India-Won-Series

ବର୍ଷା କାରଣରୁ ସିଡନୀ ଟେଷ୍ଟ ଡ୍ର ରହିଲା। ଏହାସହ ଅଷ୍ଟ୍ରେଲିଆକୁ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ମାତ ଦେଇଛି ଟିମ୍ ଇଣ୍ଡିଆ। ପ୍ରଥମ ଥର ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ବିଜୟର ସ୍ୱାଦ ଚାଖିଛି ଭାରତ। କଙ୍ଗାରୁ ମାଟିରେ ଟିମ୍ ଇଣ୍ଡିଆକୁ ଟେଷ୍ଟ ସିରିଜ ବିଜୟ ଭେଟି ଦେବାରେ ପ୍ରଥମ ଅଧିନାୟକ ହୋଇଛନ୍ତି ବିରାଟ କୋହଲି । କପିଲ ଦେବ, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ମହେନ୍ଦ୍ର ସିଂହ ଧୋନି ଯାହା କରି ପାରିନଥିଲେ, କୋହଲି ସେହି ସଫଳତା ହାସଲ କରିଛନ୍ତି। ୭୧ ବର୍ଷ ପରେ ଅଷ୍ଟ୍ରେଲିଆରେ ସିରିଜ ନିଜ ନାଁରେ କରାଇଛି ଟିମ୍ ଇଣ୍ଡିଆ। ବିରାଟ କୋହଲି ପ୍ରଥମ ଭାରତୀୟ କ୍ୟାପଟେନ୍ ଭାବରେ ଅଷ୍ଟ୍ରେଲିଆ ମାଟିରେ ଭାରତକୁ ଟେଷ୍ଟ ସିରିଜ ବିଜୟୀ କରାଇଛନ୍ତି।
Virat-Kohli
ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୭ ଓ୍ୱିକେଟରେ ୬୨୨ ରନର ବିଶାଳ ସ୍କୋର କରିଥିଲା। ପ୍ରଥମ ପାଳିରେ ମାତ୍ର ୩୦୦ ରନରେ ସୀମିତ ରହିଯାଇଥିଲା ଅଷ୍ଟ୍ରେଲିଆ। ଫଲୋଅନ୍ ଦେଇଥିଲା ଭାରତ। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆର ସ୍କୋର ୬/୦ ଥିବା ବେଳେ ବର୍ଷା ହୋଇଥିଲା। ଖେଳ ଆଉ ସମ୍ଭବ ନହେବାରୁ ମ୍ୟାଚକୁ ଡ୍ର ଘୋଷଣା କରାଯାଇଥିଲା। ଏହି ସିରିଜରେ ଅଷ୍ଟ୍ରେଲିଆ ପକ୍ଷରୁ କେହି ଜଣେ ବି ବ୍ୟାଟ୍ସମ୍ୟାନ୍ ଶତକ ମାରି ପାରି ନାହାନ୍ତି। ପୂରା ସିରିଜରେ ଦୁଇଟି ଅର୍ଦ୍ଧଶତକ ବଳରେ ମାର୍କସ ହାରିସ୍ ସର୍ବାଧିକ ୨୫୮ ରନ୍ କରିଥିଲେ।
India-Won-Test-Series
ବିଜୟ ପାଇଁ ଲାଗିଗଲା ୭୨ ବର୍ଷ
ପୂର୍ବରୁ ୨୦୦୩-୨୦୦୪ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ ଡ୍ର ରଖିଥିଲା ଟିମ୍ ଇଣ୍ଡିଆ। ୧୯୮୦-୧୯୮୧ ଓ ୧୯୮୫-୧୯୮୬ ରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଟେଷ୍ଟ ସିରିଜ ଡ୍ର ରଖି ପାରିଥିଲା। କିନ୍ତୁ ବିଜୟ ସ୍ୱାଦ ଚାଖି ପାରି ନଥିଲା। ଏହି ସଫଳତା ପାଇବା ପାଇଁ ଲାଗିଗଲା ୭୨ ବର୍ଷ। ସେହିପରି ଭାରତ ଏସିଆ ମହାଦେଶର ପ୍ରଥମ କ୍ରିକେଟ ଟିମ୍ ଭାବରେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ କବଜା କରିଛି।


