ନ୍ୟୁଜ୍

ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ‘ବହୁମୂଲ୍ୟ ଦେବେ ଆତଙ୍କବାଦୀ’

Cabinet Security MEETING

ଆତଙ୍କବାଦୀମାନେ ବହୁତ ବଡ଼ ଭୁଲ କରିଦେଲେ,ସେମାନଙ୍କୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ।ସହିଦଙ୍କ ପ୍ରତି ରକ୍ତବିନ୍ଦୁର ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁହଁ ତୋଡ ଜବାବ ଦୋକୁ ଯବାନଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।
ଆତଙ୍କବାଦୀ ନିପାତ ହେବେ
୧-ଆତଙ୍କବାଦୀମାନେ ବହୁତ ବଡ ଭୁଲ କରିଛନ୍ତି। ଏଥିପାଇଁ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ।
୨- କୈାଣସି ପରସ୍ଥିତିରେ ସେମାନଙ୍କୁ ଛଡାଯିବ ନାହିଁ। ଆକ୍ରମଣକାରୀଙ୍କ ନିଜ କର୍ମ ଫଳ ଭୋଗିବେ
୩- ଭାରତରେ ଅସ୍ଥିରତା ଉଦ୍ୟମରେ ବିଶ୍ୱରେ କୋଣଠେସା ହୋଇ ପଡିଥିବା ଆମ ପଡୋଶୀର ଉଦ୍ୟମ ସଫଳ ହେବ ନାହିଁ
୪-ଆର୍ଥିକ ସଂକଟରେ ଗତି କରୁଥିବା ଆମ ପଡୋଶୀକୁ ଲାଗୁଛି ଭାରତକୁ କ୍ଷତି ପହଞ୍ଚାଇବ। ଯେଉଁ ରାସ୍ତାରେ ପଡୋଶୀ ଦେଶ ଚାଲୁଛି ତାହା ଧ୍ୱସାଂଭିମୁଖୀ
୫- ସବୁ ଦେଶ ଏକ ସ୍ୱର ଏକ ମତ ହେଲେ ଆତଙ୍କବାଦୀ ନିପାତ ହେବ।
୬-ଦେଶ ଆଜି ଏକତ୍ରିତ, ବିଶ୍ୱବାସୀଙ୍କୁ ଜଣାଇ ଦେବା ଉଚିତ ଆମେ ଜିତିବା ପାଇଁ ଲଢ଼େଇ କରୁଛୁ।
୭-ଦେଶର ସେବା କରି ବଳିଦାନ ଦେଇଥିବା ଯବାନଙ୍କ ପ୍ରତି ରକ୍ତ ବିନ୍ଦୁର ଜବାବ ଦିଆଯିବ। ସହିଦ ପରିବାର ସହ ଦେଶ ରହିଛି।
ସେପଟେ ସିଆରପିଏଫ୍ କହିଛି ଯେ ଏହି ଘଟଣାକୁ “ଆମେ ଭୁଲିବୁ ନାହିଁ କିମ୍ବା କ୍ଷମା ମଧ୍ୟ କରିବୁନି,ପ୍ରତିଶୋଧ ନେବୁ” ଆତଙ୍କବାଦୀଙ୍କ ଘୃଣ୍ୟ କାର୍ଯ୍ୟକୁ ନେଇ ଭାରତ ସରକାର କଠୋର ମନୋଭାବ ପୋଷଣ କରିଛନ୍ତି।ପାକିସ୍ତାନ ଠାରୁ ମୋଷ୍ଟ ଫେବରଡ୍ ରାଷ୍ଟ୍ର(ସର୍ବାଧିକ ପସନ୍ଦଯୋଗ୍ୟ ଦେଶ)ର ମାନ୍ୟତା ପ୍ରତ୍ୟାହାର କରିଛି ଭାରତ। ସୁରକ୍ଷା ସଂପର୍କିତ କ୍ୟାବିନେଟ ବୈଠକରେ କାଶ୍ମୀର ଅବନ୍ତିପୁରରେ ସିଆରପିଏଫ୍ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ଉପରେ ଆଲୋଚନା ହୋଇଛି। ଗତକାଲି(ଶୁକ୍ରବାର) ଆତଙ୍କବାଦୀ ଆକ୍ରମଣରେ ୩୭ଜଣ ଯବାନ ସହିଦ ହୋଇଛନ୍ତି।

You Might Also Like

No Comments

Leave a Reply