Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପ୍ରଚାର ଆରମ୍ଭ: ଶାହଙ୍କ ଫୋକସରେ ଚାଷୀ, ନବୀନ କଣ ଆୟୁଷ୍ମାନ ଭାରତକୁ ଡ଼ରିଗଲେ?

By admin • September 24, 2018 • ନ୍ୟୁଜ୍, ପଲିଟିକ୍ସ
Amit-Shah attack Naveen

ପୁରୀ: ଯାହା ଅନୁମାନ କରାଯାଉଥିଲା ସେଇଆ ହେଲା, ଓଡ଼ିଶା ଆସି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ଅମିତ ଶାହ। ଗତ ଶନିବାର ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଓଡ଼ିଶାରେ ଭ୍ରଷ୍ଟ୍ରଚାରୀ ପିସି ସରକାର ଚାଲିଛି । ଆଉ ସୋମବାର ନବୀନ ପଟ୍ଟନାୟକଙ୍କ ବିରୋଧରେ ପୁରୀରେ ସେହି ଆଟାକକୁ ଆହୁରି ଶାଣିତ କରିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହ। କେବଳ ସ୍ଥାନ ବଦଳିଲା, ବିଜେଡି ପ୍ରତି ବିଜେପି ଆଭିମୁଖ୍ୟ କିନ୍ତୁ ଆହୁରି ସ୍ପଷ୍ଟ ହେଲା। ଓଡ଼ିଶାରେ ଏକ ବଡ ପରିବର୍ତ୍ତନର ଆବଶ୍ୟକ ବୋଲି ପଶ୍ଚିମ ଓଡ଼ିଶାରେ ମୋଦି କହିଥିଲେ । ଅମିତ ଶାହ ପୂର୍ବ ଓଡ଼ିଶାରୁ ନବୀନ ସରକାରକୁ ଗାଦିଚ୍ୟୁତ କରିବାକୁ ଆହ୍ୱାନ ଦେଲେ । ପୁରୀର ମହିଳା ସମାବେଶ  ନବୀନ ସରକାରର ମୃତ୍ୟଘଣ୍ଟି ହେବ ବୋଲି ଶାହ କହିଛନ୍ତି । ପୁରୀରେ ଅନୁଷ୍ଠିତ ଜାତୀୟ ମହିଳା କାର୍ଯ୍ୟକାରିଣୀରେ ଯୋଗ ଦେଇ ୨୦୧୯ ନିର୍ବାଚନର ମୋଦିଙ୍କ ବିଗୁଲକୁ ଅମିତ ଶାହ ବଜାଇ ଦେଇଛନ୍ତି । AMIT SAHA IN MAHILA SAMABESHଫୋକସରେ ଚାଷୀ
ମୋଦିଙ୍କ ପରି ଶାହ ମଧ୍ୟ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବା ନେଇ ନବୀନ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ରାଜ୍ୟ ସରକାର ଅସାଧୁ ମିଲର୍ସଙ୍କ ସହ ସରକାର ସଲାସୁତାର କରୁଛନ୍ତି । ଚାଷୀଙ୍କ ଧାନ କିଣୁ ନାହାନ୍ତି । ଯଦି କେନ୍ଦ୍ର ସରକାର ବୃଦ୍ଧି କରିଥିବା ଧାନର ସହାୟକ ମୂଲ୍ୟ ଚାଷୀଙ୍କୁ ନମିଳେ ତେବେ ନବୀନ ପଟ୍ଟନାୟକ ସରକାର ବିରୋଧରେ ବିଜେପି ରାଜରାସ୍ତାରେ ଲଢାଇ କରିବ ବୋଲି ଅମିତ ଶାହ ଚେତାବନୀ ଦେଇଛନ୍ତି ।AMIT-SAHA IN AIRPORTଆୟୁଷ୍ମାନକୁ ଡ଼ରିଗଲେ
ଗରିବ ଲୋକଙ୍କ ଚିକିତ୍ସା ପାଇଁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆୟୁଷ୍ମାନ ଭାରତକୁ ଓଡ଼ିଶା ସରକାର ଭୟରେ ଲାଗୁ କରୁନାହାଁନ୍ତି।ଗରିବ ଲୋକଙ୍କୁ ମାଗଣାରେ ୫ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବା ଯୋଜନାକୁ ଲାଗୁ ନକରି ମୁଖ୍ୟମନ୍ତ୍ରୀ ନିଜ ଚୌକିକୁ ଗୁରୁତ୍ୱ ଦେଇଛନ୍ତି। ଆୟୁଷ୍ମାନ ଭାରତ ଓଡ଼ିଶାରେ ଲାଗୁ ହେଲେ ଏଠି ମୋଦିଙ୍କ ଲୋକପ୍ରିୟତା ବଢ଼ିଯିବ। ମୋଦିଙ୍କ ଲୋକପ୍ରିୟତା ବଢ଼ିବା ଭୟରେ ନବୀନ ସରକାର ଆୟୁଷ୍ମାନ ଭାରତ ଯୋଜନା ପ୍ରତ୍ୟକ୍ଷାନ କରିଛନ୍ତି । ହେଲେ ଓଡ଼ିଶାରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ ବୋଲି ଶାହ କହିଛନ୍ତି।

