Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପୁରୀରୁ ନୁହେଁ ବାରଣାସୀରୁ ଲଢ଼ିବେ ମୋଦି! ସୁନ୍ଦରଗଡ଼ରୁ ଜୁଏଲ,କେନ୍ଦ୍ରାପଡ଼ା ଜଗିବେ ବୈଜୟନ୍ତ

By admin • March 21, 2019 • ନ୍ୟୁଜ୍, ପଲିଟିକ୍ସ
MODI@-PURI

ଲୋକସଭା ଲାଗି ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା ୧୮୪ ପ୍ରାର୍ଥୀଙ୍କ ଲିଷ୍ଟରେ ଲାଲକୃଷ୍ଣ ଆଡଭାନୀଙ୍କ ନାଁ ବାଦ ପଡିଲା।ତେବେ ସବୁ ଚର୍ଚ୍ଚାର ଅନ୍ତଃ ଘଟାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ନୁହେଁ, ଉତ୍ତରପ୍ରଦେଶର ବାରାଣାସୀରୁ ଲଢ଼ିବେ।ସେହିପରି ଆଡଭାନୀଙ୍କ ଗୁଜରାଟର ଗାନ୍ଧିନଗର ଆସନରୁ ଅମିତ ଶାହ ଲଢ଼ିବେ।ଗୃହମନ୍ତ୍ରୀ ରାଜନାଥ ସିଂ ଲକ୍ଷ୍ନୌ,ନିତିନ ଗଡ଼କାରୀ ନାଗପୁର ଆସନରୁ ଲଢ଼ିବେ। ଆଉ ୨୦୧୪ ନିର୍ବାଚନ ପରି ଆମେଥିରେ ରାହୁଲ ଗାନ୍ଧିଙ୍କୁ ଟକ୍କର ଦେବେ ସ୍ମୃତି ଇରାନୀ।
ଓଡ଼ିଶାର 10ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା
ସୁନ୍ଦରଗଡ଼(ସଂ)-ଜୁଏଲ ଓରାମ,କେନ୍ଦ୍ରାପଡ଼ା-ବୈଜୟନ୍ତ ପଣ୍ଡା

ନବରଙ୍ଗପୁର(ସଂ)-ବଳଭଦ୍ର ମାଝି, ବ୍ରହ୍ମପୁର-ଭୃଗୁ ବକ୍ସିପାତ୍ର
ଆସିକା-ଅନୀତା ପ୍ରିୟଦର୍ଶନୀ, ଭୁବନେଶ୍ୱର-ଅପରାଜିତା ଷଡ଼ଙ୍ଗୀ
ବାଲେଶ୍ୱର-ପ୍ରତାପ ଷଡ଼ଙ୍ଗୀ, ବଲାଙ୍ଗିର-ସଙ୍ଗୀତା ସିଂହଦେଓ
କେନ୍ଦୁଝର(ସଂ)-ଅନନ୍ତ ନାଏକ, ଢେଙ୍କାନାଳ-ରୁଦ୍ର ପାଣି
ଯଦିଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସୁନ୍ଦରଗଡ଼ରୁ ପୁଣି ଥରେ ଲଢିବେ ତେବେ ଦଳଡିଆଁ ବଳଭଦ୍ର ମାଝିଙ୍କୁ ବିଜେପି ସମ୍ମାନିତ କରିଛି।ନବରଙ୍ଗପୁର ବିଜେଡି ସାଂସଦ ବଳଭଦ୍ର ମାଝି ଗତ ସପ୍ତାହରେ ବିଜେପିରେ ମିଶିଥିଲେ।ସେହିପରି ଦଳରେ କିଛି ଦିନ ପୂର୍ବରୁ ସାମିଲ ହୋଇଥିବା ବୈଜୟନ୍ତ ପଣ୍ଡା ଏବଂ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ଉପକୂଳ ଓଡ଼ିଶାରେ ପ୍ରାର୍ଥୀ କରାଇଛି।ସେହିପରି ଗଞ୍ଜାମ ଟାଇଗର ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତା ପ୍ରିୟଦର୍ଶନୀଙ୍କୁ ବିଜେପି ଆସିକାରୁ ପ୍ରାର୍ଥୀ କରାଇଛି।
ଅନ୍ୟପକ୍ଷରେ ଲଗାତର ଦୁଇ ଥର ପରାଜିତ ହେଉଥିବା ସଂଗୀତା ସିଂହଦେଓଙ୍କୁ ପୁଣି ଥରେ ବଲାଙ୍ଗିରରୁ ପ୍ରାର୍ଥୀ କରାଇଛି ବିଜେପି। କିନ୍ତୁ ବାଲେଶ୍ୱରରେ ଚକ୍କର କାଟୁଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଦାବିକୁ ନାକଚ କରିଛି କେନ୍ଦ୍ରୀୟ ବିଜେପି। ଗତ ଥର ପରି ଏଥର ମଧ୍ୟ ବାଲେଶ୍ୱରରୁ ଲଢ଼ିବେ ପ୍ରତାପ ଷଡ଼ଙ୍ଗୀ। ଏହାସହ ପୂର୍ବତନ ସାଂସଦ ରୁଦ୍ର ପାଣି ଏବଂ ଅନନ୍ତ ନାଏକଙ୍କୁ ମିଳିଛି ଲୋକସଭାର ଟିକେଟ।

