Featured/ ନ୍ୟୁଜ୍/ ପଲିଟିକ୍ସ

୧୦୦ଦିନ ପଢ଼ିବ ଭାରତ!

http://www.bartamanodisha.com/union-minister-for-education-and-skill-development-and-entrepreneurship-dharmendra-pradhan-inaugurates-the-padhe-bharat-abhiyan-today/

ଦେଶର ସାକ୍ଷରତା ହାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ସ୍କୁଲ୍ ଚଲେ ହମ୍ ର ସଫଳତା ପରେ ଆରମ୍ଭ ହେବାକୁ ଯାଉଛି ପଢ଼େ ଭାରତ ଅଭିଯାନ।ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ବୃଦ୍ଧି କରିବାକୁ ମଧ୍ୟାହ୍ନଭୋଜନ ଆଦି ଯୋଜନା ପ୍ରଣୟନ କରାଯାଇଛି।ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ ହେବା ପରେ ଏବେ ଗୁଣାତ୍ମକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି।ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ବିକାଶ ନିମନ୍ତେ ଚାଲିବ।ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶୈକ୍ଷିକ ପ୍ରଶାସକଙ୍କ ସମେତ ରାଷ୍ଟ୍ରୀୟ ଏବଂ ରାଜ୍ୟସ୍ତରରେ ସମସ୍ତ ହିତାଧିକାରୀଙ୍କ ସହଭାଗୀତା ଏହାର ମୁଖ୍ୟ ଉଦ୍ଦେଶ୍ୟ।

୧୦୦ଦିନ ପଢ଼ିବ ଭାରତ

ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ଓଡିଆ ପୁଅ ତଥା କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି।ଏହି ଅଭିଯାନ ଆଜିଠାରୁ ଆରମ୍ଭ ହୋଇ ୧୦ ଏପ୍ରିଲ୍ ପର୍ଯ୍ୟନ୍ତ ଆୟୋଜନ କରାଯିବ।

ସ୍କୁଲ୍ ଚଲେ ହମ୍ କାର୍ଯ୍ୟକ୍ରମ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବୀକ ବିକାଶ ଆଣିଛି।ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଦ୍ୱାରା ମଧ୍ୟ ଅନେକ ଛାତ୍ରଛାତ୍ରୀ ବିଦ୍ୟାଳୟ ମୁହାଁ ହୋଇଛନ୍ତି।ବିଦ୍ୟାଳୟରେ ଉପସ୍ଥାନ ବୃଦ୍ଧି ପାଇବା ସହିତ ଶୈକ୍ଷିକ ବିକାଶ ସାଧିତ ହେଉଛି।ବାଳ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ଅଭିଯାନର ସାମିଲ ହେବେ।୧୦୦ ଦିବସୀୟ ପଠନ ଅଭିଯାନ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ସ୍ତରରେ ଉନ୍ନତି ନିମନ୍ତେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ।ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରିବେଶ ଏବଂ ବାସ୍ତବିକ ଜୀବନର ସ୍ଥିତି ସହିତ ଯୋଡିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ।

You Might Also Like

No Comments

Leave a Reply