ଇଂଲଣ୍ଡ-ଅଷ୍ଟ୍ରେଲିଆକୁ ହରାଉଥିବା ଜିମ୍ବୋଓ୍ୱେ ପରି ୫ଟି ଦଳର ପ୍ରଦର୍ଶନ, ୨୦୧୯ ବିଶ୍ୱକପରେ ଦେଖିବାକୁ ମିଳିବନି

ଆସନ୍ତା ୩୦ମେ’ରୁ ଜୁଲାଇ୧୪ ପର୍ଯ୍ୟନ୍ତ ଚାଲିବ କ୍ରିକେଟର ମହାକୁମ୍ଭ।ଇଂଲଣ୍ଡରେ ହେବ ୨୦୧୯ ବିଶ୍ୱକପ୍ କ୍ରିକେଟ। ୧୧ଟି ଭେନ୍ୟୁରେ ମ୍ୟାଚ୍ ଖେଳାଯିବ। ବିଶ୍ୱର ୧୦ଟି ଟପ୍ ଟିମ୍, ଟ୍ରଫି ଲଢ଼େଇ ପାଇଁ ନିଜକୁ ପ୍ରସ୍ତୁତ ବି କରୁଛନ୍ତି। କିନ୍ତୁ ଗତ ଓ୍ୱାର୍ଲଡ କପରେ ବିପର୍ଯ୍ୟୟ ସୃଷ୍ଟି କରିଥିବା କିଛି ପ୍ରମୁଖ ଦଳ ଏଥର ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ବିଶ୍ୱକପରେ ବହୁ ବଡ଼ ବଡ଼ ଦଳକୁ ମଜା ଚଖେଇଥିବା ୫ଟି ଟିମର ଦବଦବା ଦେଖିବାରୁ ବଞ୍ଚିତ ହେବେ ଦର୍ଶକ। ନଜର ପକାନ୍ତୁ କେଉଁ ଟିମ୍ ଏଥର ବିଶ୍ୱକପ୍ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି।
ଜିମ୍ବାଓ୍ୱେ
ଆଇସିସିର ସଦସ୍ୟ ହେବା ପରେ ପ୍ରଥମ ଥର ବିଶ୍ୱକପ୍ ଅଭିଯାନରୁ ବାଦ ପଡ଼ିଛି ଜିମ୍ବାଓ୍ୱେ। ୧୯୮୩ ବିଶ୍ୱକପ୍ କଥା ଏଯାଏଁ ଅନେକ ଭୁଲି ନଥିବେ। ପ୍ରଥମ ଥର ବିଶ୍ୱକପ୍ ଖେଳୁଥିବା ଜିମ୍ୱାଓ୍ୱେ ଗ୍ରୁପ୍ ପର୍ଯ୍ୟାୟରେ ହଇଚଇ ସୃଷ୍ଟି କରିଥିଲା। ଟାଇଟଲ୍ ଫେଭରିଟ୍ ଥିବା ଅଷ୍ଟ୍ରେଲିଆକୁ ହରାଇଥିଲା। ପରେ ୧୯୯୨ ବିଶ୍ୱକପରେ ଇଂଲଣ୍ଡର ବିଜୟ ପଥରେ ବ୍ରେକ୍ ଲଗାଇଥିଲେ ଜିମ୍ବାଓ୍ୱେ ଖେଳାଳି। ୧୯୯୯ରେ ଭାରତ ଓ ଦକ୍ଷିଣ ଆଫ୍ରିକାରୁ ହରାଇ ଶକ୍ତିଶାଳୀ ଟିମ୍ ଭାବରେ ଉଭା ହୋଇଥିଲା ଜିମ୍ବାଓ୍ୱେ। ଏବେ ୯୦ ଦଶକର ଚମକ ଆଉ ନାହିଁ। ଆଇସିସି ଯୋଗ୍ୟତା ପର୍ଯ୍ୟାୟର ସୁପର ସିକ୍ସରୁ ଆଉଟ୍ କରି ଦେଲା ୟୁଏଇ। ୧୯୮୧ରେ ଆସୋସିଏଟ୍ ମେମ୍ବର ହେବା ପରଠୁ ପ୍ରଥମ ଥର ବିଶ୍ୱକପ୍ ଅଭିଯାନରୁ ବାଦ୍ ପଡ଼ିଛି ଜିମ୍ବାଓ୍ୱେ।
