Rohit-Virat

ଧମାକାଦାର ବିଜୟ ସହ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ବିରାଟ ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଲା ଭାରତ। ରୋହିତ ଶର୍ମା ଓ ବିରାଟ କୋହଲି ଏମିତି ପ୍ରହାର କଲେ ଯେ କାରାବେୟାନ ବୋଲରଙ୍କ ସବୁ ଅଙ୍କ ଗଡ଼ବଡ଼ ହୋଇଗଲା। ଗୌହାଟିରେ ହେଲା ରନ୍ ବର୍ଷା। ରୋହିତ-କୋହଲିଙ୍କ ବ୍ୟାଟ୍ ଏମିତି ଚାଲିଲା ଯେ ଲାଗୁଥିଲା ୪ଶହ ରନ୍ ଟାର୍ଗେଟ ବି ଏମାନଙ୍କ ଆଗରେ କମ ପଡିବ। ଭ୍ରମଣକାରୀ ଦଳର ୩୨୩ ରନ୍ ବିଜୟ ଲକ୍ଷ୍ୟକୁ ଯଥେଷ୍ଟ ଆଗରୁ ହାସଲ କରି ନେଲା ବିରାଟ ବ୍ରିଗେଡ୍। ୪୭ବଲ୍ ଓ ହାତରେ ୮ ଓ୍ୱିକେଟ ଥାଇ ମ୍ୟାଚକୁ ନିଜ ନାଁରେ କରାଇଥିଲା ମେନ୍ ଇନ୍ ବ୍ଲୁ। ରୋହିତ ଶର୍ମା ୧୧୭ ବଲରୁ ବିସ୍ଫୋରକ ଅପରାଜିତ ୧୫୨ରନ୍ ଓ ବିରାଟ କୋହଲି ୧୦୭ ବଲରେ ୧୪୦ ରନ୍ କରିଥିଲେ। ୨୪୬ରନର ପାର୍ଟନରସିପ୍।ପଞ୍ଚମ ଥର ରୋହିତ ଶର୍ମା-ବରାଟ କୋହଲି ଯୋଡ଼ି ୨ଶହରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି।ପୂର୍ବରୁ ସଚିନ-ଗାଙ୍ଗୁଲି ଯୋଡ଼ି ୩ଥର ଏଭଳି ଭାଗିଦାରୀ ଇନିଂସ ଖେଳିଥିଲେ।
ରୋହିତଙ୍କ ସୁପର୍ ସୋRohit-Sharmaଦିନିକିଆରେ ୨୦ତମ ଶତକ ହାସଲ କରିଛନ୍ତି। ଅପରାଜିତ ୧୫୨ରନ୍ (୧୫ ଚୌକା, ୮ଛକା) କରିଛନ୍ତି ରୋହିତ ଶର୍ମା। କେବଳ ବାଉଣ୍ଡ୍ରିରୁ ତାଙ୍କ ଖାତାକୁ ଆସିଛି ୧୦୮ରନ୍। ଖେଳ ଦେଖିଲେ ଲାଗୁଥିଲା, ଟାର୍ଗେଟ ଅଧିକ ଥିଲେ ବୋଧେ ପୁଣି ଦ୍ୱିଶତ ମାରି ଦେଇ ଥାଆନ୍ତେ।ଦିନିକିଆରେ ୧୫୦ରୁ ଅଧିକ ରନ୍ ସର୍ବାଧିକ ଥର କରିବାରେ ବିଶ୍ୱ ରେକର୍ଡ କରିଛନ୍ତି ରୋହିତ। ସେ ୬ ଥର ୧୫୦ରୁ ଅଧିକ ସ୍କୋର କଲେଣି। ତାଙ୍କ ପୂର୍ବରୁ ରେକର୍ଡ ଥିଲା ତେନ୍ଦୁଲକର ଓ ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ନାଁରେ। ସେମାନେ ୫ଥର ଦେଢ଼ ଶହରୁ ଅଧିକ ସ୍କୋର କରିଥିଲେ।
କୋହଲିଙ୍କ ବିରାଟ ରେକର୍ଡVirat-Kohliଟିମ୍ ଇଣ୍ଡିଆର ରନ୍ ମେସିନ୍। ଚେଜ୍ କରିବାରେ ସଫଳ ବ୍ୟଟ୍ଯମ୍ୟାନ୍ ବିରାଟ କୋହଲି। ଶିଖର ଧଓ୍ୱନ ସଅଳ ପାଭିଲନ୍ ଫେରିବା ପରେ ରୋହିତଙ୍କୁ ସାଥ ଦେଇଥିଲେ କୋହଲି। ଦଳୀୟ ସ୍କୋରକୁ ଆଗେଇ ନେବା ସହ ଦ୍ରୁତ ଶତକ ପୂରଣ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ୬୦ତମ ସେଞ୍ଚୁରୀ ମାରିଛନ୍ତି କୋହଲି। ଦିନିକିରେ ୩୬ତମ ଶତକ। କ୍ୟାପଟେନ୍ ଭାବରେ ଚତୁର୍ଦ୍ଦଶ ଓ ଚଳିତବର୍ଷ ଏହା ଥିଲା କୋହଲିଙ୍କର ଅଷ୍ଟମ ଅନ୍ତର୍ଜାତୀୟ ଶତକ। ଦିନିକିଆରେ ୧୦ହଜାର ରନ୍ ଠାରୁ ଆଉ ମାତ୍ର ୮୧ରନ୍ ଦୂରରେ ଅଛନ୍ତି ବିରାଟ। ଆଶା କରାଯାଉଛି, ବିଶାଖାପାଟଣାରେ ଦ୍ୱିତୀୟ ଦିନିକିଆରେ ସେ ଏହି ସଫଳତା ଛୁଇଁବେ। ସେହିପରି ଓ୍ୱାନ୍ ଡେରେ ୩୬ଟି ଶତକ ପାଇଁ କୋହଲି ଖେଳିଛନ୍ତି ୨୦୪ଟି ଇନିଂସ। ସମାନ ୩୬ ଶତକ ୩୧୧ଟି ଇନିଂସରେ ମାରିଥିଲେ ସଚିନ ତେନ୍ଦୁଲକର। ଅର୍ଥାତ କୋହଲିଙ୍କ ବ୍ୟାଟିଂ ସ୍ପିଡ୍ ତେନ୍ଦୁଲକରଙ୍କ ଠାରୁ ଢ଼େର ଅଧିକ। ଫିଟନେସ୍ ଓ ଫର୍ମ ଜାରି ରହିଲେ ବହୁ କିମ୍ବଦନ୍ତୀ ଖେଳାଳିଙ୍କୁ ଯେ କୋହଲି ପଛରେ ଛାଡ଼ି ନଦେବେ କିଏ କହିବ।