Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବ୍ୟାଚଲର ପ୍ରଧାନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇଥିବା ପାଲଲହଡ଼ାରୁ,ଲଢ଼ିବେ ବିଜେପିର CM ଫେସ୍

By admin • December 3, 2018 • ପଲିଟିକ୍ସ
Dharmendra Pradhan

ଭୁବନେଶ୍ୱର:ଅନୁଗୋଳ ଜିଲ୍ଲା ପାଲଲହଡ଼ାରୁ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୀର୍ଷ ୧୦ବର୍ଷ ପରେ ପୁଣି ନିଜ ନିର୍ବାଚନ ମଣ୍ଡଳୀ ପାଲଲହଡ଼ାରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ଇଙ୍ଗିତ ଦେଇଛନ୍ତି ଧର୍ମେନ୍ଦ୍ର।ଗତ ରବିବାର(ଡିସେମ୍ବର୨) ମୁଣ୍ଡୁରୀବେଡ଼ା ପ୍ରାଥମିକ ସ୍କୁଲର ଶତବର୍ଷିକ ସମାରୋହରେ ଯୋଗ ଦେଇ ଧର୍ମେନ୍ଦ୍ର ପ୍ରଧାନ ମୁଣ୍ଡୁରୀବେଡ଼ା ଲୋକଙ୍କ ସମର୍ଥନ ଲୋଡିଥିଲେ। “ଗତ ଥର ମୁଣ୍ଡୁରୀବେଡ଼ା(୨୦୦୦) ବହୁ ଭୋଟ୍ ଦେଇଥିବାରୁ ମୁଁ ବିଧାୟକ ହୋଇଥିଲି। ହେଲେ ପଛରେ(୨୦୦୯) ମୁଣ୍ଡୁରୀବେଡ଼ା କମ୍ ଭୋଟ ଦେବାରୁ ହାରିଗଲି। ମୋର ଭୁଲ ଯୋଗୁ ହାରିଗଲି। କିନ୍ତୁ ଏଥର(୨୦୧୯)ରେ ଆପଣମାନେ ଆଶୀର୍ବାଦ କରିବେ ନା ନାହିଁ” ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ। ମୁଣ୍ଡୁରୀବେଡ଼ା ସହ ନିଜର ପାରିବାରିକ ସମ୍ପର୍କ କଥା ଉଲ୍ଲେଖ କରି ଧର୍ମେନ୍ଦ୍ର ଲୋକଙ୍କ ସମର୍ଥନ ମାଗି ସ୍ପଷ୍ଟ କଲେ ଯେ ୨୦୧୯ରେ ସେ ପାଲଲହଡ଼ାରୁ ନିର୍ବାଚନ ଲଢୁଛନ୍ତି।Dharmendra-Rudra Paniରାଜ୍ୟସଭାରୁ ବିଧାନସଭା ଭାୟା ପାଲଲହଡ଼ା
୨୦୦୦ରେ ପାଲଲହଡ଼ା ଭୋଟର ହିଁ ଧର୍ମେନ୍ଦ୍ରଙ୍କୁ ପ୍ରଥମ ଥର ବିଧାୟକ କରାଇଥିଲେ। ଆଉ ଏବେ ବିଜେପିର CM ପ୍ରାର୍ଥୀ ଭାବେ ପାଲଲହଡ଼ା ଭୋଟରଙ୍କ ନିକଟକୁ ଯିବେ ଧର୍ମେନ୍ଦ୍ର। ଯଦିଓ ୨୦୦୯ନିର୍ବାଚନରେ ପାଲଲହଡ଼ାରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜେଡିର ରବିନାରାୟଣ ପାଣିଙ୍କ ଠାରୁ ୫ହଜାର ୪୬୭ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ ଧର୍ମେନ୍ଦ୍ର। କିନ୍ତୁ ଏହା ଭିତରେ ଧର୍ମେନ୍ଦ୍ର, ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। ବାହାର ରାଜ୍ୟରୁ ରାଜ୍ୟସଭା ଯିବାରେ ପ୍ରଥମ ଓଡ଼ିଆ ନେତା ଭାବରେ ଧର୍ମେନ୍ଦ୍ର ଜାତୀୟ ରାଜନୀତିରେ ନିଜର ଦବଦବା ଦେଖାଇଛନ୍ତି। ଏବେ ଓଡ଼ିଶା ରାଜନୀତିକୁ ଫେରିବାର ସମୟ। ସେଥିପାଇଁ ବିଧାନସଭାକୁ ଯିବା ପାଇଁ ପାଲଲହଡ଼ା ଭୋଟରଙ୍କୁ ବିଶ୍ୱାସକୁ ନେଲେଣି ଧର୍ମେନ୍ଦ୍ର।Pabitra Mohan Pradhanବ୍ୟାଚଲର ପ୍ରଧାନ ୨ଟି ସ୍ଥାନରୁ ନିର୍ବାଚନ ଲଢ଼ିଥିଲେ
