Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଟିମ୍ ଇଣ୍ଡିଆକୁ ବାଜପେୟୀ ହସିକି କହିଲେ “ତାହାଲେ ପାକିସ୍ତାନରେ ବି ଆମେ ନିର୍ବାଚନ ଜିତିବୁ”

By admin • October 20, 2018 • ସ୍ପୋର୍ଟସ୍
Vajpayee & Indian Cricket Team

୧୯୯୯ର କାରଗିଲ ଯୁଦ୍ଧ ପରେ ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ଖେଳ ବନ୍ଦ ହୋଇ ଯାଇଥିଲା। କିନ୍ତୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବା ପାଇଁ ୨୦୦୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବାଛିଥିଲେ କ୍ରିକେଟର ରାସ୍ତା। ସେହି ବର୍ଷ ସାର୍କ ସମ୍ମିଳନୀରେ ଯୋଗ ଦେଇଥିଲେ ବାଜପେୟୀ। ପରେ ସୌରଭ ଗାଙ୍ଗୁଲିଙ୍କ କ୍ୟାପଟେନସିପରେ ଟିମ୍‌ ଇଣ୍ଡିଆକୁ ୩ଟି ଟେଷ୍ଟ ଏବଂ ୫ଟି ଦିନିକିଆ ମ୍ୟାଚ ପାକିସ୍ତାନରେ ଖେଳିବାକୁ ଅନୁମତି ଦେଇଥିଲେ ଭାରତ ସରକାର। ୧୯ବର୍ଷ ପରେ ପାକିସ୍ତାନ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆର ମ୍ୟାଚ ଦେଖିବାକୁ ପ୍ରାୟ ୨୦ହଜାର ଲୋକଙ୍କୁ ଭିସା ପ୍ରଦାନ କରାଯାଇଥିଲା।Vajpayee-Ganguly & Setttyସେଓ୍ୱାଗଙ୍କ ଟ୍ରିପୁଲ୍ ସେଞ୍ଚୁରୀ
ବାଜପେୟୀଙ୍କ ଏମିତି ପଦକ୍ଷେପକୁ ଦୁଇ ଦେଶର ଲୋକମାନେ ଖୁବ ପ୍ରଶଂସା କରିଥିଲେ। ଟିମ୍ ଇଣ୍ଡିଆର ସେହି ଗସ୍ତ ଏତେ ପପୁଲାର ହୋଇଥିଲା ଯେ ପ୍ରତ୍ୟେକ ପ୍ଲେୟାରଙ୍କ ପ୍ରତିଟି ପାଳି ଏବେବି ଦେଶବାସୀଙ୍କ ମନରେ ତାଜା ହୋଇ ରହିଛି। ବିରେନ୍ଦ୍ର ସେଓ୍ୱାଗଙ୍କ ୩୦୯ରନ୍‌ର ପାଳି ହେଉ ଅବା ସଚିନ, ଦ୍ରାବିଡ଼ ଏବଂ ଗାଙ୍ଗୁଲିଙ୍କ ଜବରଦସ୍ତ ପ୍ରଦର୍ଶନ, ଏବେବି ସେ ସବୁ ସ୍ମରଣୀୟ। ଖାସ କଥା ହେଉଛି ଉଭୟ ଦିନିକିଆ ଏବଂ ଟେଷ୍ଟ ସିରିଜ୍‌ କବଜା କରିଥିଲା ଭାରତ। ଟିମ୍ ଇଣ୍ଡିଆର ତତ୍କାଳୀନ ମ୍ୟାନେଜର ରତ୍ନାକର ସେଟ୍ଟୀଙ୍କ କହିବା ଅନୁଯାୟୀ ଭାରତୀୟ ପ୍ଲେୟାରଙ୍କୁ କେବଳ ମ୍ୟାଚ ଜିତିବା ପାଇଁ ନୁହେଁ, ପାକିସ୍ତାନବାସୀଙ୍କ ହୃଦୟ ଜିତିବା ପାଇଁ ମଧ୍ୟ ଇସାରା ଦେଇଥିଲେ ପ୍ରଧାନମନ୍ତ୍ରୀ। ଯେତେବେଳେ ଟିମ୍‌ ଇଣ୍ଡିଆ ପାକିସ୍ତାନରେ ପହଞ୍ଚିଥିଲା ବାଜପେୟୀଙ୍କ ଏପରି ପଦକ୍ଷେପକୁ ସେଠାକାର ଲୋକ ପ୍ରଶଂସା କରିଥିଲେ। ସମସ୍ତେ ସମ୍ପର୍କକୁ ସୁଧାରିବା ପାଇଁ ଚାହୁଁଥିଲେ ବୋଲି ରତ୍ନାକର କହିଥିଲେ। ରତ୍ନାକର ସେଟ୍ଟୀ କହିଥିଲେ, “ସିରିଜ ପୂର୍ବରୁ ଟିମ୍‌ ସୁରକ୍ଷା ପାଇଁ ପାକିସ୍ତାନ ଯାଇଥିଲି। ସେତେବେଳେ ଏୟାରପୋର୍ଟ, ରାସ୍ତା ଏବଂ ସର୍ବ ସାଧାରଣ ସ୍ଥାନରେ ଲୋକମାନେ ବାଜପେୟୀଙ୍କ ଫଟୋ ଧରି ଛିଡ଼ା ହୋଇଥିଲେ। ଏସବୁ ମୁଁ ବାଜପେୟୀଙ୍କୁ ଜଣାଇବାରୁ, ସେ ହସିକି କହିଲେ- ତେବେ ପାକିସ୍ତାନରେ ନିର୍ବାଚନ ଲଢ଼ିବା ଆମ ପାଇଁ ସହଜ ହେବ”।India Cricket Team & PMଦିଲ୍ ଭି ଜିତିଏ
ପାକିସ୍ତାନ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆର ଖେଳାଳିମାନେ ବାଜପେୟୀଙ୍କ ସହ ତାଙ୍କ  ବାସଭବନରେ ପ୍ରାୟ ଏକ ଘଣ୍ଟା ବିତାଇ ଥିଲେ। ଭାରତୀୟ ଦଳକୁ ବାଜପେୟୀ ଗୋଟିଏ ବ୍ୟାଟ୍‌ ଗିଫ୍ଟ ଦେଇଥିଲେ। ଆଉ ଏଥିରେ ଲେଖାଥିଲା ଯେ‘ଖେଲ ହି ନେହିଁ, ଦିଲ୍ ଭି ଜିତିଏ- ଶୁଭକାମନାଏଁ ’(କେବଳ ଖେଳ ନୁହେଁ  ହୃଦୟ ଜିତନ୍ତୁ, ଶୁଭକାମନା)। ଯେତେବେଳେ ଟିମ୍‌ ଇଣ୍ଡିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଫେରୁଥିଲା ସେତେବଳେ ହମ ହୋଙ୍ଗେ କାମ୍ୟାବ୍‌ ଗୀତ ଶୁଣିବାକୁ ମିଳିଥିଲା। ପାକିସ୍ତାନରେ ଭାରତର ବୃହତ୍ତ ବିଜୟ ପରେ ପ୍ରଧାନମନ୍ତ୍ରୀ ବାଜପେୟୀ, ଟିମ୍ ମ୍ୟାନେଜର ସେଟ୍ଟୀଙ୍କୁ ଫୋନ୍‌ କରି ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ଅଧିନାୟକ ଗାଙ୍ଗୁଲିଙ୍କ ସହ କଥା ମଧ୍ୟ ହୋଇଥିଲେ।

ଏଥିସହ ପଢ଼ନ୍ତୁ-ସ୍ଥିତି ସମ୍ଭାଳିବାରେ ଶର୍ମା ଫେଲ୍! କମିସନର ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ଼, ଡିଜିପି ବେଳେ ହାଇକୋର୍ଟ ଅଚଳ

2004 Pakistan TourAtal Bihari VajpayeeIndian Cricket TeamSourav Ganguly
Tweet
0
ମେସୀଙ୍କୁ ମାରାଡୋନାଙ୍କ ତାତ୍ସଲ୍ୟ: '୨୦ଥର ଯିଏ ଟଏଲଟ୍ ଯାଆନ୍ତି, ସେ କି ଲିଡର୍' ?
ପାକିସ୍ତାନ ଲେଦର ଫ୍ୟାକ୍ଟ୍ରି ବୟ ଆବାସ, ଶତାବ୍ଦୀରେ ବେଷ୍ଟ ଫାଷ୍ଟ ବୋଲର : ୧୦ଟେଷ୍ଟରୁ ୫୦ଓ୍ୱିକେଟ୍

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.