Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ଦିନିକିଆ ଦଳରେ ରୁଷଭ ପନ୍ଥ, ମିଶନ୍ ବିଶ୍ୱକପ୍ ଅଭିଯାନରେ ଟିମ୍ ଇଣ୍ଡିଆ

By admin • October 21, 2018 • ସ୍ପୋର୍ଟସ୍
Rishabh-Panth

ଟେଷ୍ଟ ସିରିଜ କ୍ଲିନ୍ ସୁଇପ୍ କରିବା ପରେ ଏବେ ଟାର୍ଗେଟ ଓ୍ୱାନ୍ ଡେ । ଆଜିଠୁ ଆରମ୍ଭ ଭାରତ-ଓ୍ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ । ପ୍ରଥମ ଦୁଇଟି ଓ୍ୱାନ୍ ଡେ ପାଇଁ ୧୨ ଜଣିଆ ଟିମ୍ ଘୋଷଣା କରାଯାଇଛି । ଦଳରେ ସ୍ଥାନ ପାଇଛନ୍ତି ରୁଷଭ ପନ୍ଥ । ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ତାଙ୍କୁ ନିଆଯାଇଛି । ଦିନିକିଆରେ ରୁଷଭଙ୍କ ଡେବ୍ୟୁ । ପୂର୍ବରୁ ଟେଷ୍ଟ ଓ ଟି-ଟ୍ୱେଣ୍ଟିରେ ଭାଗ୍ୟ ପରୀକ୍ଷା କରି ସାରିଛନ୍ତି ରୁଷଭ ପନ୍ଥ । ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଦୁଇଟି ଟେଷ୍ଟରେ ଶତକ କରିବାରୁ ବଞ୍ଚିତ ହୋଇଥିଲେ । ଦୁଇଟି ଇନିଂସରେ ୯୨ ରନ୍ ଲେଖାଏଁ ହାସଲ କରିଥିଲେ ରୁଷଭ । ଏହାପରେ ଦିନିକିଆ ଦଳରେ ସୁଯୋଗ ମିଳିଛି । ଦୀନେଶ କାର୍ତ୍ତିକଙ୍କ ଜାଗା ନେଇଛନ୍ତି । ଧୋନିଙ୍କ ସହ ଦ୍ୱିତୀୟ ଓ୍ୱିକେଟର କିପର ଭାବରେ ରୁଷଭଙ୍କୁ ଦଳରେ ସୁଯୋଗ ମିଳିଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି ଚୂଡ଼ାନ୍ତ ଦଳରେ ସାମିଲ କରାଯାଇଥିବା ଚୟନ କମିଟି ମୁଖ୍ୟ ଏମ୍. ଏସ୍. କେ. ପ୍ରସାଦ କହିଛନ୍ତି ।Rishabh Panthବ୍ୟାଟ୍ସମ୍ୟାନ ଭାବରେ ଖେଳିବେ ରୁଷଭ୍
ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଓ୍ୱିକେଟ କିପିଂ କରିବେ ଧୋନି । ରୁଷଭ ପନ୍ଥ କେବଳ ବ୍ୟାଟ୍ସମ୍ୟାନ ଭାବରେ ଖେଳିବେ । ଆବଶ୍ୟକ ପଡ଼ିଲେ ସେ ବ୍ରେକ୍ ଅଫ୍ ଓ୍ୱିକେଟ କିପର୍ ହୋଇ ପାରନ୍ତି ବୋଲି ଏମ୍.ଏସ୍.କେ. ପ୍ରସାଦ କହିଛନ୍ତି । ବିଶ୍ୱକପ୍ ପର୍ଯ୍ୟନ୍ତ ଧୋନି ଓ୍ୱିକେଟ କିପର ଦାୟିତ୍ୱ ତୁଲାଇବେ । ଅର୍ଥାତ୍ ରୁଷଭ ପନ୍ଥଙ୍କୁ ନେଇ ଭବିଷ୍ୟତର ଯୋଜନା କରୁଛି ବିସିସିଆଇ ।Rishabh-Panth-Dinesh-Kartikରୁଷଭ ପନ୍ଥ ନା ଦୀନେଶ କାର୍ତ୍ତିକ ?
