କ୍ରିକେଟରେ ନୋ ବଲକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଥାଏ। କାରଣ ନୋ ବଲ୍ ଖେଳର ମୋଡ଼ ବି ବଦଳାଇ ଦିଏ। ବ୍ୟାଟ୍‌ସମ୍ୟାନ୍ ନୋ ବଲ୍‌ର ଫାଇଦା ନେଇ ସବୁବେଳେ ଛକା କିମ୍ବା ଚୌକା ମାରିବାକୁ ଚେଷ୍ଟା କରିଥାନ୍ତି। କାହିଁକିନା ଏଥିରେ ଆଉଟ୍ ହେବାର ଭୟ ନଥାଏ। ବୋଲରଙ୍କ ଭିତରେ ଅନେକ ବୋଲର ରେକର୍ଡ ପରେ ରେକର୍ଡ ସ୍ଥାପନ କରିଛନ୍ତି। ହେଲେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ଏମିତି ବୋଲର ଅଛନ୍ତି ଯେଉଁମାନେ ନିଜ କ୍ୟାରିଅରରେ କଦାପି ନୋ ବଲ୍ ଫିଙ୍ଗି ନାହାନ୍ତି। ଏମିତି ୫ ଅଲରାଉଣ୍ଡର ଅଛନ୍ତି  ଯେଉଁମାନେ ନିଜ କ୍ୟାରିୟରରେ ଆଦୌ ନୋ ବଲ୍ ପକାଇ ନାହାନ୍ତି।
କପିଳ ଦେବ
ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଳ ଦେବ। ୧୯୮୩ ବିଶ୍ୱକପରେ ଭାରତକୁ ବିଜୟୀ କରିବାର ଶ୍ରେୟ ଯାଏ ତତ୍କାଳୀନ ଟିମ୍ ଇଣ୍ଡିଆ କ୍ୟାପଟେନ୍ କପିଳ ଦେବଙ୍କୁ। ହରିଆନର ହରିକେନଙ୍କ କପିଳ ପାଜିଙ୍କ ନାଁ ନୋ ବଲ୍ ଫିଙ୍ଗି ନଥିବା ବୋଲରଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛି। କପିଳ ନିଜର କ୍ରିକେଟ କ୍ୟାରିୟରରେ ୧୩୧ଟି ଟେଷ୍ଟ ମ୍ୟାଚ ଖେଳି ୪୩୪ଟି ଓ୍ୱେକିଟ୍ ନେଇଛନ୍ତି। ସେହିପରି  ୨୨୫ଟି ୱାନ୍‌ଡେ ମ୍ୟାଚ୍ ଖେଳି୨୫୩ଟି ଓ୍ୱେକିଟ୍ ନେଇଛନ୍ତି। କପିଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସ୍ୱରୂପ ୪୩ରନ୍ ଦେଇ ୫ଟି ୱିକେଟ ଅକ୍ତିଆର କରିଥିଲେ। ନିଜର ୧୬ବର୍ଷର କ୍ୟାରିଅରରେ ନୋ ବଲକୁ ସବୁବେଳେ ହେଟ୍ କରନ୍ତି ଏହି ମହାନ୍ ଫାଷ୍ଟ ବୋଲର କପିଳ ଦେବ।
Iam-Bothamଇଆନ ବୋଥାମ
ଇଂଲଣ୍ଡର ମହାନ୍ ଅଲରାଉଣ୍ଡର ଇଆନ ବୋଥାମ୍ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ନିଜ ୧୬ବର୍ଷର କ୍ୟାରିୟରରେ ବୋଲିଂ ପାଇଁ ଚର୍ଚ୍ଚାରେ ଥିବାବେଳେ ସେ କେବେ ବି ନୋ ବଲ୍ ପକାଇ ନାହାନ୍ତି। ଇଆନ କ୍ୟାରିୟରରେ ୧୦୨ଟି ଟେଷ୍ଟରେ ୩୮୩ୱିକେଟ ଏବଂ ୧୧୬ଟି ଏକଦିବସୀୟ ମ୍ୟାଚ ଖେଳି ୧୪୫ୱିକେଟ ନେଇଛନ୍ତି। ଶ୍ରେଷ୍ଠ ପ୍ରଦର୍ଶନ ସ୍ୱରୂପ ସେ ୩୧ରନ୍ ଦେଇ ୪ ୱିକେଟ ହାସଲ କରିଥିଲେ।