KAITRANA KAIF

ସ୍ୱପ୍ନ ନଗରୀ ମୁମ୍ବାଇରେ ନିଜର ଅଭିଳାଶକୁ ସାକାର କରିବା ପାଇଁ ଅନେକ ଏଠାକୁ ଆସିଥାନ୍ତି। ବଲିଉଡରେ ଏଣ୍ଟ୍ରି ପାଇଁ ଅନେକ ଷ୍ଟ୍ରଗଲ କରି ଫେରିଯାନ୍ତି ତ ଆଉ କେହି ଷ୍ଟାର ପାଲଟିଥାନ୍ତି।ଅନେକ ଫଟୋ ସୁଟ, ଅଡିସନ ଓ କାଷ୍ଟିଂ କାଉଚର ଶିକାର ହେବା ପରେ କେହି କେହି କ୍ଲିକ୍ କରିଥାନ୍ତି ମାୟାନଗରୀରେ। ତେବେ ଆଜି ଆସନ୍ତୁ ଜାଣିବା ଏଭଳି କିଛି ଷ୍ଟାରଙ୍କ ସମ୍ପର୍କରେ ଯେଉଁମାନେ ଏବେ ପପୁରାଲ ଏବଂ ବିଳାସ୍ୟମୟ ଜୀବନ ବିତାଉଛନ୍ତି, କିନ୍ତୁ ନିଜର ଲୁକ୍ସ ପାଇଁ ସେମାନଙ୍କୁ ଦିନେ ରିଜେକ୍ଟ କରା ଯାଇଥିଲା। ଆଜି ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସତ,କିନ୍ତୁ ଅନେକ ଷ୍ଟ୍ରଗଲ ପରେ ସେମାନେ ଏହି ସଫଳତାର ସ୍ୱାଦ ଚାଖିଛନ୍ତି AMITABH BACHAN ରିଜେକ୍ଟ ତାଲିକାର ପ୍ରଥମରେ ଅଛନ୍ତି ବଲିଉଡର ସେହନାସା ଅଭିତାଭ ବଚ୍ଚନ। ଅତ୍ୟଧିକ ଡେଙ୍ଗା ଓ ମୋଟା କଣ୍ଠ ଯୋଗୁ ପ୍ରଥମେ ତାଙ୍କୁ ରିଜେକ୍ଟ କରା ଯାଇଥିଲା। ହେଲେ ବିଗ୍ ବିଙ୍କୁ ରିଜେକ୍ଟ କରିଥିବା ମାୟାନଗରୀ ପାଇଁ ଅମିତାଭଙ୍କ ଗମ୍ଭୀର ସ୍ୱର ଆସେଟ୍ ହୋଇଗଲା।ଆଉ ଆଙ୍ଗ୍ରିମ୍ୟାନ୍ ବଚନଙ୍କ ପାଇଁ ବଲିଉଡକୁ ମିଳିଛି ସ୍ୱତନ୍ତ୍ର ପରିଚୟ।
ଏବେ ଜାଣିବା ନବାଜୁଦ୍ଦିନ ସିଦ୍ଦିକିଙ୍କ ସମ୍ପର୍କରେ।ତାଙ୍କୁ ମଧ୍ୟ ଲୁକ୍‌ସ ପାଇଁ ରିଜେକ୍ଟ କରାଯାଇଥିଲା।କିନ୍ତୁ ଏବେ ବଲିଉଡରେ ସେ ଜଣେ ନିଖୁଣ ଆକ୍ଟର। ବଜରଙ୍ଗୀ ଭାଇଜାନର ଚାନ୍ଦ ନବାବ ଭୂମିକାର ଅଭିନୟ କରି ସମସ୍ତଙ୍କ ମନ ଜିଣିଛନ୍ତି।TABUଅଭିନେତ୍ରୀ ତବୁ,ବିଭିନ୍ନ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ଛାପ ଛାଡିଛନ୍ତି। ନିଜର ବଳିଷ୍ଠ ଅଭିନୟ ପାଇଁ ହିରୋଙ୍କ ଉପରେ ଭାରି ପଡନ୍ତି ତବୁ। ଦିନେ ନିଜର କଣ୍ଠ ସ୍ୱର ପାଇଁ ପ୍ରଡ୍ୟୁସର ତବୁଙ୍କୁ ରିଜେକ୍ଟ କରିଥିଲେ।