ଆଇଏଏସ ଶାସନ ଚାଲିଛି
ଓଡ଼ିଶାରେ ବିଧାୟକ, ସାଂସଦ ତଥା ଜନପ୍ରତିନିଧିଙ୍କ କିଛି ମର୍ଯ୍ୟଦା ନାହିଁ । ଏଠାରେ ଆଇଏଏସ ଅଫିସର ଶାସନ ଚଳାଉଛନ୍ତି । କେନ୍ଦ୍ରରୁ ମୋଦି ଓଡ଼ିଶା ବିକାଶ ଲାଗି ୪ଲକ୍ଷ ୬୫ ହଜାର କୋଟି ଟଙ୍କା ଦେଇଛନ୍ତି। ହେଲେ ଗରିବ ଲୋକଙ୍କ ବିକାଶ ହେଉନାହିଁ । ଭ୍ରଷ୍ଟାଚାରୀ ଅଫିସର ସେହି ଅର୍ଥକୁ ଖାଇ ଯାଉଛନ୍ତି । ତେବେ ଭ୍ରଷ୍ଟାଚାରୀଙ୍କ କ୍ଷମା ଦିଆଯିବ ନାହିଁ ବୋଲି ଶାହ କହିଛନ୍ତି।AMIT-SAHA-ASHAମହିଳାଙ୍କୁ ଦୁର୍ବ୍ୟହାରରେ ଏକ ନମ୍ବର
ଓଡ଼ିଶାରେ ମହିଳାମାନେ ଅସୁରକ୍ଷିତ । ତଥ୍ୟ କହୁଛି ମହିଳାଙ୍କୁ ସବୁଠୁ ଅଧିକ ଦୁର୍ବ୍ୟହାର ଓଡ଼ିଶାରେ ହେଉଛି । ମହିଳାଙ୍କ ବିକାଶ ନହୋଇ ଏଠାରେ ଯୌତୁକ ଜନିତ ଅପରାଧ ବଢୁଛି । ସେହିପରି ଗଣଦୁର୍ଷର୍ମରେ ଓଡ଼ିଶାର ସ୍ଥାନ ୫ଏବଂ ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣରେ ଓଡ଼ିଶାର ସ୍ଥାନ ୬ରେ ରହିଛି ବୋଲି କହି ଶାହ ନବୀନଙ୍କୁ ଘେରିଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାର ଆଶା ଦେବୀଙ୍କ ସହାୟତା ରାଶି ଦୁଇ ଗଣାକୁ ବୃଦ୍ଧି କରିଛନ୍ତି।

ବିଜୁ ଆଦର୍ଶ ଉଭାନ
ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାଁରେ ଗଢ଼ା ହୋଇଥିବା ବିଜୁ ଜନତା ଦଳରେ ପ୍ରବାଦ ପୁରୁଷଙ୍କ ଆଦର୍ଶ ନାହିଁ । ୧୮ବର୍ଷ ହେଲାଣି ଓଡ଼ିଶାରେ ନବୀନ ପଟ୍ଟନାୟକ ଶାସନରେ ଅଛନ୍ତି। ହେଲେ ଓଡ଼ିଶାର କିଛି ବିକାଶ ହେଲାନି। ତେଣୁ ଏ ସରକାରକୁ ଉପାଡିକି ଫିଙ୍ଗି ଦେବାକୁ ଶାହ ବିଜେପିର ମହିଳା କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ବିଜେପିର ସରକାର ଆସିଲେ ୫ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ହେବା ସହ ନକଲି ଔଷଧ ପ୍ରସ୍ତୁତକାରୀ ଓ ମଦ ମାଫିଆଙ୍କୁ ଜେଲ ପଠାଯିବ ବୋଲି ଶାହ କହିଛନ୍ତି ।PURI WOMEN SAMABESHତେବେ ମୋଦି ଏବଂ ଶାହଙ୍କ ଓଡ଼ିଶା ଗସ୍ତରୁ ସ୍ପଷ୍ଟ ହେଲା ବିଜେଡି ପ୍ରତି ବିଜେପିର ଆଭିମୁଖ୍ୟ ବଦଳିଛି । ବିମୁଦ୍ରୀକରଣ ଏବଂ ଜିଏସଟି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ନବୀନଙ୍କ ସମର୍ଥନ ବିଜେଡି-ବିଜେପି ସମ୍ପର୍କ ରହିଛି ବୋଲି ଚର୍ଚ୍ଚା ହେଉଥିଲା। ଏପରିକି ରାଷ୍ଟ୍ରପତି ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଠୁ ସମର୍ଥନ ନେଇଥିବା ବିଜେପି, ଅମିତ ଶାହଙ୍କ ଭାଷଣରେ ସ୍ପଷ୍ଟ କରିଦେଲା ଯେ ଲଢେଇ ଏଥର ଆର ପାରର। ତେବେ ଆଗକୁ ପିଞ୍ଜିରା ଭିତର ଶୁଆ-ସିବିଆଇ ଏଥର ଜାଗ୍ରତ ହେବ କି ? ପୁଣି ଚିଠଫଣ୍ଡ ଦୁର୍ନୀତିର ତଦନ୍ତ ଗତିଶୀଳ ହୋଇ ବିଜେଡି ନେତାଏ ଜେରା ହେବେ କି ?

Amit SahaChief Minister OdishaDharmendra PradhanNaveen PatnaikOdisha BJP
Tweet
0
ଲାରାଙ୍କ ସହ ସମାନ ହୋଇ, ଫାଷ୍ଟେଟ୍ ୭ହଜାର ରନ୍ କ୍ଲବରେ ସାମିଲ ହେଲେ ରୋହିତ
ରିଲ୍ ନୁହେଁ, ରିଏଲରେ ଭୂତକୁ ସାମ୍ନା କରି ହୋଟେଲ୍ ରୁମ୍ ଛାଡିଲେ ବଲିଉଡ ସେଲିବ୍ରିଟି

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.