ବିଶ୍ୱକପ୍ ମ୍ୟାଚ୍- ୫୮, ବିଜୟୀ-୬, ପରାସ୍ତ- ୪୮, ଟାଇ-୧, ବିନା ଫଳାଫଳ-୩ଆୟାର୍ଲାଣ୍ଡ
୨୦୦୭ରେ ଡ୍ରିମ୍ ଓ୍ୱାର୍ଲଡ କପ୍ ଲଢ଼େଇକୁ ଓହ୍ଲାଇଥିଲା ଆୟାର୍ଲାଣ୍ଡ। ପଦାର୍ପଣ ବିଶ୍ୱକପରେ ଭାରତ ଓ ବାଂଲାଦେଶକୁ ହରାଇଥିଲା। ତେବେ ୨୦୧୧ବିଶ୍ୱପକରେ ଡରାଇଥିଲା ଆୟାର୍ଲାଣ୍ଡ। ଇଂଲଣ୍ଡ ଦେଇଥିବା ୩୨୮ ରନ୍ ଟାର୍ଗେଟକୁ ହାତରେ ୩ ଓ୍ୱିକେଟର ଓ ୫ଟି ବଲ୍ ବାକି ଥାଇ ହାସଲ କରି ନେଇଥିଲା। ୨୦୧୫ ବିଶ୍ୱକପରେ ଓ୍ୱେଷ୍ଟଇଣ୍ଡିଜକୁ ମାତ୍ ଦେଇଥିଲା ଆୟାର୍ଲାଣ୍ଡ। ଫଳରେ ୨୦୧୭ରେ ଆୟାର୍ଲାଣ୍ଡକୁ ମିଳିଥିଲା ପୂର୍ଣ୍ଣକାଳୀନ ସଦସ୍ୟତା। ଓ’ବ୍ରାୟେନ୍ ବ୍ରଦର୍ସ, ଓ୍ୱିଲିୟମ୍ ପୋର୍ଟରଫିଲ୍ଡ, ବର୍ଜ ରାଙ୍କିନଙ୍କ ଭଳି ଖେଳାଳିଙ୍କୁ ନେଇ ବୋଲିଂ ଓ ବ୍ୟାଟିଂରେ ଧୁରନ୍ଧର ଆୟାର୍ଲାଣ୍ଡ ଚଳିତ ବିଶ୍ୱକପ ଟିକେଟ ହାତେଇ ପାରିଲା ନାହିଁ। ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟର ଶେଷ ମ୍ୟାଚରେ ଆଫଗାନିସ୍ତାନ ଠାରୁ ପରାଜିତ ହୋଇଥିଲା।
ବିଶ୍ୱକପ୍ ମ୍ୟାଚ୍- ୨୨, ବିଜୟୀ-୭, ପରାସ୍ତ- ୧୪, ଟାଇ-୧
କେନିଆ
ଦିନିକିଆ ଦଳର ମାନ୍ୟତା ପାଇବା ପରେ ୧୯୯୬ରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଥିଲା କେନିଆ। ୬ଟି ମ୍ୟାଚରୁ ୫ଟି ହାରି ଗ୍ରୁପ୍ ପର୍ଯ୍ୟାୟରୁ ଅଭିଯାନ ଶେଷ କରିଥିଲା କେନିଆ। କିନ୍ତୁ ଗୋଟିଏ ମ୍ୟାଚରେ ଓ୍ୱେଷ୍ଟିଣ୍ଡିଜକୁ ୭୩ରନରେ ହରାଇଥିଲା। ୧୯୯୯ରେ ବି ଗ୍ରୁପ୍ ପର୍ଯ୍ୟାୟରୁ ଆଉ ଆଗକୁ ବଢ଼ି ପାରିନଥିଲା କେନିଆ। ତେବେ ୨୦୦୩ ବିଶ୍ୱକପରେ ଦମ୍ ଦେଖାଇଥିଲେ ଦଳ। ଗ୍ରୁପ ପର୍ଯ୍ୟାୟରେ ୬ଟି ମ୍ୟାଚକୁ ୪ଟି ବିଜୟ ସହ ହାତେଇଥିଲା ସେମିଫାଇନାଲ ଟିକେଟ୍। ତେବେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଭାରତ ଠାରୁ ୯୧ ରନରେ ହାରିଥିଲା କେନିଆ। ତାପରେ ୨୦୦୭ ଓ ୨୦୧୧ ବିଶ୍ୱକପରେ ଗ୍ରୁପ୍ ଷ୍ଟେଜ୍ ପାର କରିନଥିବା କେନିଆ ୨୦୧୫ ଓ ୨୦୧୯ ଓ୍ୱାର୍ଲଡ କପରୁ ବଞ୍ଚିତ ହୋଇଛି।
ବିଶ୍ୱକପ୍ ମ୍ୟାଚ୍- ୨୯, ବିଜୟୀ-୭, ପରାସ୍ତ- ୨୨
ନେଜରଲ୍ୟାଣ୍ଡ
ଭାରତରେ ଆୟୋଜିତ ୧୯୯୬ ବିଶ୍ୱକପରେ ଡେବ୍ୟୁ କରିଥିଲା। ୧୯୯୯ରେ ଝୁଣ୍ଟିବା ପରେ ୨୦୦୩ ବିଶ୍ୱକପ୍ ସଂସ୍କରଣରେ ନିଜକୁ ସାମିଲ କରିଥିଲା ନେଦରଲ୍ୟାଣ୍ଡ। କେବଳ ଗୋଟିଏ ମ୍ୟାଚ୍ ଜିତି ପାରିଥିଲା।୨୦୦୭ ଓ୍ୱାର୍ଲଡକପ୍ ପାଇଁ ଯୋଗ୍ୟତା ହାସଲ କରିଥିଲା ନେଦରଲାଣ୍ଡ। କିନ୍ତୁ ଗ୍ରୁପ୍ ପର୍ଯ୍ୟାୟରେ ହାରି ଅଭିଯାନ ଶେଷ କରିଥିଲା। ୨୦୧୧ ସଂସ୍କରଣରେ ବି ପରାଜୟର ମୁହଁ ଦେଖିଥିଲା ନେଦରଲାଣ୍ଡ। ତେବେ ୨୦୦୯ ଟି-ଟ୍ୱେଣ୍ଟି ବିଶ୍ୱକପରେ ଆକ୍ସନ ଦେଖାଇଥିଲା। କ୍ରିକଟର ମକ୍କା ଲର୍ଡସରେ ଉଦଘାଟନୀ ମୁକାବିଲାରେ ଇଂଲଣ୍ଡକୁ ଚାରି ଓ୍ୱିକେଟରେ ହରାଇ ଦେଇଥିବା ନେଜରଲ୍ୟାଣ୍ଡ ଏଥର ବିଶ୍ୱକପ ଟିକେଟ ପାଇବାରୁ ବଞ୍ଚିତ।
ବିଶ୍ୱକପ୍ ମ୍ୟାଚ୍- ୨୦, ବିଜୟୀ-୨, ପରାସ୍ତ- ୧୮ସ୍କଟଲ୍ୟାଣ୍ଡ
ଇଂଲଣ୍ଡରେ ୧୯୯୯ ବିଶ୍ୱକପରେ ପଦାର୍ପଣ କରିଥିଲା। ସେଥର ଚାମ୍ପିଅନ୍ ହୋଇଥିଲା ଅଷ୍ଟ୍ରେଲିଆ।ଗ୍ରୁପ୍ ପର୍ଯ୍ୟାୟର ସମସ୍ତ ୫ଟି ମ୍ୟାଚ୍ ହାରିଥିଲା ସ୍କଟଲ୍ୟାଣ୍ଡ। ୨୦୦୩ରେ ଯୋଗ୍ୟତା ହାସଲ କରିବାରେ ଫେଲ୍ ମାରିଥିଲା।୨୦୦୭ରେ ହାତେଇ ଥିଲା ବିଶ୍ୱକପ୍ ଟିକେଟ୍।୨୦୧୧ରେ ବାଦ୍ ପଡ଼ିବା ପରେ ୨୦୧୫ ବିଶ୍ୱକପ୍ ଖେଳିଥିଲା ସ୍କଟଲ୍ୟାଣ୍ଡ।କିନ୍ତୁ ୧୯ ସ୍ୱପ୍ନ ଅଧୁରା ରହିଗଲା। ଓ୍ୱାର୍ଲଡ କପ୍ ଡ୍ରିମ ଯେଉଁ ଇଂଲଣ୍ଡ ମାଟିରୁ ଆରମ୍ଭ ହୋଇଥିଲା, ସେଠାରେ ୨୦୧୯ ବିଶ୍ୱକପ୍ ଖେଳିବାର ଆଶା ସାକାର ହୋଇ ପାରିଲା ନାହିଁ।
ବିଶ୍ୱକପ୍ ମ୍ୟାଚ୍- ୧୪, ବିଜୟୀ-୦, ପରାସ୍ତ- ୧୪
Connect With Us