Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବିଜୁଙ୍କ ପ୍ରୟୋଗଶାଳା କେନ୍ଦ୍ରାପଡ଼ାରେ ପାର୍ଟ ଟାଇମ୍ ପଲଟିସିଆନ୍

By admin • April 27, 2019 • ନ୍ୟୁଜ୍, ପଲିଟିକ୍ସ
NABIN PATNAIK

ସାରା ଦେଶର ନଜର ଏବେ କେନ୍ଦ୍ରାପଡ଼ା ଉପରେ। କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ପାଇଁ ଘମାସାନ ଲଢେଇ। ପ୍ରଧାନମନ୍ତ୍ରୀ ଜନସଭା କରିଛନ୍ତି।ମୁଖ୍ୟମନ୍ତ୍ରୀ ମଧ୍ୟ ଦୁଇ ଦିନ ରହି କେନ୍ଦ୍ରାପଡ଼ାର ଗାଁ ଗାଁରେ ବୁଲି ପ୍ରଚାର କରିଛନ୍ତି।ଅବଶ୍ୟ ରେସରେ ନଥିବା କଂଗ୍ରେସ ମଧ୍ୟ ପାରମ୍ପରିକ ଭୋଟକୁ ଧରି ଲଢ଼େଇ କରୁଛନ୍ତି।ତେବେ ବିଜୁ ପଟ୍ଟନାୟକଙ୍କ ଗଡ଼ରେ ବିଜେପିର ବୈଜୟନ୍ତ ପଣ୍ଡା ଏବଂ ବିଜେଡିର ଅନୁଭବ ମହାନ୍ତିଙ୍କୁ ଜିତାଇବା ଲାଗି ଉଭୟ ଦଳ ଶକ୍ତି ଲଗାଇ ଦେଇଛନ୍ତି।ତେଣୁ ଲାଗୁଛି କେନ୍ଦ୍ରାପଡ଼ା ପୁଣି ଅଣକଂଗ୍ରେସର ଦୁର୍ଗ ହୋଇ ରହିବ।ହେଲେ ଜାତୀୟ ରାଜନୀତିରେ କେନ୍ଦ୍ରାପଡ଼ା ଆସନର ଯେଉଁ ରାଜନୈତିକ ଦବଦବା ରହିଥିଲା ଏଥର କ୍ଷୁର୍ଣ୍ଣ ହେଲା ପରି ଲାଗୁଛି।କାରଣ କେନ୍ଦ୍ରାପଡ଼ାରୁ ଥରେ କଂଗ୍ରେସ ପ୍ରାର୍ଥୀ ନିତ୍ୟାନନ୍ଦ କାନୁନଗୋ ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ।ସେହିପରି ୧୯୭୭ରେ କେନ୍ଦ୍ରାପଡ଼ା ସାଂସଦ ବିଜୁ ପଟ୍ଟନାୟକ,ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ କ୍ୟାବିନେଟରେ ସ୍ଥାନ ପାଇଥିଲେ।ଏକମାତ୍ର ଓଡ଼ିଆ ଭାବେ ଲୋକସଭା ବାଚସ୍ପତି ହୋଇଥିବା ରବି ରାୟ କେନ୍ଦ୍ରାପଡ଼ାକୁ ପ୍ରତିନିଧିତ୍ୱ କରୁଥିଲେ।
ଅନ୍ୟପକ୍ଷରେ ଯେଉଁ କେନ୍ଦ୍ରାପଡ଼ାକୁ ଅନେକ ପ୍ରଧାନମନ୍ତ୍ରୀ ସମ୍ମାନ ଦେଉଥିଲେ,ସେଭଳି ସଂସଦୀୟ କ୍ଷେତ୍ରରୁ ଜଣେ ସିନେ ଷ୍ଟାରଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ।ଯଦିଓ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଏବେ ରାଜ୍ୟସଭାର ସଦସ୍ୟ ଅଛନ୍ତି,କିନ୍ତୁ ପ୍ରତ୍ୟକ୍ଷ ନିର୍ବାଚନ ପାଇଁ ଅନୁଭବ ଅନଭିଜ୍ଞ।ବିଜୁବାବୁଙ୍କ ପ୍ରୟୋଗଶାଳାରେ ରାଜନୀତିର ପ୍ରାଥମିକ ଶ୍ରେଣୀ ଛାତ୍ର ଅନୁଭବଙ୍କୁ ମୈଦାନକୁ ଛାଡି ଭାଗ୍ୟ ପରଖୁଛି ବିଜେଡି।ତେବେ ଅନୁଭବଙ୍କ ଫ୍ୟାନ ଜାଣିଛନ୍ତି ସେ ରାଜନୀତି ଅପେକ୍ଷା ଅଭିନୟକୁ ଅଧିକ ଗୁରୁତ୍ୱ ଦିଅନ୍ତି।