ନୂଆବର୍ଷରେ ବିଜୟ ଭେଟି
୧୯୪୭-୧୯୪୮ରେ ଭାରତ ପ୍ରଥମ ଥର ଟେଷ୍ଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା। ଡନ୍ ବ୍ରାଡମ୍ୟାନ୍ ବାହିନୀ ସହ ଲଢ଼େଇ କରିଥିଲା ଲାଲା ଅମରନାଥଙ୍କ ଟିମ୍। ଏହାପରଠୁ ଭାରତ ଏପର୍ଯ୍ୟନ୍ତ ୧୧ଥର ଅଷ୍ଟ୍ରେଲିଆ ଯାଇଥିଲେ ବି ବିଜୟଠାରୁ ଦୂରରେ ରହିଯାଉଥିଲା। ୮ଥର ପରାଜୟର ମୁହଁ ଦେଖିବାକୁ ମିଳିଥିବା ବେଳେ ୩ଥର ସିରିଜ ଡ୍ର ରଖିବାରେ ସଫଳ ହୋଇଥିଲା ଟିମ୍ ଇଣ୍ଡିଆ। ଶେଷରେ ନୂଆବର୍ଷରେ ୧୨ତମ ଅଷ୍ଟ୍ରେଲିଆ ଗସ୍ତରୁ ସିରିଜ ବିଜୟୀ ହୋଇଛି ଭାରତ।
ପୂଜାରା ମ୍ୟାନ୍ ଅଫ୍ ଦି ମ୍ୟାଚ୍
Cheteswar-Pujara
ଚେତେଶ୍ୱର ପୂଜାରା ଚଳିତ ଟେଷ୍ଟ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତିନିଟି ଶତକର ଅଧିକାରୀ। ତାଙ୍କୁ ମିଳିଛି ମ୍ୟାନ୍ ଅଫ୍ ଦି ସିରିଜ ପୁରସ୍କାର। ଚାରିଟିଯାକ ମ୍ୟାଚରେ ତାଙ୍କ ବ୍ୟାଟରୁ ରନ୍ ବାହାରିଥିଲା। ୭ଟି ଇନିଂସରେ ୭୪.୪୨ ଆଭରେଜରେ ସର୍ବାଧିକ ୫୨୧ ରନ୍ କରିଛନ୍ତି ପୂଜାରା। ଏହା ଭିତରେ ରହିଛି ୩ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ।
ବଢ଼ିଆ ବୋଲିଂ କରିଥିଲେ ଯଶପ୍ରୀତ ବୁମରାହ
ବର୍ଡର ଗାଭାସ୍କର ଟ୍ରଫିରେ ଘାତକ ବୋଲିଂ କରିଥିଲେ ଯଶପ୍ରୀତ ବୁମରାହ। ୪ଟି ମ୍ୟାଚରୁ ମୋଟ୍ ୨୧ଟି ଓ୍ୱିକେଟ ନେଇଛନ୍ତି। ଆଭରେଜ୍ ରହିଛି ୧୭। ସର୍ବାଧିକ ୩୩ରନ୍ ଦେଇ ୬ ଓ୍ୱିକେଟ ହାତେଇଥିଲେ। ଅଷ୍ଟ୍ରେଲିଆ ସ୍ପିନର ନାଥନ ଲାୟନଙ୍କ ସହ ସମାନ ୨୧ଟି ଲେଖାଏଁ ଓ୍ୱିକେଟର ଅଧିକାରୀ ହୋଇଛନ୍ତି ବୁମରାହ। କିନ୍ତୁ ଆଭରେଜରେ ନାଥନଙ୍କୁ ବହୁ ପଛରେ ଛାଡ଼ି ଦେଇଛନ୍ତି। Jasprit-Bumhraଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମୁକାବିଲା ସରିଲା। ଆସନ୍ତା ୧୨ ତାରିଖରୁ ଦିନିକିଆ ଲଢ଼େଇ। ୧୨ ତାରିଖରୁ ତିନି ମ୍ୟାଚ୍ ବିଶିଷ୍ଟ ଓ୍ୱାନ ଡେ ସିରିଜ ଖେଳାଯିବ। ପ୍ରଥମ ମ୍ୟାଚ୍ ସିଡନୀରେ ରହିଛି।Border-Gavaskar-Trophyଏଥିସହ ପଢ଼ନ୍ତୁବଲକୁ ହାତ ମୁଠାରେ ରଖିଥିବା କ୍ରିକେଟର, କେବେ ଫିଙ୍ଗି ନାହାନ୍ତି ଓ୍ୱାଇଡ୍ କି ନୋ-ବଲ୍
ଏଥିସହ ପଢ଼ନ୍ତୁମହିଳାଙ୍କ ଲାଗି ନବୀନଙ୍କ ତୋଫା:୧୮୦ କୋଟି ଟଙ୍କାର ମୋବାଇଲ୍ ବାଣ୍ଟିବେ