୍ଗ ଗାଁ ନିକଟରେ ରେଲୱେ ଟ୍ରାକ ପାଇଁ ବିଦ୍ୟୁତ ତାର ଟଣାଯାଇଥିଲା। ତେବେ ଶୁକ୍ରବାର ରାତିରେ ହାତୀ  ଜଙ୍ଗଲ ମଧ୍ୟରେ ଥିବା ରେଲୱେ ଟ୍ରାକ ପାରି କରୁଥିବା ବେଳେ ଭୂମି ଠାରୁ ମାତ୍ର ୮ଫୁଟ୍‌ ଉଚ୍ଚତାରେ ଟଣା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ୨ଦନ୍ତା ହାତୀଙ୍କ ସମେତ ୭ହାତୀଙ୍କ ମୃତ୍ୟୁ ହୋଇଛି। ତେବେ ସୌଭାଗ୍ୟ ବଶତଃ ଦଳରେ ଥିବା ଅନ୍ୟ ୬ହାତୀ ଅଳ୍ପକେ ବଞ୍ଚି ଯାଇଛନ୍ତି। ଅଳ୍ପ ଉଚ୍ଚତାରେ ବିଦ୍ୟୁତ ତାର ଯାଇଥିବା ନେଇ ବନବିଭାଗକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଏଥିପ୍ରତି ଧ୍ୟାନ ଦେଇନଥିଲେ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତେବେ ନିୟମ ଅନୁସାରେ ୧୭ଫୁଟ୍‌ ଉଚ୍ଚତାରେ ବିଦ୍ୟୁତ ତାର ଟଣା ଯିବା କଥା। ଏହି ଘଟଣାରେ ସରକାର ବନ ବିଭାଗ-ଶକ୍ତି ବିଭାଗର ୬ଜଣଙ୍କୁ ନିଲମ୍ବନ ଏବଂ ଜଣଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତିELEPHANT-DEATH2୮ବର୍ଷରେ ୬୨୦ହାତୀଙ୍କ ଅକାଳ ମୃତ୍ୟୁ
ପୂର୍ବରୁ ମଧ୍ୟ ଏହିଭଳି ଅନେକ ଘଟଣା ଦେଖିବାକୁ ମିଳିଛି । ଗତ ଏପ୍ରିଲ ୧୬ରେ ଝାରସୁଗୁଡାର ବାଗଡିହରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ଟ୍ରେନ ଲାଇନ୍ ଅତିକ୍ରମ କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ ଧକ୍କା ଦେବା ଫଲରେ ଗୋଟିଏ ଦନ୍ତା ଦାତୀ ସମେତ ୪ହାତୀଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ଜୁଲାଇ ୨୦୧୫ରେ ଗଞ୍ଜାମର ରମ୍ଭା ନିକଟରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଏକ ଛୁଆ ହାତୀ ସମେତ ୫ହାତୀଙ୍କ ମୃତ୍ୟୁ ହୋଇଥିଲା। ଗତ ୮ବର୍ଷ ମଧ୍ୟରେ ଓଡ଼ିଶାରେ ପ୍ରାୟ ୬୨୦ରୁ ଉର୍ଦ୍ଧ ହାତୀଙ୍କ ଅକାଳ ମୃତ୍ୟୁ ହେଲାଣି।ELEPHANT-DEATH3ଜନ୍ମକୁ ବଳିଯିବ ମୃତ୍ୟୁହାର
୯୦ଦଶକରେ ଓଡ଼ିଶାରେ ବାର୍ଷିକ ହାତୀ ମୃତ୍ୟୁ ସଂଖ୍ୟା ୩୩ ଥିଲାବେଳେ, ୨୦୦୦ରୁ ୨୦୧୦ ମଧ୍ୟରେ ସେହି ମୃତ୍ୟୁହାର ୪୬କୁ ବୃଦ୍ଧି ପାଇଥିଲା। ଏବେ ଓଡ଼ିଶାରେ ହାତୀ ମୃତ୍ୟୁ ହାର ବର୍ଷକୁ ୭୩ରେ ପହଞ୍ଚିଲାଣି। ଯଦି ଏଭଳି ମୃତ୍ୟୁ ହାର ବଢ଼ି ଚାଲିବ ତେବେ ଓଡ଼ିଶାରେ ହାତୀ ଜନ୍ମ ଠାରୁ ବଳିଯିବ। ଓଡ଼ିଶାରେ ହାତୀ ମୃତ୍ୟୁର ପ୍ରମୁଖ କାରଣ ସାଜିଛି,୧-ହାତୀ ଦାନ୍ତ ସଂଗ୍ରହ, ୨- ବିଦ୍ୟୁତ ଆଘାତ, ୩-ଟ୍ରେନ ଧକ୍କା। ରେର୍କଡରୁ ଜଣାପଡୁଛି ପ୍ରତିବର୍ଷ ଓଡ଼ିଶାରେ ୧୮ଟି ଦନ୍ତା ହାତୀ ମୃତ୍ୟୁବରଣ କରୁଛନ୍ତି। ଗତ ୫ବର୍ଷ ମଧ୍ୟରେ ୬୨ଟି ଦନ୍ତା ହାତୀଙ୍କୁ ହତ୍ୟା କରାଯାଇଛି। ହେଲେ ଜଣେ ବି ହାତୀ ଦାନ୍ତ ମାଫିଆଙ୍କୁ ଗିରଫ କରିନାହିଁ ବନବିଭାଗ। ତେବେ ଆସନ୍ତୁ ନଜର ପକାଇବା ୨୦୧୦ରୁ ହାତୀ ମୃତ୍ୟୁ ତଥ୍ୟ ଉପରେ
ବର୍ଷ                   ହାତୀ ମୃତ
୨୦୧୦-୧୧        ୮୩
୨୦୧୧-୧୨        ୬୮
୨୦୧୨-୧୩        ୮୦
୨୦୧୩-୧୪        ୭୫
୨୦୧୪-୧୫       ୫୬
୨୦୧୫-୧୬       ୮୦
୨୦୧୬-୧୭       ୬୯
୨୦୧୭-୧୮       ୭୩
୨୦୧୮—         ୩୬

ଏଥିସହ ପଢ଼ନ୍ତୁ-ଟିମ୍ ଇଣ୍ଡିଆକୁ ପାକିସ୍ତାନ କହିଲା ‘ଖେଳ ବନ୍ଦ କରନ୍ତୁ, ଆପଣଙ୍କ ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କ ହତ୍ୟା ହୋଇଛି’

DhenkanalElectrocutionElephant Death
Tweet
0
ବରୁଣ ଗାନ୍ଧିଙ୍କୁ PMOରୁ ତାଗିଦ, ‘କାହିଁକି ସମସ୍ୟା ବଢ଼ାଉଛ’?
ଅନ୍ଧବିଶ୍ୱାସକୁ ଦୂର କରିବାକୁ ବାଚସ୍ପତି ପ୍ରଦୀପ ଅମାତ ରିସ୍କ୍ ନେଇଥିଲେ !

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.