Narendra-Modi-Election

ଶ୍ରୀକ୍ଷେତ୍ର ନୁହେଁ କାଶୀ
ତେବେ ଉତ୍ସାହୀ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହୁଥିଲେ,ମୋଦି ପୁରୀରୁ ଲଢ଼ନ୍ତୁ ବୋଲି ଓଡ଼ିଶା ବିଜେପି ପକ୍ଷରୁ ପ୍ରସ୍ତାବ ଯାଇଛି। ଯଦିଓ ପୁରୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି, ତେବେ ମୋଦି ବାରଣାସୀରେ ଲଢ଼ିବା ଦ୍ୱାରା ଉତ୍ତର ପ୍ରଦେଶର ୮୦ଟି ଆସନ ଏବଂ ଉତ୍ତର ବିହାରର ପ୍ରାୟ ୨୦ଟି ଆସନ ଉପରେ ପ୍ରଭାବ ପକାଉଛନ୍ତି। କିନ୍ତୁ ପୁରୀରେ ଲଢ଼ିଥିଲେ ଏତେ ଲୋକସଭା ଆସନକୁ ପ୍ରଭାବିତ କରି ପାରିନଥାନ୍ତେ। ଗୋଟେ ପଟେ ବଙ୍ଗୋପସାଗର ତ ଦକ୍ଷିଣରେ ତେଲୁଗୁ ଦେଶମ୍ ପାର୍ଟିର ଷ୍ଟ୍ରଙ୍ଗ ବେଲ୍ଟ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରରେ ରହିଛି ମମତା ବାନାର୍ଜୀଙ୍କ ଗଡ଼ ପଶ୍ଚିମବଙ୍ଗ। ଏଣୁ ବିଚକ୍ଷଣ୍ ରାଜନେତା ନରେନ୍ଦ୍ର ମୋଦି ପୁରୀକୁ ପସନ୍ଦ କରିନାହାଁନ୍ତି। ବିଜେପି ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଜାଣନ୍ତି ଦିଲ୍ଲୀର ଶାସନ ଗାଦି ପାଇଁ ଉତ୍ତର ପ୍ରଦେଶ ଦେଇ ଯିବାକୁ ପଡିବ। ତେଣୁ ବିଶ୍ୱନାଥ କ୍ଷେତ୍ର ବାରଣାସୀ(କାଶୀ)କୁ ଛାଡି ଜଗନ୍ନାଥ ଧାମ(ଶ୍ରୀକ୍ଷେତ୍ର) ପୁରୀକୁ କାହିଁକି ବାଛିଥାନ୍ତେ ମୋଦି? ଏମିତି ତ ୨୦୧୪ ନିର୍ବାଚନରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଭଦୋଦରା ଏବଂ ବାରଣାସୀରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୟୁପିକୁ ହାତଛଡା କଲେ ଦେଶ ସମ୍ଭାଳିବା ଅସମ୍ଭବ ଜାଣି,ନିଜ ରାଜ୍ୟ ଗୁଜୁରାଟର ଭଦୋଦରା ଆସନରୁ ଇସ୍ତଫା ଦେଇଥିଲେ ନରେନ୍ଦ୍ର ମୋଦି। ଆଉ ଏବେ ବାରଣାସୀକୁ ଛାଡି ପୁରୀରୁ କାହିଁକି ଲଢ଼ିଥାନ୍ତେ ନରେନ୍ଦ୍ର ମୋଦି ?

2019 LOKASABHA ELECTIONSBJPNarendra ModiPuriVaranasi
Tweet
0
ଉପକୂଳରେ ଜୟ-ବିଜୟ,ଓଡ଼ିଶା ବୁଲିବେ ଧର୍ମେନ୍ଦ୍ର!
IPL ଫ୍ଲାସବ୍ୟାକ:କେମିତି ଥିଲା ଲଢ଼େଇ,କିଏ ମାରିଥିଲା ବାଜି

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.