Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

VP-ଅଟଳଙ୍କ କ୍ୟାବିନେଟରେ ପୁରୀ ସାଂସଦଙ୍କୁ ମିଳିଥିଲା ସ୍ଥାନ:ସେହି ଫର୍ମୁଲା ଆପଣାଇବେ କି ମୋଦି?

By admin • April 10, 2019 • ନ୍ୟୁଜ୍, ପଲିଟିକ୍ସ
SAMBIT--PATRA

ବିଭିନ୍ନ ସର୍ଭେ ସଂସ୍ଥାର ରିପୋର୍ଟ କହୁଛି ଦେଶରେ ପୁଣି ଏନଡିଏ ସରକାର ଗଠନ ହେବ।ଓଡ଼ିଶାରେ ମଧ୍ୟ ବିଜେପିର ପ୍ରଦର୍ଶନ ଭଲ ରହିବ ବୋଲି ଅନେକ ମିଡିଆ ହାଉସର ଓପିନିଅନ୍ ପୋଲ କହୁଛି।ବିଶେଷ କରି ଉପକୂଳ ଓଡ଼ିଶାରେ ବିଜେଡିକୁ ବଡ଼ ଝଟକା ଲାଗିପାରେ ବୋଲି ପୂର୍ବାନୁମାନ ହେଉଛି।ତେବେ ବୈଜୟନ୍ତ ପଣ୍ଡାଙ୍କ ଯୋଗୁ କେନ୍ଦ୍ରାପଡ଼ା ଫୋକସରେ ରହୁଥିବା ବେଳେ,ଗଣମାଧ୍ୟମର ଫୋକସରେ ରହିଛି ପୁରୀ।ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ପ୍ରାର୍ଥୀ ହେଉଛନ୍ତି ବୋଲି ଚର୍ଚ୍ଚା ହେଲା।କିନ୍ତୁ ଜାତୀୟ ଗଣମାଧ୍ୟମରେ ବିଜେପିର ମୁହଁ ସମ୍ୱିତ ପାତ୍ର ହେଲେ ପ୍ରାର୍ଥୀ।ସମ୍ବିତ ପାତ୍ର କହିଲେ ଜଗନ୍ନାଥ ମୋତେ ଡାକିଛନ୍ତି,ମୋଦି ମୋତେ ପଠାଇଛନ୍ତି। ଏବେ ବିଜେପି ସଭାପତି ଅମିତ ଶାହ,ସମ୍ବିତଙ୍କ ପାଇଁ ବଡ଼ଦାଣ୍ଡରେ ରୋଡ ସୋ କରିଛନ୍ତି।

ଏମିତି ବି ଦିଲ୍ଲୀ ଦରବାରରେ ପୁରୀ ସାଂସଦଙ୍କ ସର୍ବଦା ଗୁରୁତ୍ୱ ରହିଛି।ପୁରୀର ପ୍ରଥମ ସାଂସଦ ଲୋକନାଥ ମିଶ୍ର ନିଜ ସଂସଦୀୟ କ୍ଷେତ୍ରର ଗୁରୁତ୍ୱ ବଢ଼ାଇବାର ମୂଳଦୁଆ ପକାଇ ଥିଲେ।ପରବର୍ତ୍ତି ସମୟରେ ଲୋକନାଥ ମିଶ୍ରଙ୍କୁ କେନ୍ଦ୍ର ସରକାର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ। ଆସାମଏବଂ ନାଗାଲାଣ୍ଡର ରାଜ୍ୟପାଳ ହୋଇଥିବା ଲୋକନାଥ ମିଶ୍ରଙ୍କ ପୁଅ ପିନାକୀ ମଧ୍ୟ ପୁରୀରୁ ୩ଥର ସାଂସଦ ହେଲେ।ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓଙ୍କ ଅତି ଘନିଷ୍ଠ ପିନାକୀ ମିଶ୍ରଙ୍କ ଦିଲ୍ଲୀ ପଲିଟିକ୍ସରେ ଭାରି ଖାତିର ରହିଛି।ସେହିଭଳି ପୁରୀର ଦ୍ୱିତୀୟ ସାଂସଦ ଚିନ୍ତାମଣି ପାଣିଗ୍ରାହୀ ମଣିପୁରରେ ରାଜ୍ୟପାଳ ହୋଇଥିଲେ।ଆଉ ଏକମାତ୍ର ଓଡ଼ିଆ ଭାବେ ଲୋକସଭାର ବାଚସ୍ପତି ହୋଇଥିବା ରବି ରାୟ,୧୯୬୭ରେ ପ୍ରଥମେ ପୁରୀ ଆସନରୁ ବିଜୟୀ ହୋଇଥିଲେ।

ସେପେଟେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ୧୯୮୯ରେ ପୁରୀରୁ ଜିତି ଭି.ପି.ସିଂହଙ୍କ କ୍ୟାବିନେଟରେ ମନ୍ତ୍ରୀ ହୋଇଥିଲେ।ଏହି ଧାରା ୨୦୦୯ପର୍ଯ୍ୟନ୍ତ ବଳବତ୍ତ ରହିଲା।ପୁରୀକୁ ୪ଥର ପ୍ରତିନିଧିତ୍ୱ କରିଥିବା ବ୍ରଜକିଶୋର ତ୍ରିପାଠୀ,ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଥିଲେ।ତେଣୁ କେନ୍ଦ୍ରରେ ଯଦି ପୁଣି ବିଜେପି ସରକାର ଆସେ ଏବଂ ମୋଦିଙ୍କ ବିଶ୍ୱସ୍ଥ ସମ୍ବିତ ବିଜୟୀ ହେଉଛନ୍ତି ତେବେ ସେ ମନ୍ତ୍ରୀ ହୋଇପାରନ୍ତି।
ସେପେଟେ ନିଜର ରାଜନୈତିକ ଭବିଷ୍ୟତ ସନ୍ଧାନରେ ପୁରୀ ଆସିଥିବା ସମ୍ବିତ,ଆରମ୍ଭରୁ ମୋଦିଙ୍କ ଫର୍ମୁଲା ଆପଣାଇଛନ୍ତି।ଗତ ୨୪ତାରିଖ ସନ୍ଧ୍ୟାରେ ଦିଲ୍ଲୀରୁ ଆସି ଗଜପତିଙ୍କ ଭୁବନେଶ୍ୱର ସହିଦ ନଗର ବାସଭବନକୁ ଯାଇଥିଲେ ସମ୍ବିତ।କାରଣ ବିଜେପି ପ୍ରଚାର କମିଟି ଅଧ୍ୟକ୍ଷ ହେବା ପରେ ୧୬ଜୁଲାଇ ୨୦୧୩ରେ ମୋଦି ପୁରୀ ଆସି ଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାଜାଙ୍କୁ ଭେଟି ସମର୍ଥନ ଲୋଡ଼ିଥିଲେ।ତାହେଲେ ମୋଦିଙ୍କ ଭଳି ସମ୍ବିତ ପାତ୍ର ସଫଳ ହୋଇ ଦିଲ୍ଲୀ ଦରବାରରେ ପୁରୀର ଖାତିର ବଢ଼ାଇବେ!
ପଢ଼ନ୍ତୁ-123ରୁ 47ରେ ପହଞ୍ଚିଥିବା ଜନତା ଦଳର ଭୁଲ ନିଷ୍ପତ୍ତିକୁ ଦୋହରାଉଛି କି BJD?

2019 LOKASABHA ELECTIONSGOVERNERPURI LOKSABHASambit PatraUnion Minister
Tweet
0
ସ୍ୱାଧିନରେ ଲଢ଼ି ବିଜୟଲକ୍ଷ୍ମୀ ଜିତିଥିଲେ:କିନ୍ତୁ ଅନୁଭବଙ୍କୁ ଶଙ୍ଖ ଦେଖାଇ ଡରାଇ ଦେଲେ ସୌମ୍ୟ!
ଫିଟନେସ୍ ସମସ୍ୟାରେ ଥିବା ପାକିସ୍ତାନ ଟିମକୁ ଆକ୍ରମ କହିଲେ‘ବିରିୟାନୀ ଖାଇଲେ,ଜିତି ହେବନି ବିଶ୍ୱକପ’

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.