କରୋନା ଭୁତାଣୁର ଭୟଙ୍କର ଭୟାବହତା ପରେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଆଶଙ୍କା ଦେଖାଯାଉଛି।ବାହାର ଦେଶରେ ସଂକ୍ରମଣ ବଢୁଥିବା ବେଳେ ଆମ ଦେଶରେ ମଧ୍ୟ ସଂକ୍ରମଣ ବଢିବାର ସମ୍ଭାବନା ରହିଛି।ଡ଼ିସେମ୍ବର ଶେଷ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି ।ଜାନୁଆରୀ ତୃତୀୟ ସପ୍ତାହ ସୁଦ୍ଧା ସଂକ୍ରମଣ ପିକ୍ ରେ ପହଂଚି ପାରେ। ଓଡ଼ିଶାରେ ପାଖାପାଖି ୩୦ରୁ ୫୦ ହଜାର ଭିତରେ କେସ ଲୋଡ଼ ରହିପାରେ ବୋଲି ଆକଳନ କରାଯାଉଛି।

ବଢ଼ିପାରେ ଓମିକ୍ରନ୍ ଗ୍ରାଫ୍

ଅଣ୍ଟା ଭିଡୁଛି ଓଡିଶା

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ  ଓଡିଶା ସରକାର ପ୍ରସ୍ତୁତ ହେଉଛନ୍ତି।ଆକ୍ରାନ୍ତଙ୍କୁ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୁଚନା ଦେଇଛନ୍ତି।କୋଭିଡ଼ ନିୟମ ଅନୁସାରେ ଆନ୍ତର୍ଜାତିକ ଯାତ୍ରୀଙ୍କ ସର୍ଭେଲାନ୍ସ ଚାଲିଛି।ଓମିକ୍ରନ ଚିହ୍ନଟ ପାଇଁ ଆବଶ୍ୟକ ହେଉଥିବା ଜିନମ ସିକ୍ୱେନ୍ସିଂ ପାଇଁ ଯାଉଥିବା ନମୁନା ସଂଖ୍ୟା ବଢ଼ାଇବାକୁ କୁହାଯାଇଛି।ଏବେ ସୁଦ୍ଧା ରାଜ୍ୟକୁ ଆଟ ରିସ୍କ ଦେଶରୁ ୧୫ ଶହରୁ ଅଧିକ ଲୋକ ଆସିଲେଣି।ପୂର୍ବ ପ୍ରସ୍ତୁତି ସହ ଅକ୍ସିଜେନ, ବେଡ଼୍, ଜରୁରୀ ଔଷଧ ମହଜୁଦ ରଖାଯିବା ସହିତ ସମସ୍ତ କୋଭିଡ଼ ହସ୍ପିଟାଲ ଓ ଘରୋଇ ହସ୍ପିଟାଲରେ ସ୍ୱତନ୍ତ୍ର ଓମିକ୍ରନ ବ୍ଲକ ରଖାଯାଇଥିବା ବିଭାଗିୟ ଅଧିକାରୀ ସୁଚନା ଦେଇଛନ୍ତି।