ରାଜ୍ୟ ମୁଖିଆ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଅଡ଼ୁଆ ସୃଷ୍ଟି କଲାଣି ବ୍ୟକ୍ତିଗତ ସଚିବ ପ୍ରସଙ୍ଗ। ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି.କେ ପାଣ୍ଡିୟାନଙ୍କ ବିଭିନ୍ନ ସ୍ଥାନକୁ ଗସ୍ତ,ପବ୍ଳିକ୍ ମିଟିଂ,ସରକାରୀ ଯୋଜନାର ଘୋଷଣା,ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନକୁ ନେଇ ଓଡ଼ିଶା ରାଜନୀତିରେ ଚହଳ ପଡ଼ିଲାଣି। ଏ ନେଇ କାଉଣ୍ଟର କରିଛନ୍ତି ବିରୋଧି ଓ ଦଳୀୟ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ। ପାଣ୍ଡିୟାନ୍ ଜଣେ ସରକାରୀ କର୍ମଚାରୀ ହିସାବରେ ସର୍ଭିସ ରୁଲ ବୁକର ଉଲ୍ଲଙ୍ଘନ କରିଛନ୍ତି ବୋଲି କଂଗ୍ରେସ ନେତା ବିଜୟ ପଟ୍ଟନାୟକ କାର୍ମିକ ଓ ପ୍ରଶିକ୍ଷଣ ବିଭାଗକୁ ଚିଠି ଲେଖିଥିଲା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେପି ସଭାପତି ମନମୋହନ ସାମଲଙ୍କ ଅଭିଯୋଗ ଆଧାରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଡ଼ ଜିତେନ୍ଦ୍ର ସିଂହ।
ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର ଚିଠି
ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ କେନ୍ଦ୍ର ସରକାରଙ୍କ ଚିଠି ଆସିଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ମନମୋହନ ସାମଲଙ୍କ ଅଭିଯୋଗ ଆଧାରରେ ଚିଠି ଆସିଛି। ଜଣେ ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେଥିରେ ଉଲ୍ଲେଖ ରହିଛି। ପାଣ୍ଡିୟାନଙ୍କ ବିରୁଦ୍ଧରେ ପ୍ରମାଣ ସହ ଉଭୟ ଅଭିଯୋଗ କରିଥିଲେ। ପ୍ରମାଣ ଆକାରରେ ସିଡି ଓ ପେନ ଡ୍ରାଇଭ ଦିଆଯାଇଥିଲା। ୨୪ ଜୁନରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ର।
IAS ଅଫିସର ଭିକେ ପାଣ୍ଡିୟାନ ଚାକିରୀରେ ଥାଇ ସର୍ଭିସ ରୁଳ ବୁକର ଅବମାନନା କରୁଥିବା ଅଭିଯୋଗ ହେଇଛି। ରାଜ୍ୟ ରାଜକୋଷରୁ ଅତ୍ୟଧିକ ବ୍ୟୟ କରି ଗସ୍ତ ସମୟରେ ହେଲିକାପ୍ଟରର ବ୍ୟବହାର କରିବା,ପବ୍ଲିକ୍ ମିଟିଂ ଆଟେଣ୍ଡ କରିବା,ନୂଆ ପ୍ରୋଜେକ୍ଟର ଘୋଷଣା କରିବା, ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବାର ମତ ଦେଇ ସେ Indian Service Conduct Rules,1968 ର Rule 5 (1) ଓ Rule 12 (1) ର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣିଛନ୍ତି।
କ’ଣ ରହିବ ପ୍ରଦୀପଙ୍କ ପଦକ୍ଷେପ?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ପ୍ରସଙ୍ଗ ମୁଖ୍ୟ ଶାସନ ସଚିବଙ୍କ ପାଇଁ ଭାରୀ ପଡ଼ିବାକୁ ଯାଉଛି। ଜଣେ ପ୍ରଶାସନୀକ ଅଧିକାରୀ ଭାବରେ ସେ ନିୟମ ଉଲ୍ଳଙ୍ଘନ କରୁଥିବାରୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାର ଚିଠି କରିଚନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକରେ ଥିବା ତଥା ବିଧାୟକ ସାଂସଦ ଆଦିଙ୍କୁ ପଛରେ ପକାଇ ଅତିପ୍ରିୟ ସାଜିଥିବା ସଚିବ ଭିକେ ପାଣ୍ଡିୟାନଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନେବେ ପ୍ରଦୀପ। କରପ୍ସନଲେସର ନାରା ଦେଇ ଅତୀତରେ ବହୁ ବରିଷ୍ଠ ନେତା ତଥା ଅତି ପ୍ରିୟ ଥିବା ପ୍ୟାରୀମୋହନ ମହାପାତ୍ରଙ୍କୁ ବିଦା କରିଥିବା ନବୀନ ପଟ୍ଟନାୟକଙ୍କର କଣ ରହିବ ଆଭିମୁଖ୍ୟ। ମୁଖ୍ୟମନ୍ତ୍ରୀଙ୍କ ପ୍ରିୟଙ୍କ ପାଇଁ କଠୋର ହେଇ ପାରିବେ ତ ମୁଖ୍ୟ ଶାସନ ସଚିବ?
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା