Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ତଥାଗତଙ୍କ ଅଭିଯୋଗ‘ଫୋନି ମୁକାବିଲାର ସାବାସି ସାର୍ଟିଫିକେଟ୍ ଯୋଗାଡ଼ ହୋଇଛି’

By admin • May 15, 2019 • ନ୍ୟୁଜ୍, ପଲିଟିକ୍ସ

ବିଜୁ ଯୁବବାହିନୀ ପରେ ଏବେ ଜାତିସଂଘର ପ୍ରଶଂସା ପତ୍ରର ସତ୍ୟତାକୁ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ।ଫୋନି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଜୁ ଯୁବବାହିନୀ କୁଆଡେ ଗଲା ବୋଲି ତଥାଗତ ନିଜ ଖବର କାଗଜ‘ଧରିତ୍ରୀ’ରେ ପ୍ରଶ୍ନ କରିଥିଲେ।ଏବେThe Times Of Indiaକୁ ସାକ୍ଷାତକାର ଦେଇ ଜାତିସଂଘ ଏବଂ ଅର୍ନ୍ତରାଷ୍ଟ୍ରିୟ ମିଡିଆର ସାବାସି ସାର୍ଟିଫିକେଟକୁ ତାତ୍ସଲ୍ୟ କରିଛନ୍ତି।
ଫୋନି ପରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ପଟ୍ଟନାୟକ ସରକାର ସଫଳ ବୋଲି ଜାତିସଂଘ ପ୍ରଶଂସା କରିଛି।The New York Times ପରି ବିଦେଶୀ ଗଣମାଧ୍ୟମ ମଧ୍ୟ ଫୋନି ମୁକାବିଲା ନେଇ ନବୀନଙ୍କୁ ପ୍ରଶଂସା କରିଛନ୍ତି।ବାତ୍ୟାରେ କିପରି ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ରଖାଯାଇ ପାରିବ ତାହା ଓଡ଼ିଶା ପରି ଗରିବ ରାଜ୍ୟ ଠାରୁ ଶିଖିବା ଉଚିତ ବୋଲି The New York Times ପ୍ରକାଶ କରିଛି।

Times Of Indiaକୁ ତଥାଗତଙ୍କ ସାକ୍ଷାତକାର
ଅପରପକ୍ଷରେ ଜାତିସଂଘ ଏବଂ The New York Timesର ପ୍ରଶଂସାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ତଥାଗତ ସତପଥି।ତଥାଗତ କହିଛନ୍ତି ଏଭଳି ପ୍ରଶଂସାପତ୍ରରେ ସେ ବିଶ୍ୱାସ ରଖନ୍ତି ନାହିଁ।ସମ୍ଭବତଃ ଅମଲାତନ୍ତ୍ରର(IAS) ମିଥ୍ୟା ପ୍ରଚାର ବଳରେ,ଏଭଳି ସାବସି ସାର୍ଟିଫିକେଟ୍ ଯୋଗାଡ଼ ହୋଇପାରିଛି।କାରଣ ବର୍ତ୍ତମାନ ସବୁକିଛି ଏଠି ସ୍ଥାଣୁ।ଏବେ ରାଜନୈତତିକ ସରକାର ଓଡ଼ିଶାରେ ନାହିଁ। ଫୋନିର ପରବର୍ତ୍ତି ସ୍ଥିତି ମୁକାବିଲାରେ ଅଳସୁଆମୀ ମନୋଭାବରୁ ଏହା ସ୍ପଷ୍ଟ ହେଉଛି।ଏପରିକି ପୂର୍ବରୁ ଫାଇଲିନ୍, ହୁଡୁହୁଡ ଏବଂ ତିତିଲ ପରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବେଳେ ଦୂରଦୃଷ୍ଟିର ଅଭାବ ରହିଥିଲା।ବାତ୍ୟା କେବଳ ଗାଁରେ ହୁଏ ବୋଲି ପ୍ରଚାର କରାଯାଇ ପୁରୀ,ଭୁବନେଶ୍ୱର ଏବଂ କଟକ ପରି ସହରାଞ୍ଚଳର କ୍ଷୟକ୍ଷତି ଆକଳନରୁ ମିଡିଆକୁ ଦୂରେଇ ରଖାଗଲା।ତେଣୁ ଫୋନି ମୁକାବିଲା ନେଇ ବିଶ୍ୱସ୍ତରୀୟ ସଂଗଠନର ପ୍ରଶଂସାକୁ ନେଇ ମୋର ସନ୍ଦେହ ରହିଛି ବୋଲି ତଥାଗତ ସତପଥି କହିଛନ୍ତି।  

ତଥାଗତଙ୍କ ସାକ୍ଷାତକାର

ଅବଶ୍ୟ ଫୋନିର ତାଣ୍ଡବରେ ଧ୍ୱସ୍ତ ହୋଇଛି ପୁରୀ,ଖୋର୍ଦ୍ଧା ଓ କଟକ ଜିଲ୍ଲା। ଫୋନି ଯିବାର ଦୁଇ ସପ୍ତାହେ ପରେ ମଧ୍ୟ ରାଜଧାନୀର ସବୁ ଅଞ୍ଚଳରେ ବିଦ୍ୟୁତ ଓ ପାଣି ମିଳୁନାହିଁ।ସରକାର କିନ୍ତୁ ମାତିଲେଣି ହକି ମ୍ୟାଚ ଆୟୋଜନ ପାଇଁ। ଆସନ୍ତା ଜୁନ୬ରୁ ଆରମ୍ଭ ହେବାକୁ ଥିବା ପୁରୁଷ ହକି ବିଶ୍ୱ ସିରିଜ ଏବେ ଓଡ଼ିଶା ସରକାରଙ୍କ ପ୍ରାଥମିକତାରେ ଆସିଯାଇଛି।ଜୁନ୬ରୁ ୧୫ତାରିଖ ପର୍ଯ୍ୟନ୍ତ  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ସିରିଜ ଅନୁଷ୍ଠିତ ହେବ।ହକି ସିରିଜକୁ କିପରି ସଫଳ  କରି ପୁଣି କିପକି ବିଦେଶୀ ମିଡିଆରୁ ସାର୍ଟିଫିକେଟ୍ ପାଇବେ ସେ ଯୋଜନାରେ ଅଛନ୍ତି କିଛି ଅଣଓଡ଼ିଆ ଅଫିସର।ସେ ସମୟରେ ତଥାଗତ ସତପଥିଙ୍କ ପରି ଅଭିଜ୍ଞ ରାଜନେତା,ଅଫିସରଙ୍କ ଚଞ୍ଚକତାର ପର୍ଦ୍ଦାଫାସ କରିଛନ୍ତି।

FANINaveen PatnaikNew York TimesTatthagata SatapathyTimes Of IndiaUnited Nation
Tweet
0
ହୁଡହୁଡ ବେଳେ କନ୍ଧମାଳ ଉପନିର୍ବାଚନ ହେଲା:ଫନି ବେଳକୁ ଭୟ କାହିଁକି?
ନିଜ ଟିମକୁ ଚାମ୍ପିଅନ୍ କରାଇଥିବା କ୍ରିକେଟରଙ୍କୁ ମିସ୍ କରିବ ଇଂଲଣ୍ଡ ବିଶ୍ୱକପ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.