ଜେଲରେ ୧୯ ବର୍ଷ!ସେ ପୁଣି ଦୋଷୀ ନୁହେଁ,ବରଂ ନିର୍ଦ୍ଦୋଷ।୧୯ ବର୍ଷ ଜେଲରେ କାଟିଲା ପରେ ଆଇନର ବିଚାରରେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି ଜଣେ ଅଭିଯୁକ୍ତ।ନିର୍ଦ୍ଦୋଷରେ ପ୍ରମାଣ ହେବା ପରେ ସେ ଯେତିକି ଖୁସୀ ଅଛନ୍ତି ତାଠାରୁ ଅଧିକ ଦୁଃଖ ଦେଇଛି ଦୀର୍ଘଦିନର  ଜେଲଦଣ୍ଡ।ବର୍ଷବର୍ଷ ପରିବାରଠାରୁ ବିଚ୍ଛେଦ ଥିବା ଏହି ଅଭିଯୁକ୍ତ ନିର୍ଦ୍ଦୋଷ  ପ୍ରମାଣିତ ହେବାପରେ ଖୁବ୍ ଉତ୍ସାହିତ ଅଛନ୍ତି।

ହାବିଲ୍ ସିନ୍ଧୁ

ଆଇନର ଆଇନାରେ!
କଥାରେ କୁହାଯାଏ,ହଜାରେ ଦୋଷୀ ବରଂ ଖସି ଯାଆନ୍ତୁ କିନ୍ତୁ ଜଣେ ନିର୍ଦ୍ଦୋଷ ଦଣ୍ଡ ନପାଉ।ଦୋଷ- ଦୋଷମୁକ୍ତର ଗୋଲକଧନ୍ଦା ଭିତରେ ଜଣେ ବ୍ୟକ୍ତିଙ୍କ ଯୌବନ ଓ ଜୀବନ ଜେଲର ଅନ୍ଧାର କୋଠରୀରେ କଟିଯାଇଛି। ଦୀର୍ଘ ୧୯ବର୍ଷ ପରେ କୋର୍ଟଙ୍କ ନିଷ୍ପତି ଆସିଛି ଯେ ସେ ନିର୍ଦ୍ଦୋଷ।ମୟୁରଭଞ୍ଜ ଜିଲ୍ଲା ଜଶିପୁର ଥାନା ବଳରାମପୁର ଗାଁର ହାବିଲ ସିନ୍ଧୁଙ୍କ ନାଁରେ ୨୦୦୩ରେ ହତ୍ୟା ଅଭିଯୋଗ ହେଇଥିଲା।ଟ୍ରୀପଲ୍ ମର୍ଡର ଅଭିଯୋଗରେ ୨୦୦୫ରେ ବାରିପଦା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।ଏହି ରାୟରେ ଅସନ୍ତୁଷ୍ଟ ହୋଇ ହାବିଲ ସିନ୍ଧୁ ହାଇକୋର୍ଟରେ ଆବେଦନ କରିଥିଲେ।ହାଇକୋର୍ଟର ହସ୍ତକ୍ଷେପ ପରେ ମୟୁରଭଞ୍ଜ କୋର୍ଟ ଏହାର ପୁନଃବିଚାର କରି ରାୟ ଶୁଣାଇଛନ୍ତି।୧୧ ଜଣ ସାକ୍ଷୀଙ୍କ ବୟାନ୍ ଓ ୩୨ଟି ତଦନ୍ତ ପରେ ହାବିଲ ସିନ୍ଧୁଙ୍କୁ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିଛନ୍ତି।