Mahila-Card

ବିନା ସୁଧରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ବାର୍ଷିକ ୩ ଲକ୍ଷ ଟଙ୍କା ପ୍ରଦାନ
ମୋବାଇଲ୍ ପାଇଁ ୩ ହଜାର ଟଙ୍କା
ନୂଆ ସ୍ୱୟଂ ସହାୟକ ଗୋଷ୍ଠୀ ଲାଗି ୧୫ ହଜାର ଟଙ୍କାର ସିଡ୍ ରାଶି
ଭୁବନେଶ୍ୱର: ୨୦୧୯ ନିର୍ବାଚନ ଲାଗି ପୁରୀରୁ ପ୍ରଚାର ଆରମ୍ଭ କରିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫୋକସରେ ରହିଛନ୍ତି ମହିଳା,କାରଣ ଓଡ଼ିଶାରେ ଏବେ ପ୍ରାୟ ୧କୋଟି ୫୧ଲକ୍ଷ ୧୪ହଜାର ୨୨୨ମହିଳା ଭୋଟର ଅଛନ୍ତି। ସେଥିପାଇଁ ବିଜେଡିର କୋର୍ ଭୋଟର ଭାବେ ଜଣାଶୁଣା,ମହିଳାଙ୍କ ଲାଗି ମୁଖ୍ୟମନ୍ତ୍ରୀ ଆଜି(ଶନିବାର) ପ୍ୟାକେଜ୍ ଘୋଷଣା କରିଛନ୍ତି। ବିନା ସୁଧରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ଯୋଗାଇ ଦେବାକୁ ନବୀନ ଘୋଷଣା କରିଛନ୍ତି। ଏହାସହ ୬ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଲାଗି ମୋବାଇଲ୍ ଫୋନ ପାଇଁ ୩ ହଜାର ଟଙ୍କା ମିଳିବ। ଆଉ ୨୦୧୭ ଏପ୍ରିଲ ପରେ ଗଠନ ହୋଇଥିବା ପ୍ରାୟ ୩ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଟୀକୁ ୧୫ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି। ଏଥିପାଇଁ ୪୫୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର। ସେହିଭଳି ମୋବାଇଲ୍ ଲାଗି ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର।
ଓଡ଼ିଶାର ଅଧା ଭୋଟର ମହିଳା
ଫଳରେ ପୂର୍ବରୁ ୧ପ୍ରତିଶତରେ ସୁଧରେ ଋଣ ନେଉଥିବା ସ୍ୱୟଂ ସହାୟକ ଗୋଷ୍ଠୀକୁ,ଏଣିକି କେବଳ ଋଣ ରାଶି ହିଁ ଫେରାଇବେ। ସେହିଭଳି ବ୍ଲକସ୍ତରୀୟ ମହିଳା ମହାସଂଘକୁ ୨୫ଲକ୍ଷ ଟଙ୍କା କରି ସହାୟତା ଦେବାକୁ ଆଜିର ସମାବେଶରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କାରଣ ନବୀନ ଜାଣିଛନ୍ତି ଓଡ଼ିଶାର ପ୍ରାୟ ୩କୋଟି ୧୨ଲକ୍ଷ ୫୨ହଜାର ୩୩୩ ଭୋଟରଙ୍କ ମଧ୍ୟରୁ ଅଧା ହେଉଛନ୍ତି ମହିଳା। ନିର୍ବାଚନ କମିଶନଙ୍କ ଆକଳନ ଅନୁସାରେ ଓଡ଼ିଶାର ମହିଳା ଭୋଟର ହେଉଛନ୍ତି ୧କୋଟି ୫୧ଲକ୍ଷ ୧୪ହଜାର ୨୨୨। ସେଥିପାଇଁ ପୂର୍ବରୁ ନବୀନ ମହିଳାଙ୍କ ଲାଗି ଲୋକସଭା ଓ ବିଧାନସଭାରେ ୩୩% ସଂରକ୍ଷଣ କାର୍ଡ ମଧ୍ୟ ଖେଳିଛନ୍ତି।
ଅବଶ୍ୟ ମହିଳାଙ୍କୁ ବିଜେଡି ସହ ଯୋଡ଼ି ରଖିବା ଲାଗି ନବୀନ,ନିଜ ମୁଖ୍ୟମନ୍ତ୍ରୀତ୍ୱର ପ୍ରଥମ ପାଳିରୁ ପ୍ଲାନ କରିଥିଲେ। ସେଥିପାଇଁ ୨୦୦୧ ମାର୍ଚ୍ଚ୮ରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ। ଯେଉଁଥିରେ ଏବେ ପ୍ରାୟ ୭୦ଲକ୍ଷ ମହିଳା ସାମିଲ ରହିଛନ୍ତି।  ଯେଉଁମାନେ ଆଗାମୀ ନିର୍ବାଚନରେ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ।
ପଢ଼ନ୍ତୁ
ବଲକୁ ହାତ ମୁଠାରେ ରଖିଥିବା କ୍ରିକେଟର, କେବେ ଫିଙ୍ଗି ନାହାନ୍ତି ଓ୍ୱାଇଡ୍ କି ନୋ-ବଲ୍
ଅନେକ ବ୍ୟକ୍ତିଙ୍କ ଲାଇଫ୍ ଟାଇମ୍ ଇନକମ୍ ଠାରୁ ବଲିଉଡର ଏହି ଷ୍ଟାର୍ସଙ୍କ ମାସିକ ବିଦ୍ୟୁତ ବିଲ୍ ଅଧିକ