Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

CMଙ୍କ ଓ୍ୱମେନ୍ ପଲିଟିକ୍ସ ଉପରେ PMଙ୍କ ଉଚ୍ଚବର୍ଗ ସଂରକ୍ଷଣ ଭାରି ପଡ଼ିଲା!

By admin • January 7, 2019 • ନ୍ୟୁଜ୍, ପଲିଟିକ୍ସ
Namo-10%-Plan

ନୂଆଦିଲ୍ଲୀ: ନିର୍ବାଚନକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା କାର୍ଡ ଖେଳିଥିଲେ। ବିଧାନସଭା ଲୋକସଭାରେ ମହିଳାଙ୍କ ଲାଗି ୩୩% ସ୍ଥାନ ସଂରକ୍ଷଣ ରଖିବାକୁ ଓଡ଼ିଶା ବିଧାନସଭାରେ ଗତ ନଭେମ୍ବର ୨୦ରେ ଏକ ସଂକଳ୍ପ ପାରିତ ହେଲା। ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯିବା ସହ ୨୨ଟି ରାଜନୈତିକ ଦଳର ସମର୍ଥନ ଲୋଡ଼ିଲା ବିଜେଡି। କିନ୍ତୁ ନବୀନ ଜାଣିଛନ୍ତି ଯେ ମହିଳା ସଂରକ୍ଷଣ ବିଲକୁ ସଂସଦରେ ଅନେକ ଦଳ ଦୀର୍ଘ ବର୍ଷ ଧରି ବିରୋଧ କରି ଆସୁଛନ୍ତି। ତେଣୁ ବିଜେଡି ପକ୍ଷରୁ ଚଳିତ ଶୀତ ଅଧିବେଶନରେ,ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଗତ ହେବା ମାତ୍ରେ ହୋ-ହଲ୍ଲା ହେବ। ଯାହା ଉପରେ ଆଲୋଚନା ହୋଇନପାରେ। କିନ୍ତୁ ଓଡ଼ିଶାର ପ୍ରାୟ ୧କୋଟି ୫୧ଲକ୍ଷ ୧୪ହଜାର ୨୨୨ମହିଳା ଭୋଟରଙ୍କ ମନ ଜିଣି ଯିବେ ନବୀନ। ହେଲେ ନବୀନଙ୍କ ସେହି ଓ୍ୱମେନ୍ ରିଜର୍ଭସେନ୍ ପଲିଟିକ୍ସକୁ ପାଣିଚିଆ କରି ଦେଇଛନ୍ତି ପ୍ରଧାନମନ୍ତ୍ରୀ। କାରଣ ଉଚ୍ଚବର୍ଗଙ୍କୁ ୧୦% ସଂରକ୍ଷଣ ଦେବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଚୁରୀ ଦେଇଛି।Naveen Patnaikସମ୍ବିଧାନର ସଂଶୋଧନ ହେବ
ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଉଚ୍ଚବର୍ଗ ହିଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତିରୁ ଫାଇଦା ପାଇବେ। ଉଚ୍ଚଜାତିର ଗରିବଙ୍କୁ ଉଚ୍ଚଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୦% ସଂରକ୍ଷଣ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଯଦିଓ ସଂରକ୍ଷଣ ୫୦ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ କହିଛନ୍ତି। ଫଳରେ ଉଚ୍ଚବର୍ଗଙ୍କୁ ସଂରକ୍ଷଣ ମିଳିଲେ, ସୁପ୍ରିମକୋର୍ଟଙ୍କ ୫୦ ପ୍ରତିଶତ ଲକ୍ଷ୍ମଣରେଖାକୁ ଡେଇଁବାକୁ ପଡ଼ିବ। ଏଥିପାଇଁ ସମ୍ବିଧାନର ୧୦ ଓ ୧୧ ଅନୁଚ୍ଛେଦର ସଂଶୋଧନ ହେବା ଆବଶ୍ୟକ। ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ସଂସଦରେ ଉଚ୍ଚବର୍ଗ ସଂରକ୍ଷଣ ବିଲ୍‌ ଆଗତ ହେବ।
ଉଚ୍ଚବର୍ଗଙ୍କ ଲାଗି ସଂରକ୍ଷଣର ସର୍ତ୍ତାବାଳୀ
ବାର୍ଷିକ ଆୟ ୮ଲକ୍ଷ ଟଙ୍କାରୁ କମ୍‌ ହେଉଥିବ

