Narasingh-Mishra

ଭୁବନେଶ୍ୱର: କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ଶଗରିଆ ବିଧାୟକ ପଦରୁ ଇସ୍ତଫା ଦେଲେଣି। ବାଚସ୍ପତି ଭୁବନେଶ୍ୱର ଫେରିଲେ, ଆସନ୍ତା ସପ୍ତାହରେ ଶଗରିଆଙ୍କ ଇସ୍ତଫା ପତ୍ର ଗ୍ରହଣ ହୋଇଯିବ। ସେପଟେ କିଛି ବିଧାୟକ ଦଳ ଛାଡିବା ମୁଡରେ ରହିଲେଣି। ଏମିତି ଯଦି ହୁଏ ତେବେ ବିରୋଧି ଦଳ ନେତା ପଦ ହରାଇ ପାରନ୍ତି ନରସିଂହ ମିଶ୍ର।ନିୟମ ଅନୁସାରେ ବିରୋଧି ଦଳର ମାନ୍ୟତା ପାଇବାକୁ ଏକ ଦଶମାଂଶ ବିଧାୟକ କଂଗ୍ରେସର ହେବା ଦରକାର। ଅର୍ଥାତ ୧୪୭ଜଣଙ୍କ ବିଧାୟକଙ୍କ ମଧ୍ୟରୁ ବିରୋଧି ଦଳ ନେତା ମାନ୍ୟତା ପାଇବାକୁ ଅତି କମରେ ୧୪ଦଶମିକ୭ ବିଧାୟକଙ୍କ କଂଗ୍ରେସ ହେବା ଦରକାର।୧୪ଦଶମିକ ୭ ଅର୍ଥାତ ୧୫ଜଣ ବିଧାୟକ କଂଗ୍ରେସର ହେବା ଜରୁରୀ। କୃଷ୍ଣ ଶଗରିଆଙ୍କୁ ମିଶାଇ କଂଗ୍ରେସରେ ଏବେ ଅଛନ୍ତି ୧୫ଜଣ ବିଧାୟକ। ଯଦିଓ ୨୦୧୪ ନିର୍ବାଚନରେ କଂଗ୍ରେସର ୧୬ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ ତେବେ ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ସେହି ସଂଖ୍ୟା ୧୫କୁ ଖସି ଆସିଲା। ଆଉ ଏବେ ଶଗରିଆଙ୍କୁ ବାଦ ଦେଇ ୪ରୁ ୫ଜଣ ବିଧାୟକ କଂଗ୍ରେସ ଛାଡିବା ପ୍ଲାନରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି। ମାନେ ଶଗରିଆଙ୍କ ଇସ୍ତଫା ଗ୍ରହଣ ହେବା ମାତ୍ରେ ବିରୋଧି ଦଳ ନେତା ପଦ ହରାଇ ପାରନ୍ତି ନରସିଂହ ମିଶ୍ର।Janaki-Pattnaikଜେବି-ଭୂପିନ୍ଦର ହଟିଛନ୍ତି
ଇତିହାସ କହୁଛି ନିର୍ବାଚନ ଆଗରୁ ବିରୋଧି ଦଳ ନେତାଙ୍କୁ ବଦଳାଇ ଥାଏ କଂଗ୍ରେସ।୨୦୧୪ନିର୍ବାଚନ ଆଗରୁ ଭୂପିନ୍ଦର ସିଂଙ୍କୁ ହଟାଇ, ସୁରେନ୍ଦ୍ର ସିଂହ ଭୋଇଙ୍କୁ ବିରୋଧି ଦଳ ନେତା କରିଥିଲା  କଂଗ୍ରେସ।ସେହିପରି ୨୦୦୯ନିର୍ବାଚନ ଆଗରୁ ଜାନକୀ ବଲ୍ଲବ(ଜେବି)ପଟ୍ଟନାୟକଙ୍କୁ ହଟାଇ ରାମଚନ୍ଦ୍ର ଉଲ୍ଲକାଙ୍କୁ ବିରୋଧି ଦଳର ନେତା କରିଥିଲା କଂଗ୍ରେସ। ତେଣୁ ଇତିହାସର ପୁନରାବୃତ୍ତି ମଧ୍ୟ ହୋଇପାରେ, ଆଉ ବଦଳି ପାରନ୍ତି ବିରୋଧି ଦଳ ନେତା ନରସିଂହ ମିଶ୍ର।Bhupinder-Singhରିପିଟ୍ ହେବ ବିଜୁଙ୍କ ଫର୍ମୁଲା!
