କ୍ରିକେଟ୍ ଜଗତର କିମ୍ବଦନ୍ତୀ ପୁରୁଷ ସଚି ତେନ୍ଦୁଲକରଙ୍କୁ କ୍ରିକେଟର ଗଡ୍ ଭାବେ ବର୍ଣ୍ଣନା କରାଯାଏ। କ୍ରିକେଟ୍ ପ୍ରତି ତାଙ୍କର ଅବଦାନ ସ୍ୱତନ୍ତ୍ର। ୧୧ ବର୍ଷ ବୟସରୁ କ୍ରିକେଟ୍ ଜଗତରେ ପାଦ ଥାପି ସଚିନ ତାଙ୍କ ସଂଘର୍ଷର ଯାତ୍ରା ଆରମ୍ଭ  କରିଥିଲେ। ଧିରେଧିରେ କ୍ରିକେଟ୍ ଜଗତରେ ଛାଇ ଜାଇଥିବା ଏହି କୁଲ୍ କ୍ରିକେଟରଙ୍କ ଅବଦାନ ଅତୁଳନୀୟ। ୧୯୭୩ ଏପ୍ରିଲ ୨୪ରେ ମହାରାଷ୍ଟ୍ରରେ ଜନ୍ମ ଗ୍ରହଣ କରିଥିବା ସଚିନ ଲିଟିଲ୍ ମାଷ୍ଟରଠାରୁ ଆରମ୍ଭ କରି ମାଷ୍ଟର ବ୍ଲାଷ୍ଟରରେ ପହଁଞ୍ଚିଛନ୍ତି। ତାଙ୍କର ଅନ୍ ବ୍ରେକେବଲ୍ ରେକର୍ଡ ପାଇଁ ତାଙ୍କୁ କ୍ରିକେଟ୍ ଜଗତର ଭଗଭାନ ଭାବେ ପୁଜା କରାଯାଏ। ସେ ୨୦୦ ଟେଷ୍ଟ ମ୍ୟାଚ୍ ଖେଳି ୧୫,୯୨୧ ରନ ଓ ୪୬୩ଟି ୱାନ୍ ଡେ ମ୍ୟାଚ୍ ଖେଳି ୧୮,୪୨୬ ରନ୍ ସଂଗ୍ରହ କରି ରେକର୍ଡ କରିଛନ୍ତି। ଟେଷ୍ଟ ମ୍ୟାଚରେ ବୋଲିଂ କରି ୪୬ ୱିକେଟ୍ ପାଇଥିବା ସଚିନ ୱାନ୍ ଡେ ମ୍ୟାଚରେ ୧୫୪ ୱିକେଟ୍ ହାତେଇବାରେ ପ୍ରଥମ କ୍ରିକେଟର।

ନାକରେ ବଲ୍ ବାଜିଲା ପରେ ବି ଖେଳିଥିଲେ ସଚିନ
୧୯୮୯ରେ କରାଚି ଠାରେ ଭାରତ ଓ ପାକିସ୍ଥାନ ମଧ୍ୟରେ ହେଉଥିବା ଅନ୍ତରାଷ୍ଟ୍ରୀୟ ମ୍ୟାଚ ସଚିନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ସେତେବେଳକୁ ଭାରତର ସ୍ଥିତି ଖୁବ୍ ଖରାପ ଥିଲା। କ୍ରିକେଟ୍ ଫିଲ୍ଡରେ ଗୋଟାଏ ପରେ ଗୋଟାଏ କ୍ରିକେଟର ପତନ ପରେ ଭାରତର ସ୍ଥିତି ଶୋଚନୀୟ ଥିଲା।ମାତ୍ର ସେ ସମୟରେ ମାତ୍ର ୧୬ ବର୍ଷର ସଚିନ୍ ଖେଳର ମୋଡ ବଦଳେଇ ଦେଇଥିଲେ। ଏପରିକି ତାଙ୍କ ନାକରେ ବଲ୍ ବାଜି ସେ ଆଘାତ ହେଲା ପରେ ମଧ୍ୟ ସେ ମ୍ୟାଚରେ ଖେଳିଥିଲେ ଓ ଭାରତକୁ ସଫଳତା ମିଳିଥିଲା। ସର୍ବାଧିକ ରନ୍ ସଂଗ୍ରହଠାରୁ ଆରମ୍ଭ କରି ଶତକ ହାସଲ କରିବାରେ ତାଙ୍କର ଏକ ନିଆରା ରେକର୍ଡ ରହିଛି ।ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଶତକ ମାରିଥିବା ସେ ହେଉଛନ୍ତି ପ୍ରଥମ ଖେଳାଳି। କେବଳ ସେତିକି ନୁହେଁ କ୍ରିକେଟ କ୍ଷେତ୍ରରେ ତାଙ୍କ ଅଦ୍ଭୁତ ପ୍ରଦର୍ଶନ ପାଇଁ ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି। କ୍ରୀଡା କ୍ଷେତ୍ରରେ ଭାରତରତ୍ନ ଉପାଧି ପାଇଥିବା ସର୍ବକନିଷ୍ଠ ବ୍ୟକ୍ତି ହେଉଛନ୍ତି ସଚିନ। ତାଙ୍କର ପାରଦର୍ଶିତା ପାଇଁ ତାଙ୍କୁ୧୯୯୭ରେ ରାଜୀବଗାନ୍ଧୀ ଖେଳରତ୍ନ,୧୯୯୯ରେ ପଦ୍ମଶ୍ରୀ,୨୦୦୮ରେ ପଦ୍ମ ବିଭୂଷଣ ଉପାଧିରେ ଭୁଷିତ କରାଯିବା ସହିତ ୨୦୧୩ରୁ ତାଙ୍କ ନାମରେ ଡାକ ଟିକେଟର ପ୍ରଚଳନ ହେଉଛି।୨୦୧୨ରୁ ୱାନ୍ ଡେ ମ୍ୟାଚରୁ ଅବସର ନେବାପରେ ସେ ଅକ୍ଟୋବର ୧୦ ୨୦୧୩ ରେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସଚିନ ଏବେ ୪ ବର୍ଷରେ ପଦାର୍ପଣ କରିଛନ୍ତି।