Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପାକିସ୍ତାନ ଲେଦର ଫ୍ୟାକ୍ଟ୍ରି ବୟ ଆବାସ, ଶତାବ୍ଦୀରେ ବେଷ୍ଟ ଫାଷ୍ଟ ବୋଲର : ୧୦ଟେଷ୍ଟରୁ ୫୦ଓ୍ୱିକେଟ୍

By admin • October 20, 2018 • ସ୍ପୋର୍ଟସ୍
Mohammad-Abbas PAKISTAN

କ୍ରିକେଟର ଓ୍ୱଣ୍ଡର ବୟ ସେ। ବିଶ୍ୱ କ୍ରିକେଟରେ ଏବେ ତାଙ୍କରି ଚର୍ଚ୍ଚା। ନାଁ ମହମ୍ମଦ ଆବାସ୍। ପାକିସ୍ତାନର ଡାହାଣହାତୀ ଫାଷ୍ଟ ବୋଲର। ନିକଟରେ ଆବୁଧାବିରେ ଅଷ୍ଟ୍ରେଲିଆକୁ ୩୭୩ ରନର ବୃହତ ବ୍ୟବଧାନରେ ପାକିସ୍ତାନ ମାତ୍ ଦେବା ପରେ ସାମନାକୁ ଆସିଛନ୍ତି ମହମ୍ମଦ ଆବାସ। ଉଭୟ ଇନିଂସରେ ୧୦ଟି ଓ୍ୱିକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ପାକିସ୍ତାନ ଦେଇଥିବା ୫୩୮ ରନ୍ ଟାର୍ଗେଟର ପିଛା କରି ମାତ୍ର ୧୬୪ ରନରେ ସୀମିତ ରହି ଯାଇଥିଲା କଙ୍ଗାରୁ ବାହିନୀ। ମହମ୍ମଦ ଆବାସଙ୍କ ଘାତକ ବୋଲିଂ ଆଗରେ ଓ୍ୱିକେଟ୍ ଫିଙ୍ଗି ଦେଇଥିଲା ଅଷ୍ଟ୍ରେଲିଆ। ଦୁଇଟି ଇନିଂସରେ ୫ଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ।Mohammad-Abbasସାବାସ୍ ! ଆବାସ୍
ଅନେକ ରେକର୍ଡ ସ୍ଥାପନ କରିଛନ୍ତି ମହମ୍ମଦ ଆବାସ୍।୧୫.୬୪ ଆଭରେଜରେ ଏହି ସିରିଜରେ ତାଙ୍କୁ ମିଳିଛି ୧୭ଟି ଓ୍ୱିକେଟ୍। ଫାଷ୍ଟ ବୋଲର ଭାବରେ ଆବାସଙ୍କ ଆଭରେଜ୍ ଗତ ଶହେ ବର୍ଷର ରେକର୍ଡକୁ ଭାଙ୍ଗିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ରୁତ ବୋଲର ଭାବରେ ତାଙ୍କର ଆଭରେଜ ବେଷ୍ଟ। କ୍ୟାରିଅର ଆଭରେଜରେ ବିଶ୍ୱ ରାଙ୍କିରେ ଆବାସଙ୍କ ସ୍ଥାନ ଚତୁର୍ଥ। ଦ୍ରୁତ ୫୦ଟେଷ୍ଟ ଓ୍ୱିକେଟ ଅକ୍ତିଆର କରିଥିବା ଦ୍ୱିତୀୟ କ୍ରିକେଟର ହୋଇଛନ୍ତି ମହମ୍ମଦ ଆବାସ୍। ଏହାବ୍ୟତୀତ ୧୨ ବର୍ଷ ପରେ କୌଣସି ପାକିସ୍ତାନୀ ଫାଷ୍ଟ ବୋଲର ଭାବରେ ସେ ଗୋଟିଏ ଟେଷ୍ଟ ମ୍ୟାଚରେ ୧୦ ଓ୍ୱିକେଟ ହାସଲ କରିଛନ୍ତି। ଶେଷ ଥର ପାଇଁ ୨୦୦୬ରେ ମହମ୍ମଦ ଆସିଫ ଏହି ସଫଳତା ସାଉଣ୍ଟି ଥିଲେ। ସେହିପରି ୟୁଏଇରେ କୌଣସି ଟେଷ୍ଟ ସିରିଜରେ ୧୫ଟି  ଓ୍ୱିକେଟ ନେଇଥିବା ପ୍ରଥମ ବୋଲର୍ ହେବାର ରେକର୍ଡ ବି ନିଜ ନାଁରେ କରାଇଛନ୍ତି ମହମ୍ମଦ ଆବାସ। ପୂର୍ବରୁ ୨୦୧୩ରେ ଜୁନୈଦ ଖାନା ଦୁବାଇରେ ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ୮ଟି ଓ୍ୱିକେଟ ନେଇଥିଲେ । ଦ୍ରୁତ ବୋଲର ଭାବରେ ସବୁଠୁ କମ୍ ରନ୍ ବ୍ୟୟ କରିଛନ୍ତି ଆବାସ। ୯୫ରନ୍ ଦେଇ ୧୦ଟି ଓ୍ୱିକେଟ୍ ନେଇଛନ୍ତି। ଆବାସ ଟେଷ୍ଟ କ୍ରିକେଟର ନମ୍ୱର ଓ୍ୱାନ୍ ବୋଲର ହେବେ ବୋଲି ସାଉଥ୍ ଆଫ୍ରିକାର କୋଚ ଡେଲ୍ ଷ୍ଟେନ ଭବିଷ୍ୟବାଣୀ କରିଛନ୍ତି।ଅଷ୍ଟ୍ରେଲିଆ ବୋଲିଂ କୋଚ୍ ଡେଭିଡ୍ ଶେଖର କହିଛନ୍ତି, ପାକିସ୍ତାର ସ୍ପିନ୍ ବାହିନୀ ପାଇଁ ତାଙ୍କ ଟିମ୍ ରଣନୀତି କରିଥିଲା। ତେବେ ବିସ୍ଫୋରଣ ସୃଷ୍ଟି କଲେ ଆବାସ।Mohammad Abbassସଂଘର୍ଷରୁ ସଫଳତା
କ୍ରିକେଟର ପୂର୍ବରୁ ଲେଦର ଫ୍ୟାକ୍ଟ୍ରି ଓ ଓ୍ୱେଲଡିଂ ଫ୍ୟାକ୍ଟ୍ରିରେ କାମ କରୁଥିଲେ ମହମ୍ମଦ ଆବାସ।ପେଟକୁ ଦାନା ଯୋଗାଡ କରିବାକୁ କୋର୍ଟରେ ଅଫିସ ବୟ କାମ ବି କରିଛନ୍ତି। ୨୦୦୮-୦୯ରେ ଘରୋଇ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।୨୦୧୫-୧୬ରେ ୧୦ଟି ମ୍ୟାଚରେ ୬୧ଟି ଓ୍ୱିକେଟ ନେଇ ପାକିସ୍ତାନର ଜାତୀୟ ଚୟନକର୍ତ୍ତାଙ୍କ ନଜରକୁ ଆସିଥିଲେ ମହମ୍ମଦ ଆବାସ। ସେହିପରି ୨୦୧୬-୧୭ ସିଜିନରେ ୭୧ଟି ଓ୍ୱିକେଟ ନେଇଥିଲେ। ଜାତୀୟ ଦଳରେ ମାରିଥିଲେ ଏଣ୍ଟ୍ରି। ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଅନ୍ତର୍ଜାତୀୟ ଟେଷ୍ଟ ଡେବ୍ୟୁ କରିଥିଲେ ମହମ୍ମଦ ଆବାସ। 

ଏଥିସହ ପଢ଼ନ୍ତୁ–ନିଜ ଲମ୍ବା କ୍ୟାରିଅରରେ ନୋ ବଲ୍ ଫିଙ୍ଗି ନଥିବା ମହାନ କ୍ରିକେଟର

Austrailia CricketMohammad AbbasPakistan Cricket
Tweet
0
ଟିମ୍ ଇଣ୍ଡିଆକୁ ବାଜପେୟୀ ହସିକି କହିଲେ "ତାହାଲେ ପାକିସ୍ତାନରେ ବି ଆମେ ନିର୍ବାଚନ ଜିତିବୁ”
ବାରିପଦା ସମାବେଶରେ ଏକାଠି ହୋଇପାରନ୍ତି ଦାମ-ବୈଜୟନ୍ତ

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.