Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବିଜୁଙ୍କ ନାତି ଗାୟତ୍ରୀ ମନ୍ତ୍ର ଜପୁ ନଥିଲେ,ବନ୍ଦ ହୋଇଥାନ୍ତା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର!

By admin • December 4, 2018 • ପଲିଟିକ୍ସ
SSVM

ଭୁବନେଶ୍ୱର:ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସବୁଠୁ ଆଗରେ।ପ୍ରତିବର୍ଷ ମାଟ୍ରିକ ପରୀକ୍ଷାରେ ଏହି ସ୍କୁଲର ଛାତ୍ରଛାତ୍ରୀ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହୁଛନ୍ତି। ସେଥିପାଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପଢ଼ାଇବା ଲାଗି ଅନେକ ଅବିଭାବକ ଇଚ୍ଛୁକ। ଉଚ୍ଚକୁଟୀର ଶିକ୍ଷା ପଦ୍ଧତି ଏବଂ ଭାରତୀୟ ସଂସ୍କୃତିର ମୁଲ୍ୟବୋଧ ବାବଦରେ ଶିକ୍ଷା ପ୍ରଦାନ ଲାଗି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଶେଷ୍ୱତ ରହିଛି।ଆଜି ଓଡ଼ିଶାରେ ହଜାରେ ସଂଖ୍ୟାକୁ ଛୁଇଁବାକୁ ବସିଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,୧୯୭୭ର ଗଣେଶ ଚତୁର୍ଥୀରେ ଭୁବନେଶ୍ୱର ୟୁନିଟ୍-୩ର ଏକ ସରକାରୀ କ୍ୱାଟର୍ସରୁ ଆରମ୍ଭ ହୋଇଥିଲା। ତେବେ ନୀଳମଣି ରାଉତରାୟଙ୍କ ଜନତା ପାର୍ଟିର ସରକାର ସମୟରେ ଆରମ୍ଭ ହୋଇଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,୧୯୯୦ର ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାର ବେଳେ ବନ୍ଦ ହେବାକୁ ବସିଥିଲା।BHAGABAT BEHERA(ଭାଗବତ ବେହେରା)
ଭାଗବତଙ୍କ ଚକ୍ରାନ୍ତ
୧୯୯୦-୯୫ରେ ଓଡ଼ିଶାରେ ଥିଲା ବିଜୁ ପଟ୍ଟନାୟକଙ୍କ ନେତୃତାଧିନ ଜନତା ଦଳ ସରକାର। ସେ ସମୟରେ ଆରଏସଏସ(ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ) ବିରୋଧରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ। ତାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଥିଲା। ଆରଏସଏସ ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରି ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦେବା ଲାଗି ପ୍ରୟାସ ଚାଲିଲା। ସେହି ସ୍କଲ ଗୁଡିକରେ ସାମ୍ପ୍ରଦାୟିକତା ସୃଷ୍ଟି କରିବା ପାଇଁ ଶିକ୍ଷା ଦିଆଯାଉଛି ଏବଂ ସେଠାରେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ରଖାଯାଇଛି ବୋଲି ତତ୍କାଳୀନ ସଡ଼କ ଓ ପରିବହନ ମନ୍ତ୍ରୀ ଭାଗବତ ବେହେରା ଅଭିଯୋଗ ଆଣିଲେ ବୋଲି ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କ ଆତ୍ମଜୀବନୀ ସଂଗ୍ରାମ ସରିନାହିଁ ବହିରେ ଲେଖିଛନ୍ତି।SANGRAM-SARINAHIତେବେ ଭାଗବତ ବେହେରାଙ୍କ ଚକ୍ରାନ୍ତ ବାବଦରେ ତତ୍କାଳୀନ ଓଡ଼ିଶା ବିଜେପି ପ୍ରଭାରୀ କୈଳାସପତି ମିଶ୍ର,ବିଶ୍ୱଭୂଷଣ ବାବୁଙ୍କୁ ଆଗୁଆ ଅବଗତ କରାଇଥିଲେ।ଫଳରେ ସଂସ୍କୃତି ସୁରକ୍ଷା ଓ ମାତୃଭୂମି ପାଇଁ ତ୍ୟାଗ କରିବା ଲାଗି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କିପରି ଶିକ୍ଷାଦାନ କରୁଛି ସେ ସବୁ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ବୁଝାଇଥିଲେ ବିଶ୍ୱଭୂଷଣ ହରିଚନ୍ଦନ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଭଳି ଉଚ୍ଚକୁଟ୍ଟୀର ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ନକରିବାକୁ ତତ୍କାଳୀନ ମନ୍ତ୍ରୀ ନଳୀନକାନ୍ତ ମହାନ୍ତି ମଧ୍ୟ ବିଜୁ ପଟ୍ଟନାୟକଙ୍କୁ ପ୍ରବର୍ତ୍ତାଇ ଥିଲେ।
ବିଜୁଙ୍କ ନାତି ସଂସ୍କାରୀ
ଅପରପକ୍ଷରେ ସେହି ବୈଠକରେ ଉପସ୍ଥିତ ଥିବା ଭାଗବତ ବେହେରାଙ୍କ ଜିଦ୍ ଧରିଥିଲେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବନ୍ଦ ହେଉ। ତେବେ ବୈଠକରେ ଉପସ୍ଥିତ ଥିବା ବିଜୁ ପଟ୍ଟନାୟକ, ଭାଗବତ ବେହେରାଙ୍କ ଉପରେ ବିରକ୍ତି ହୋଇଥିଲେ ବୋଲି ସଂଗ୍ରାମ ସରିନାହିଁ ବହିରେ ଲେଖା ହୋଇଛି।ଆଉ ତାଙ୍କ(ବିଜୁ ପଟ୍ଟନାୟକଙ୍କ)ନାତି, ରାତିରେ ଶୋଇବା ପୂର୍ବରୁ କିପରି ଗାୟତ୍ରୀ ମନ୍ତ୍ର ଜପ କରିଥାଏ ସେ କଥା କହିଥିଲେ।ଏଭଳି ସଂସ୍କାର ଆମ ଭିତରେ ନାହିଁ। ତେଣୁ କେଉଁ ରାଜ୍ୟ କଣ କରୁଛି କରୁ। ଓଡ଼ିଶାରେ ଆମେ ସେଥିରେ ହସ୍ତକ୍ଷେପ କରିବା ନାହିଁ,ବୋଲି ବିଜୁ ପଟ୍ଟନାୟକ କହିଥିଲେ। ଫଳରେ ଭାଗବତ ବେହେରା ଚୁପ ହୋଇଥିଲେ।ଆଉ ସେତେବେଳେ ଓଡ଼ିଶାରେ ଥିବା ୮୬ଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ବନ୍ଦ କରିବା ଲାଗି ଭାଗବତ ବେହେରାଙ୍କ ଉଦ୍ୟମ ଫସର ଫାଟିଥିଲା।
ଏଥିସହ ପଢ଼ନ୍ତୁ
ବ୍ୟାଚଲର ପ୍ରଧାନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇଥିବା ପାଲଲହଡ଼ାରୁ,ଲଢ଼ିବେ ବିଜେପିର CM ଫେସ୍
ଟାଇମ୍ ମାଗାଜିନରେ ସ୍ଥାନ ପାଇଥିବା ପ୍ରଥମ ବଲିଉଡ ଅଭିନେତ୍ରୀଙ୍କ ମୃତ୍ୟୁ, ଆଜି ବି ରହସ୍ୟ ଘେରରେ

BHAGABAT BEHERABiju PattnaikBISWABHUSAN HARICHANDANSANGRAM SARI NAHISARASWATI SHISHU VIDYA MANDIR
Tweet
0
ବ୍ୟାଚଲର ପ୍ରଧାନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇଥିବା ପାଲଲହଡ଼ାରୁ,ଲଢ଼ିବେ ବିଜେପିର CM ଫେସ୍
ରାଜ୍ୟପାଳ ଚାହୁଁଥିଲେ,ରଥରେ‘ଛେରା ପହଁରା’ ନୀତି ବନ୍ଦ ହେଉ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

  • କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.