Imran-Khanଇମ୍ରାନ ଖାଁ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ଦିନେ କ୍ରିକେଟ ଫିଲଡ୍‌ରେ ବ୍ୟାଟସମ୍ୟାନଙ୍କୁ ନିଜର ଆଟାକିଂ ବୋଲିଂରେ କ୍ଲିନ୍ ବ୍ଲୋଡ୍ କରୁଥିଲେ। ଦ୍ରୁତ ବୋଲର୍ ଇମ୍ରାନଙ୍କ ନାମରେ ରହିଛି ବିଶ୍ୱର ସର୍ବଶ୍ରେଷ୍ଠ ବୋଲର ଟ୍ୟାଗ୍। ସେ ଆଦୌ ନୋ ବଲ୍ ପକାଇ ନାହାନ୍ତି।କ୍ୟାରିୟରରେ ସେ ୮୮ଟେଷ୍ଟ ମ୍ୟାଚରେ ୩୬୨ଟି ଓ୍ୱିକେଟ୍ ଓ ୧୭୫ଏକଦିବସୀୟ ମ୍ୟାଚ ଖେଳି ୧୮୨ଓ୍ୱିକେଟ୍ ନେଇଛନ୍ତି। ଏହି ସମୟରେ ସେ କଦାପି ନୋ ବଲ୍ ଫିଙ୍ଗିନାହାନ୍ତି। ଶେଷ୍ଠ ପ୍ରଦର୍ଶନ ସ୍ୱରୂପ ସେ ୧୪ ରନରେ ୬ ୱିକେଟ ହାସଲ କରିଥିଲେ।
Dennis-Lileeଡେନିସ୍ ଲିଲି
ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର ଡେନିସ୍ ଲିଲି। ନିଜ କ୍ରିକେଟ କ୍ୟାରିୟରରେ ଶୃଙ୍ଖଳିତ ବୋଲିଂ ପାଇଁ ସେ ବେଶ୍ ଜଣାଶୁଣା।୧୩ବର୍ଷ କ୍ୟାରିଅରରେ ଡେନିସ୍ ନିଜର ୭୦ଟି ଟେଷ୍ଟ ମ୍ୟାଚ୍ ଏବଂ ୬୩ ଓ୍ୱାନେଡ୍ ମ୍ୟାଚ୍ ଖେଳି ଆଦୌ ନୋ ବଲ୍ ପକାଇ ନାହାନ୍ତି। ବରଂ ଟେଷ୍ଟ ମ୍ୟାଚରେ ୩୫୫ଟି  ୱିକେଟ୍ ଏବଂ ଓ୍ୱାନେଡରେ ୧୦୩ଟି  ୱିକେଟ୍ ନେଇଛନ୍ତି। ଆଉ ୩୪ରନ୍ ଦେଇ ୫ୱିକେଟ ଅକ୍ତିଆର କରିବା ହେଉଛି ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ।
ଲାନସ୍ ବିଗସ୍
ୱେଷ୍ଟଇଣ୍ଡିଜର ଲାନସ୍ ବିଗସ୍ ୭୯ ଟେଷ୍ଟ ଓ ୩ଟି ୱାନଡେ ମ୍ୟାଚ ଖେଳିଛନ୍ତି। ହେଲେ ଏହି ସମୟରେ ସେ କୌଣସି ନୋ ବଲ୍ ପକାଇ ନାହାନ୍ତି। ୧୯୫୮ରେ ପାକିସ୍ତାନ ବିପକ୍ଷରେ ନିଜର ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିବା ଲାନସ୍ ବିଗସ୍ ବିଶ୍ୱର ପ୍ରଥମ ସ୍ପିନ ବୋଲର ଭାବେ ୩୦୦ ଓ୍ୱିକେଟ୍ ନେବାର ରେର୍କଡ ସୃଷ୍ଟି କରିଛନ୍ତି। ଲେଗ୍ ସ୍ପିନର ଭାବେ କ୍ୟାରିଅର ଆରମ୍ଭ କରିଥିବା ବିଗସ୍ ୧୯୭୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଫ ସ୍ପିନ ବୋଲର ଭାବେ ଖେଳି ରିଟାରୟାର୍ଟମେଣ୍ଟ ନେଲେ। ନିଜର ଲମ୍ବା କ୍ୟାରିଅରରେ ଟେଷ୍ଟ ମ୍ୟାଚରେ ୩୦୯ ୱିକେଟ୍ ନେଇଛନ୍ତି ଲାନସ୍ ବିଗସ୍।