କୁହାଯାଉଛି ୨୦୧୯ ବିଶ୍ୱକପ ପରେ କ୍ରିକେଟକୁ ଅଲବିଦା କହି ପାରନ୍ତି ମହେନ୍ଦ୍ର ସିଂହ ଧୋନି । ତାଙ୍କ ପରେ କିଏ, ସେଇ ସନ୍ଧାନରେ ଅଛି ଚୟନ କମିଟି । ଏବେଠାରୁ କସରତ । ଦୀନେଶ କାର୍ତ୍ତିକ ଓ ରୁଷଭ ପନ୍ଥଙ୍କ ନାଁ ଉଠୁଛି । କାର୍ତ୍ତିକଙ୍କୁ ମିଳିଛି ଅନେକ ସୁଯୋଗ ।ଏବେ ରୁଷଭ ପନ୍ଥଙ୍କୁ ଟ୍ରାଏଲ୍ କରାଯାଉଛି । ଏମ୍.ଏସ୍.କେ. ପ୍ରସାଦ କହିଛନ୍ତି, ଉଚିତ୍ ସମୟ ଆସିଲେ ନିର୍ଣ୍ଣୟ କରାଯିବ କିଏ ବେଷ୍ଟ । କେବଳ ଓ୍ୱିକେଟ କିପର ନୁହନ୍ତି, ମଧ୍ୟକ୍ରମ ପାଇଁ ମଧ୍ୟ ନିର୍ଭରଯୋଗ୍ୟ ଖେଳାଳି ଖୋଜା ଚାଲିଛି । ରୁଷଭ ପନ୍ଥ କ୍ଲିକ୍ କଲେ ସମସ୍ୟା ଦୂର ହୋଇପାରେ । ରୁଷଭ ପନ୍ଥ ବର୍ତ୍ତମାନ ସୁଦ୍ଧା ୫ଟି ଟେଷ୍ଟ ଓ ୪ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିଥିଲେ ।Team-Indiaବିଶ୍ୱକପ ପୂର୍ବରୁ ୧୮ ଦିନିକିଆ
୨୦୧୯ ବିଶ୍ୱକପ ପୂର୍ବରୁ ଭାରତ ଆଉ ମାତ୍ର 18ଟି ଦିନିକିଆ ଖେଳିବ । ଏହି ସମୟ ଭିତରେ ଚୂଡ଼ାନ୍ତ ଏକାଦଶକୁ ଫୋକସ କରାଯାଉଛି । ବର୍ତ୍ତମାନ ରୋହିତ ଶର୍ମା, ଶିଖର ଧଓ୍ୱନ, ବିରୋଟ କୋହଲି, ଅମ୍ବାତି ରାୟଡୁ ଓ ଧୋନିଙ୍କୁ ନେଇ ଟପ୍ ଅର୍ଡର ଠିକଠାକ୍ ଅଛି । ସମସ୍ୟା ରହିଛି ମଧ୍ୟକ୍ରମରେ । ସେହିପରି ଅଲରାଉଣ୍ଡ ଭାବରେ ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ ଓ ରବୀନ୍ଦ୍ର ଜାଡ଼େଜା ଅଛନ୍ତି । ପେସ୍ ବାହିନୀକୁ ଲିଡ କରିବେ ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହ, ଉମେଶ ଯାଦବ, ମହମ୍ମଦ ସାମି । ସ୍ପିନର କୁଳଦୀପ ଯାଦବ, ଯୁଜବେନ୍ଦର ଚହଲ ବି ଅଛନ୍ତି । ପାଣ୍ଡ୍ୟା ନଭେମ୍ୱର ସୁଦ୍ଧା ଆହତ ସମସ୍ୟାରୁ ବାହାରି ପାରନ୍ତି । ଆଗକୁ ବାକି ଥିବା ସମସ୍ତ ଦିନିକିଆରେ ଖେଳାଳିଙ୍କ ପ୍ରଦର୍ଶନ କହିବ କାହାକୁ ମିଳିବ ୧୯ ବିଶ୍ୱକପ୍ ଟିକେଟ୍ ?

2019 World CupDinesh KartikRishabh PanthTeam India
Tweet
0
ବାରିପଦା ସମାବେଶରେ ଏକାଠି ହୋଇପାରନ୍ତି ଦାମ-ବୈଜୟନ୍ତ
ବ୍ରୋକରରୁ ବଲିଉଡ୍, ଓ୍ୱାଚମ୍ୟାନରୁ ସୁପରଷ୍ଟାର: ସେଲିବ୍ରିଟି ପୂର୍ବରୁ କ’ଣ ଏଭଳି କାମ କରୁଥିଲେ ଷ୍ଟାର ?

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.