ତେବେ ପାଲଲହଡ଼ା ଭୋଟର ପବିତ୍ର ମୋହନ ପ୍ରଧାନଙ୍କୁ ଜିତାଇ ଥିଲେ। ଫଳରେ୧୯୬୭ରେ ଆର.ଏନ.ସିଂହଦେଓଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ପବିତ୍ର ମୋହନ ପ୍ରଧାନ। ତେବେ ବ୍ୟାଚଲର(ଅବିବାହିତ)ପବିତ୍ର ମୋହନ ପ୍ରଧାନ ୧୯୬୭ରେ ହରେକୃଷ୍ଣ ମହତାବଙ୍କ ଜନକଂଗ୍ରେସ ଟିକେଟରେ ୨ଟି ସ୍ଥାନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। କିନ୍ତୁ ପରେ ଆଠଗଡ଼ ଆସନରୁ ଇସ୍ତଫା ଦେଇ ପାଲଲହଡ଼ା ଭୋଟରଙ୍କ ପ୍ରତିନିଧିତ୍ୱ କରିଥିଲେ ପବିତ୍ର ମୋହନ ପ୍ରଧାନ। ଫଳରେ ପାଲଲହଡ଼ା ହୋଇଥିଲା ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ। ତାହେଲେ ପବିତ୍ର ମୋହନ ପ୍ରଧାନଙ୍କ ପରି ଧର୍ମେନ୍ଦ୍ର ପ୍ରଧାନ ପାଲଲହଡ଼ା ସହ ଅନ୍ୟ କୌଣସି ଆସନରୁ ମଧ୍ୟ ନିର୍ବାଚନ ଲଢ଼ିବେ କି? ସେପଟେ ସୂର୍ଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଶ୍ୱଶୁର ନାରାୟଣ ସାହୁ ମଧ୍ୟ ଦୁଇ ଥର ବିଧାୟକ ଭାବେ ପାଲଲହଡ଼ାକୁ ପ୍ରତିନିଧିତ୍ୱ କରିଛନ୍ତି। ସଡ଼କ ଓ ପରିବହନ ମନ୍ତ୍ରୀ ଡ଼ାକ୍ତର ନୃସିଂହ ସାହୁ ପାଲଲହଡ଼ାରୁ ୧୯୯୦ ଏବଂ ୨୦୦୪ରେ ବିଜୟୀ ହୋଇଥିଲେ।
ଧର୍ମେନ୍ଦ୍ରଙ୍କ ସପକ୍ଷରେ ପଞ୍ଚାୟତ ରେଜଲ୍ଟ
ଅନ୍ୟପକ୍ଷରେ ଏଥର ଧର୍ମେନ୍ଦ୍ରଙ୍କ ସହ ଲଢ଼େଇ ହେବ ବିଜେଡି ବିଧାୟକ ମହେଶ ସାହୁଙ୍କ ସହ। କିନ୍ତୁ ପଞ୍ଚାୟତ ନିର୍ବାଚନ ଫଳଫଳ କହୁଛି ପାଲଲହଡ଼ା ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନରୁ ୨ଟି ସିଟରେ ବିଜେପି ଜିତିଛି। ସେହିଭଳି ପାଲଲହଡ଼ା ବିଧାନସଭା କ୍ଷେତ୍ର ଅଧିନରେ ଆସୁଥିବା କଣିହାଁ ବ୍ଲକରେ ବିଜେପିର ଏକ ତରଫା ବିଜୟ ହୋଇଥିଲା। କଣିହାଁ ବ୍ଲକରେ ବିଜେଡି ଖାତା ଖୋଲି ପାରିନଥିଲା। ଆଉ ଜଣେ CM ପ୍ରାର୍ଥୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ନିଶ୍ଚିତ ଭୋଟରଙ୍କୁ ପ୍ରଭାବିତ କରିପାରିବେ। ହେଲେ ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବେ ବିଜେପି ଟିକେଟେରେ ୩ଥର ବିଧାୟକ ହୋଇଥିବା ମହେଶ ସାହୁ। ୪ଥରର ବିଧାୟକ ମହେଶ ସାହୁଙ୍କୁ ଜିତାଇବା ଲାଗି ବିଜେଡି ସବୁ ପ୍ରକାର ପ୍ରୟାସ କରିବ।
ଏଥିସହ ପଢ଼ନ୍ତୁ
ଇଂଲଣ୍ଡ-ଅଷ୍ଟ୍ରେଲିଆକୁ ହରାଉଥିବା ଜିମ୍ବୋଓ୍ୱେ ପରି ୫ଟି ଦଳର ପ୍ରଦର୍ଶନ, ୨୦୧୯ ବିଶ୍ୱକପରେ ଦେଖିବାକୁ ମିଳିବନି
କଣ ପାଇଁ କ୍ୟାଟ୍ରିନା କ୍ୟାଫଙ୍କୁ ପ୍ରଥମେ ରିଜେକ୍ଟ କରିଥିଲା ବଲିଉଡ୍

2019 ASSEMBLY ELECTIONDharmendra PradhanPabitra Mohan PradhanPALLAHARA
Tweet
0
ବିଜେପିକୁ ଦିଲ୍ଲୀପ-ବିଜୟଙ୍କ ଗୁଡବାଏ,୨୬ଡିସେମ୍ବରରେ ଶଙ୍ଖନାଦ! ବିଜୟଙ୍କ ସହ ବିଜେଡିର ୩ ସାଂସଦଙ୍କ ଗୁପ୍ତ ବୈଠକ!
ବିଜୁଙ୍କ ନାତି ଗାୟତ୍ରୀ ମନ୍ତ୍ର ଜପୁ ନଥିଲେ,ବନ୍ଦ ହୋଇଥାନ୍ତା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର!

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

  • କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.