Sabitri-Agarwal

ବିଜୟ ମହାପାତ୍ରଙ୍କୁ ପାଟକୁରାରେ ହରାଇବା ଲାଗି ସିମ୍ପାଥି କାର୍ଡର ସାହାରା ନେଇଛନ୍ତି ନବୀନ ପଟ୍ଟନାୟକ।ବିଜୁ ପଟ୍ଟନାୟକଙ୍କ ଦେହାନ୍ତର ସମବେଦନାରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ନବୀନ ଜାଣନ୍ତି ଏବେ ପାଟକୁରା ମୁଡ୍ ବିଜୟଙ୍କ ସପକ୍ଷରେ ରହିଛି।ସେଥିପାଇଁ ମେ’୧୯ରେ ଭୋଟ ହେବାକୁ ଥିବା ପାଟକୁରା ଆସନରେ ଦିବଙ୍ଗତ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ସ୍ତ୍ରୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରିଛନ୍ତି!ଏହାସହ ବିଜୟଙ୍କ ସମର୍ଥକ ତଥା ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁଙ୍କୁ ବିଜେଡିରେ ମିଶାଇଛନ୍ତି ନବୀନ।ତେବେ ବିଜେଡି ପ୍ରାର୍ଥୀ ବେଦୁବାବୁଙ୍କ ଗତ ଏପ୍ରିଲ ୨୦ରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହେଲା।ଫଳରେ ବିଜେଡି ପକ୍ଷରୁ ନୂଆ ପ୍ରାର୍ଥୀ ଭାବେ ବେଦୁଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରଓ୍ୱାଲ ନାମାଙ୍କନ ଦାଖଲ କରିବେ।ତେବେ ନିଜକୁ ଓଡ଼ିଶାର ପରିଚୟ ବୋଲାଉଥିବା ନବୀନ ଜାଣନ୍ତି ବେଦୁଙ୍କ ସ୍ତ୍ରୀଙ୍କ ସହ ସମବେଦନା ରହିଛି।

Bed-Prakash-Ararwal

ମୃତ୍ୟୁ ଅପେକ୍ଷାରେ ଥିଲେ!
ମାର୍ଚ୍ଚ ୨୭ରେ ବେଦୁବାବୁଙ୍କୁ ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଥିଲା।ତେବେ ପ୍ରାର୍ଥୀ ତାଲିକା ଘୋଷଣା ସମୟରେ ୮୨ବର୍ଷିୟ ବେଦୁବାବୁ ଗୁରୁତ୍ତର ଅସୁସ୍ଥ ଥିଲେ।ସେଥିପାଇଁ ଏପ୍ରିଲ ୨ରେ ବେଦୁଙ୍କ ସ୍ତ୍ରୀ,ନବୀନ ନିବାସରେ ଘଣ୍ଟାଏ ରହି,ଅସୁସ୍ଥ ସ୍ୱାମୀଙ୍କ ସ୍ଥାନରେ ପୁଅ ସଞ୍ଜୟଙ୍କୁ ପ୍ରାର୍ଥୀ କରାଇବା ଲାଗି ବିଜେଡି ନେତୃତ୍ୱକୁ ବୁଝାଇ ଥିଲେ।ହେଲେ ବେଦୁଙ୍କ ପରିବାରର ଅନୁରୋଧକୁ ପ୍ରତ୍ୟାଖାନ କରିଥିଲେ ବିଜେଡି ସଭାପତି।ବରଂ ପ୍ରାର୍ଥୀପତ୍ର ଦାଖଲ କରି ପ୍ରଚାର ଆରମ୍ଭ କରିବାକୁ ବେଦୁଙ୍କ ପରିବାରକୁ ନିର୍ଦ୍ଦେଶ ଗଲା।ଫଳରେ ବାଧ୍ୟ ହୋଇ ମେଡିକାଲରୁ ବାହାରି ବେଦୁବାବୁ ପ୍ରଚାର କଲେ।କିନ୍ତୁ ଖରାରେ ଗୁରୁତ୍ତର ଅସୁସ୍ଥ ପୁଣି ମେଡିକାଲରେ ଭର୍ତ୍ତି ହେଲେ,ଶେଷରେ ଏପ୍ରିଲ ୨୦ରେ ବେଦୁବାବୁଙ୍କ ମୃତ୍ୟୁ ହେଲା।ତେବେ ବିଜୟ ମହାପାତ୍ରଙ୍କୁ ହରାଇବା ଲାଗି ବେଦୁଙ୍କ ମୃତ୍ୟୁ ବିଜେଡି ପାଇଁ ଯଥେଷ୍ଟ ଥିଲା।ସେଥିପାଇଁ ଏପ୍ରିଲ ୨ରେ ଯେଉଁ ବେଦୁଙ୍କ ସ୍ତ୍ରୀଙ୍କ ଅନୁରୋଧକୁ ରଖିନଥିବା ନବୀନ, ସେହି ଦିବଙ୍ଗତ ନେତାଙ୍କ ସ୍ତ୍ରୀଙ୍କୁ ପ୍ରାର୍ଥୀ କଲେ। 