Kendrapara Ministers

ବିଜୁଙ୍କ ରାଜନୈତିକ ଆଖଡା
କଂଗ୍ରେସରୁ ଅଲଗା ହେବା ପରେ ବିଜୁଙ୍କ ରାଜନୈତିକ କର୍ମଭୂମି ହୋଇଗଲା କେନ୍ଦ୍ରାପଡ଼ା।ବିଜୁବାବୁ ମଧ୍ୟ କେନ୍ଦ୍ରାପଡ଼ା ଆସନର ଗୁରୁତ୍ୱ ରଖି ୧୯୭୧ରେ ସୁରେନ୍ଦ୍ର ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲେ।ଓଡ଼ିଶାର ଜଣାଶୁଣା ଲେଖକ-ସଂପାଦକ ସୁରେନ୍ଦ୍ର ମହାନ୍ତି ମଧ୍ୟ କେନ୍ଦ୍ରାପଡ଼ାରୁ ବିଜୟୀ ହେବା ଆଗରୁ ଢ଼େଙ୍କାନାଳ ଲୋକସଭା ଆସନକୁ ଥରେ ପ୍ରତିନିଧିତ୍ୱ କରିଥିଲେ।ଏପରିକି ପଦ୍ମଶ୍ରୀ ସୁରେନ୍ଦ୍ର ମହାନ୍ତି ୧୯୫୨ ଏବଂ ୧୯୭୮ରେ ଦୁଇ ଥର ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଥିଲେ।

ପରବର୍ତ୍ତି ନିର୍ବାଚନ ୧୯୭୭ରେ ବିଜୁବାବୁ ନିଜେ ଆସିଥିଲେ ମୈଦାନକୁ।ଲଗାତର ୩ଥର ବିଜୁ ପଟ୍ଟନାୟକ ବିଜୟୀ ହୋଇଥିଲେ।ଏପରିକି ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ,ସମବେଦନାର ସୁଅ ସାରା ଓଡ଼ିଶାରେ ବୋହିଥିଲା।ରାଜ୍ୟର ବାକି ୨୦ଟି ଲୋକସଭା ଆସନରେ କଂଗ୍ରେସ ବିଜୟୀ ହୋଇଥିଲେ ମଧ୍ୟ କେନ୍ଦ୍ରାପଡ଼ା ଭୋଟର ବିଜୁଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ।କିନ୍ତୁ ୧୯୮୫ରେ ବିଜୁ ପଟ୍ଟନାୟକ ଲୋକସଭାରୁ ଇସ୍ତଫା ଦେଇ,ରାଜ୍ୟ ରାଜନୀତିକୁ ଫେରିଥିଲେ।ଫଳରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ଭୋଟର ଦେଖିଲେ ଉପନିର୍ବାଚନ।କିନ୍ତୁ ବିଜୁଙ୍କ ପ୍ରାର୍ଥୀ  ତଥା ଚାରି ଥରର ବିଧାୟକ ଶରତ ଦେବଙ୍କୁ ଜିତାଇ ଥିଲେ କେନ୍ଦ୍ରାପଡ଼ା ଭୋଟର।

