ନବବର୍ଷ ଉପଲକ୍ଷେ କେନ୍ଦ୍ର ସରକାର ତରଫରୁ ନୁଆ ବଜେଟ୍ ଉପସ୍ଥାପିତ ହୋଇଛି।ଏଥର ବଜେଟରେ ପ୍ରମୁଖ ଯୋଜନାଗୁଡ଼ିକ ପାଇଁ ଅଧିକ ପରିମାଣର ବ୍ୟୟବରାଦ ହୋଇଛି। ଭିତ୍ତିଭୂମି, ପରିବେଶ ଓ କୃଷି କ୍ଷେତ୍ରକୁ ସକରାର ଅଗ୍ରାଧିକାର ଦେଇଛନ୍ତି। ନ୍ୟାଶନାଲ ହେଲ୍ଥ ମିଶନ ପାଇଁ ୨୦୨୧-୨୨ରେ ୩୪୯୪୭ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା। କିନ୍ତୁ ଏଥର ବୃଦ୍ଧି ଘଟି ୩୭୮୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୧୯୦ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ୬୮,୦୦୦ କୋଟି, ଜଳଜୀବନ ମିଶନ ପାଇଁ ୬୦,୦୦୦ କୋଟି, ଜାତୀୟ ଶିକ୍ଷା ମିଶନ ୩୯,୫୫୩ କୋଟି, ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ୬୪୦୦ କୋଟି ଟଙ୍କା ଓ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
କେଉଁ ମନ୍ତ୍ରଣାଳୟକୁ କେତେ?
ଚଳିତ ବର୍ଷ ବଜେଟରେ ଯୋଗାଯୋଗ ମନ୍ତ୍ରଣାଳୟ ପାଇଁ ୧,୦୫,୪୦୬.୮୨ ଟଙ୍କା ବ୍ୟୟବରାଦ ହୋଇଥିଲା ବେଳେ କେମିକାଲ ଓ କୀଟନାଶକ ପାଇଁ ୧,୦୭,୭୧୫.୩୮ ଟଙ୍କା,କୃଷି ମନ୍ତ୍ରଣାଳୟ ପାଇଁ ୧,୩୨,୫୧୩.୬୨ ଟଙ୍କା ସଡ଼କ ପରିବହନ ଓ ଜାତୀୟ ରାଜପଥ ନିମନ୍ତେ ୧,୯୯,୧୦୭.୭୧ ଟଙ୍କା,ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପାଇଁ ୨,୧୭,୬୮୪.୪୬ ଟଙ୍କା,ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ୫,୨୫,୧୬୬.୧୫ ଟଙ୍କା,ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ପାଇଁ ୧,୩୮,୨୦୩.୬୩ ଟଙ୍କା,ରେଳ ମନ୍ତ୍ରଣାଳୟ ପାଇଁ ୧,୪୦,୩୬୭.୧୩ ଟଙ୍କା ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପାଇଁ ୧,୮୫,୭୭୬.୫୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।