ବାପା ବିଜୁ ପଟ୍ଟନାୟକଙ୍କ ପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଖ୍ୟା ନଥାଇ ମଧ୍ୟ ନରସିଂହ ମିଶ୍ରଙ୍କୁ ବିରୋଧି ଦଳ ନେତା ପଦରେ ରଖିପାରନ୍ତି। କାରଣ ୧୯୯୦ ନିର୍ବାଚନରେ କଂଗ୍ରେସର ୧୦ଜଣ ବିଧାୟକ ଜିତିଥିଲେ ମଧ୍ୟ ରାମଚନ୍ଦ୍ର ଉଲ୍ଲକାଙ୍କୁ ବିରୋଧି ଦଳର ସୁବିଧା ସୁଯୋଗ ଦେଇଥିଲା ବିଜୁ ପଟ୍ଟନାୟକଙ୍କ ସରକାର। RAMACHANDRA-ULAKAଅବଶ୍ୟ ବିଧି ବ୍ୟବସ୍ଥା ଅନୁଯାୟୀ, ୧୯୯୦-୯୫ ବିଧାନସଭା ରେକର୍ଡରେ ବିରୋଧି ଦଳ ନେତା ଭାବେ କାହାରି ନାମ ଉଲ୍ଲେଖ ରହିଲା ନାହିଁ। କିନ୍ତୁ କ୍ୟାବିନେଟ୍ ମନ୍ତ୍ରୀ ପରି ସୁବିଧା ସୁଯୋଗ ଉପଭୋଗ କରୁଥିଲେ ସୂର୍ଗତ ରାମଚନ୍ଦ୍ର ଉଲ୍ଲକା। ତେଣୁ ରାମଚନ୍ଦ୍ର ଉଲ୍ଲକାଙ୍କ ପରି ନରସିଂହ ମିଶ୍ରଙ୍କୁ ମଧ୍ୟ ନବୀନ ପଟ୍ଟନାୟକ ବିରୋଧି ଦଳର ନେତା ଲାଗି ମିଳୁଥିବା ସୁବିଧା ସୁଯୋଗରୁ ବଞ୍ଚିତ କରି ନପାରନ୍ତି।
ଅଶୁଭ ପଦ
ଇତିହାସ କହୁଛି ଯିଏ ବିରୋଧି ଦଳ ନେତା ହେଲା, ତାଙ୍କ ରାଜନୈତିକ କ୍ୟାରିଅରରେ କଳାବାଦଳ ମାଡି ଆସିଲା। ଗତ ୨୦ବର୍ଷର ରେକର୍ଡ କହୁଛି ବିରୋଧି ଦଳ ନେତା ପଦରେ ବସିଥିବା ବିଧାୟକମାନେ ଆଉ ବିଧାନସଭାକୁ ପ୍ରବେଶ କରି ପାରୁନାହାଁନ୍ତି। ସେମାନେ ହେଲେ…..
୧-ସଚ୍ଚିଦାନନ୍ଦ ଦଲାଲ(ବିଜେଡି)-କାର୍ଯ୍ୟକାଳ-୧୧/୧୨/୧୯୯୮-୨୯/୦୨/୨୦୦୦
୨-ରମାକାନ୍ତ ମିଶ୍ର(କଂଗ୍ରେସ)-କାର୍ଯ୍ୟକାଳ-୨୧/୦୩/୨୦୦୦-୦୬/୦୨/୨୦୦୪
୩-ଜେବି ପଟ୍ଟନାୟକ(କଂଗ୍ରେସ)-କାର୍ଯ୍ୟକାଳ-୦୪/୦୬/୨୦୦୪-୨୪/୦୧/୨୦୦୯
୪-ରାମଚନ୍ଦ୍ର ଉଲ୍ଲକା(କଂଗ୍ରେସ)-କାର୍ଯ୍ୟକାଳ-୨୪/୦୧/୨୦୦୯-୧୯/୦୫/୨୦୦୯
୫-ଭୂପିନ୍ଦର ସିଂ(କଂଗ୍ରେସ)-କାର୍ଯ୍ୟକାଳ-୨୭/୦୫/୨୦୦୯-୧୦/୦୩/୨୦୧୪
୬-ସୁରେନ୍ଦ୍ର ସିଂ ଭୋଇ(କଂଗ୍ରେସ)-କାର୍ଯ୍ୟକାଳ —
୭-ନରସିଂହ ମିଶ୍ର(କଂଗ୍ରେସ)-କାର୍ଯ୍ୟକାଳ-୧୧/୦୬/୨୦୧୪—
ଏଥିସହ ପଢ଼ନ୍ତୁ-ବରୁଣ ଗାନ୍ଧିଙ୍କୁ PMOରୁ ତାଗିଦ, ‘କାହିଁକି ସମସ୍ୟା ବଢ଼ାଉଛ’?