ଲୋକପ୍ରିୟ ଅଭିନେତା ଅଜୟ ଦେବଗନ୍। ବଲିଉଡରେ ବିଭିନ୍ନ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ କିଣିଛନ୍ତି। କିନ୍ତୁ ଏହି ପପୁରାଲ ଅଭିନେତାଙ୍କୁ ଦିନେ ପ୍ରଡ୍ୟୁସର ରିଜେକ୍ଟ କରିଥିଲେ। ଆଉ ତାର କାରଣ ଥିଲା ଅଜୟ ଦେବଗନଙ୍କ କଳାରଙ୍ଗ। ତେବେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ସେ ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି।Sahruk-Khanରୋମାନ୍ସ କିଙ୍ଗ ଭାବେ ପରିଚିତ ଶାହାରୁଖ ଖାନ୍ଅ ଭିନୟ ପାଇଁ ଖୁବ୍ ପୁପୁଲାର। କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦିନେ ତାଙ୍କୁ ଚକୋଲେଟ୍ ବୟ କହି ପ୍ରଡ୍ୟୁସର ରିଜେକ୍ଟ କରିଥିଲେ।
ବଲିଉଡର ଆଉ ଜଣେ ସୁପର ହିରୋ ରଣବୀର ସିଂହ। ଲଭ୍ ଲାଇଫ୍ ହେଉ କି କ୍ୟାରିୟର ଏଥିପାଇଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ନିଜର କାମକୁ ନେଇ କିନ୍ତୁ ସବୁବେଳେ ସିନସିୟର ବୟ। କିନ୍ତୁ ସାଉଥ୍ ଇଣ୍ଡିଆନ୍ ଲୁକ୍ ଥିବା କହି ପ୍ରଡ୍ୟୁସର ତାଙ୍କୁ ରିଜେକ୍ଟ କରିଥିଲେ।KAITRAINବଲିଉଡର ଗର୍ଜିଏସ ଲେଡି। ଫିଲ୍ମ ପାଇଁ ଯେତିକି ଲୋକପ୍ରିୟ ସୋସିଆଲ ମିଡିଆରେ ମଧ୍ୟ ସେତିକି ଲୋକପ୍ରିୟ। ସୋସିଆଲ ମିଡିଆରେ ସେ ବେଶ୍ ସକ୍ରିୟ। ସବୁବେଳେ ସୋସିଆଲ ମିଡିଆରେ ନିଜର ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ଥାଆନ୍ତି। ଆମେ କହୁଛୁ କ୍ୟାଟ୍ରିନା କ୍ୟାଫଙ୍କ କଥା। ତାଙ୍କର ଫ୍ୟାନ୍ସ ଫଲୋର୍ସଙ୍କ ସଂଖ୍ୟା ଢେର୍ ଅଧିକ। ଆଉ ନିଜର ଷ୍ଟଣ୍ଟ ସିନ୍ ଓ ଡ୍ୟାନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି କ୍ୟାଟ୍। କିନ୍ତୁ ଦିନେ ତାଙ୍କର ବିଦେଶୀ ଲୁକ୍ ପାଇଁ ପ୍ରଡ୍ୟୁସର ତାଙ୍କୁ ରିଜେକ୍ଟ କରିଥିଲେ।
ସେହିପରି ବେଙ୍ଗଲର ବିୟୁଟି କୋଙ୍କଣା ସେନ୍ ମଧ୍ୟ ବଲିଉଡରେ ନିଜକୁ ପରଖିବାକୁ ଚାହିଁଥିଲେ। କିନ୍ତୁ ଡସ୍କି ଲୁକ୍ କହି ପ୍ରଡ୍ୟୁସର ତାଙ୍କୁ ରିଜେକ୍ଟ କରିଥିଲେ। ଏହି ଅଭିନେତ୍ରୀଙ୍କ ନିକଟରେ ପ୍ରତିଭାର କୌଣସି କମିନାହିଁ। କିନ୍ତୁ ତଥାପି ତାଙ୍କୁ ରିଜେକ୍ଟ କରା ଯାଇଥିଲା।