mandakini-rita

ସମବଦେନା ସରିଲେ ଅଲୋଡ଼ା
ତେବେ ବେଦୁଙ୍କ ସ୍ତ୍ରୀ ଜାଣିବା ଉଚିତ ଯେ କେବଳ ବିଜୟ ମହାପାତ୍ରଙ୍କୁ ହରାଇବାକୁ ତାଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ। ପର ମୁହୁର୍ତ୍ତରେ ସେ ବିଜେଡି ଲାଗି ଅଲୋଡ଼ା ହୋଇଯିବେ। ଯେମିତି ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି।କିନ୍ତୁ ୨୦୧୮ଫେବ୍ରୁଆରୀରେ ସମବେଦନା ଭୋଟ ପାଇଥିବା ବିଜେଡି,୨୦୧୯ରେ ରୀତାଙ୍କୁ ଟିକେଟ୍ ଦେଲାନାହିଁ।ନବୀନଙ୍କ ଏଭଳି ଆଚରଣ ନୂଆ ନୁହେଁ।ବିଜୁ ପଟ୍ଟନାୟକଙ୍କ ଅନୁଗତ ଭାଗବତ ବେହେରାଙ୍କ ମୃତ୍ୟୁ ପରେ ୨୦୦୨ରେ ତାଙ୍କ ସ୍ତ୍ରୀ ମନ୍ଦାକିନିଙ୍କୁ ବିଜେଡି ଲଢ଼ାଇ ଥିଲା।ସ୍ୱାମୀଙ୍କ ମୃତ୍ୟୁ ପରେ ଉପନିର୍ବାଚନରେ ନୟାଗଡ଼ ଭୋଟର ମନ୍ଦାକିନୀଙ୍କୁ ଜିତାଇ ଥିଲେ।ହେଲେ ୨୦୦୪ ନିର୍ବାଚନରେ ମନ୍ଦାକିନୀ ବେହେରାଙ୍କୁ ଟିକେଟ ଦେଇ ନଥିଲେ ନବୀନ।

V-SUGANI-DEO

ଟିକେଟ ପାଇନଥିବା ନେତାଏ ଭାଗ୍ୟବାନ
ଅନ୍ୟପଟେ ପାଟକୁରାରେ ଚର୍ଚ୍ଚା ଯେ କେବଳ ବିଜୟ ମହାପାତ୍ରଙ୍କୁ ହରାଇବା ଲାଗି ଅସୁସ୍ଥ ବେଦୁଙ୍କ ପ୍ରାର୍ଥୀ କରାଇ ତାଙ୍କ ମୃତ୍ୟୁକୁ ଚାହିଁ ରହିଥିଲା ବିଜେଡି।ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁ ୧୦ଥରର ବିଧାୟକ ୮୨ବର୍ଷ ବର୍ଷିୟା ଭି.ସୁଜ୍ଞାନୀ ଦେଓଙ୍କୁ ବିଜେଡି ପ୍ରାର୍ଥୀ କଲାନାହିଁ।ବ୍ରହ୍ମପୁରର ୫ଥରର ବିଧାୟକ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟ ଏବଂ ୮ଥରର ସାଂସଦ ଅର୍ଜୁନ ସେଠୀଙ୍କୁ ବିଜେଡି ଟିକେଟ ଦେଲାନାହିଁ।ତାହେଲେ ଅସୁସ୍ଥ ବେଦଙ୍କୁ ବିଜେଡି କାହିଁକି ପାଟକୁରାରୁ ଲଢ଼ାଉ ଥିଲା?କଣ ଏଭଳି ସମବେଦନା ସମୟକୁ ଅପେକ୍ଷା କରୁଥିଲା ବିଜେଡି?
ପାଟକୁରା ସହ ଛଳନା!
ଅବଶ୍ୟ ପାଟକୁରାବାସୀଙ୍କ ସହ ପୂର୍ବରୁ ମଧ୍ୟ ଛଳନା କରିଛନ୍ତି ନବୀନ।୧୯୮୦ରୁ ପାଟକୁରାରୁ ଲଗାତର ୪ଥର ଜିତୁଥିବା ବିଜୟ ମହାପାତ୍ରଙ୍କୁ ଛଳନା କରି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ବିଜେଡିରୁ ନିଲମ୍ବନ କରିଥିଲେ।ଫଳରେ ବିଜୟ ମହାପାତ୍ର ୨୦୦୦ରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ପାଇନଥିଲେ।କିନ୍ତୁ ବିଜୟଙ୍କ ସମର୍ଥନ ଥିବା ତ୍ରିଲୋଚନ ବେହରାଙ୍କୁ ପାଟକୁରା ଭୋଟର ପ୍ରାୟ ୪୦ହଜାର ଭୋଟ ବ୍ୟବଧାନରେ ଜିତାଇ ଥିଲେ।ପାଟକୁରାରେ ଏଥର ବିଜେପି ସ୍ଥିତି ସୁଦୃଢ଼ ଥିବା ଜାଣିବା ପରେ ବିଜୟଙ୍କ ବାଟ ଓଗାଳିବା ଲାଗି  ବେଦପ୍ରକାଶ ଅଗ୍ରଓ୍ୱାଲଙ୍କୁ ସ୍ତ୍ରୀ ପ୍ରାର୍ଥୀ କରିନାହିଁ କି?
ପଢ଼ନ୍ତୁ-ବିଜୁଙ୍କ ପ୍ରୟୋଗଶାଳା କେନ୍ଦ୍ରାପଡ଼ାରେ ପାର୍ଟ ଟାଇମ୍ ପଲଟିସିଆନ୍