ସାଢ଼େ ୭ ଏକରରୁ କମ୍‌ ଚାଷ ଜମି ଥିବ
ବାସଗୃହର ଆୟତ୍ତନ ୧ହଜାର ବର୍ଗ ଫୁଟ୍‌ରୁ କମ୍‌ ହୋଇଥିବ
ପୌରାଞ୍ଚଳରେ ୯୮୧ ବର୍ଗଫୁଟରୁ କମ ଘରବାଡ଼ି ଜମି ଥିବ
ଗ୍ରାମାଞ୍ଚଳରେ ୧ହଜାର ୮୮୧ ବର୍ଗଫୁଟରୁ ଅଧିକ ବାସଗୃହ ଜମି ନଥିବ
ପଛୁଆବର୍ଗଙ୍କୁ ସଂରକ୍ଷଣ ନିଷ୍ପତ୍ତି, ଭିପିଙ୍କୁ ଗାଦିଚ୍ୟୁତ୍ କରିଥିଲା
ତେବେ ବିଶ୍ୱନାଥ ପ୍ରତାପ ସିଂହଙ୍କ ସଂରକ୍ଷଣ ରାଜନୀତିର କାର୍ଡ ଖେଳି ପ୍ରଧାନମନ୍ତ୍ରୀ ପଦ ହରାଇଥିଲେ। ପଛୁଆବର୍ଗଙ୍କ ଲାଗି ମଣ୍ଡଳ କମିଶନଙ୍କ ସୁପାରିଶକୁ ଲାଗୁ କରିବାକୁ ଭି.ପି.ସିଂହ ଉଦ୍ୟମ କରିଥିଲେ। ୧୯୯୦ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଭି.ପି.ସିଂହ, ପଛୁଆବର୍ଗଙ୍କ ଲାଗି ଚାକିରି ଓ ଶିକ୍ଷାକ୍ଷେତ୍ରରେ ୨୭% ସଂରକ୍ଷଣ ରଖିବାକୁ ଯୋଜନା କରିଥିଲେ। ଆଉ ୨୮ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳିଛନ୍ତି କାଷ୍ଟ୍ ପଲିଟିକ୍ସ। ତେବେ ମୋଦିଙ୍କ ଏହି ନିଷ୍ପତ୍ତିରେ ବିଜେପିର ଉଚ୍ଚବର୍ଗ ଭୋଟ୍ ସୁରକ୍ଷିତ ହେବା ସହ, ମହିଳା-ଦଳିତ ପଲିଟିକ୍ସକୁ  ବ୍ୟାକଫୁଟକୁ ନେଇଯିବ!
ପଢ଼ନ୍ତୁ
ହେମାଙ୍କୁ ପାଇବାକୁ ଇସଲାମ୍‌ କବୁଲ୍‌ କରିଥିଲେ ଧମେର୍ନ୍ଦ୍ର, ଅବିବାହିତ ରହିଥିଲେ ସଞ୍ଜୀବ କୁମାର

Modi GovernmentNaveen PatnaikUnion CabinetUpper Caste ReservationViswanath Pratap Singh
Tweet
0
ହେମାଙ୍କ ପାଇଁ ଇସଲାମ୍‌ କବୁଲ୍‌ କଲେ ଧମେର୍ନ୍ଦ୍ର:ବ୍ୟାଚଲର ରହିଗଲେ ସଞ୍ଜୀବ କୁମାର
କେନ୍ଦ୍ର ସରକାରଙ୍କ ମଧ୍ୟରାତ୍ରି ନିର୍ଦ୍ଦେଶ ସୁପ୍ରିମକୋର୍ଟରେ ଖାରଜ, CBI ନିର୍ଦ୍ଦେଶକ ଭାବେ ଫେରିଲେ ବର୍ମା

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.