କ୍ରୀଡା କ୍ଷେତ୍ରରେ ବିକାଶ ପାଇଁ ଓଡିଶା ସରକାର ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି।ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉତ୍କର୍ଷ ଅର୍ଜନ କରିଥିବା ଓଡ଼ିଶା ଖେଳାଳିମାନଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରିଛି।୨୩୭ ଜଣ କ୍ରୀଡ଼ାବିତ୍ଙ୍କୁ ମୋଟ ୧ କୋଟି ୮ ଲକ୍ଷ ୮୩ ହଜାର ଟଙ୍କାର ରାଶି ପ୍ରଦାନ କରାଯାଇଛି।ଏମାନଙ୍କ ମଧ୍ୟରେ ୧୭୨ ଜଣ ସାଧାରଣ ବର୍ଗର କ୍ରୀଡ଼ାବିତ୍ ଏବଂ ୬୫ ଜଣ ଦିବ୍ୟାଙ୍ଗ ଖେଳାଳି ସାମିଲ୍ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ରାଜ୍ୟରେ ବିଭିନ୍ନ ଖେଳର କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା ଜାରି ରହିଥିବା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମତ ରଖିଛନ୍ତି। ରାଜ୍ୟରେ ୧୧ଟି ଉଚ୍ଚ ପ୍ରଦର୍ଶନକାରୀ କେନ୍ଦ୍ର (ଏଚ୍ପିସି) ପ୍ରତିଷ୍ଠା ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ କଳିଙ୍ଗ ଷ୍ଟାଡିୟମ୍ ବୁଲି ଦେଖିବା ସହ ୮୯ ଇନ୍ଡୋର୍ ଷ୍ଟାଡିୟମ୍ ଏବଂ ଏକ ନୂଆ କ୍ରୀଡ଼ା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଆର୍ଥିକ ପୁରସ୍କାର ଖେଳାଳିଙ୍କୁ ଉନ୍ନତ ପ୍ରଦର୍ଶନ ପାଇଁ ଉତ୍ସାହିତ କରିବା ସହ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।
ଏହି ଉତ୍ସବରେ ସବିତା ଟୋପ୍ପୋ, ଧନମତି ଖେସ୍ (ଉଭୟ ଦୌଡ଼କୁଦ),ଡମୁନି ମାରାଣ୍ଡି, ସୁମିତ୍ରା ନାୟକ (ଉଭୟ ରଗ୍ବି) ଫୁଲମଣି ପଲାୟା (ତୀରନ୍ଦାଜି),ତପନ ମହାନ୍ତି (ଜିମ୍ନାଷ୍ଟିକ୍ସ),ସଞ୍ଜୁକ୍ତା ଡୁଙ୍ଗଡୁଙ୍ଗ୍ (ରୋଇଂ),ଫୁଲମଣି ଖେସ୍ (କାୟାକିଂ)।ୟାଶିତା ରାଉତ (ଚେସ୍),ସସ୍ମିତା ନାଥ ଶର୍ମା (ଖୋଖୋ), ,ରାଖାଲ ସେଠୀ, ଭି ରମେଶ ରାଓ, ଶୀଲା ମନ୍ତ୍ରୀ, ଜବାମଣି ଟୁଡୁ, ମାଳତୀ ପନୁରେ (ପାରା ହ୍ବିଲଚେୟାର ଅସିଚାଳନା) ପ୍ରମୁଖ ଯାେଗଦେଇ ପ୍ରୋତ୍ସାହନ ରାଶି ଗ୍ରହଣ କରିଛନ୍ତି।