ପାର୍ଟ ଟାଇମ୍ ପଲଟିସିଆନ୍
ପରବର୍ତ୍ତି ନିର୍ବାଚନରେ ମଧ୍ୟ ବିଜୁଙ୍କ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ବିଜୟୀ ହୋଇ ଚାଲିଲେ।୧୯୮୯ର କେନ୍ଦ୍ରାପଡ଼ା ସାଂସଦ ରବି ରାୟ,ଏକମାତ୍ର ଓଡ଼ିଆ ଲୋକସଭାର ବାଚସ୍ପତି ହୋଇଥିଲେ।ଦେବଗୌଡ଼ା ଏବଂ ଗୁଜରାଲ ସରକାରରେ କେନ୍ଦ୍ରାପଡ଼ା ସାଂସଦ ଶ୍ରୀକାନ୍ତ ଜେନାଙ୍କୁ ମିଳିଥିଲା ସ୍ଥାନ।ବିଜୁଙ୍କ ଦେହାନ୍ତ ପରେ ମଧ୍ୟ କେନ୍ଦ୍ରପଡ଼ା ଭୋଟର,ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ସହ ରହିଛନ୍ତି।ସେଥିପାଇଁ ୧୯୯୮ରୁ ଆଜି ଯାଏଁ ବିଜେଡିର ପ୍ରାର୍ଥୀ ସେଠାରୁ ବିଜୟୀ ହୋଇ ଆସୁଛନ୍ତି।ଏଥିରୁ ବୁଝା ପଡୁଛି ୧୯୭୧ରୁ ଆଜି ଯାଏଁ, ଦୀର୍ଘ ୪୮ବର୍ଷ ହେବ କେନ୍ଦ୍ରାପଡ଼ା ରହିଛି ବିଜୁ ପରିବାର ସହ।କିନ୍ତୁ ଯେଉଁ କେନ୍ଦ୍ରାପଡ଼ାକୁ ବିଜୁ ପଟ୍ଟନାୟକ ନିଜର ରାଜନୈତିକ ପ୍ରୟୋଗଶାଳା କରିଥିଲେ,ଏବେ ଜଣେ ପାର୍ଟ ଟାଇମ୍ ପଲଟିସିଆନଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ?ଦିବଗଂତ ଶରତ ଦେବଙ୍କ ପୁଅ ପ୍ରତାପ ଦେବଙ୍କୁ ରାଜ୍ୟସଭାରୁ ଆଣି ଆଳି ବିଧାନସଭା ପାଇଁ ପ୍ରାର୍ଥୀ କରିବା ଅପେକ୍ଷା ଲୋକସଭା ପ୍ରାର୍ଥୀ କରିଥିଲେ କେନ୍ଦ୍ରାପଡାର ଗୁରୁତ୍ୱ ବଢିଥାନ୍ତା। ବିଜେଡିର ବରିଷ୍ଠ ବିଧାୟକ ଅତନୁ ସବ୍ୟସାଚୀ ନାୟକ,ପ୍ରତାପ ଜେନା କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ବିଜୁବାବୁଙ୍କ ଗାରିମା ଆହୁରି ବୃଦ୍ଧି ପାଇ ନଥାନ୍ତା କି ?
ପଢ଼ନ୍ତ–BJDକୁ ସଂଖ୍ୟା ଗରିଷ୍ଠତା ନମିଳିଲେ,ନବୀନ ଯିବେ ଲୋକସଭା!

2019 LOKASABHA ELECTIONSAnubhav MohantyBiju PattnaikKendraparaNaveen PatnaikRabi Ray
Tweet
0
ଏହି ଯୁବତୀଙ୍କୁ ଦେଖିଲେ,ଆଲିଆ ଭଟ୍ଟ ବି ନକଲି ଲାଗିବେ!
ପ୍ରଥମେ‘କାଳିଆ’ର ଶରଣ ପଶିଲା BJD:ଏବେ କହିଲାଣି'ନବୀନ ଓଡ଼ିଶାର ପରିଚୟ'

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.